Posted inUncategorized

ଜନ୍ମବେଦିରେ ସରିଲା ଲୀଳାଖେଳା; ରତ୍ନବେଦିକୁ ଫେରିଲେ ତିନି ଠାକୁର

ବାରିପଦା ଅଫିସ,୧୫।୭- ଜନ୍ମବେଦିରେ ଲୀଲାଖେଳା ସାରି ତିନି ଠାକୁର ରବିବାର ବଡ ଦେଉଳକୁ ଫେରିଛନ୍ତିି। ରବିବାର ବିଳମ୍ବିତ ରାତିରେ ବଡ଼ ଦେଉଳକୁ ପହଣ୍ଡି ବିଜେ ହୋଇଛନ୍ତି ତିନି ଠାକୁର। ଶୁକ୍ରବାର ମାଉସୀ ଘରେ ଜନ୍ମବେଦିରେ ଶ୍ରଦ୍ଧାଳୁମାନଙ୍କୁ ସୁନାବେଶରେ ଦର୍ଶନ ଦେଇଥିଲେ। ପରେ ଅପରାହ୍ନରେ ପହଣ୍ଡି ହୋଇ ରଥାରୂଢ଼ ହେବା ପରେ ପୁଣି ଥରେ ଶ୍ରଦ୍ଧାଳୁଙ୍କୁ ରୁପା ବେଶରେ ଦର୍ଶନ ଦେଇଥିଲେ। ଶନିବାର ବାହୁଡା ଯାତ୍ରା ଆରମ୍ଭ ହୋଇଥିଲା। ଶନିବାର ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ବଡ଼ ଦେଉଳ ନିକଟରେ ପହଞ୍ଚିଥିବା ବେଳେ ଦେବୀ ସୁଭଦ୍ରାଙ୍କ ରଥ ଅଧା ରାସ୍ତାରେ ରହିଥିଲା। ରବିବାର ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ କେବଳ ମହିଳାମାନେ ଟାଣି ବଡ ଦେଉଳ ସମ୍ମୁଖରେ ପହଞ୍ଚାଇଥିଲେ। ପରେ ଅଗଣିତ ଭକ୍ତଙ୍କ ମେଳରେ ବଡ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ବଡ ଦେଉଳ ଅଭିମୁଖେ ଗଡ଼ିଥିଲା। ବଡଭାଇ ବଳଭଦ୍ରଙ୍କୁ ବଡ଼ ଦେଉଳକୁ ବାହୁଡେଇ ନେବାକୁ ବଡଦାଣ୍ଡ ଏକ ପ୍ରକାର ଲୋକାରଣ୍ୟ ହୋଇପଡିଥିଲା। ଦେବୀ ସୁଭଦ୍ରାଙ୍କ ରଥଟଣା ପୂର୍ବରୁ ଶ୍ରଦ୍ଧାଳୁମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଲଡୁ ଫିଙ୍ଗା ଯାଇଥିଲା। ସେହିପରି ବଳଭଦ୍ରଙ୍କ ରଥ ବଡ଼ ଦେଉଳ ସମ୍ମୁଖରେ ପହଞ୍ଚତ୍ବା ପରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳଡୁ ଫିଙ୍ଗା ଯାଇଥିଲା। ସନ୍ଧ୍ୟାରେ ମହାଲକ୍ଷ୍ମୀ ଭେଟ ଅନୁଷ୍ଠିତ ହୋଇଥିଲା। ଅନ୍ୟ ରୀତିନୀତି ଶେଷ ପରେ ବିଳମ୍ବିତ ରାତିରେ ତିନି ଠାକୁର ବଡ ଦେଉଳକୁ ପହଣ୍ଡି ବିଜେ ହୋଇଥିଲେ।


All Right Reserved By Dharitri.Com

Posted inUncategorized View All

ଓସାକାଙ୍କୁ ଚାଇନା ଓପନ ଟାଇଟଲ

ବେଜିଂ, ୭।୧୦(ଏଏଫପି)- ବିଶ୍ୱର ନମ୍ବରଓ୍ବାନ ଆଶଲେ ବାର୍ଟିଙ୍କୁ ହରାଇ ନାଓମି ଓସାକା ଚାଇନା ଓପନ ଟେନିସ ଟାଇଟଲ ଜିତିଛନ୍ତି। ପ୍ରଥମ ସେଟ୍‌ରେ ପଛୁଆ ରହିଥିଲେ ହେଁ...

