ଏଫ୍‌ପିଆଇଙ୍କ ପୁଞ୍ଜି ପ୍ରତ୍ୟାହାର ଧାରା ଜାରି

ନୂଆଦିଲ୍ଲୀ,୧୫-୭: ଜୁଲାଇରେ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର ଧାରା ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୪୯୫୩ କୋଟି ଟଙ୍କା ଉଠାଇ ନେଇଛନ୍ତି। ଚଳିତ ମାସ ୧ରୁ ୧୨ ତାରିଖ ମଧ୍ୟରେ ଏମାନେ ଇକ୍ୱିଟିରୁ ଏହି ପୁଞ୍ଜି ପ୍ରତ୍ୟାହାର କରିଛନ୍ତି। କିନ୍ତୁ ଡେଟ୍‌ ବଜାରରେ ଏମାନେ ୮,୫୦୪.୭୮ କୋଟି ନିବେଶ କରିଛନ୍ତି। ଏହାକୁ ବିଚାର କଲେ, ବିଦେଶୀ ନିବେଶକମାନେ ମୋଟାମୋଟି ଭାବେ ଦେଶର ପୁଞ୍ଜି ବଜାରରେ ୩,୫୫୧ କୋଟି ଟଙ୍କା ନିବେଶ କରିଛନ୍ତି। ଚଳିତ ମାସ ୫ ତାରିଖ ପରଠାରୁ ନିବେଶକମାନେ ୫ ସେସନରେ ପୁଞ୍ଜି ପ୍ରତ୍ୟାହାର ଧାରା ଜାରି ରଖିଛନ୍ତି। ଧନୀ ବ୍ୟକ୍ତିଙ୍କ ଉପରେ ସରକାରଙ୍କ ସରଚାର୍ଜ ଲାଗୁ ହୋଇଛି। ସେହିଭଳି ବିଦେଶୀ ପୁଞ୍ଜି ଯାହା ଟ୍ରଷ୍ଟ ଏବଂ ଏଓପି ଭାବେ ନିବେଶ ହୋଇଥିବ ତାହା ମଧ୍ୟ ଟିକସ ପରିସରରେ ଆସୁଛି।


All Right Reserved By Dharitri.Com

ଏଫ୍‌ପିଆଇଙ୍କ ସରଚାର୍ଜ ପ୍ରତ୍ୟାହାର ନେଇ ବିଚାର

ନୂଆଦିଲ୍ଲୀ,୯-୮: ବଜେଟରେ ସରଚାର୍ଜ ଘୋଷଣା ପରେ ବିଦେଶୀ ନିବେଶକ(ଏଫ୍‌ପିଆଇ) ଦେଶରୁ ନିଜର ନିବେଶ ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି। ଭାରତୀୟ ଷ୍ଟକ୍‌ ବଜାର ପାଇଁ ଏହା...

ଅକ୍ଟୋବର ପରେ ଦରମା ଦେଇପାରିବନି ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨-୭: ଘରୋଇ କ୍ଷେତ୍ରର ଏୟାର ଲାଇନ୍ସ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ ଅର୍ଥ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ବେଳେ ଏବେ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର...

କ୍ଷତିଗ୍ରସ୍ତଙ୍କୁ ସହାୟତା ଲାଗି ଏଏଆଇ, ସିଆଇଆଇର ନିବେଦନ

କଲିକତା,୧୫-୫: ଫନୀ ଦ୍ୱାରା ପୁରୀ,ଖୋର୍ଦ୍ଧା,କଟକ ସମେତ ରାଜ୍ୟର ୧୪ଟି ଜିଲାର ୧୫୯ ବ୍ଳକ, ୧୮୧୬୮ ଗ୍ରାମ, ୫୨ଟି ସହରାଞ୍ଚଳ ଏବଂ ୧.୬୫ କୋଟି ଜନସାଧାରଣ ପ୍ରଭାବିତ...

ପେଟ୍ରୋକେମ୍‌-୨୦୧୯:ଡାଉନ୍‌ଷ୍ଟ୍ରିମ୍‌ କ୍ଷେତ୍ରଗୁଡିକ ବିକାଶ ଉପରେ ଓଡ଼ିଶାର ଗୁରୁତ୍ୱ

ଭୁବନେଶ୍ୱର, ୧୫ା୯(ବ୍ୟୁରୋ)- ଓଡ଼ିଶାରେ ପୁଞ୍ଜିନିବେଶ ସକାଶେ ଗଠିତ ହୋଇଥିବା ପ୍ରତିନିଧିଗଣ କଲିକତାଠାରେ ଭାରତୀୟ ଚେମ୍ବର୍ସ ଅଫ୍‌ କମର୍ସ ତରଫରୁ ଅନୁଷ୍ଠିତ ହୋଇଥିବା ‘ଆଗାମୀ ଭବଷ୍ୟତରେ ପେଟ୍ରୋକେମିକାଲ...

୩ ବର୍ଷର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୩-୧୨: ନଭେମ୍ବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୩ ବର୍ଷର ସର୍ବୋଚ୍ଚ ସ୍ତର ୫.୫୪% ସ୍ତର ଛୁଇଁଛି। ଖାଦ୍ୟ ସାମଗ୍ରୀ ଦର ବଢିବାରୁ ଏଭଳି ସ୍ଥିତି ଉପୁଜିଥିବା...

ପିଏମ୍‌ କେୟାର୍ସ ପାଣ୍ଠିକୁ ଓ୍ବିପ୍ରୋ, ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେଶନ ଦେଲା ୧୧୨୫ କୋଟି

ନୂଆଦିଲ୍ଲୀ, ୨-୪: କୋଭିଡ୍‌ ମୁକାବିଲା ଲାଗି ଅଜିମ୍‌ ପ୍ରେମ୍‌ଜୀ ଫାଉଣ୍ଡେଶନ ଏବଂ ଓ୍ବିପ୍ରୋ ମିଳିତ ଭାବେ ୧୧୨୫ କୋଟି ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଛି।...

ବିଲ୍‌ ନେବା ଲାଗି ଗ୍ରାହକଙ୍କୁ ପ୍ରୋତ୍ସାହନ

ନୂଆଦିଲ୍ଲୀ,୫-୨: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କ୍ଷେତ୍ରରେ ସାମଗ୍ରୀ କ୍ରୟରେ ଦୋକାନରୁ ବିଲ୍‌ ନେବା ଲାଗି ଗ୍ରାହକଙ୍କୁ ସରକାର ଉତ୍ସାହିତ କରିବାକୁ ଏକ ଯୋଜନା...

ଆମେରିକାର ସରକାରୀ ସିକ୍ୟୁରିଟିଜରେ ଭାରତର ନିବେଶ ୬ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୧୯-୮: ଆମେରିକାରେ ଭାରତର ନିବେଶ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସେ ଦେଶର ସରକାରୀ ସିକ୍ୟୁରିଟିଜରେ ଭାରତର ନିବେଶ ୬ ବିଲିୟନ ଡଲାର ବୃଦ୍ଧି ପାଇ...

Leave a comment

Your email address will not be published. Required fields are marked *