Posted inଜାତୀୟ

ବିମାନ ଦୁର୍ଘଟଣାରେ ସ୍ବାମୀ ହୋଇଥିଲେ ଶହୀଦ, ଏବେ ବାୟୁସେନାରେ ସାମିଲ ହେବେ ପତ୍ନୀ

ନୂଆଦିଲ୍ଲୀ,୧୫।୭: ୨୦୧୯ ଫେବୃୟାରୀ ୧ ବିମାନ ଦୁର୍ଘଟଣାରେ ଶହୀଦ ହୋଇଥିବା ସ୍କ୍ବାଡନ ଲିଡର ସମୀର ଅବରୋଲଙ୍କ ପତ୍ନୀ ଗରିମା ଅବରୋଲ ଖୁବ୍‌ଶୀଘ୍ର ବାୟୁସେନାରେ ସାମିଲ ହେବାକୁ ଯାଉଛନ୍ତି। ୨୦୨୦ ଜାନୁୟାରୀରେ ସେ ବାୟୁସେନାରେ ସାମିଲ ହେବେ ବୋଲି ଜଣାପଡ଼ିଛି। ସ୍ବାମୀ ଶହୀଦ ହେବା ପରେ ବେଙ୍ଗାଲୁରରେ ରହୁଥିବା ୩୩ ବର୍ଷୀୟା ଗରିମା ବାୟୁସେନାରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ଗରିମା ଏବେ ଫିଜିଓଥେରାପିଷ୍ଟ ସହ ଜୁମ୍ବା ଇନ୍ସପେକ୍ଟର ଅଛନ୍ତି। ସୂଚନାଯୋଗ୍ୟ, ଫେବୃୟାରୀରେ ବେଙ୍ଗାଲୁରରେ ବାୟୁସେନାର ବିମାନ ମିରାଜ-୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସ୍କ୍ବାଡନ ଲିଡର ସମୀର ଓ ପାଇଲଟ ସିଦ୍ଧାର୍ଥ ନେଗୀ ଶହୀଦ ହୋଇଥିଲେ। ଏହି ନିଷ୍ପତ୍ତି ନେଇ ତାଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ବାସ୍ତବରେ ସେନାର ଜୋତା ପିନ୍ଧିବା ପରେ ଜୀବନ କିଭଳି ହୋଇଥାଏ ବୋଲି ସେ ଦେଖିବାକୁ ଚାହୁଁଛନ୍ତି। ଏଥିସହ ସ୍ବାମୀଙ୍କ ଭଳି ସମାନ ପୋଷାକ ପିନ୍ଧିବା ତାଙ୍କର ଲକ୍ଷ୍ୟ ବୋଲି ଗରିମା କହିଛନ୍ତି।


All Right Reserved By

ପିଲାଙ୍କୁ ପଢ଼ାନ୍ତି ପାଠ: ଫି ବଦଳରେ ମାସକୁ ୧୮ ଗଛ ଲଗାଇବାକୁ ଦିଅନ୍ତି ପରାମର୍ଶ

ପାଟନା,୨୭।୫: ବିହାର ବେଗୁସରାଇସ୍ଥିତ ସମସ୍ତିପୁରରେ ଜଣେ ଯୁବକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଏକ ନିଆରା ଢ଼ଙ୍ଗରେ କରୁଛନ୍ତି। ରାଜେଶ କୁମାର ସୁମନ ନାମକ ଜଣେ ଯୁବକ...

ଶର୍ଟସର୍କିଟ୍‌ରୁ ଫ୍ରିଜ୍‌ ଫାଟିଲା:ଖବରଦାତାଙ୍କ ସହ ସ୍ତ୍ରୀ, ମା’ଙ୍କ ମୃତ୍ୟୁ

ଚେନ୍ନାଇ,୨୮।୬:ଏକ ରେଫ୍ରିଜରେଟରରେ ବିସ୍ଫୋରଣ ହେବାରୁ ତାମିଲ ଟିଭି ଚ୍ୟାନେଲ୍‌ର ଖବରଦାତା, ତାଙ୍କ ସ୍ତ୍ରୀ ଓ ମାଆଙ୍କର ମୃତ୍ୟୁ ଘଟିଛି। ବିଦ୍ୟୁତ ଶର୍ଟ ସର୍କିଟରୁ ଏଭଳି ବିସ୍ଫୋରଣ...

