ବାତ୍ୟା ଅପେକ୍ଷା ରାସାୟନିକ ଗ୍ୟାସ୍‌ ଟାଙ୍କି ଭୟ ଅଧିକ

ପାରାଦୀପ,୧ା୫(ସ୍ବ.ପ୍ର.): ଉପକୂଳ ଓଡ଼ିଶାବାସୀଙ୍କ ପାଇଁ ବାତ୍ୟା ସହଜାତ ଓ ଦେହଘଷା ହୋଇଗଲାଣି। ପ୍ରତିବର୍ଷ ପ୍ରାୟତଃ ଛୋଟବଡ଼ ବାତ୍ୟା ଏକାଧିକ ଥର ଆସୁଛି। କିନ୍ତୁ ସେଥିମଧ୍ୟରୁ ୧୯୯୯ ମହାବାତ୍ୟା ଯେଇଁ କ୍ଷତ ଛାଡ଼ି ଦେଇଯାଇଛି, ତାହା ଆଜି ମଧ୍ୟ ଶୁଖିନାହିଁ। ବର୍ତ୍ତମାନ ବାତ୍ୟା ‘ଫନୀ’କୁ ନେଇ ୩ ଦିନ ହେଲା ସତର୍କ ସୂଚନା ଜାରି ହୋଇଛି। ଗଣମାଧ୍ୟମରେ ତାହା ପ୍ରଚାର ପ୍ରସାର ହେବା ପରେ ଲୋକେ ସାମାନ୍ୟ ଆତଙ୍କିତ ହୋଇପଡିଛନ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ ହିସାବରେ ୧୮୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ତେବେ ଏହି ବେଗର ପବନ ସହିତ ସମୁଦ୍ରକୂଳିଆ ଲୋକେ ସାଧାରଣତଃ ଅଭ୍ୟସ୍ତ। କିନ୍ତୁ ବାତ୍ୟା ଆସିଲେ ସେମାନଙ୍କୁ ଆଉ ଏକ ଭୟ ଘାରିଥାଏ। ତାହା ହେଲା ଶିଳ୍ପ ସଂସ୍ଥାର ରାସାୟନିକ ଗ୍ୟାସ ପୂର୍ଣ୍ଣ ଟାଙ୍କି। କାରଣ ୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟୟର ଦୁଃଖଠାରୁ ଆମୋନିଆ ଗ୍ୟାସ ନିର୍ଗତ ହେବାର କଷ୍ଟ ବଳିପଡ଼ିଥିଲା। ବାତ୍ୟାର ୮ଦିନ ପରେ ଆମୋନିଆ ଗ୍ୟାସ ନିର୍ଗତ ହେବାରୁ ଲୋକମାନେ ରାତି ଅଧରେ ଘରଦ୍ୱାର ଛାଡ଼ି ୫୦ କିମି ଦୂରକୁ ପଳାଇଥିଲେ। ପାରାଦୀପରେ ୨ଟି ବୃହତ ସାର କାରଖାନା ରହିଛି। ଉକ୍ତ କାରଖାନା ପରିସରରେ ଲକ୍ଷାଧିକ ଟନ୍‌ର ଆମୋନିଆ, ସଲ୍‌ଫ୍ୟୁରିକ ଏସିଡ୍‌, ଫସ୍‌ଫ୍ୟୁରିକ ଏସିଡ୍‌, ପଟାସ ଆଦି ମହଜୁଦ ଅଛି। ଏତଦ୍‌ବ୍ୟତୀରେକ ୧୫୦ରୁ ଊର୍ଦ୍ଧ୍ୱ ବିଶାଳ ତେଲ ଟାଙ୍କି ରହିଛି। ବାତ୍ୟାବେଳେ ବିଦ୍ୟୁତ ସରବରାହ ବନ୍ଦ କିମ୍ବା କିଛି ଅଘଟଣ ଘଟିଲେ ରାସାୟନିକ ଗ୍ୟାସ୍‌ ନିର୍ଗତ ହୋଇ ପାରାଦୀପ ଓ ଏହାର ୪୦ କିମି ଦୂର ଅଞ୍ଚଳବାସୀଙ୍କୁ ପ୍ରଭାବିତ କରିବ। ସେଥିପାଇଁ ବାତ୍ୟା ଅପେକ୍ଷା ରାସାୟନିକ ଟାଙ୍କି ଭୟ ଅଧିକ ରହିଛି ବୋଲି ସ୍ଥାନୀୟ ବିଜୟଚନ୍ଦ୍ରପୁର ବାସିନ୍ଦା ଜଗନ୍ନାଥ ହାଲଦାର କହିଛନ୍ତି। ଅନ୍ୟପକ୍ଷରେ ବାତ୍ୟା ଖବର ପାଇ ଲୋକେ ମଙ୍ଗଳବାର ସନ୍ଧ୍ୟାରେ ବଜାରରେ ଭିଡ଼ ଜମାଇଛନ୍ତି। ପରିବା ଓ ତେଜରାତି ସଉଦା ଦୋକାନାରେ ଏଭଳି ଭିଡ଼ ଦେଖିବାକୁ ମିଳିଛି।


All Right Reserved By Dharitri.Com

ଫେରି ଯିବ ୧୩୦୦ରୁ ଊର୍ଦ୍ଧ୍ୱ ଆବାସ ଅନୁଦାନ : ଯୋଜନାର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ

ନୂଆଗାଁ,୧।୭(ଡି.ଏନ୍‌.ଏ.): ଗରିବ ଲୋକଙ୍କ ଜୀବନ କଚ୍ଚା ଚାଳ ଘରେ ବିତୁଥିବାବେଳେ ସରକାରଙ୍କ ଆବାସ ଯୋଜନାରେ ପକ୍କା ଘରଟିଏ ପାଇବା ପାଇଁ ଅନେକେ ସ୍ବପ୍ନ ଦେଖିଥାନ୍ତି। କିନ୍ତୁ...

ଗଛ ଲଗାଅ, ପୃଥିବୀ ବଞ୍ଚାଅ ଅଭିଯାନ: ବିଦ୍ୟାଳୟରେ ଚାରାରୋପଣ

ଖଣ୍ଡପଡ଼ା,୧୮ା୭(ସ୍ବ.ପ୍ର.): ପରିବେଶ ସୁରକ୍ଷା ପ୍ରତି ଯତ୍ନବାନ ନ ହେଲେ ଅତି ଶୀଘ୍ର ମାନବ ସମାଜ ସହ ପୃଥିବୀରେ ବସବାସ କରୁଥିବା ଜୀବଜଗତ ଲୋପ ପାଇବାର ଆଶଙ୍କା...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ:ହତ୍ୟା ଅଭିଯୋଗ ଆଣିଲେ ବାପା

ଚଣ୍ଡିଖୋଲ,୧୨ା୬(ଡି.ଏନ.ଏ.)- ବଡ଼ଚଣା ଥାନା ଅନ୍ତର୍ଗତ ଦେଉଳକୁର ଗ୍ରାମର ରମାକାନ୍ତ ପ୍ରଧାନ(୩୭)ଙ୍କର ମୃତ୍ୟୁ ମଙ୍ଗଳବାର ଢେଙ୍କାନାଳ ଜିଲା ନିହାଲପ୍ରସାଦ ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ମୃତ୍ୟୁ ହୋଇଛି।...

ସେବା ସମିତି ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା, ଔଷଧ ବିତରଣ: ସ୍ବାସ୍ଥ୍ୟ ପରୀକ୍ଷା କଲେ ୧୭୦ ଜଣ

ନୂଆଗାଁ,୯।୬(ଡି.ଏନ୍‌.ଏ): ନୟାଗଡ ଜିଲା ସେବା ସମିତି ପକ୍ଷରୁ ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରବିବାର ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ...

ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶନାମା ନାହିଁ : ଅଙ୍ଗନୱାଡି କର୍ମୀଙ୍କ ସର୍ଭେ କାର୍ଯ୍ୟକୁ ନେଇ ଉତ୍ତେଜନା

ରଣପୁର,୧୭ା୫(ସ୍ବ.ପ୍ର.)-ରଣପୁର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ ଗୁରୁବାର ବ୍ଲକ ପରିସରସ୍ଥ ସଭାଗୃହରେ ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ...

ଆକାଉଣ୍ଟରେ ଟଙ୍କା ପଠାଇଲେ ଯୁକ୍ତ ୨ ପାସ୍‌ : ଫୋନ୍‌ରେ ଦାବି କରାଯାଉଛି ୩ରୁ ୬ ହଜାର ଟଙ୍କା

ନୟାଗଡ଼ ଅଫିସ,୨୭ା୪- ନୟାଗଡ଼ ଜିଲାର ଯୁକ୍ତ ୨ ପରୀକ୍ଷା ଦେଇଥିବା ବିଭିନ୍ନ ପିଲାଙ୍କ ନିକଟକୁ ଆସୁଛି ଫୋନ୍‌ କଲ୍‌। ପରୀକ୍ଷାରେ ଗୋଟିଏ ବିଷୟରେ ତୁମେ ଫେଲ୍‌...

ବଜାର ଅଞ୍ଚଳରେ ବଢୁଛି ଟ୍ରାଫିକ ସମସ୍ୟା: ଟ୍ରାଫିକ ପୋଷ୍ଟ ନିର୍ମାଣ ଦାବି

ବୋଲଗଡ଼,୧୩ା୫(ଡି.ଏନ.ଏ.)-୫୭ ନଂ ଜାତୀୟ ରାଜପଥର ବୋଲଗଡ଼ ବ୍ଲକ ରାଜସୁନାଖଳା ବଜାର ଅଞ୍ଚଳରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢ଼ିିବାରେ ଲାଗିଛି। ଟ୍ରାଫିକ୍‌ ଭିଡ଼ ଯୋଗୁ ସର୍ବଦା...

ପତିବ୍ରତା, ଭକ୍ତି ଓ ନିଷ୍ଠାର ପ୍ରତୀକ- ମହିଳା ପାଳନ କଲେ ସାବିତ୍ରୀ ବ୍ରତ

ଖଣ୍ଡପଡ଼ା,୪ା୬(ସ୍ବ.ପ୍ର.)-ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ । ପରମ ପତିବ୍ରତା, ସାଧ୍ୱୀ ସାବିତ୍ରୀ ତପସ୍ୟା ଓ ପତିଭକ୍ତି ଦ୍ୱାରା ମୃତ୍ୟୁଦେବ ଯମରାଜଙ୍କ କବଳରୁ...

Leave a comment

Your email address will not be published. Required fields are marked *