Posted inଜାତୀୟ

ଚନ୍ଦ୍ରାୟନ-୨: ଉତ୍‌କ୍ଷେପଣ ୪ ଦିନ ମଧ୍ୟରେ ନ ହେଲେ ୩ ମାସ ପରେ ହେବ

ଶ୍ରୀହରିକୋଟା,୧୫।୭: ଚନ୍ଦ୍ରାୟନ-୨ର ଉତ୍‌କ୍ଷେପଣ ଶେଷ ମୁହୂର୍ତ୍ତରେ ଅଟକି ଯାଇଛି। ଆଗାମୀ ୪ ଦିନ ମଧ୍ୟରେ ଏହାର ଉତ୍‌ କ୍ଷେପଣ କରା ନ ଗଲେ ଏହି କାର୍ଯ୍ୟକ୍ରମ ୩ ମାସ ପରେ ହେବ ବୋଲି କୁହାଯାଉଛି। ଏଥି ପାଇଁ ପୁଣି ନୂଆ ତାରିଖ ଏବଂ ସମୟ ଇସ୍ରୋ ପକ୍ଷରୁ ଘୋଷଣା କରାଯିବ। କ୍ରାୟୋଜେନିକ୍‌ ଇଞ୍ଜିନ୍‌ ଏବଂ ଚନ୍ଦ୍ରାୟନ-୨କୁ ସଂଯୋଗ କରୁଥିବା ଯାନ ମଧ୍ୟରେ ଆବଶ୍ୟକ ଚାପ ସୃଷ୍ଟି ହେଉ ନ ଥିବାରୁ ଏହାର ଉତ୍‌କ୍ଷେପଣରେ ଅସୁବିଧା ଉପୁଜିବାର ଆଶଙ୍କାକୁ ଦୃଷ୍ଟିରେ ରଖି ଶେଷ ମୁହୂର୍ତ୍ତରେ ଏହାକୁ ବନ୍ଦ କରାଯାଇଥିବା କୁହାଯାଉଛି। ଇସ୍ରୋ ବୈଜ୍ଞାନିକ ଏହାର ଉତ୍‌କ୍ଷେପଣ ୪ଦିନ ମଧ୍ୟରେ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ତେବେ ଯଦି ଏପରି ନ ହୁଏ ପରେ ଏହି କାର୍ଯ୍ୟକ୍ରମକୁ ୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବାର ସମ୍ଭାବନା ରହିଛି। ଏହାର ଉତ୍‌କ୍ଷେପଣ ଅକ୍ଟୋବର ୧୦ରୁ ୨୬ ମଧ୍ୟରେ ହେବାର ସମ୍ଭାବନା ରହିଛି। କାରଣ ଏହି ସମୟରେ ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଦୂରତା ୩ ଲକ୍ଷ ୬୧ ହଜାର କିଲୋମିଟର ହେବ। ମାତ୍ର ଏବେ ଏହି ଦୂରତା ୩ ଲକ୍ଷ ୮୪ ହଜାର କିଲୋମିଟର ରହିଛି। ତ୍ରୁଟି ସମ୍ପର୍କରେ ଜାଣିବା ପାଇଁ ପ୍ରଥମେ ରକେଟରେ ଥିବା ଇନ୍ଧନକୁ ବାହାର କରାଯାଇ ଏହାର ପରୀକ୍ଷଣ କରାଯିବ। ଏଥିରେ ଥିବା ତରଳ ଅକ୍ସିଜେନ୍‌ ଓ ହାଇଡ୍ରୋଜେନ୍‌କୁ ମାଇନସ୍‌ ୧୫୬ ଡିଗ୍ରୀ ସେଲସିୟସ୍‌ରେ ରଖାଯିବ। ଏହା ଏକ ଜଟିଳ କାର୍ଯ୍ୟ ହୋଇଥିଲେ ମଧ୍ୟ ଏହାକୁ କରିବା ଅପରିହାର୍ଯ୍ୟ। ଚନ୍ଦ୍ରାୟନ-୨ର ଉତ୍‌କ୍ଷେପଣ ବନ୍ଦ ସମ୍ପର୍କରେ ଯାଞ୍ଚ୍‌ ଆନାଲିସିସ୍‌ କମିଟି କରିବ ବୋଲି କୁହାଯାଉଛି।


All Right Reserved By Dharitri.Com

ଗିନିଜ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇବାକୁ ଏକକାଳୀନ ହଜାରେ ଲୋକ କେଶ ରଙ୍ଗ କଲେ

ଚେନ୍ନାଇ,୧୬।୮: ସ୍ବାଧୀନତା ଦିବସ ଅବସରରେ ଚେନ୍ନାଇର ଚେମ୍ବାରମବାକମ ଅଞ୍ଚଳରେ ଥିବା ଏକ ଷ୍ଟାଡିୟମରେ ୧ହଜାର ଲୋକ ଏକାଠି ହୋଇଥିଲେ। ଏମାନଙ୍କର ଉଦ୍ଦେଶ୍ୟ ଥିଲା ଗିନିଜ ଓ୍ବାର୍ଲଡ...