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ,୨।୫: ପ୍ରକାଶ ପାଇଛି ସିବିଏସ୍‌ଇ ପରିଚାଳିତ ଦ୍ୱାଦଶ ପରୀକ୍ଷା ଫଳ। ଏଥିରେ ହଂସିକା ଶୁକ୍ଳା ଓ କରିସ୍ମା ଆରୋରା ଯୁଗ୍ମ ଭାବେ ସର୍ବାଧିକ ୪୯୯ ନମ୍ବର...

ବାଚସ୍ପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା ରଖିଛନ୍ତି ୧୪ ବିଦ୍ରୋହୀ ବିଧାୟକ

ମମ୍ବାଇ,୯।୭: କର୍ନାଟକ ମେଣ୍ଟ ସରକାରର ୧୪ ବିଦ୍ରୋହୀ ବିଧାୟକ ପୁଣେରୁ ୯୦ କିଲୋମିଟର ଦୂରରେ ରହି ବାଚସ୍ପତିଙ୍କ ନିଷ୍ପତ୍ତିକୁ ଅପେକ୍ଷା ରଖିଛନ୍ତି। ସେମାନେ ଦେଇଥିବା ଇସ୍ତଫା...

ସୋସିଆଲ ମିଡିଆ ପ୍ରଭାବ: ଲତାଙ୍କ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା ରାନୁଙ୍କ ଭାଗ୍ୟ ବଦଳିଲା, ମିଳୁଛି ଅନେକ ଶୋ’ର ଅଫର୍‌

ମୁମ୍ବାଇ: ଆଜିର ଅତ୍ୟାଧୁନିକ ସମାଜରେ ସୋସିଆଲ ମିଡିଆର ପ୍ରଭାବ ଅଧିକ।ଏଥିରେ କୌଣସି ଘଟଣା ଥରେ ଭାଇରାଲ ହେବା ପରେ ରାତାରାତି ଷ୍ଟାର ପାଲଟିଯାଆନ୍ତି ଅନେକେ। ଏପରି...

ସୋନିଆ-ପ୍ରିୟଙ୍କାଙ୍କ ହେଲିକପ୍ଟରକୁ ଉଡାଇବାକୁ ମନାକଲେ ପାଇଲଟ

ନୂଆଦିଲ୍ଲୀ,୧୩।୬: ଲୋକ ସଭା ନିର୍ବାଚନ ପରେ ପ୍ରଥମ ଥର ଲାଗି ରାୟବରେଲି ପହଞ୍ଚିଥିଲେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ...

ମୋଦି ସରକାରଙ୍କ ବିଦେଶ ନୀତି: ୨ ବର୍ଷରେ ୮୭ ହଜାର ପାକିସ୍ତାନୀ ଏବଂ ୨୩ ଲକ୍ଷ ବାଂଲାଦେଶୀଙ୍କୁ ଭିଜା

ନୂଆଦିଲ୍ଲୀ,୨୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ସମୟରେ ଗତ ୨ ବର୍ଷ ମଧ୍ୟରେ ୮୭ ହଜାର ପାକିସ୍ତାନୀ ଏବଂ ୨୩ ଲକ୍ଷ ବାଂଲାଦେଶୀଙ୍କୁ ଭିଜା ଦିଆଯାଇଛି।...

ଯୋଗ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ୩୦ ହଜାର ଲୋକଙ୍କ ସହ ମିଶି କଲେ ଯୋଗ

ରାଞ୍ଚି, ୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *