ଘରୋଇ କଳହକୁ ନେଇ ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲେ ପୁଅ

ଚୌଦ୍ୱାର, ୧୫।୭(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ କଖଡ଼ି ବଜାର ସାହି ପାଖ ଗୋପୀନାଥ ପଡ଼ାରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ମା’ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ମହିଳା ହେଲେ ସାବି ପ୍ରଧାନ। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପୁଅ ପ୍ରକାଶ ପ୍ରଧାନ ଫେରାର ହୋଇଯାଇଛନ୍ତି।

ସୂଚନାନୁଯାୟୀ, ଉକ୍ତ ସାହିରେ ରହୁଥିବା ସାବି ତାଙ୍କ ପୁତୁରାଙ୍କ ବିବାହରେ ଯୋଗ ଦେବାକୁ ଗୋପୀନାଥ ପଡ଼ା ଯାଇଥିଲେ। ପ୍ରକାଶ ମଧ୍ୟ ତାଙ୍କ ସହ ଯାଇଥିଲେ। ସେଠାରେ କୌଣସି ଘରୋଇ କଳହକୁ ନେଇ ମା’ପୁଅଙ୍କ ମଧ୍ୟେରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରକାଶ ଏକ ଟାଙ୍ଗିଆରେ ତାଙ୍କୁ ହାଣି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


All Right Reserved By Dharitri.Com

ନବଜାତ ଶିଶୁକୁ ମୃତ ଘୋଷଣା କରିଦେଲେ ଡାକ୍ତର: ଫିଙ୍ଗିବାକୁ ନେବା ବେଳେ ଚେତା ଆସିଲା

ଅନୁଗୋଳ ଅଫିସ, ୨୩।୫:  ନବଜାତ ଶିଶୁକୁ ମୃତ ଘୋଷଣା କରିଦେଲେ ନର୍ସିଂହୋମ ଡାକ୍ତର। ଏତିକିରେ ସରି ନ ଥିଲା ପରିବାରର ଦୁଃଖ। ପ୍ରସୂତିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ...

ଭିତରକନିକା ଜାତୀୟ ଉଦ୍ୟାନର କୃତ୍ରିମ ପ୍ରଜନନ କେନ୍ଦ୍ରରେ କୁମ୍ଭୀର ଛୁଆ ଫୁଟିବା ଆରମ୍ଭ

ରାଜନଗର,୧୦।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଭିତରକନିକା ଜାତୀୟ ଉଦ୍ୟାନରେ ୧୯୭୫ ମସିହାରେ ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡ. ଏଚ୍‌ .ଆର୍‌ ବଷ୍ଟାର୍ଡଙ୍କ ଦ୍ୱାରା...

୧୯ରେ ମେଘନାଦ ପାଚେରି ଚତୁଃପାର୍ଶ୍ୱରୁ ଭଙ୍ଗାଯିବ ବେଆଇନ କୋଠା

ପୁରୀ ଅଫିସ, ୧୪ା୮: ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ଶ୍ରୀମନ୍ଦିର। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ କେନ୍ଦ୍ର ଗୋଇନ୍ଦା ବିଭାଗର ଏହି ରିପୋର୍ଟ ପ୍ରଶାସନ ଆଖିରୁ...

ପ୍ରସିଦ୍ଧ ଲକ୍ଷ୍ମୀପୂଜା ଆଦ୍ୟପର୍ବ ଆରମ୍ଭ:ରାଧାଷ୍ଟମୀରେ ଅନୁକୂଳ ହେଲା ମାଟି

ଢେଙ୍କାନାଳ ଅଫିସ, ୭।୯ ପବିତ୍ର ରାଧାଷ୍ଟମୀରେ ମାଟି ଅନୁକୂଳ ସହ ଆରମ୍ଭ ହୋଇଛି ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜାର ଆଦ୍ୟପର୍ବ। ମୀନାବଜାର ଶ୍ରୀଶ୍ରୀ ମଉଡ଼ମଣି ରାଜଲକ୍ଷ୍ମୀ ପୂଜା...

ଦେଶପ୍ରେମର ଗାଥା ଶୁଣାଉଛି ଚଷାଖଣ୍ଡ: ‘ବଳିଷ୍ଠ ଭାରତ ଗଠନ ଥିଲା ବାଘାଯତୀନଙ୍କ ଆଦର୍ଶ’

ବାଲେଶ୍ୱର ଅଫିସ, ୧୦।୯-ବାଲେଶ୍ୱର ଜିଲା ରେମୁଣା ବ୍ଲକ ରକ୍ତତୀର୍ଥ ଚଷାଖଣ୍ଡ ସବୁଦିନ ଦେଶପ୍ରେମର ଗାଥା ଶୁଣାଉଛି। କ୍ରାନ୍ତିବୀର ବାଘାଯତୀନ ଏହି ସ୍ଥାନରେ ବ୍ରିଟିଶ ଫୌଜଙ୍କ ସହ...

ନୂଆଁଗଡ଼ ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ: ଆକ୍ରମଣରେ ଜଣେ ମୃତ, ୫ ଗୁରୁତର

ସୋରଡ଼ା,୧୨।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡା ବ୍ଲକ ନୂଆଁଗଡ଼ ଗ୍ରାମର ଖଦାଳ ସାହିରେ ସୋମବାର ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ସହ ମରଣାତ୍ମକ ଆକ୍ରମଣ ହୋଇଛି। ଏଥିରେ...

ମୋବାଇଲ ଫୋନ ଜରିଆରେ ଲକ୍ଷାଧିକ ଟଙ୍କା ଠକେଇ

ଶେରଗଡ,୨୨ା୧୦(ଡି.ଏନ୍‌.ଏ.)- ଶେରଗଡ ବ୍ଲକ ଚିକିଲି ଗ୍ରାମର ସୁବାସ ଚନ୍ଦ୍ର ପାଢୀଙ୍କ ଆକାଉଣ୍ଟରୁ ଏକ ମୋବାଇଲ ଆପ୍‌ ଜରିଆରେ ୧ଲକ୍ଷ ୧୬ହଜାର ୬୩୦ ଟଙ୍କା ଠକେଇ ହୋଇଥିବା...

ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ବିକାଶ ଲାଗି ୧୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ବିଭିନ୍ନ ଜିଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁଷ୍ଠାନଗୁଡ଼ିକର ବିକାଶ ନିମନ୍ତେ ୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସ୍ବତନ୍ତ୍ର...

Leave a comment

Your email address will not be published. Required fields are marked *