ଘର ଶୁଭ ଦେବା ପୂର୍ବରୁ ଗୃହକର୍ତ୍ତାଙ୍କ ଆତ୍ମହତ୍ୟା

ବାହାନଗା,୧୫।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଜି ପଞ୍ଚାୟତର ୬ ନମ୍ବର ୱାର୍ଡ ପାଳସାହିର ସତ୍ୟବାନ ପାଳ(୫୫) ରବିବାର ରାତିରେ ଘରଠାରୁ ଅଧକିଲୋମିଟର ଦୂର ବାଲିପଦା ବାଡ଼ି ଭିତରେ ଏକ ସିରିଶା ଗଛଡାଳରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଅନନ୍ତପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନାଯୋଗ୍ୟ, ଗତ ରବିବାର ଗୃହକର୍ତ୍ତା ସତ୍ୟବାନ ନିଜର ପୁରୁଣାଘରକୁ ଭାଙ୍ଗି ସେହି ସ୍ଥାନରେ ବ୍ଲକରୁ ମିଳିଥିବା ବିଜୁ ପକ୍କାଘର ନିିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରିଥିଲେ। ତେବେ ସୋମବାର ଘର ଶୁଭ ଦେବାକୁ ଥିବାବେଳେ ରବିବାର ରାତିରେ ସେ ଆତ୍ମହତ୍ୟା କରିବା ନେଇ ସାଧାରଣରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି।


All Right Reserved By

ଦୈସିଂ ପଞ୍ଚାୟତ ପାଇଖାନା ଦୁର୍ନୀତି:୧୫ ମାସ ବିତିଲା, ସରୁନି ତଦନ୍ତ

ଭଦ୍ରକ ଅଫିସ, ୩୧।୫ – ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଦୈସିଂ ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ୫୦ ଲକ୍ଷ ଟଙ୍କାର...

ଗଣତି କାର୍ଯ୍ୟ ଶୃଙ୍ଖଳିତ କରିବାକୁ ତତ୍ପରତା

ବାଲେଶ୍ୱର ଅଫିସ, ୨୨।୫-ସାଧାରଣ ନିର୍ବାଚନ ପରେ ବିଭିନ୍ନ ଗଣମାଧ୍ୟମରେ ଏକଜିଟ୍‌ ପୋଲ ପ୍ରକାଶ ପାଇଥିଲା। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ବଢ଼ି...

ବାଲିଆପାଳର ପରିବା ଚାଷୀ ନିରୁତ୍ସାହିତ

ବାଲିଆପାଳ, ୨୧।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ପନିପରିବା ଚାଷୀ ପ୍ରାକୃତିକ ବିପର୍ଯ୍ୟୟ, ଅଭାବୀ ବିକ୍ରି ଓ ଶୀତଳଭଣ୍ଡାର ଅଭାବ ଆଦି କାରଣରୁ କ୍ରମେ ଚାଷ ଛାଡିବାକୁ...

ଲୁହାସ୍କ୍ରାପ ଚୋରାଚାଲାଣ : ୩ ଗିରଫ, ଟେମ୍ପୋ ଓ ବନ୍ଧୁକ ଜବତ

ବଡ଼ବିଲ,୨୫ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ପୋଲିସ ଝାଡ଼ଖଣ୍ଡକୁ ଚୋରାଚାଲାଣ ହେଉଥିବା ଏକ ଲୁହାସ୍କ୍ରାପ ବୋଝେଇ ଟେମ୍ପୋକୁ ରାଜ୍ୟ ସୀମାନ୍ତରୁ ଜବତ କରିବା ସହ ଘଟଣାରେ...

ସେବାରେ ଲାଗୁନି ମାର୍କୋଣା ଶାଖା ଡାକଘର

ସିମୁଳିଆ, ୨ା୮- କେନ୍ଦ୍ର ସରକାର ଡାକସେବାକୁ ଅଧିକ ଗୁରୁତ୍ୱ ଦେବା ସହିତ ଜନସାଧାରଣଙ୍କ ପାଇଁ ବିଭିନ୍ନ ଲାଭଦାୟକ ଯୋଜନା ପ୍ରଣୟନ କରିଛନ୍ତି| ତେବେ ବିଭାଗୀୟ ଅଧିକାରୀଙ୍କ...

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ : ୪ ମୃତ, ୫ ଗୁରୁତର

ବାରିପଦା ଅଫିସ,୨୮ା୬ : ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଆଗରିଆ ଛକ ନିକଟରେ ଭୁବନେଶ୍ୱରରୁ ବାରିପଦା ଆସୁଥିବା କଳ୍ପନା ନାମକ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ...

କେନାଲରେ ବୁଡ଼ି ୨ ଛାତ୍ର ମୃତ: ବିଦ୍ୟାଳୟରେ ଉତ୍ତେଜନା

ଖଇରା, ୨୬।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଆମ୍ବହତା କେନାଲରେ ବୁଡ଼ି ଶୁକ୍ରବାର ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ରଟିଣା ନୋଡ଼ାଲ...

ଧାମରା ଥାନାରେ ଆଣ୍ଠୁଏ ପାଣି

ଚାନ୍ଦବାଲି, ୨।୭ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଞ୍ଚାୟତର ଶିଳ୍ପକ୍ଷେତ୍ର ଆଦାନୀ ପୋର୍ଟ ନିକଟରେ ନବନିର୍ମିତ ଧାମରା ଥାନା ବର୍ଷାଜଳରେ ଉବୁଟୁବୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *