ଇଣ୍ଡିଆନ ଅଏଲର ସ୍ବଚ୍ଛତା ପକ୍ଷ

ଭୁବନେଶ୍ୱର,୧୫-୭: ସ୍ବଚ୍ଛତା ପକ୍ଷ ଉପଲକ୍ଷେ ରାଷ୍ଟ୍ରାୟତ୍ତ ଇଣ୍ଡିଆନ ଅଏଲ ପକ୍ଷରୁ ପୁରୀ ବଡଦାଣ୍ଡରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ଅବସରରେ କମ୍ପାନୀ ପକ୍ଷରୁ ଗୁଣ୍ଡିଚା ମନ୍ଦିର, ବଡଦାଣ୍ଡକୁ ସ୍ବଚ୍ଛ ରଖିବାକୁ ପ୍ରୟାସ କରାଯାଇଥିଲା। କମ୍ପାନୀର ମାନବ ସମ୍ବଳ ଏବଂ ସିଏସ୍‌ଆର୍‌ ମହାପ୍ରବନ୍ଧକ ଦେବୀ ପ୍ରସାଦ ଶତପଥୀଙ୍କ ସମେତ ତୈଳ ଉଦ୍ୟୋଗର ବିଭିନ୍ନ ଅଧିକାରୀ ଏବଂ କର୍ମଚାରୀମାନେ ଏହି ସ୍ବଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ। କମ୍ପାନୀର ଏହି ପ୍ରୟାସକୁ ବିଧାୟକ ପ୍ରଶଂସା କରିଥିଲେ। ତେଳ ଉଦ୍ୟୋଗର ଡିଲର, ବିତରକଙ୍କ ସମେତ ୨୦୦ ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ। ମହାପ୍ରବନ୍ଧକ ଶତପଥୀ ପରିବେଶ ସ୍ବଚ୍ଛତାର ଉପାଦେୟତା ଉପରେ ଗୁରୁତ୍ୱାରୋପ କରିଥିଲେ।


All Right Reserved By

ଧନୀଙ୍କଠୁ ଆଦାୟ ହେବ ସରଚାର୍ଜ

ବଜେଟ ୨୦୧୯ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଚ୍ଚୋଟ ଟିକସଦାତାଙ୍କୁ ଧନ୍ୟବାଦ ଦେଇଥିଲେ। ସେମାନେ ଦେଶର ଦାୟିତ୍ୱସମ୍ପନ୍ନ ନାଗରିକ ରୂପେ ଦେଶର ବିକାଶରେ ମୂଲ୍ୟବାନ...

ଏଲ୍‌ଜି ଇଲେକଟ୍ରୋନିକ୍ସର ରିଲିଫ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୨।୫: ଏଲ୍‌ଜି ଇଲେକଟ୍ରୋନିକ୍ସ ପକ୍ଷରୁ ଫନୀ ପ୍ରଭାବିତଙ୍କ ଲାଗି ରିଲିଫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମ୍ପାନୀ ପକ୍ଷରୁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ପାନୀୟ ଜଳ, କ୍ୟାଣ୍ଡେଲ,...

ଓଡିଶାରେ ହୋଇପାରିବ ଦେଶର ପ୍ରମୁଖ ପ୍ଲାଷ୍ଟିକ କ୍ଲଷ୍ଟର

ଭୁବନେଶ୍ୱର,୮-୭(ବ୍ୟୁରୋ): ଦେଶର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ପ୍ଲାଷ୍ଟିକ ଶିଳ୍ପର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ। ଅଟୋଶିଳ୍ପ, ନିର୍ମାଣ, ଇଲେକଟ୍ରୋନିକ୍ସ, ସ୍ବାସ୍ଥ୍ୟସେବା, ବିୟନ, ଏଫ୍‌ଏମ୍‌ସିଜି ଭଳି କ୍ଷେତ୍ର ସହ ପ୍ଲାଷ୍ଟିକ...

ସେୟାର ବଜାରରେ ମୋଦି ଲହର୍‌ ଜାରି: ସେନସେକ୍ସ ୪୦ ହଜାର ଟପିଲା

ନୂଆଦିଲ୍ଲୀ, ୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଟିମ୍‌ ଶପଥ ନେବାର ଦିନକ ପରେ ଭାରତୀୟ ଷ୍ଟକ୍‌ ବଜାରରେ ଖୁସିର ଲହରୀ ଖେଳିଯାଇଛି। ଶୁକ୍ରବାର...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏଆଇବିଓସିର ୧୦ ଲକ୍ଷ

ଭୁବନେଶ୍ୱର,୪-୬: ଫନୀ ପ୍ରଭାବିତଙ୍କୁ ସହାୟତା ଲାଗି ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେଶନ (ଏଆଇବିଓସି) ପକ୍ଷରୁ ୧୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି।...

ପତଞ୍ଜଳି ହାତକୁ ଯିବ ରୁଚି ସୋୟା

ନୂଆଦିଲ୍ଲୀ,୨୭-୭: ବାବା ରାମଦେବଙ୍କ ନେତୃତ୍ୱରେ ପରିଚାଳିତ ପତଞ୍ଜଳି ଗ୍ରୁପ୍‌ ଖାଦ୍ୟ ତେଲ କମ୍ପାନୀ ରୁଚି ସୋୟାର ମାଲିକ ହେବାକୁ ଯାଉଛି। ରାଷ୍ଟ୍ରୀୟ କମ୍ପାନୀ ନ୍ୟାୟାଧିକରଣ(ଏନ୍‌ସିଏଲ୍‌ଟି) ରୁଚି...

ବ୍ରାଣ୍ଡ ଫ୍ୟାକ୍ଟ୍ରିରେ ରେଡ ଜୋନ ସେଲ୍‌

ଭୁବନେଶ୍ୱର,୧୫-୭: ବ୍ରାଣ୍ଡ ଫ୍ୟାକ୍ଟ୍ରି ପକ୍ଷରୁ ରେଡ୍‌ ଜୋନ୍‌ ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଷ୍ଟୋରରେ ସାରା ବର୍ଷ ବିଭିନ୍ନ ଅଫର ପ୍ରଦାନ କରାଯାଉଛି। ରେଡ୍‌ ଜୋନ୍‌...

ବଢ଼ିଲା ଅନିଲ ଅମ୍ବାନୀଙ୍କ ଅଡୁଆ: ୧୫ ହଜାର କୋଟି ଦାବି କଲେ ଚାଇନାର ବ୍ୟାଙ୍କ ସମୂହ

ନୂଆଦିଲ୍ଲୀ,୧୯-୬ – ଋଣରେ ବୁଡି ରହିଥିବା ଅନିଲ ଅମ୍ବାନୀଙ୍କ ଅଡୁଆ କମିବାର ନାଁ ଧରୁନି। ମିଡିଆ ରିପୋର୍ଟ ଅନୁଯାୟୀ, ଚାଇନା ଡେଭଲପ୍‌ମେଣ୍ଟ ବ୍ୟାଙ୍କ, ଇଣ୍ଡଷ୍ଟ୍ରିଆଲ ବ୍ୟାଙ୍କ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *