ବିଜେଡି ଏମ୍‌ପିଙ୍କୁ ନବୀନଙ୍କ ଚିଠି : ରାଜ୍ୟବାସୀଙ୍କ ଶ୍ରଦ୍ଧାଭାଜନ ହେବାକୁ ପରାମର୍ଶ

ଭୁବନେଶ୍ୱର,୧୫ା୭(ବ୍ୟୁରୋ) : ବିଧାୟକ ଓ ମନ୍ତ୍ରୀମାନଙ୍କୁ ଶୃଙ୍ଖଳା ଓ ଉତ୍ତରଦାୟିତ୍ୱର ପାଠ ପଢ଼ାଇବା ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଲୋକ ସଭା ଏବଂ ରାଜ୍ୟ ସଭା ସଦସ୍ୟମାନଙ୍କୁ ରବିବାର ପତ୍ର ଲେଖି ଅନେକ ପରାମର୍ଶ ଦେଇଛନ୍ତି। ଏମ୍‌ପିମାନେ ନିଜର ସଂସଦୀୟ ଦାୟିତ୍ୱ ନିର୍ବାହ କରିବା ସହ ନିଜ ନିଜ ଅଞ୍ଚଳ ବୁଲି ଲୋକଙ୍କ କାର୍ଯ୍ୟ କରୁଛନ୍ତି। ସେମାନେ ଆସନ୍ତା ଅଗଷ୍ଟ ମାସରୁ ପ୍ରତି ଦୁଇ ମାସରେ ଥରେ ୧୦ ତାରିଖ ସୁଦ୍ଧା ନିଜ ରିପୋର୍ଟ କାର୍ଡ ଲିଖିତଭାବେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ରିପୋର୍ଟଗୁଡ଼ିକର ସମୀକ୍ଷା କରାଯିବା ସହ ମୁଖ୍ୟମନ୍ତ୍ରୀ ଏମ୍‌ପିମାନଙ୍କୁ ପରାମର୍ଶ ଦେବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି।
ଏତଦ୍‌ବ୍ୟତୀତ ବିଜେଡି ସଭାପତି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟବାସୀଙ୍କ ଆଶା, ଆକାଂକ୍ଷା ପୂରଣ ତଥା ସ୍ବାର୍ଥ, ସ୍ବାଭିମାନ ପାଇଁ ଦଳର ନିରନ୍ତର ପ୍ରୟାସ ହିଁ ବିଜେଡିକୁ ୫ମଥର ପାଇଁ କ୍ଷମତାସୀନ କରାଇଛି। ଲୋକ ସଭାରେ ମଧ୍ୟ ରାଜ୍ୟରୁ ବିଜେଡି ସର୍ବାଧିକ ଆସନରେ ବିଜୟୀ ହୋଇଛି। ତେଣୁ ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ବିଜେଡିର ଉତ୍ତରଦାୟିତ୍ୱ ସର୍ବାଧିକ ବୋଲି ନବୀନ କହିଛନ୍ତି।
ନିର୍ବାଚନ ପରେ ଦଳୀୟ ଏମ୍‌ପିମାନଙ୍କ ସହ ବିଜେଡି ସଭାପତି ଆଲୋଚନା କରିଥିଲେ। ଏହି ସମୟରେ ରାଜ୍ୟର ସ୍ବାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ପାର୍ଲାମେଣ୍ଟରେ ଉପସ୍ଥାପନ କରିବା ପାଇଁ ସଦସ୍ୟଙ୍କ ଆଗ୍ରହ ଓ ପ୍ରତିବଦ୍ଧତା ତାଙ୍କୁ ଆନନ୍ଦିତ କରିଥିବା ନବୀନ କହିଛନ୍ତି। ଗତ ଲୋକ ସଭା ନିର୍ବାଚନରେ ପ୍ରଥମଥର ପାଇଁ ଦଳ ପକ୍ଷରୁ ଏକତୃତୀୟାଂଶ ଲୋକ ସଭା ଆସନରେ ମହିଳାଙ୍କୁ ପ୍ରାର୍ଥୀ କରାଯାଇଥିଲା। ରାଜ୍ୟବାସୀ ମଧ୍ୟ ଦଳର ଏହି ନିଷ୍ପତ୍ତିକୁ ସମ୍ମାନ ଦେଇ ବିପୁଳ ସମର୍ଥନ କରିଥିଲେ। ମହିଳା ପ୍ରାର୍ଥୀମାନେ ପାର୍ଲାମେଣ୍ଟରେ ନିଜ ପ୍ରଥମ ପଦାର୍ପଣରେ ରାଜ୍ୟବାସୀଙ୍କ ସ୍ବାର୍ଥ ଯେଭଳି ଭାବେ ଉପସ୍ଥାପିତ କରିଛନ୍ତି, ତାହା ତାଙ୍କୁ ବେଶ୍‌ ପ୍ରଭାବିତ କରିଥିବା ନବୀନ କହିଛନ୍ତି। ଉଭୟ ରାଜ୍ୟ ସଭା ଓ ଲୋକ ସଭାରେ ଅଭିଜ୍ଞ ଏବଂ ନବାଗତଙ୍କ ଉପଯୁକ୍ତ ସନ୍ତୁଳନ ରହିଛି। ଏହା ମହିଳା, ଯୁବକ, ସଂରକ୍ଷିତ ବର୍ଗଙ୍କ ସ୍ବାର୍ଥ ସହ ରାଜ୍ୟର ସାମଗ୍ରିକ କଲ୍ୟାଣ ଏବଂ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗର ସମାଧାନ ବାଟ ଖୋଜିବାରେ ସହାୟକ ହେବ ବୋଲି ବିଜେଡି ସଭାପତି ଆଶାବ୍ୟକ୍ତ କରିଛନ୍ତି। ସେହିଭଳି ଏମ୍‌ପିମାନେ କିଭଳି କାର୍ଯ୍ୟ କଲେ, ରାଜ୍ୟର ସ୍ବାର୍ଥ ଓ ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ନିଜକୁ ପୂର୍ଣ୍ଣପ୍ରାଣରେ ଉତ୍ସର୍ଗ କରାଯାଇପାରିବ, ସେ ଦିଗରେ ସେ ନିର୍ଦ୍ଦିଷ୍ଟ ମତାମତ ରଖିବେ ବୋଲି ବିଜେଡି ସଭାପତି କହିଛନ୍ତି। ଏମ୍‌ପି ଭାବେ ସଫଳ ହେବା ସହ ଓଡ଼ିଆ ଜନସାଧାରଣଙ୍କ ଶ୍ରଦ୍ଧାଭାଜନ ହେବା ପାଇଁ ନବୀନ ପଟ୍ଟନାୟକ କାମନା କରିଛନ୍ତି।


All Right Reserved By

୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଜୋର୍‌ ଧରିଲା: ନିର୍ଭୁଲ ମାର୍କିଂ ପାଇଁ ଡିଜିପିଏସ୍‌ ସର୍ଭେ;ଖୋଲିଲା କଣ୍ଟ୍ରୋଲ ରୁମ୍‌, ସିଧା ସଳଖ କଥା ହେବେ କ୍ଷତିଗ୍ରସ୍ତ

ପୁରୀ ଅଫିସ, ୧୭ା୯: ଶ୍ରୀମନ୍ଦିର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରୀଠାରୁ ୭୫ ମିଟର ମଧ୍ୟରେ ଥିବା ମଠ, ହୋଟେଲ, ଲଜିଂ, ଧର୍ମଶାଳା, ଦୋକାନ...

ଅଭିଜ୍ଞଙ୍କ ଭିତରେ ଅନେକ ନୂଆ ମୁହଁ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ୧୧୨ ବିଧାନସଭା ଆସନରେ ବିଜୟୀ ହୋଇ ପଞ୍ଚମଥର ଲାଗି ରାଜ୍ୟରେ ସରକାର ଗଠନ କରିଛି। ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ...

ପଟ୍ଟାଙ୍ଗିରେ ବିଜେଡିର ପ୍ରୀତମ ପାଢ଼ୀ ଆଗୁଆ

କୋରାପୁଟ,୨୩ା୫(ସ୍ବ.ପ୍ର.): ପଟ୍ଟାଙ୍ଗି ବିଧାନସଭା ଆସନରେ ୩ଟି ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ପ୍ରୀତମ ପାଢ଼ୀ ପ୍ରଥମ ରାଉଣ୍ଡରେ ୨୦୯୭, ଦ୍ୱିତୀୟ ରାଉଣ୍ଡରେ ୪୫୬୩...

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦସ୍ତଖତ ଅଭିଯାନ

ଭଦ୍ରକ ଅଫିସ, ୧୮।୯ : ଭଦ୍ରକ ଜିଲା ଯାଦବ ଓ ଯୁବ ଯାଦବ ମହାସଭା ପକ୍ଷରୁ ବୁଧବାର ତୃତୀୟ ଥର ପାଇଁ ଆରଡ଼ି ଛକଠାରେ ମେଡିକାଲ...

ରାଜ୍ୟ ସରକାରଙ୍କ ଘୋଷଣାକୁ ଗଜପତି ମହାରାଜାଙ୍କ ସ୍ବାଗତ: ଐତିହ୍ୟ, ପରମ୍ପରାକୁ ଦୃଷ୍ଟିରେ ରଖାଯାଉ

ପୁରୀ ଅଫିସ, ୨୫।୮: ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଘୋଷଣା କରିଛନ୍ତି। ଏହି ଘୋଷଣାକୁ ସ୍ବାଗତ କରିଛନ୍ତି ଗଜପତି...

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ୬ ଜଣ ଏ ଓ୍ବାନ୍‌ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ

ଚଣ୍ଡିଖୋଲ,୨୧ା୫(ଡି.ଏନ.ଏ.)- ମାଟ୍ରିକ ପରୀକ୍ଷା ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ବଡ଼ଚଣା ବ୍ଲକ ଅଞ୍ଚଳରୁ ୬ ଜଣ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି ଏ ଓ୍ବାନ୍‌...

ମୋଟର ଯାନ ଆଇନ ଉଲ୍ଲଂଘନ : ଜରିମାନା ଆଦାୟରେ ଆଗରେ ଓଡ଼ିଶା

ଭୁବନେଶ୍ୱର,୬।୯ (ବ୍ୟୁରୋ) : ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ସେପ୍ଟେମ୍ବର ୧ରୁ ସାରା ଦେଶରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ବହୁଗୁଣା ଜରିମାନା...

କୌଶଳ ଶିକ୍ଷା ନାଁରେ ଶୋଷଣ ଅଭିଯୋଗ: ଯୁବତୀଯୁବକ କଲେକ୍ଟୋରେଟରେ ହାଜର; ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡା ଅଫିସ,୨୮ା୮: ଦିନକୁ ଦିନ ଜିଲାରେ ବେରୋଜଗାର ଯୁବତୀଯୁବକଙ୍କ ସଂଖ୍ୟା ବଢିଚାଲିଥିବାବେଳେ ଏହାର ସୁଯୋଗ ନେଇ ବାହାରୁ ବିଭିନ୍ନ ନାଁରେ ସଂସ୍ଥାଗୁଡିକ ଡେରା ପକାଇ କୌଶଳ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *