Posted inଜାତୀୟ

ଜୀବନ ନେଉଛି ଜଳପ୍ରଳୟ

ନୂଆଦିଲ୍ଲୀ/କାଠମାଣ୍ଡୁ/ଢାକା,୧୫ା୭: ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ। କିଛିଦିନ ତଳେ ମୌସୁମୀର ଆଗମନ ପୂର୍ବରୁ ପାଣି ପାଇଁ ହାହାକାର ହେଉଥିବା ଲୋକେ ଏବେ ଲଗାତର ବର୍ଷାରେ ଉବୁଟୁବୁ ହେଉଛନ୍ତି। ମହାରାଷ୍ଟ୍ରରେ ବର୍ଷାବିତ୍ପାତ ଅନେକ ଲୋକଙ୍କ ଘର ଉଜାଡ଼ି ଦେଇଥିବାବେଳେ ଉତ୍ତରରୁ ଉତ୍ତର-ପୂର୍ବ ଯାଏ ଏହାର କରାଳ ରୂପ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ଓ ବିହାର ସମେତ ଆସାମ, ତ୍ରିପୁରା ଏବଂ ମିଜୋରାମ ସବୁଠି ତାଣ୍ଡବ ରଚିଛି ପ୍ରଳୟଙ୍କରୀ ବନ୍ୟା। ଆସାମରେ ୭୨ ଘଣ୍ଟା ମଧ୍ୟରେ ଅନୂ୍ୟନ ୧୧ ଜଣଙ୍କ ଜୀବନ ଯାଇଥିବାବେଳେ ୧୪ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ବିହାର, ଉତ୍ତରାଖଣ୍ଡ, ତ୍ରିପୁରା ଓ ମିଜୋରାମ କଥା ନ କହିବା ଭଲ। ସେପଟେ ପଡ଼ୋଶୀ ନେପାଳ ଓ ବାଂଲାଦେଶର ଅନେକ ଅଞ୍ଚଳକୁ ମଧ୍ୟ ବନ୍ୟାଜଳ ମାଡ଼ିଯାଇ ଚିନ୍ତା ବଢ଼ାଇଦେଇଛି।
ହିମାଳୟରୁ ପ୍ରବାହିତ ବ୍ରହ୍ମପୁତ୍ର ନଦୀରେ ପ୍ରବଳ ବନ୍ୟା ଆସିଛି। ବାଂଲାଦେଶରେ ଲଗାଣ ବର୍ଷା ବ୍ରହ୍ମପୁତ୍ରକୁ ଫୁଲେଇ ଦେଇଛି। ସେଠାରେ ବର୍ଷା ଓ ବନ୍ୟା ଯୋଗୁ ୫,୦୦୦ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଶିବିର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ଏହି ନଦୀ ଜଳ ପ୍ରବାହରେ ଆସାମର ୧,୮୦୦ରୁ ଊର୍ଦ୍ଧ୍ୱ ଗ୍ରାମ ଧୋଇ ହୋଇଯାଇଛି। ୩୨ ଜିଲାରୁ ୨୫ ଜିଲାର ବିଭିନ୍ନ ସ୍ଥାନରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ୩ ଦିନ ମଧ୍ୟରେ ୧୧ ଜଣ ଭାସିଯାଇ ପ୍ରାଣ ହରାଇଛନ୍ତି। ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ଆସନ୍ତା ୩ ଦିନ ଧରି ଆହୁରି ପ୍ରବଳ ବର୍ଷା ହେବ ବୋଲି କୁହାଯାଉଛି। କାଜିରଙ୍ଗା ଜାତୀୟ ଉଦ୍ୟାନର ୭୦% ଜଳମଗ୍ନ ହୋଇଯାଇଥିବାରୁ ଜୀବଜନ୍ତୁଙ୍କୁ ସ୍ଥଳଭାଗକୁ ନିଆଯାଇଛି। ଏହାସହ ଜଙ୍ଗଲ ଅଧିକାରୀମାନଙ୍କ ଛୁଟି ବାତିଲ କରିଦିଆଯାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ସ୍ଥିତି ସମୀକ୍ଷା କରି ଆସାମକୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ଘୋଷଣା କରିଛନ୍ତି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌) ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋର୍‌ଦାର କରାଯାଇଥିବାବେଳେ ବନ୍ୟା ପ୍ରଭାବିତ ଅଞ୍ଚଳରେ ୬୮ଟି ରିଲିଫ୍‌ କ୍ୟାମ୍ପରେ ୨୦ ହଜାରରୁ ଊର୍ଦ୍ଧ୍ୱ ଆଶ୍ରୟ ନେଇଛନ୍ତି। ଟ୍ରେନ୍‌ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ପଡ଼ୋଶୀ ତ୍ରିପୁରା ଓ ମିଜୋରାମରେ ବନ୍ୟା ଯୋଗୁ ୧୫ ହଜାର ଲୋକଙ୍କୁ ସୁରକ୍ଷିତ ଶିବିରକୁ ସ୍ଥାନାନ୍ତର କରାଯାଇଛି। ସରକାରୀ ଅଧିକାରୀଙ୍କ ସୂଚନାନୁସାରେ ତ୍ରିପୁରାର ୩୮ ରିଲିଫ୍‌ କ୍ୟାମ୍ପ୍‌ରେ ୧୨,୦୦୦ରୁ ଊର୍ଦ୍ଧ୍ୱ ଆଶ୍ରୟ ନେଇଛନ୍ତି। ମିଜୋରାମରେ ଖାଓ୍ବଥଲାଙ୍ଗଟୁଇପୁଇ ଓ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ଯୋଗୁ ୪୦୦ ଲୋକ ବାସଚ୍ୟୁତ ହୋଇଛନ୍ତି। ଏସ୍‌ଡିଆର୍‌ଏଫ୍‌ ଟିମ୍‌ ଦୁଇଜଣ ଯୁବକଙ୍କ ମୃତଦେହ ଲାଓ୍ବଙ୍ଗ୍‌ ନଦୀରୁ ଉଦ୍ଧାର କରିଛି।
ନେପାଳରେ ଲଗାଣ ବର୍ଷା ଓ ତଜ୍ଜନିତ ବନ୍ୟାରେ ୬୦ ଜଣଙ୍କ ଜୀବନ ଗଲାଣି। ବାଗମତୀ, କମଳା, ସପ୍ତକୋଶୀ ଓ ସୁନ୍‌ଖୋଇ ନଦୀରେ ଜଳସ୍ତର ବିପଦ ସଙ୍କେତ ଟପିଛି। ଏଥିରେ ୩୫ ଜଣ ନିଖୋଜ ହୋଇଯାଇଥିବାବେଳେ ୨୫ ଆହତ ହୋଇଛନ୍ତି। କାଠମାଣ୍ଡୁରେ ୧୮୫ ଜଣଙ୍କ ସମେତ ସାରା ଦେଶରେ ୧,୧୦୪ ଜଣଙ୍କୁ ସେନା ପକ୍ଷରୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ପ୍ରାୟ ୩୦ ହଜାର ପୋଲିସଙ୍କୁ ନିୟୋଜିତ କରାଯାଇଛି। ବିହାର ବନ୍ୟାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୮ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଗଙ୍ଗାନଦୀରେ ବନ୍ୟା ଯୋଗୁ ବିହାରର ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୬ ଜିଲାସ୍ଥିତ ୨୬ ବ୍ଲକ୍‌କୁ ବନ୍ୟା ପ୍ରଭାବିତ ଘୋଷଣା କରାଯାଇଛି। ପୂର୍ବ ଚମ୍ପାରନ୍‌, ସୀତାମଢ଼ି, ମଧୁବନୀ, କିଷନଗଞ୍ଜ, ଅରାରିଆ ଓ ଶିଓଧର ଜିଲା ସର୍ବାଧିକ ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବନ୍ୟା ସ୍ଥିତି ସମୀକ୍ଷା କରି ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


All Right Reserved By

ସାଧାରଣ ନିର୍ବାଚନ ୨୦୧୯ ବୁଥ ବାହୁଡା ମତ: କେନ୍ଦ୍ରରେ ପୁଣି ଫୁଟିପାରେ ପଦ୍ମ

ନୂଆଦିଲ୍ଲୀ, ୧୯।୫: ସରିଛି ୭ମ ତଥା ଅନ୍ତିମ ପର୍ଯ୍ୟାୟ ନିିର୍ବାଚନ। ସବୁଥର ପରି ଏଥର ମଧ୍ୟ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକଜିଟ୍‌ ପୋଲ କରାଯାଇଛି।...

ହାରିଗଲେ ରାହୁଲ ଗାନ୍ଧୀ: ସ୍କୃତିଙ୍କୁ ଜଣାଇଲେ ଶୁଭେଚ୍ଛା

ଆମେଠି, ୨୩।୫: ଉତ୍ତର ପ୍ରଦେଶର ଆମେଠି ଲୋକ ସଭା ଆସନରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପରାସ୍ତ ହୋଇଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ସ୍ମୃତି...

ବନ୍ୟା ପରିସ୍ଥିତିକୁ ନେଇ ମୋଦି ସରକାରଙ୍କୁ ଅନୁରୋଧ କଲେ ତେଜସ୍ବୀ

ପାଟନା.୨୦।୭: ବିହାରରେ ଚଳିତ ବର୍ଷ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଏଠାରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ବେଳେ ବନ୍ୟା ମୃତ୍ୟୁ...

ମା’ ଚାଲିଯିବା ପରେ ଗୀତାଙ୍କ ଆଖିରେ ଲୁହ

ନୂଆଦିଲ୍ଲୀ, ୭।୮: ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ବହିର୍ବ୍ୟାପାର ମନ୍ତ୍ରୀ ଥିବା ସୁଷମା ସ୍ବରାଜ ନିଜ କାର୍ଯ୍ୟକାଳ ଏମିତି କିଛି କାମ କରିଛନ୍ତି, ଯାହାକୁ ଲୋକେ...

ପଶ୍ଚିମବଙ୍ଗ ହିଂସା: ମୋଦିଙ୍କୁ ରିପୋର୍ଟ ଦେବେ ରାଜ୍ୟପାଳ

କୋଲକାତା, ୯।୬: ପଶ୍ଚିମବଙ୍ଗରେ ଚାଲିଥିବା ରାଜନୈତିକ ହିଂସା ଥମିବାର ନାଁ ନେଉନି। ରାଜ୍ୟରେ ପ୍ରତିଦିନ ତୃଣମୂଳ କଂଗ୍ରେସ(ଟିଏମସି) ଏବଂ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ କେଉଁଠି ନା...

‘ରାଜନୈତିକ ପ୍ରଭାବରୁ ଦୂରେଇ ରହୁ ନ୍ୟାୟପାଳିକା’

ନୂଆଦିଲ୍ଲୀ,୨୦ା୬(ପି.ଟି.): ସ୍ବାଧୀନତା ନ୍ୟାୟପାଳିକାର ଆତ୍ମା। ବିଚାର ବ୍ୟବସ୍ଥା ଜନତାଙ୍କ ଆସ୍ଥା ଜୁଟାଇବାରେ ବିଫଳ ହେଲେ କଦାପି ନ୍ୟାୟ ସ୍ଥାପନ କରିପାରିବ ନାହିଁ ବୋଲି ଭାରତର ପ୍ରଧାନ...

ନିୟମ ଉଲ୍ଲଂଘନ କରିଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯ା୪: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ ପରେ ସୁପ୍ରିମକୋର୍ଟ ନିଜ ଆଡୁ ଏହାକୁ ଶୁଣାଣି ପାଇଁ ଗ୍ରହଣ କରିବା...

ଧାରଣାରେ ବସିଲେ ଉନ୍ନାଓ ପୀଡିତାଙ୍କ ପରିବାର

ଲକ୍ଷ୍ନୌ,୩୦।୭: ଉନ୍ନାଓ ବଳାତ୍କାର ପୀଡିତାଙ୍କ ଦୁର୍ଘଟଣାକୁ ନେଇ ବେଳକୁ ବେଳ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଏହି ମାମଲାରେ ସୋମବାର ଭାଜପା ବିଧାୟକ କୁଲଦୀପ ସିଂ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *