ଚଳିତ ବିଶ୍ୱକପରେ ବି କେହି ଭାଙ୍ଗିପାରିଲେ ନାହିଁ ସଚିନଙ୍କ ଏହି ରେକର୍ଡ

ଲଣ୍ଡନ,୧୫।୭: ଚଳିତ ବିଶ୍ୱକପରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୬ ବର୍ଷର ରେକର୍ଡ କୌଣସି ବ୍ୟାଟ୍ସମ୍ୟାନ ଭାଙ୍ଗିବାରେ ବିଫଳ ହୋଇଛନ୍ତି । ୨୦୦୩ ବିଶ୍ୱକପରେ ସଚିନ ୬୭୩ ରନ କରିଥିଲେ। ଚଳିତଥରକୁ ମିଶାଇ ଏଯାବତ୍‌ ଚାରୋଟି ବିଶ୍ୱକପ ଖେଳା ଯାଇଥିଲେ ମଧ୍ୟ ତାଙ୍କର ଏହି ରେକର୍ଡକୁ କୌଣସି ବ୍ୟାଟ୍ସମ୍ୟାନ ଭାଙ୍ଗି ପାରି ନାହାନ୍ତି। ଚଳିତ ବିଶ୍ୱକପରେ ଡେଭିଡ ଓ୍ବାର୍ଣ୍ଣର, ରୋହିତ ଶର୍ମା, ଜୋ ରୁଟ ଏବଂ କେନ ୱିଲିୟମ୍ସନ ଏବଂ ସଚିନଙ୍କ ରେକର୍ଡର ପାଖାପାଖି ପହଞ୍ଚିଥିଲେ ମଧ୍ୟ ତାକୁ ଭାଙ୍ଗିପାରି ନ ଥିଲେ। ରୋହିତ ସଚିନଙ୍କ ରେକର୍ଡ ଭାଙ୍ଗିବାକୁ ମାତ୍ର ୨୭ ରନ୍‌ ଆବଶ୍ୟକ କରୁଥିଲାବେଳେ ସେମିଫାଇନାଲରେ ସେ ମାତ୍ର ୧ ରନ କରି ଆଉଟ ହୋଇଥିଲେ। ଭାରତ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲା। ସେହିପରି ଅଷ୍ଟ୍ରେଲିଆ ଓପନର ଡେଭିଡ ଓ୍ବାର୍ଣ୍ଣର ସଚିନଙ୍କ ରେକର୍ଡ ଭାଙ୍ଗିବାକୁ ମାତ୍ର ୩୬ ରନ୍‌ ଆବଶ୍ୟକ ଥିବାବେଳେ ସେ ସେମିଫାଇନାଲରେ ୯ ରନ କରି ଆଉଟ ହୋଇଥିଲେ। ଅଷ୍ଟ୍ରେଲିଆ ବି ସେମିଫାଇନାଲରେ ପରାସ୍ତ ହୋଇ ବିଶ୍ୱକପରୁ ବାଦ୍‌ ପଡିଥିଲା।


All Right Reserved By Dharitri.Com

୧୭ ବର୍ଷରୁ କମ୍‌ ମହିଳା ଫୁଟବଲ: ଲାୟନ୍ସେସ ଚାମ୍ପିୟନ

କଲ୍ୟାଣୀ, ୧୮।୧୧- ଏଠାରେ ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ଚାମ୍ପିୟନଶିପ୍‌ରେ ଲାୟନ୍ସେସ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଏହି ଦଳ ଟାଇଗ୍ରେସେସକୁ...

ବାର୍ଟି ତୃତୀୟ ରାଉଣ୍ଡରେ

ଲଣ୍ଡନ, ୪ା୭ (ଏଏଫ୍‌ପି)-୨୦୧୫ରେ ସେରେନା ଓ୍ବିଲିୟମ୍ସଙ୍କ ପରେ ଆଶଲେ ବାର୍ଟି ଦ୍ୱିତୀୟ ମହିଳା ଖେଳାଳି ହିସାବରେ ସମାନ ବର୍ଷ ଉଭୟ ଫ୍ରେଞ୍ଚ ଓପନ ଏବଂ ଓ୍ବିମ୍ବଲେଡନ...

କୋହଲି ଏକମାତ୍ର ଖେଳାଳି

ନୂଆଦିଲ୍ଲୀ,୧୯।୯: ଭାରତୀୟ ଅଧିନାୟକ ବିରାଟ କୋହଲି ନିଜ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୨ ରନ୍‌ର ଅପରାଜିତ...

ଚଣ୍ଡିଗଡ଼ ନାମରେ କିର୍ତ୍ତୀମାନ

କୋଲକାତା, ୩।୧୨- ସ୍ଥାନୀୟ ଯାଦବପୁର ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଅନୁଷ୍ଠିତ କୁଚ୍‌ ବିହାର ଟ୍ରଫି (୧୯ ବର୍ଷରୁ କମ୍‌)ର ଏକ ମ୍ୟାଚ୍‌ରେ ଚଣ୍ଡିଗଡ଼ ଏକ ଇନିଂସ ଓ...

ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ କ୍ଲାସେନ

ଜୋହାନ୍ସବର୍ଗ, ୧୮।୮ (ପି.ଟି.)- ଟେଷ୍ଟ ସିରିଜ ଖେଳିବା ଲାଗି ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳ ଆସନ୍ତା ଅକ୍ଟୋବରରେ ଭାରତ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଏଥିଲାଗି...

ଇଣ୍ଡିଆନ ଓମେନ୍ସ ଲିଗ୍‌: ଅଂଶଗ୍ରହଣ ପାଇଁ ୧୦୦ରୁ ଊର୍ଦ୍ଧ୍ୱ କ୍ଲବ ଆଗ୍ରହୀ

ନୂଆଦିଲ୍ଲୀ, ୧୦ା୧୨ (ପି.ଟି.)- ଇଣ୍ଡିଆନ ଓମେନ୍ସ ଲିଗ୍‌ରେ ଅଂଶଗ୍ରହଣ ଲାଗି ୧୦୦ରୁ ଊର୍ଦ୍ଧ୍ୱ କ୍ଲବ ଆଗ୍ରହ ପ୍ରକାଶ କରିଛନ୍ତି। ସର୍ବଭାରତୀୟ ଫୁଟବଲ ସଂଘ (ଏଆଇଏଫଏଫ୍‌)ର କାର୍ଯ୍ୟନିର୍ବାହୀ...

ରେସ୍‌ଲିଂ ବିଶ୍ୱ ଚାମ୍ପିୟନଶିପ୍‌: ଭିନେଶ୍‌ଙ୍କ ଟାଇଟଲ୍‌ ଆଶା ମଉଳିଲା

ନୁର୍‌-ସୁଲତାନ (କାଜାଖସ୍ତାନ), ୧୭।୯ (ପି.ଟି.)- ଏଠାରେ ଚାଲିଥିବା ରେସ୍‌ଲିଂ ବିଶ୍ୱ ଚାମ୍ପିୟନଶିପ୍‌ରେ ଷ୍ଟାର୍‌ ଭାରତୀୟ ମହିଳା ରେସ୍‌ଲର ଭିନେଶ ଫୋଗତଙ୍କ ଟାଇଟଲ୍‌ ଜିତିବା ଆଶା ମଉଳି...

ଆଇସିସି ବିଶ୍ୱକପ: ସେମିଫାଇନାଲରେ ଭାରତ

ବର୍ମିଂହାମ,୩।୭(ପି.ଟି.)- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ବିଶ୍ୱକପ୍‌ରେ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଏଜବାଷ୍ଟନ ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ରୋମାଞ୍ଚକ...

Leave a comment

Your email address will not be published. Required fields are marked *