Posted inଖେଳ

ବିଜେତା ଇଂଲଣ୍ଡକୁ ମିଳିଲା ନାହିଁ ଅସଲି ଟ୍ରଫି

ଲଣ୍ଡନ,୧୫।୭:୨୦୧୯ ଆଇସିସି ବିଶ୍ୱକପର ଫାଇନାଲ ମୁକାବିଲା କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସ ପଡିଆରେ ରବିବାର ଶେଷ ହୋଇଛି। ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଷଷ୍ଠ ଦଳ ଭାବେ ବିଶ୍ୱକପ ଚାମ୍ପିୟନ ହୋଇଛି। ଏହା ସହିତ ଦୀର୍ଘ ୨୩ ବର୍ଷ ପରେ ଏକ ନୂଆ ଦଳ ବିଶ୍ୱକପ ଜିତିଛି। ଅନ୍ତିମଥର ଶ୍ରୀଲଙ୍କା ୧୯୯୬ରେ ନୂଆ ଦଳ ଭାବେ ବିଶ୍ୱକପ ଜିତିଥିଲା। କିନ୍ତୁ ଏଥର ବିଶ୍ୱବିଜେତା ଟିମକୁ ଅସଲି ଟ୍ରଫି ମିଳିନାହିଁ। ଆଇସିସି ନିଜ ପାଖରେ ଅସଲି ଟ୍ରଫି ରଖିଥିବାବେଳେ ଉକ୍ତ ଆକୃତିର ଆଉ ଟ୍ରଫି ଇଂଲଣ୍ଡ ଟିମକୁ ଦିଆଯାଇଥିଲା। ବିଶ୍ୱକପ ଟ୍ରଫିର ଓଜନ ୧୧ କିଲୋ। ସୁନା ଏବଂ ଚାନ୍ଦିରେ ଏହାକୁ ନିର୍ମାଣ କରାଯାଇଛି। ଟ୍ରଫି ମଝିରେ ଥିବା ଗ୍ଲୋବଟି ସୁନାରେ ତିଆରି ହୋଇଛି। ୬୦ ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ଏହି ଟ୍ରଫି ପ୍ରଥମେ ୧୯୯୯ରେ ନିର୍ମାଣ କରାଯାଇଥିଲା। ଏହି ମ୍ୟାଚ୍‌ ଜିତିବା ପରେ ଇଂଲଣ୍ଡ ଦଳକୁ ୪୦ ଲକ୍ଷ ଡଲାର ଅର୍ଥାତ୍‌ ୨୮ କୋଟି ଟଙ୍କା ପୁରସ୍କାର ରାଶି ମିଳିଛି। ସେହିପରି ଉପବିଜେତା ନ୍ୟୁଜିଲାଣ୍ଡ ଦଳକୁ ୧୪ କୋଟି ଟଙ୍କା ପୁରସ୍କାର ଦିଆଯାଇଛି। ସେମିଫାଇନାଲରେ ପରାସ୍ତ ହୋଇଥିବା ଭାରତ ଏବଂ ଅଷ୍ଟ୍ରେଲିଆକୁ ୫-୫ କୋଟି ଲେଖାଁଏ ଟଙ୍କା ମିଳିଛି।


All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ୧୪୯ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ନୂଆଦିଲ୍ଲୀ,୩।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ବିଜୟ ପାଇଁ ୧୪୯ ରନ ଟାର୍ଗେଟ ଦେଇଛି ଭାରତ।...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନକୁ ଫେରିଲେ କୋହଲି

ଦୁବାଇ, ୫।୧୨(ପି.ଟି.)- ସୁପରଷ୍ଟାର ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତୀୟ ଅଧିନାୟକ କୋହଲି ଅଷ୍ଟ୍ରେଲିଆ...

ବଶଫାୟାର ରିଲିଫ ମ୍ୟାଚ୍‌ ଖେଳିବେ ଲାରା

ସିଡ୍‌ନୀ,୧।୨- କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ବ୍ରାଏନ ଲାରା ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ କ୍ଷୟକ୍ଷତି ଭରଣ ପାଇଁ ଚ୍ୟାରିଟି ମ୍ୟାଚ୍‌ରେ...

ପିଏସ୍‌ଏ ବିଶ୍ୱ ଚାମ୍ପିୟନଶିପ୍‌ ଘୋଷାଲ ପ୍ରି-କ୍ୱାର୍ଟରରେ

ଦୋହା, ୧୧ା୧୧ (ପି.ଟି.)- ଭାରତର ସୌରଭ ଘୋଷାଲ ଏଠାରେ ଚାଲିଥିବା ପିଏସ୍‌ଏ ପୁରୁଷ ବିଶ୍ୱ ଚାମ୍ପିୟନଶିପ୍‌ରେ ଟାଇଟଲ ହାସଲ କରିଛନ୍ତି। ସେ ଫ୍ରାନ୍ସର ଲୁକାସ ସେରମିଙ୍କୁ...

ଭାଇ-ଭଉଣୀ ଶ୍ରବଣ-ସୋନୀଙ୍କ ସଫଳ ଯାତ୍ରା

ଭୁବନେଶ୍ୱର, ୨୮।୨ (ସ୍ପୋର୍ଟ୍ସ ବ୍ୟୁରୋ)- ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣରେ ମୁମ୍ବାଇ ବିଶ୍ୱବିଦ୍ୟାଳୟର ଯମଜ ଭଗିନୀ ଜ୍ୟୋତି ଓ ଆରତି...

ଆଜି ଇତିହାସ ରଚିଥିଲେ ସଚିନ

ନୂଆଦିଲ୍ଲୀ,୨୪ା୨- ୨୦୧୦ ମସିହା ଫେବୃୟାରୀ ୨୪ ତାରିଖ ଅର୍ଥାତ ଆଜିର ଦିନରେ ସଚିନ ତେନ୍ଦୁଲକର ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ ଫର୍ମାଟରେ ଦ୍ୱିଶତକ ହାସଲ...

ସେହ୍ବାଗ ପାଳିଲେ ଜନ୍ମଦିନ

ନୂଆଦିଲ୍ଲୀ,୨୦।୧୦- ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ ରବିବାର ୪୧ତମ ଜନ୍ମଦିନ ପାଳନ କରିଛନ୍ତି। ନିଜ କ୍ରିକେଟିଂ କ୍ୟାରିୟରରେ ବୋଲରଙ୍କ ଦୁଃସ୍ବପ୍ନ ପାଲଟିଥିବା ସେହ୍ବାଗ ଭାରତ...

ପ୍ରଥମ ଟେଷ୍ଟ: ଶ୍ରୀଲଙ୍କା ସ୍ଥିତି ଦୃଢ଼

ଗାଲେ,୧୮।୮(ପି.ଟି.)- ସ୍ଥାନୀୟ ଗାଲେ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଶ୍ରୀଲଙ୍କା ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ ରୋମାଞ୍ଚକ ମୋଡରେ ପହଞ୍ଚିଛି। ତେବେ ଶ୍ରୀଲଙ୍କା...

Leave a comment

Your email address will not be published. Required fields are marked *