Posted inଜାତୀୟ

ସୁଧାକରଙ୍କୁ ମନାଇବାକୁ ମୁମ୍ବାଇ ପହଞ୍ଚିଲେ ନାଗରାଜ

ମୁମ୍ବାଇ,୧୪।୭: କର୍ନାଟକ ସରକାରରେ ଫାଟ ସୃଷ୍ଟି ହୋଇଥିବା ବେଳେ କିଛିଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ ଏମ୍‌ଟିବି ନାଗରାଜ ତାଙ୍କ ଇସ୍ତଫା ପତ୍ର ଫେରାଇ ନେବାକୁ ରାଜି ହୋଇଛନ୍ତି। ହେଲେ ସେ ଏଥିପାଇଁ ଏକ ସର୍ତ୍ତ ରଖିଛନ୍ତି। ସେ କହିଛନ୍ତି ତାଙ୍କ ସହ ମିଶି ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକ ସୁଧାକର ଯଦି ତାଙ୍କ ଇସ୍ତଫା ପତ୍ର ଫେରାଇ ନିଅନ୍ତି ତେବେ ସେ ମଧ୍ୟ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିବେ। ସୁଧାକର କିନ୍ତୁ ଏହି ସମୟରେ ମୁମ୍ବାଇରେ ଅଛନ୍ତି ଓ ତାଙ୍କୁ ଫୋନ୍‌ ଯୋଗେ ମଧ୍ୟ ସମ୍ପର୍କ କରି ହେଉ ନ ଥିବାରୁ ନାଗରାଜ ରବିବାର ସୁଧାକରଙ୍କୁ ମନାଇବାକୁ ମୁ୍‌ମ୍ବାଇ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୧୦ରେ ଉଭୟ କଂଗ୍ରେସ ବିଧାୟକ ନାଗରାଜ ଓ ସୁଧାକର ବାଚସ୍ପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏବେ କିନ୍ତୁ କର୍ନାଟକ ସରକାରର ସଂଖ୍ୟା ଗରିଷ୍ଠତା ପାଇଁ ସେ ମନ ବଦଳାଇ ପୁଣି ଥରେ କଂଗ୍ରେସକୁ ଫେରିବେ ବୋଲି କହିଛନ୍ତି।


All Right Reserved By

ଗୋଟିଏ ଦେଶ, ଏକ ନିର୍ବାଚନ ପାଇଁ ମୋଦିଙ୍କ ଆହ୍ବାନ: ୧୯ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ,୧୭ା୬(ପି.ଟି./ଆଇଏଏନ୍‌ଏସ୍‌): ଦେଶରେ ଏକକାଳୀନ ନିର୍ବାଚନ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ସପ୍ତଦଶ ଲୋକ ସଭା ବଜେଟ ଅଧିବେଶନର ଅବ୍ୟବହିତ...

ଶପଥ ଗ୍ରହଣ ଉତ୍ସବରେ ସିନେ ଷ୍ଟାର୍‌ଙ୍କ ଭିଡ଼

ନୂଆଦିଲ୍ଲୀ, ୩୧।୫ :ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ସିନେ ଷ୍ଟାର୍‌ଙ୍କ ଭିଡ଼ ଦେଖିବାକୁ ମିଳିଛି। ବଲିଉଡ୍‌ରୁ...

ଆନ୍ଦୋଳନକୁ ଓହ୍ଲାଇଲେ ହିନ୍ଦୁରାଓ ହସ୍ପିଟାଲର ଡାକ୍ତର: ଓପିଡି ସେବା ବ୍ୟାହତ

ନୁଆଦିଲ୍ଲୀ,୧।୭: ରାଜଧାନୀ ଦିଲ୍ଲୀରେ ଥିବା ବାଡା ହିନ୍ଦୁରାଓ ହସ୍ପିଟାଲର ରେସିଡେନ୍ସ ଡାକ୍ତର ଆସୋସିଏସନ୍‌ର ସମସ୍ତ ଡାକ୍ତର ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ପୂରା ଦିନ ହସ୍ପିଟାଲର...

ମୋଦିଙ୍କ ନବରତ୍ନରେ ସ୍ଥାନ ପାଇବେ କିଏ?

ନୂଆଦିଲ୍ଲୀ, ୨୭।୫: ମେ ୩୦ରେ ଦେଶର ୧୭ତମ ଲୋକ ସଭାର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ନେବେ। ତେବେ ମୋଦିଙ୍କ ରବରତ୍ନ ମନ୍ତ୍ରିମଣ୍ଡଳରେ କିଏ...

ଆଇଏସ୍‌ଆଇର ନୂଆ ଯୋଜନା: ନେପାଳ ସୀମାରେ ଲଶ୍କର ମଡ୍ୟୁଲରେ ତିଆରି ହେଉଛନ୍ତି ସ୍ଲିପର ସେଲ୍‌

ନୂଆଦିଲ୍ଲୀ/କାଠମାଣ୍ଡୁ, ୧୩।୬: ଆତଙ୍କବାଦ ବିରୋଧରେ ଭାରତ ସ୍ବତନ୍ତ୍ର ଯୋଜନା ଉପରେ କାର୍ଯ୍ୟଧାରା ଜାରି ରଖିଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବେ...

ପାଣି ଭିତରେ ଯୋଗ କଲେ ବିଏସ୍‌ଏଫ୍‌ ଯବାନ

ଗୁଆହାଟି,୧୮।୬: ଆଗକୁ ଅଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହାକୁ ଆଖି ଆଗରେ ରଖି ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଲୋକେ ଯୋଗ ଅଭ୍ୟାସ କରୁଥିବା ଦେଖିବାକୁ...

କରୁଣାନିଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଷ୍ଟାଲିନ୍‌

ଚେନ୍ନାଇ,୩।୬: ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ଅଧ୍ୟକ୍ଷ ସ୍ବର୍ଗତଃ ଏମ୍‌ କରୁଣାନିଧିଙ୍କୁ ତାଙ୍କ ୯୫ ତମ ଜନ୍ମ ଦିବସ ଉପଲକ୍ଷେ ଦଳର ବହୁ ନେତା...

ହାରିଲେ ଊର୍ମିଳା ମାତୋଣ୍ଡକର

ମୁମ୍ବାଇ, ୨୪-୫:ମୁମ୍ବାଇ-ଉତ୍ତର ଲୋକ ସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ତଥା ଅଭିନେତ୍ରୀ ଊର୍ମିଳା ମାତୋଣ୍ଡକର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପା ପ୍ରାର୍ଥୀ ଗୋପାଳ ଶେଟ୍ଟୀଙ୍କଠାରୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *