Posted inଖେଳ

ଜୋକୋଭିଚ୍‌ଙ୍କୁ ୫ମ ଓ୍ବିମ୍ବେଲଡନ ଟାଇଟଲ

ଲଣ୍ଡନ, ୧୫ା୭ (ଏଏଫ୍‌ପି)-ସୁଇଜରଲାଣ୍ଡର ରୋଜର ଫେଡରରଙ୍କୁ ୭-୬ (୭/୫), ୧-୬, ୭-୬ (୭/୪), ୪-୬, ୧୩-୧୨ (୭/୩) ସେଟ୍‌ରେ ହରାଇ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ୫ମ ଥର ଓ୍ବିମ୍ବେଲଡନ ଓପନ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ୪ ଘଣ୍ଟା ୫୭ ମିନିଟ୍‌ ଧରି ଚାଲିଥିଲା। ଫାଇନାଲ ସେଟ୍‌ ପ୍ରଥମ ଥର ଟାଇବ୍ରେକ୍‌ରେ ମିମାଂସା ହୋଇଥିଲା। ଓ୍ବିମ୍ବେଲଡନଠାରେ ଏହା ସବୁଠାରୁ ଦୀର୍ଘ ସମୟ ଧରି ଖେଳାଯାଇଥିବା ଫାଇନାଲ। ମ୍ୟାଚ ପଏଣ୍ଟ ଡାଉନ୍‌ରେ ଟାଇଟଲ ଜିତିବାରେ ୭୧ ବର୍ଷରେ ଜୋକୋଭିଚ୍‌ ପ୍ରଥମ ବ୍ୟକ୍ତି ବିବେଚିତ ହୋଇଛନ୍ତି। ୫ଥର ଟାଇଟଲ ଜିତି ସର୍ବୀୟ ଖେଳାଳି ବର୍ତ୍ତମାନ ବ୍ୟୋର୍ନ ବର୍ଗଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ମୋଟ ଉପରେ ଜୋକୋଭିଚଙ୍କର ଏହା ହେଉଛି ୧୬ତମ ଗ୍ରାଣ୍ଡସ୍ଲାମ ଟାଇଟଲ। ୩୭ ବର୍ଷୀୟ ଫେଡରର ଯଦି ଟାଇଟଲ ଜିତିଥାନ୍ତେ ତେବେ ସବୁଠାରୁ ବୟୋଜ୍ୟେଷ୍ଠ ଗ୍ରାଣ୍ଡସ୍ଲାମ ବିଜେତା ହୋଇପାରିଥାନ୍ତେ।


All Right Reserved By Dharitri.Com

Posted inଖେଳ View All

ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ: ସରିତା ଦେବୀ ଆଥଲେଟ୍ସ କମିଶନକୁ ନିର୍ବାଚିତ

ନୂଆଦିଲ୍ଲୀ, ୧୭ା୧୧ (ପି.ଟି.)-ଭାରତର ଭେଟରାନ ମହିଳା ବକ୍ସର ଏଲ୍‌. ସରିତା ଦେବୀ ନିର୍ଦ୍ୱନ୍ଦ୍ୱରେ ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ (ଏଆଇବିଏ) ଆଥଲେଟ୍ସ କମିଶନକୁ ନିର୍ବାଚିତ ହୋଇଛନ୍ତି। ସେ...

ହାସନେନଙ୍କ ହ୍ୟାଟ୍ରିକ ସତ୍ତ୍ୱେ ଶ୍ରୀଲଙ୍କା ବିଜୟୀ

ଲାହୋର, ୬।୧୦- ପାକିସ୍ତାନ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଶ୍ରୀଲଙ୍କା ୬୪ ରନରେ ବିଜୟୀ ହୋଇଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା...

ପିକେଏଲ୍‌: ବେଙ୍ଗାଲୁରୁ, ୟୁ ମୁମ୍ବା ସେମିଫାଇନାଲରେ

ଅହମ୍ମଦାବାଦ, ୧୫।୧୦ (ପି.ଟି.)- ଡିଫେଣ୍ଡିଂ ଚାମ୍ପିୟନ ବେଙ୍ଗାଲୁରୁ ବୁଲ୍ସ ଓ ୟୁ ମୁମ୍ବା ଚଳିତ ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌) ୭ମ ସିଜନର ସେମିଫାଇନାଲରେ ପ୍ରବେଶ...

କୋହଲି- ଓ୍ବିଲିୟମସନ ଲଢ଼େଇ: ୧୧ ବର୍ଷପରେ ଏକ ବିରଳ ସଂଯୋଗ

ମାଞ୍ଚେଷ୍ଟର, ୮।୭(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲରେ ମଙ୍ଗଳବାର ମାଞ୍ଚେଷ୍ଟରରେ ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି। ପଏଣ୍ଟ ଟେବୁଲରେ ଭାରତ ଶୀର୍ଷ...

ବର୍ଷା ଯୋଗୁଁ ଓଡ଼ିଶା ମ୍ୟାଚ୍‌ ବାତିଲ

କଟକ ଅଫିସ,୨୫ା୯- ବର୍ଷା ଯୋଗୁଁ ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଓଡ଼ିଶା ଖେଳି ପାରିନାହିଁ । ଭଦୋଦରାର ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ...

ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ବେଙ୍ଗାଲୁରୁ,୨୧।୯ (ପି.ଟି.)- ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ରବିବାର ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ।...

ନ୍ୟୁଜିଲାଣ୍ଡ ଟୁର୍‌ରୁ ବାଦ୍‌ ପଡିଲେ ଖଲିଲ ଅହମ୍ମଦ

ଖ୍ରିଷ୍ଟଚର୍ଚ୍ଚ, ୨୫ା୧ (ପି.ଟି.)-ଭାରତ ଏ’ କ୍ରିକେଟ ଦଳର ଚଳିତ ନ୍ୟୁଜିଲାଣ୍ଡ ଟୁର୍‌ରୁ ବାମହାତୀ ପେସ୍‌ ବୋଲର ଖଲିଲ ଅହମ୍ମଦ ବାଦ୍‌ ପଡ଼ିଛନ୍ତି। ଜାନୁୟାରୀ ୨୨ରେ ଭାରତ...

ୟୁଏସ୍‌ ଓପନ ଟେନିସ

ଶ୍ରେଷ୍ଠ ସିଡ୍‌ ମାନ୍ୟତା ପାଇଥିବା ନୋଭାକ ଜୋକୋଭିଚ୍‌ ଓ ନାଓମି ଓସାକା ଏଥର ମଧ୍ୟ ୟୁଏସ୍‌ ଓପନ ଟାଇଟଲ ବଜାୟ ରଖିବେ ବୋଲି ଆଶା କରାଯାଉଛି।...

Leave a comment

Your email address will not be published. Required fields are marked *