ଜାମିନ ମିଳିବା ପରେ ହାର୍ଦ୍ଦିକଙ୍କ ସହ ରେସ୍ତୋରାଁ ପହଞ୍ଚିଲେ ରାହୁଲ

ଅହମ୍ମଦାବାଦ,୧୧।୧୦: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଗୁଜରାଟ ଅହମ୍ମଦାବାଦର ଏକ କୋର୍ଟରେ ମାନହାନି ମାମଲାକୁ ନେଇ ହାଜର ହୋଇଥିଲେ। ଏହି ମାମଲାରେ ତାଙ୍କୁ...

ଅପରେଶନ୍‌ ଅଲ୍‌ଆଉଟ୍‌: ହିଟ୍‌ ଲିଷ୍ଟ୍‌ରେ ୧୦ ଆତଙ୍କବାଦୀ

ଶ୍ରୀନଗର,୪।୬: ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରାଇବା ପାଇଁ ନୂଆ ସରକାର ଆରମ୍ଭ କରିଛନ୍ତି ଯୋଜନା। ଏହି ମର୍ମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ...

ନିଜ ହାତରେ ଚା’ ତିଆରି କରି ଲୋକଙ୍କୁ ପରସିଲେ ମମତା

ଦିଘା,୨୨।୮:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ହାତରେ ଚା’ ତିଆରି କରି ସାଧାରଣ ଜନତାଙ୍କୁ ପରସିଛନ୍ତି। ବୁଧବାର ମମତା ଦିଘାରେ ଥିବା ଏକ ଚା’ ଦୋକାନରେ...

ବିଦେଶରେ ସମ୍ମାନ ପାଇବାକୁ ମୋଦି ହକ୍‌ଦାର: ଶଶି ଥରୁର୍‌

ନୂଆଦିଲ୍ଲୀ, ୨୨।୯:ବିଦେଶରେ ସମ୍ମାନ ପାଇବାକୁ ମୋଦି ହକ୍‌ଦାର ବୋଲି କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର କହିଛନ୍ତି। ଯେତେବେଳେ ମୋଦି ଭାରତର ପ୍ରତିନିଧି ହିସାବରେ ବିଦେଶ...

ରାଜ୍ୟ ସଭା: ୧୨ ଟା ପର୍ଯ୍ୟନ୍ତ ଗୃହ ମୁଲତବି

ନୂଆଦିଲ୍ଲୀ,୨୩।୭: କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ସହ କଥା ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ କୁଆଡେ ଅନୁରୋଧ କରିଛନ୍ତି।...

ଦୁର୍ଘଟଣାରେ ୭ ତୀର୍ଥଯାତ୍ରୀ ମୃତ

ଅମରାବତୀ, ୧୬ା୧୦ : ଆନ୍ଧ୍ରପ୍ରଦେଶରେ ଏକ ସଡ଼କ ଦୁର୍ଘଟଣା ଯୋଗୁ କର୍ନାଟକର ୭ ତୀର୍ଥଯାତ୍ରୀ ପ୍ରାଣ ହରାଇଥିବାବେଳେ ୫ ଗୁରୁତର ଥିବା ଜଣାପଡ଼ିଛି। ପୂର୍ବ ଗୋଦାବରୀ...

ବାଘ-ମଣିଷ ଲଢେଇ ରୋକିବ ସୁଗନ୍ଧିତ ଗଛ

ବାଘ-ମଣିଷ ଲଢେଇ ଅଭୟାରଣ୍ୟରେ କିଛିନୂଆ କଥା ନୁହେଁ। ଏମିତି ଲଢେଇ ଉତ୍ତରପ୍ରଦେଶର ପିଲିଭିଟ ବ୍ୟାଘ୍ର ଅଭୟାରଣ୍ୟର ସୀମାରେ ବେଶି ହେଉଛି। ସୀମାବର୍ତ୍ତୀ ଗାଁମାନଙ୍କରେ ଚାଷୀମାନେ ବେଶି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *