Posted inRasifala

ରାଶିଫଳ: ମଙ୍ଗଳବାର, ଜୁଲାଇ ୧୬ ତାରିଖ – Daily Horoscope

ମେଷ
ଆଜି ସକାଳୁ ସକାଳୁ କୌଣସି ଏକ ଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ବନ୍ଧୁମାନଙ୍କ ସହ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଘରର କେତେକ ରହିଯାଇଥିବା କାମକୁ କରିବା ସକାଶେ ଚିନ୍ତା କରିବେ। ଲେଖାପଢା, ସଭାସମିତି, ଆନୁଷ୍ଠାନିକ କାମ, ବାଣିଜ୍ୟ, ବ୍ୟବସାୟରେ କେତେକ ସମସ୍ୟା ଦେଖାଦେଇପାରେ।
ବୃଷ
ବୃଷ
ବନ୍ଧୁଙ୍କଠାରୁ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଅର୍ଥ ପାଇ ଖୁସି ହେବେ। ଗୁରୁଜନମାନଙ୍କ ନିକଟରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ଗଠନମୂଳକ କାଯର୍‌ୟରେ ଗତି ମନ୍ଥର ହେବା ସଙ୍ଗକୁ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ।
ମିଥୁନ
ମିଥୁନ
ଆଜି ଦିନ ଭିତରେ ପୂର୍ବ ନିର୍ଦ୍ଧାରିତ ନୂତନ କର୍ମାରମ୍ଭରେ ଉତ୍ସାହିତ ହେବେ। ଉଦ୍ୟମ ସଫଳ ଦିଗରେ ଜଣେ ଜଣାଶୁଣା ଗୌରବର୍ଣ୍ଣର ବ୍ୟକ୍ତି ସାହାଯ୍ୟ କରିପାରନ୍ତି। ଯାତ୍ରା କାଳରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ, ଯାହା କି ଅନର୍ଥର କାରଣ ହୋଇପାରେ।
କର୍କଟ
କର୍କଟ
କର୍ମାଧିପତିଙ୍କ ଦୁର୍ବଳତା କାରଣରୁ ଅସ୍ଥିରତା ଲାଗି ରହିବ। ଉଚ୍ଚବର୍ଗଙ୍କ ସାହାଯ୍ୟରେ କାର୍ଯ୍ୟସିଦ୍ଧି ଘଟିବା ସହ ବନ୍ଧୁମିଳନରୁ ଉତ୍ସାହିତ ହେବେ। ରୋଗ, ଋଣ ଓ ଶତ୍ରୁତା କାରଣରୁ ମାନସିକ ସ୍ଥିରତା ରହି ନ ପାରେ। ଭୁଲ୍‌ ବୁଝାମଣାରୁ ଅତିପ୍ରିୟ ବନ୍ଧୁଙ୍କ ସହ ମନାନ୍ତର ହୋଇପାରେ। ପାରିବାରିକ ସମସ୍ୟାକୁ ସମାଧାନ ସକାଶେ ଚେଷ୍ଟା କରିବେ।
ସି˚ହ
ସି˚ହ
ପରିସ୍ଥିତିରେ ପଡି ଇଚ୍ଛା ନ ଥିଲେ ମଧ୍ୟ ନିକଟ ସମ୍ପର୍କୀୟ ମାନଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ। କୌଣସି ଅତ୍ୟାବଶ୍ୟକ ଜିନିଷ ଅଭାବରୁ କର୍ମାରମ୍ଭରେ ପ୍ରଥମେ ପ୍ରଥମେ ସଂକଟର ସମ୍ମୁଖୀନ ହୋଇପାରନ୍ତି। ଅଫିସରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆଶାଜନକ ସୁଫଳ ପାଇବେ।
କନ୍ୟା
ମାନସିକ ଅସ୍ଥିରତା କାରଣରୁ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଯେସାକୁ ତେସା ନୀତିରେ କାମ କରି ସମାଲୋଚିତ ହୋଇପାରନ୍ତି।
ତୁଳା
ତୁଳା
ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିବା କାରଣରୁ ମନ ବିଚଳିତ ରହିବ। ସହକର୍ମୀଙ୍କ ସହଯୋଗରେ ବ୍ୟବସାୟରେ ଅଭୂତପୂର୍ବ ସଫଳତା ହାସଲ କରିବେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା
ବିଛା
ଆଜିର ସକାଳୁଆ ଯାତ୍ରାରେ ସଫଳତା ମିଳିବା ସହ ଆଶା ପୂରଣ ହୋଇଯିବ। କର୍ମକ୍ଷେତ୍ରରେ ତଥା ପ୍ରଶାସନିକ ସ୍ତରରେ ବ୍ୟସ୍ଥତା ଦୂର ହୋଇଯିବ। ସତର୍କରେ ଚଳନ୍ତୁ, ଅନ୍ୟଥା ନିଜର ପାଖ ଲୋକମାନେ ଅପପ୍ରଚାର କରିପାରନ୍ତି। ଉପକୃତ ବ୍ୟକ୍ତିମାନେ ପୂର୍ବ ସାହାଯ୍ୟକୁ ପାସୋରି ଶତ୍ରୁତା କରିପାରନ୍ତି।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେଇପାରେ। ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହେବ ନାହିଁ ଏବଂ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ ନାହିଁ। ବାକି ପଡିଥିବା ଟଙ୍କା ଆଦାୟ ପାଇଁ ଅନୁକୂଳ ସୁ୍‌ଯୋଗ ସୃଷ୍ଟି ହୋଇପାରେ। ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍‌ ଧାରଣାରେ ଆପଣଙ୍କ ପାଖ ମାଡି ନ ପାରେ।
ମକର
ମକର
ପୂର୍ବ ସ୍ଥିରୀକୃତ ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି। ଅନ୍ୟ ମାନଙ୍କ କଥା ରକ୍ଷା କରିବାକୁ ଯାଇ ବନ୍ଧୁଦ୍ୱାରକୁ ଗମନ କରିପାରନ୍ତି। ଆକସ୍ମିକ ଭାବରେ ଦୂରଯାତ୍ରାର ସୁଯୋଗ ପାଇବେ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ଅନୁରୋଧରେ ସକାଳୁ ସକାଳୁ ଦେବ ଦର୍ଶନ ସକାଶେ ମନ ବଳାଇବେ। ଖାଦ୍ୟପେୟରେ ସତର୍କ ନ ରହିବା କାରଣରୁ ଅଜୀର୍ଣ୍ଣ ଓ ଆମାଶୟ ଦେଖା ଦେଇପାରେ। ପଡୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି।
ମୀନମୀନ
ସାମାନ୍ୟ ସ୍ବାର୍ଥତ୍ୟାଗ ଓ ସହନଶୀଳତା କାରଣରୁ ଅନ୍ୟମାନଙ୍କୁ ଆପଣାର କରିପାରିବେ। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ।

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଶୁକ୍ର କର୍ମସ୍ଥାନସ୍ଥ ଯୋଗୁ ଆପଣ ମଧୁର ବାକ୍ୟାଳାପ ଦ୍ୱାରା ଅନ୍ୟକୁ ଆପଣାର କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ଆସିବା ବାଟକୁ ଅପେକ୍ଷା କରିବା ସକାଶରୁ...

ରାଶିଫଳ: ଶନିବାର, ଫେବୃୟାରୀ ୧୫ ତାରିଖ – Daily Horoscope

ମେଷ ଆଜିର ବିବାଦୀୟ ପରିସ୍ଥିତିରେ ବନ୍ଧୁମାନଙ୍କ ସହାୟତାରେ ପରିସ୍ଥିତିକୁ ହାଲ୍‌କା କରିବାରେ ସମର୍ଥ ହେବେ । ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟରେ ପୂର୍ବରୁ ଲାଗିରହିଥିବା ସମସ୍ୟା...

ରାଶିଫଳ: ରବିବାର, ଫେବ୍ରୁଆରି ୨୩ ତାରିଖ – Daily Horoscope

ମେଷ ଏକାଦଶସ୍ଥ ଗ୍ରହ ପ୍ରଭାବରୁ ଆଜି ପ୍ରତ୍ୟେକ କାମରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟରେ ଆଶା କରୁଥିବା ଦିଗରୁ ଅର୍ଥ...

ରାଶିଫଳ: ବୁଧବାର, ଜୁଲାଇ ୩ ତାରିଖ – Daily Horoscope

ମେଷ କର୍ମାଧିପ ଶନି ଭାଗ୍ୟସ୍ଥାନରେ ଚନ୍ଦ୍ରଙ୍କ ସପ୍ତମ କେନ୍ଦ୍ରସ୍ଥ ଯୋଗୁ ବନ୍ଧୁଗହଣରେ ଘର ପୂରି ଉଠିବ। ଆକସ୍ମିକ ଭାବରେ କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି...

ରାଶିଫଳ: ଶୁକ୍ରବାର, ଜାନୁଆରି ୩୧ ତାରିଖ – Daily Horoscope

ମେଷ କୌଣସି ଅତୀତ ଘଟଣା ମନରେ ବାରମ୍ବାର ଆଲୋଡ଼ନ ସୃଷ୍ଟି କରିବା କାରଣରୁ କୌଣସି କାମ ପ୍ରତି ଉତ୍ସାହ ରହି ନ ପାରେ। ବହୁପୂର୍ବରୁ ସ୍ଥିରୀକୃତ...

ରାଶିଫଳ: ଶନିବାର, ଜୁନ ୮ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା, ଜମିଜମା କଥା, ପୂର୍ବ କଳହ, ସମ୍ପର୍କୀୟଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଅଭାବ ଦୂରୀକରଣ କ୍ଷେତ୍ରରେ ବନ୍ଧୁମାନଙ୍କ ସହଯୋଗରେ...

ରାଶିଫଳ: ବୁଧବାର ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ରାଶ୍ୟାଧିପତି ପୂର୍ଣ୍ଣବଳବାନ୍‌ ଯୋଗୁ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେଲେ ମଧ୍ୟ ପଶ୍ଚାତ୍‌ପଦ ହେବେନାହିଁ। ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ଅଥବା ସାମାଜିକ ସ୍ତରରେ ପ୍ରଶଂସିତ...

ରାଶିଫଳ: ରବିବାର, ନଭେମ୍ବର ୨୪ ତାରିଖ – Daily Horoscope

ମେଷ ଭାଗ୍ୟ ସ୍ଥାନରେ ଚତୁଃଗ୍ରହ ଯୋଗ ସୌଭାଗ୍ୟପ୍ରଦ ହେତୁ କାର୍ଯ୍ୟସିଦ୍ଧି, ବନ୍ଧୁମିଳନ ସାଙ୍ଗକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି କଟାଇବେ। ଭୂମି ସମ୍ବନ୍ଧିତ ପ୍ରତ୍ୟେକ କର୍ମ...

Leave a comment

Your email address will not be published. Required fields are marked *