ବ୍ୟବଚ୍ଛେଦ ଗୃହରୁ କାଜୁଆଲଟି

ଅନୁଗୋଳ ଅଫିସ୍‌, ୫।୨ – ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିବା ଜଣେ ମହିଳାଙ୍କୁ ଡାକ୍ତର ମୃତ ଘୋଷଣା କରିବା ସହ ବ୍ୟବଚ୍ଛେଦ...

ଚାଉଳ, ଗହମ ହେରଫେର ନେଇ ମୁଜାଗଡ଼ ସରପଞ୍ଚଙ୍କୁ ବହିଷ୍କାର ଦାବି: ଗ୍ରାମବାସୀଙ୍କ ରାସ୍ତାରୋକୋ

ଭଞ୍ଜନଗର,୧୪।୩(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରପଞ୍ଚ ଶିବଶଙ୍କର ପ୍ରଧାନଙ୍କୁ ବହିଷ୍କାର ଦାବିରେ ଶନିବାର ରାସ୍ତାରୋକୋ ହୋଇଛି। ଉତ୍ତ୍ୟକ୍ତ ଲୋକେ ମୁଜାଗଡ଼ଠାରେ ଭଞ୍ଜନଗର ଫୁଲବାଣୀ...

ଓଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ: ୫୮ ତହସିଲଦାରଙ୍କୁ ବିଡିଓ ନିଯୁକ୍ତି

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ୫୮ ଜଣ ତହସିଲଦାରଙ୍କୁ ବିଡିଓ ଭାବେ ନିଯୁକ୍ତି ଦିଆଯିବା ସହିତ ସେମାନଙ୍କୁ...

ଚାଷୀ ବାପାଙ୍କ ମୁହଁରେ ହସ ଫୁଟାଇଲେ ଦିବ୍ୟାଙ୍ଗ ଝିଅ

ଖଇରା, ୬।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ୭ଜଣ ଛାତ୍ରୀଛାତ୍ର ନବୋଦୟ ପରୀକ୍ଷାରେ ଉତ୍ତୀଣ୍ଣର୍ର୍ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ରାଇକୁଳା ମୌଳିକ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀ...

ସାନଖେମୁଣ୍ଡିରେ ଜନତା କର୍ଫ୍ୟୁ: ଜରୁରୀ ସେବାକୁ ଛାଡ଼ି ସବୁ ବନ୍ଦ

ପାଟପୁର,୨୨।୩(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରାମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ବାର୍ତ୍ତା ନେଇ ରବିବାର ସାନଖେମୁଣ୍ଡି ଅଞ୍ଚଳ ଖାଁ ଖାଁ ହୋଇପଡ଼ିଛି। ସହରରେ ଥିବା...

ମାତୃ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ଅନୁଗୋଳ ଅଫିସ, ୧୮।୮:  ଅନୁଗୋଳ ଜିଲା ଜରପଡ଼ା ଥାନା ଓଗି ଗ୍ରାମ ମାହାର ସାହିରେ ୨୦୧୮ ଜୁନ ୧୨ରେ ଘଟିଥିବା ଏକ ହତ୍ୟା ମାମଲାର ବିଚାର କରି...

ଋଣ ସମାଧାନ:ଆର୍‌ବିଆଇ ଦେଇପାରେ ଅତିରିକ୍ତ ୬୦ଦିନର ସମୟ

ମୁମ୍ବାଇ,୨୬-୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଅସୁଲ ହେଉ ନ ଥିବା ଋଣ(ଏନ୍‌ପିଏ) ମାମଲାର ସମାଧାନ ଲାଗି ନିୟମରେ ସଂଶୋଧନ କରିବାକୁ ପ୍ରସ୍ତୁତ ହେଉଛି। ସଂଶୋଧିତ ନିୟମରେ...

Leave a comment

Your email address will not be published. Required fields are marked *