ପୁରୁଷୋତ୍ତମପୁରରେ ପୁଣି ମାତିଲେ ଲୁଟେରା : ବନ୍ଧୁକମୁନରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କଠାରୁ ଲୁଟ୍‌

ପୁରୁଷୋତ୍ତମପୁର,୧୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଲୁଟେରାମାନେ ପୁଣି ମାତିଛନ୍ତି। ଭୂତସରସିଙ୍ଗ – କୋଦଳା ମୁଖ୍ୟରାସ୍ତାର ଅରଖପୁର ଛକ ଭଙ୍ଗାଶଙ୍ଖ ନିକଟରେ ସୋମବାର ସକାଳେ କଳାମୁଖାଧାରୀ ଲୁଟେରାମାନେ ଅରଖପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ କାଶୀନାଥ ତିଆଡ଼ିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମୋଟରସାଇକେଲ, ୧୨ ହଜାର ଟଙ୍କା, ଅଫିସ ରେକର୍ଡପତ୍ର, ପାସ୍‌ବୁକ, ଚେକବୁକ୍‌ ଆଦି ଲୁଟି ନେଇଛନ୍ତି। ଆହତ ନିିର୍ବାହୀ ଅଧିକାରୀଙ୍କୁ ରାସ୍ତାରେ ଆସୁଥିବା କିଛି ବ୍ୟକ୍ତି ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଖବର ପାଇ ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣା ସମ୍ପର୍କରେ ପୋଲିସ ଓ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଲାଇଛନ୍ତି।
ନିିର୍ବାହୀ ଅଧିକାରୀଙ୍କଠାରୁ ପ୍ରକାଶ, ସେ ଭୀମପୁର ଗ୍ରାମରେ ରହୁଥିବା ଭଡ଼ାଘରୁ ମୋଟରସାଇକେଲ ଡିକିରେ ୧୨ ହଜାର ଟଙ୍କା, ଅଫିସ ରେକର୍ଡପତ୍ର, ବ୍ୟାଙ୍କ ପାସବୁକ୍‌ ଆଦି କାଗଜପତ୍ର ଧରି ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ଟଙ୍କା ବାଣ୍ଟିବା ଲାଗି ଯାଉଥିଲେ। ଏହି ସମୟରେ ପଛରୁ ଏକ ମୋଟରସାଇକେଲରେ ତିନି ଜଣ ଦୁର୍ବୃତ୍ତ ମୁହଁରେ କଳା ମୁଖାପିନ୍ଧି ତାଙ୍କର ଗାଡ଼ିକୁ ଅତର୍କିତ ଭାବେ ଧକ୍କା ମାରିଥିଲେ। ଫଳରେ ସେ ତଳେ ପଡ଼ିଯିବା ପରେ ଲୁଟେରାମାନେ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ମାଡ଼ମାରି ଟଙ୍କା, ଗାଡ଼ି ସହ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ନେଇ କୋଦଳା ଅଭିମୁଖେ ଚମ୍ପଟ ମାରିଥିଲେ।


All Right Reserved By Dharitri.Com

ଶୁଦ୍ଧିକ୍ରିୟା ପାଇଁ ଟଙ୍କା ଧାର କରି ଫେରିଲେ ବାପା

ଭଞ୍ଜନଗର,୬।୧୧(ଡି.ଏନ.ଏ.): ସୁରଟର ଏକ ରାସ୍ତା ଦୁର୍ଘଟଣାରେ ଭଞ୍ଜନଗର ନିକଟସ୍ଥ ଲଣ୍ଡେଇସାହିର ସୁରଜ ବେହେରାଙ୍କ ଜୀବନ ଚାଲିଗଲା ସତ କିନ୍ତୁ ସେ ବଞ୍ଚାଇଦେଲ ଆଉ ୬ଜଣଙ୍କ ଜୀବନ।...

ଭାଉଜଙ୍କୁ ଅସଦାଚରଣ, ଆକ୍ରମଣ ମାମଲା: ଅଭିଯୁକ୍ତ ଗିରଫ

ଦିଗପହଣ୍ଡି, ୮।୭(ବ୍ୟୁରୋ): ଭାଉଜଙ୍କୁ ଅସଦାଚରଣ ଓ ଆକ୍ରମଣ କରିବା ଘଟଣାରେ ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ନିମଖଣ୍ଡିପେଣ୍ଠ ଗ୍ରାମର ଅକ୍ଷୟ କୁମାର କର ଓରଫ...

ନିଶାସକ୍ତ ଯୁବକଙ୍କ ଠେଙ୍ଗା ମାଡ଼ରେ: ମହିଳା ଗୁରୁତର

ସୋରଡ଼ା,୧୨ା୧୦(ଡି.ଏନ.ଏ.)-ସୋରଡ଼ା ବ୍ଲକ ଗୋପାଳପୁର ଶାସନ ହାତିପଡ଼ା ଗ୍ରାମର ବିଦେଶୀ ଗୌଡ଼ଙ୍କ ସ୍ତ୍ରୀ ନୟନୀଙ୍କୁ ଶୁକ୍ରବାର ଜଣେ ନିଶାସକ୍ତ ଯୁବକ ଠେଙ୍ଗାରେ ଆକ୍ରମଣ କରିଛନ୍ତି। ନୟନୀ ଅପରାହ୍ନରେ...

ମହିଳାଙ୍କୁ ଅସଦାଚରଣ ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜଣେ ମହିଳାଙ୍କୁ ଅସଦାଚରଣ ସହ ଗାଳିଗୁଲଜ ହୋଇଥିବା ଥାନାରେ ଅଭିଯାଗ ହୋଇଛି। ମହିଳାଙ୍କ ଏତଲା ଆଧାରରେ ଆଇଆଇସି...

ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୭ା୧୦-ଟ୍ରେନ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଗେଟବଜାର ଚନ୍ଦ୍ରମଣିପେଟା ସାହିର ରବି ବେହେରା (୨୨)। ସରକାରୀ ରେଳପଥ ପୋଲିସ...

କବିସୂର୍ଯ୍ୟନଗର ବ୍ଲକ ପିଇଓ ନିଲମ୍ବିତ

ଛତ୍ରପୁର,୨ା୮(ଡି.ଏନ.ଏ.)- ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ) ଡି. ସନ୍ତୋଷ ପ୍ରଧାନଙ୍କୁ ଗଞ୍ଜାମ ଜିଲାପାଳ ବୁଧବାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ମଦ୍ୟପାନ...

ପଞ୍ଚାୟତ ସମ୍ମୁଖରୁ ଜବରଦଖଲ ହଟିଲା

ବେଗୁନିଆପଡ଼ା,୧ା୯(ଡି.ଏନ.ଏ.)-ଦୀର୍ଘଦିନ ପରେ ଅଙ୍ଗାରଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ଶନିବାର ଜବରଦଖଲ ହଟିଛି। ପୋଲିସ ଓ ପ୍ରଶାସନ ସହାୟତାରେ ଏହା ହଟାଯାଇଛି। ସୁମଣ୍ଡଳଠାରୁ ଶାଳିଆ ଡ୍ୟାମ ପର୍ଯ୍ୟନ୍ତ...

ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଖଲ୍ଲିକୋଟ,୨୨।୭(ଡି.ଏନ.ଏ.)-ଖଲ୍ଲିକୋଟ ଥାନା ମଥୁରା ଓ ଭରସା ଗ୍ରାମ ମଧ୍ୟ ଭାଗରେ ଥିବା ଏକ ବ୍ରିଜ ତଳୁ ସୋମବାର ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ବ୍ରିଜ...

Leave a comment

Your email address will not be published. Required fields are marked *