ଦେଢ଼ମାସରେ ୨୦.୩% କମିଛି ବର୍ଷା ପରିମାଣ

ଭୁବନେଶ୍ୱର,୧୫ା୭(ବ୍ୟୁରୋ) : ରାଜ୍ୟରେ ଏପର୍ଯ୍ୟନ୍ତ ସ୍ବାଭାବିକ ବର୍ଷା ହୋଇନାହିଁ। ଚଳିତବର୍ଷ ମୌସୁମୀ ବିଳମ୍ବରେ ଆସିଥିଲେ ମଧ୍ୟ ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଥିଲା। ଜୁଲାଇ ପ୍ରଥମ ଓ ଦ୍ବିତୀୟ ସପ୍ତାହରେ ପ୍ରବଳ ବର୍ଷା ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏପର୍ଯ୍ୟନ୍ତ ବର୍ଷାର ଦେଖା ନାହିଁ। ଗୋଟିଏ ଦିନ ବର୍ଷା ହୋଇଗଲେ ଆଉ ୩-୪ଦିନ ବର୍ଷା ହେଉନାହିଁ। ଜୁନ୍‌ ମାସରେ ୨୧୬.୫ ମିମି ବର୍ଷା ହେବା କଥା। ମାତ୍ର ୧୪୮.୩ ମିମି ବର୍ଷା ହୋଇଥିଲା। ତେବେ ଜୁଲାଇ ମାସରେ କିଛି ମାତ୍ରାରେ ଏହି ନିଅଣ୍ଟିଆ ବର୍ଷା ପରିମାଣ ପୂରଣ ହୋଇଯିବ ବୋଲି ଅନୁମାନ କରାଯାଉଥିଲା। ହେଲେ ଜୁଲାଇ ମାସ ଦ୍ୱିତୀୟ ସପ୍ତାହ ବିତିଯାଇଥିଲେ ମଧ୍ୟ କାଁ ଭାଁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇଛି। ଜୁନ୍‌ ମାସରେ ୩୧ପ୍ରତିଶତ କମ୍‌ ବର୍ଷା ହୋଇଥିବାବେଳେ ଜୁଲାଇ ୧ରୁ ୧୩ତାରିଖ ମଧ୍ୟରେ ୩% ବର୍ଷା ପରିମାଣ କମିଛି। ଜୁନ୍‌ ୧ରୁ ଜୁଲାଇ ୧୩ତାରିଖ ମଧ୍ୟରେ ବର୍ଷାର ପରିମାଣ ୨୦.୩% କମ୍‌ ରହିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ୩୫୯ମିମି ବର୍ଷା ହେବା କଥା। କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୨୮୬.୧ ମିମି ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ, ଯଦି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ନ ହୁଏ, ତେବେ ନିଅଣ୍ଟିଆ ବର୍ଷା ପରିମାଣ ବଢ଼ିଯିବ। ଆସନ୍ତା ମାସକୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ଅନ୍ୟପଟେ ରବିବାର କେବଳ ମାଲକାନଗିରିରେ ୧.୬ ପ୍ରତିଶତ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସୋମବାର ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, ନବରଙ୍ଗପୁର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବଲାଙ୍ଗୀର, ସୋନପୁର, ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, କେନ୍ଦୁଝରରେ କାଳବୈଶାଖୀ ସହ ବଜ୍ରପାତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ସେହିପରି ଆସନ୍ତା ୧୭ତାରିଖରୁ ପ୍ରବଳ ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ପୂର୍ବାନୁମାନ କରିଛି।


All Right Reserved By Dharitri.Com

ଅନ୍ଧାରରେ ଅଧା ସହର

ଅନୁଗୋଳ ଅଫିସ,୧୦।୯ ଚୁକ୍ତି ନବୀକରଣ ହୋଇ ନ ଥିବାରୁ ପୌରପାଳିକାରେ କାର୍ଯ୍ୟ କରୁଥିବା ୨୨ ଠିକା କର୍ମଚାରୀ ଗତ ୧ ତାରିଖଠାରୁ ଆଉ ଅଫିସ ଆସୁନାହାନ୍ତି।...

ସମସ୍ତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟର ହୋଇଛି କମ୍ପ୍ୟୁଟରୀକରଣ: ମନ୍ତ୍ରୀ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ରାଜ୍ୟର ସମସ୍ତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟଗୁଡିକର କମ୍ପ୍ୟୁଟରୀକରଣ କରାଯାଇଛି। ୨୦୧୩-୧୪ ଆର୍ଥିକ ବର୍ଷରେ ସୂଚନା ଓ ପ୍ରଯୁକ୍ତି ବିଭାଗରେ ଇ-ଡିଷ୍ଟ୍ରିକ୍ଟ ଆପ୍ଲିକେଶନ ବ୍ୟବସ୍ଥା...

ସୀମାଚଳମ୍‌ରୁ ଫେରିବାବେଳେ ଦୁର୍ଘଟଣା: ଚାଲିଗଲା ୨ ପରିବାରର ୫ ଜୀବନ

ଭୁବନେଶ୍ୱର (ବ୍ୟୁରୋ)/ ପାତ୍ରପୁର(ଡି.ଏନ୍‌.ଏ),୫।୧: ପୁଅର ମୁଣ୍ଡନ ପାଇଁ ଭୁବନେଶ୍ୱରରୁ ୨ଟି ପରିବାର ଏକ କାର୍‌ ଯୋଗେ ଆନ୍ଧ୍ରପ୍ରଦେଶ ସୀମାଚଳମ୍‌ର ଶ୍ରୀବରାହଲକ୍ଷ୍ମୀନାରାୟଣ ମନ୍ଦିରକୁ ଯାଇଥିଲେ। ଶୁକ୍ରବାର ସେଠାରେ...

ବିଏମ୍‌ସିର ଘୋଷଣା: ଭୁବନେଶ୍ୱର ଖୋଲା ମଳମୁକ୍ତ ସହର

ଭୁବନେଶ୍ୱର, ୪ା୧(ବ୍ୟୁରୋ):  ଭୁବନେଶ୍ୱରରେ ବର୍ତ୍ତମାନ ୨୨୬ଟି ଶୌଚାଳୟ କାର୍ଯ୍ୟରତ ଥିବାବେଳେ ଏଥିରେ ୧୬୯୮ଟି ସିଟ୍‌ରେ ଲୋକେ ଶୌଚ କରୁଛନ୍ତି। ସାମୂହିକ, ଗୋଷ୍ଠୀ, ଇ-ଟଏଲେଟ୍‌ ଓ ପେଟ୍ରୋଲପମ୍ପ...

ଘୁଷୁରିଡ଼ଙ୍ଗା ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳ କରାଯିବ

ସୋରଡ଼ା,୧୩ା୧୨(ଡି.ଏନ୍‌.ଏ.)= ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ବିଡିଓ ସୀମାଞ୍ଚଳ ପ୍ରଧାନ, ଏନଏସି ପ୍ରଶାସକ ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ଗୁରୁବାର...

୫ ମିଟର ଯାଏ ଉଠିବ ସମୁଦ୍ର ଢେଉ

ଭୁବନେଶ୍ୱର,୧ା୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅତି ଭୟଙ୍କର ସାମୁଦ୍ରିକ ଝଡ଼ (ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ) ରେ ପରିଣତ...

ବ୍ୟାଙ୍କରୁ ଚୋରି ଉଦ୍ୟମ: ଜଣେ ଅଟକ: ଗ୍ରୀଲ୍‌ ତାଡ଼ିଲେ, ତାଲା ଭାଙ୍ଗି ପଶିଲେ

କଟକ ଅଫିସ, ୨୯ା୬: ମଙ୍ଗଳାବାଗ ଥାନା ଠାରୁ ମାତ୍ର ୫୦୦ ମିଟର ଦୁର ଗୋପାଳସାହି ଅଞ୍ଚଳରେ ଥିବା ଭାରତୀୟ ଷ୍ଟେଟ୍‌ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଥିବା ଶୁକ୍ରବାର...

ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧି ପ୍ରସଙ୍ଗ: ଅଭିଭାବକ ମହାସଂଘର ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧି କରାଯାଇଛି। ଏହାକୁ ଓଡ଼ିଶା ଅଭିଭାବକ ମହାସଂଘ ବିରୋଧ...

Leave a comment

Your email address will not be published. Required fields are marked *