Posted inଜାତୀୟ

ନାଗରାଜଙ୍କୁ ମନାଇବାରେ ମେଣ୍ଟ ବିଫଳ

ବେଙ୍ଗାଲୁରୁ/ମୁମ୍ବାଇ,୧୫ା୭(ପି.ଟି.): ବିଦ୍ରୋହୀ କଂଗ୍ରେସ ବିଧାୟକ ଏମ୍‌.ଟି.ବି. ନାଗରାଜଙ୍କୁ ମନାଇବାରେ କର୍ନାଟକର ଶାସକ ମେଣ୍ଟ ନେତାମାନେ ବିଫଳ ହୋଇଛନ୍ତି। ରବିବାର ନାଗରାଜ ମୁମ୍ବାଇ ପଳାଇଯିବା ସହ ଇସ୍ତଫା ପ୍ରତ୍ୟାହାର କରିବା ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ପଦରୁ ଏଚ୍‌.ଡି. କୁମାରସ୍ବାମୀ ତୁରନ୍ତ ଇସ୍ତଫା ଦେବା ପାଇଁ ଭାଜପା ଦାବି କରିଛି।
ନାଗରାଜ ଓ ଅନ୍ୟ ବିଦ୍ରୋହୀ ବିଧାୟକମାନଙ୍କୁ ମନାଇ ଦଳକୁ ଫେରାଇ ଆଣିବା ଲାଗି ଶନିବାର କଂଗ୍ରେସ ଓ ଜେଡିଏସ୍‌ ତରଫରୁ ଜୋରଦାର ଉଦ୍ୟମ ହୋଇଥିଲା। କେ. ସୁଧାକରଙ୍କ ସହ ଆଲୋଚନା ପରେ ନାଗରାଜ ତାଙ୍କ ଇସ୍ତଫା ସମ୍ପର୍କରେ ପୁନର୍ବିଚାର କରିବେ ବୋଲି ସୂଚନା ଦେଇଥିଲେ। ଏହାର କିଛି ସମୟ ପରେ ନାଗରାଜ ମୁମ୍ବାଇ ଯିବା ଲାଗି ଚାର୍ଟାର୍ଡ ବିମାନ ଧରିଥିଲେ। ମୁମ୍ବାଇରେ ପହଞ୍ଚତ୍ବା ପରେ ଇସ୍ତଫା ପ୍ରତ୍ୟାହାର କରିବା ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ଇସ୍ତଫା ଦେଇଥିବା ସବୁ ବିଧାୟକ ଏକାଠି ଅଛନ୍ତି ଏବଂ ସେମାନେ ନିଷ୍ପତ୍ତିରେ ଅଟଳ ବୋଲି ନାଗରାଜ କହିଛନ୍ତି। ତାଙ୍କ ସହିତ ଭାଜପାର ବରିଷ୍ଠ ନେତା ଆର୍‌. ଅଶୋକ ଆସିଥିବା ଖବରକୁ ସେ ଖଣ୍ଡନ କରିବା ସହ ସେମାନଙ୍କ ଇସ୍ତଫା ପଛରେ ଗୈରିକ ଦଳର କୌଣସି ଭୂମିକା ନ ଥିବା କହିଛନ୍ତି। ଦିଲ୍ଲୀରେ ଥିବା ସୁଧାକର ମୁମ୍ବାଇ ଆସି ଅନ୍ୟ ବିଦ୍ରୋହୀ ବିଧାୟକମାନଙ୍କ ସହ ଯୋଗଦେବେ ବୋଲି ନାଗରାଜ କହିଛନ୍ତି।
ରାଜ୍ୟର ମେଣ୍ଟ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବାରୁ କୁମାରସ୍ବାମୀ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ କିମ୍ବା ସୋମବାର ଆସ୍ଥାଭୋଟ ଲୋଡନ୍ତୁ ବୋଲି ରାଜ୍ୟ ଶାଖା ଭାଜପା ପକ୍ଷରୁ ଦାବି କରାଯାଇଛି। ଯଦି ମୁଖ୍ୟମନ୍ତ୍ରୀ ସଚ୍ଚୋଟ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମର୍ଯ୍ୟାଦା ଦେଉଥାନ୍ତି ତେବେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ରାଜ୍ୟ ଭାଜପା ମୁଖ୍ୟ ବି.ଏସ୍‌. ୟେଦ୍ୟୁରପ୍ପା କହିଛନ୍ତି। କଂଗ୍ରେସ ଓ ଜେଡିଏସ୍‌ର ୧୬ ବିଧାୟକ ଇସ୍ତଫା ଦେଇସାରିଛନ୍ତି। ଏଥିସହିତ ଦୁଇ ସ୍ବାଧୀନ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇ ଭାଜପାକୁ ସମର୍ଥନ ଜଣାଇଛନ୍ତି। ତେଣୁ କୁମାରସ୍ବାମୀ ତୁରନ୍ତ ଆସ୍ଥାଭୋଟ ଲୋଡିବାକୁ ୟେଦ୍ୟୁରପ୍ପା ଆହ୍ବାନ ଦେଇଛନ୍ତି। ଏହା ସତ୍ତ୍ୱେ ମେଣ୍ଟ ସରକାର ଆସ୍ଥାଭୋଟ ଜିତିବ ବୋଲି କଂଗ୍ରେସ ନେତା ଡି.କେ. ଶିବକୁମାର ଆଶାବାଦୀ ଅଛନ୍ତି। ବିଦ୍ରୋହୀ ବିଧାୟକମାନଙ୍କ ଦାବି ପୂରଣ କରିବା ଲାଗି କଂଗ୍ରେସ ଆଗ୍ରହୀ ଏବଂ ସେମାନେ ଦଳକୁ ଫେରିଆସିବେ ବୋଲି ଶିବକୁମାର କହିଛନ୍ତି। ବିଧାୟକମାନେ କଂଗ୍ରେସ ଟିକେଟରେ ଜିତିଥିଲେ। ସେମାନେ ଆସ୍ଥାଭୋଟ ବିପକ୍ଷରେ ଭୋଟ ଦେଲେ ଗୃହର ସଦସ୍ୟତା ହରାଇବେ ବୋଲି ଶିବକୁମାର ସତର୍କ କରାଇଦେଇଛନ୍ତି।


All Right Reserved By

ବିଶ୍ୱ ଜନସଂଖ୍ୟା ଦିବସ: ୮ ବର୍ଷ ପରେ ଭାରତରେ ଦେଖାଯିବ ଜଳ ସଙ୍କଟ

ନୂଆଦିଲ୍ଲୀ,୧୧।୭: ସାରା ବିଶ୍ୱ ଜୁଲାଇ ୧୧କୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରୁଛି। ପ୍ରଥମେ ଏହା ୧୯୮୯ରେ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ଗର୍ଭନିଂ କାଉନସିଲ୍‌...

ପାକିସ୍ତାନକୁ ଉପରାଷ୍ଟ୍ରପତିଙ୍କ କଡା ବାର୍ତ୍ତା: ଭାରତ ଆକ୍ରମଣ କରେନି, କିନ୍ତୁ ନିଜ ସାର୍ବଭୌମତ୍ୱ ସହ ବୁଝାମଣା କରିବ ନାହିଁ

ନୂଆଦିଲ୍ଲୀ,୬।୯:ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡିଛି ପାକିସ୍ତାନ। ଭାରତ ସହ ଯୁଦ୍ଧ କରିବାକୁ ଧମକ ଦେଉଛି। ପାକିସ୍ତାନର ଏଭଳି ମନ୍ତବ୍ୟ ଉପରେ କଡ଼ା...

କେଜରିଓ୍ବାଲଙ୍କ ଘର ସମ୍ମୁଖରେ ଭାଜପା କର୍ମକର୍ତ୍ତାଙ୍କ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ,୨୬।୯: ନ୍ୟାସନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆରସି)କୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦେଇଥିବା ବୟାନକୁ ନେଇ ଭାଜପା ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି। ଏନେଇ...

ଦାରିଦ୍ର୍ୟ ଯୋଗୁ ନିଜ ପିଲାଙ୍କୁ ବନ୍ଧା ରଖି ଋଣ ଆଣୁଛନ୍ତି ଲୋକେ

ଶିବପୁରୀ,୯।୮: ଉତ୍ତର ପ୍ରଦେଶ ଶିବପୁରୀ ଜିଲାର ମୁଧେନି ଗାଁରେ ଦାରିଦ୍ର୍ୟତାର ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି। ଏହି ଗାଁର ଲୋକେ ମେଷପାଳକଙ୍କ ପାଖରେ ନିଜ...

ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ କମଲନାଥଙ୍କ ଭଣଜା ଫେରାର

ନୂଆଦିଲ୍ଲୀ,୨୭।୭: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ ପୁରୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ହାଜତରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ମାମଲାରେ ରତୁଲ ପୁରୀଙ୍କୁ ଇଡି...

୨ ଦିନ ପରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ପୁଞ୍ଚ୍‌ରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୧୫।୧୦: ପାକିସ୍ତାନ ୨ ଦିନ ଚୁପ୍‌ ରହିବା ପରେ ଜମ୍ମୁ-କଶ୍ମୀର ପୁଞ୍ଚ୍‌ ଜିଲାରେ ମଙ୍ଗଳବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ପୂର୍ବାହ୍ନ...

ରେଲଓ୍ବେ ଟିକେଟରେ ମୋଦିଙ୍କ ଫଟୋ:୨ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ,୧୬।୪: ନିର୍ବାଚନ ପ୍ରଚାରକୁ ନେଇ ନିର୍ବାଚନ ଆୟୋଗ କଠୋର ହେଉଥିବା ବେଳେ ସୋମବାର କେତେଜଣ ନେତାଙ୍କ ପ୍ରଚାର ଉପରେ କଟକଣା ଲଗାଇଛନ୍ତି। ଇତିମଧ୍ୟରେ ଭାରତୀୟ ରେଳ...

ଭାଇଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରତିକ୍ରିୟା ରଖିଲେ ମାୟାବତୀ: ପ୍ରଥମେ ନିଜ ୨ହଜାର କୋଟିର ହିସାବ ଦେଉ ଭାଜପା

ଲକ୍ଷ୍ନୌ,୧୯।୭: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ମୁଖ୍ୟ ସୁଶ୍ରୀ ମାୟାବତୀଙ୍କ ଭାଇ ତଥା ଦଳର ଉପାଧ୍ୟକ୍ଷ ଆନନ୍ଦ କୁମାରଙ୍କ ଘରେ ଆୟକର ବିଭାଗର ଚଢ଼ାଉ। ଗୁରୁବାର ଆନନ୍ଦ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *