Posted inଜାତୀୟ

ଭାଜପା ନେତାଙ୍କ ଘରୁ ମିଳିଲା ସ୍ବର୍ଣ୍ଣ ପଦକ ବିଜେତା ରେସଲରଙ୍କ ମୃତଦେହ

ଲକ୍ଷ୍ନୌ, ୧୫।୭: ଉତ୍ତର ପ୍ରଦେଶର ଅବଧ ଅଞ୍ଚଳର ମିଡିଆ ପ୍ରଭାରୀ ରୁଖସାନା ନକବୀଙ୍କ ଘରୁ ଜଣେ ସ୍ବର୍ଣ୍ଣ ପଦକ ବିଜେତା ରେସଲର ରେଶମ ସିଂ(୨୬)ଙ୍କ ମୃତଦେହ ମିଳିଛି। ମୃତକଙ୍କ ପରିବାର ଲୋକେ ରୁଖସାନାଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ଏହା ଆତ୍ମହତ୍ୟା ବୋଲି ପୋଲିସ କହିଛି। କିନ୍ତୁ କେଉଁ କାରଣ ପାଇଁ ରେଶମ ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ। ସୂଚନାଯୋଗ୍ୟ, ଶନିବାର ଜଣେ ସାଙ୍ଗ ସହ ଲକ୍ଷ୍ନୌ ଆସିଥିଲେ ରେଶମ। ସେଠାରେ ପହଞ୍ଚିବା ପରେ ତାଙ୍କ ମୋବାଇଲ ହଠାତ୍‌ ଚୋରି ହୋଇଯାଇଥିଲା। ଏନେଇ ସେ ଥାନାରେ ଏତଲା ଦେଇଥିଲେ। ଏହାର ଗୋଟିଏ ଦିନ ପରେ ତାଙ୍କୁ ଫ୍ୟାନ୍‌ରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଭାଜପା ନେତା ରୁଖସାନା ହତ୍ୟା ଖବରକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ରେଶମଙ୍କ ପରିବାର ସହ ତାଙ୍କର ପାରିବାରିକ ସମ୍ପର୍କ ରହିଛି। ତେଣୁ ରେଶମ ତାଙ୍କ ଘରକୁ ବେଳେ ବୁଲିବାକୁ ଆସନ୍ତି। ଗତବର୍ଷ ନେପାଳରେ ଅନୁଷ୍ଠିତ ରେସଲିଂ ପ୍ରତିଯୋଗିତାରେ ରେଶମ ସ୍ବର୍ଣ୍ଣପଦକ ଜିତିଥିଲେ।


All Right Reserved By Dharitri.Com

ସିକ୍କିମ, ଆସାମ, ବିହାରରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୧୨।୭: ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶୁକ୍ରବାର ସିକ୍କିମ, ଆସାମ ଓ ବିହାରରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏହାସହ କୋଙ୍କଣ,...

ସିଏଏକୁ ସମର୍ଥନ ଦେବା ମହଙ୍ଗା ପଡ଼ିଲା: ଦଳରୁ ନିଲମ୍ବିତ ହେଲେ ବିଧାୟିକା

ଭୋପାଳ, ୨୯।୧୨: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆରସି)କୁ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଦୃଢ଼ ବିରୋଧ କରୁଛି। କିନ୍ତୁ...

ସିଆନାଇଡ୍‌ ଦେଇ ପରିବାରର ୬ଜଣଙ୍କୁ ହତ୍ୟା

ଥିରୁଭାନନ୍ଥପୁରମ୍‌,୭ା୧୦: କେରଳର ଜଣେ ମହିଳା ଖାଦ୍ୟରେ ସିଆନାଇଡ୍‌ ଦେଇ ପରିବାରର ୬ ଜଣଙ୍କୁ ହତ୍ୟା କରିଛନ୍ତି। ୧୭ ବର୍ଷ ହେଲା ତାଙ୍କ ପରିବାର ସଦସ୍ୟଙ୍କର ରହସ୍ୟମୟ...

ପୁଲଓ୍ବାମାରେ ପୁଣି ଆଇଇଡି ବିସ୍ଫୋରଣ ପାଇଁ ଆତଙ୍କବାଦୀଙ୍କ ଯୋଜନା: ଗୋଇନ୍ଦା ରିପୋର୍ଟ

ଶ୍ରୀନଗର,୬।୭: ପୁଲଓ୍ବାମାରେ ପୁଣି ଥରେ ବିସ୍ଫୋରଣ ପାଇଁ ଆତଙ୍କବାଦୀ ଯୋଜନା କରିଛନ୍ତି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ପୁଲଓ୍ବାମାରେ...

କଶ୍ମୀରୀ ପଣ୍ଡିତଙ୍କ ମାତୃଭୂମିକୁ ଫେରିବାର ବାଟ ଫିଟିଲା

ନୂଆଦିଲ୍ଲୀ ,୬ା୮(ପି.ଟି.): ୧୯୯୦ରୁ ଉପତ୍ୟକାରୁ ସ୍ଥାନାନ୍ତର ହୋଇଥିବା କଶ୍ମୀରୀ ପଣ୍ଡିତମାନେ ୩୭୦ ଧାରା ଉଚ୍ଛେଦକୁ ପ୍ରଶଂସା କରିଛନ୍ତି। ଏବେ ସମ୍ମାନର ସହ ମାତୃଭୂମିକୁ ଫେରିବାର ବାଟ...

ଢଳିଗଲା ୪ ମହଲା ବିଲ୍ଡିଂ: ଲୋକେ ଆତଙ୍କିତ

ବେଙ୍ଗାଲୁରୁ, ୭-୨:କର୍ନାଟକର ବେଙ୍ଗାଲୁରୁସ୍ଥିତ ବିନାୟକନଗରଠାରେ ଥିବା ଏକ ୪ ମହଲା ବିଲ୍ଡିଂ ବୁଧବାର ହଠାତ୍‌ ଢ଼ଳିଯିବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ। ସଙ୍ଗେ ସଙ୍ଗେ ଘରୁ ସମସ୍ତେ...

୩ ମାସ ପରେ କଶ୍ମୀରରେ ଖୋଲିଲା ସ୍କୁଲ

ଶ୍ରୀନଗର, ୨୦ା୧୧(ପି.ଟି.) : ଦୀର୍ଘ ୩ ମାସ ପରେ ପୁଣି କଶ୍ମୀରରେ ମଙ୍ଗଳବାର ସ୍କୁଲ ଖୋଲିଛି। ୩୭୦ ଅନୁଚ୍ଛେଦ ହଟାଇ ଦିଆଯିବା ପରେ ପରିସ୍ଥିତିକୁ ଦେଖି...

ସ୍ବାଧୀନତା ଦିବସର ୯୨ ମିନିଟ୍‌ର ଭାଷଣ: ପ୍ରଧାନମନ୍ତ୍ରୀ ସର୍ବାଧିକ ୪୭ ଥର ନାଗରିକ ଶବ୍ଦର କଲେ ଉଚ୍ଚାରଣ

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୩ ତମ ସ୍ବାଧୀନତା ଦିବସ ଅବସରରେ ଲାଲ୍‌ କିଲ୍ଲାରୁ ଦେଶ ଉଦ୍ଦେଶ୍ୟରେ ୯୨ ମିନିଟ୍‌ ଭାଷଣ ଦେଇଛନ୍ତି। ଏହି ସମୟରେ...

Leave a comment

Your email address will not be published. Required fields are marked *