Posted inଜାତୀୟ

ମଣ୍ଡିରେ ଲାଗିଲା ନିଆଁ: ପୋଡ଼ି ପାଉଁଶ ହେଲା ୧୭୦ ଟନ୍‌ ଗହମ

ଅମ୍ବାଲା,୧୪।୭: ହରିୟାଣାର ଅମ୍ବାଲାସ୍ଥିତ ଖାଦ୍ୟଶସ୍ୟ ମଣ୍ଡିରେ ରବିବାର ଭୋର୍‌ ୪ଟା ୩୦ରେ ନିଆଁ ଲାଗି ପ୍ରାୟ ୧୭୦ ଟନ୍‌ ଗହମ ଜଳି ପାଉଁଶ ହୋଇ ଯାଇଛି। ଶର୍ଟ ସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବର୍ଷାରେ ଓଦା ନ ହେବା ପାଇଁ ମଣ୍ଡିରେ ଗହମ ବସ୍ତାଗୁଡ଼ିକୁ ଛାତ ତଳେ ରଖାଯାଇଥିଲା। ମାତ୍ର ହଠାତ୍‌ ନିଆଁ ଲାଗିବାରୁ ଏସବୁକୁ ଉଦ୍ଧାର କରିବା ସମ୍ଭବପର ହୋଇ ପାରିନାହିଁ। ନିଆଁ ଲିଭା କାର୍ଯ୍ୟରେ ୧୫ଟି ଦମ୍‌କଳ ଗାଡ଼ି ନିୟୋଜିତ ହୋଇ ବହୁକଷ୍ଟରେ ଏହାରକୁ ଆୟତ୍ତ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।


All Right Reserved By

ଅନନ୍ତନାଗରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୧୭।୬: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଠାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୋମବାର ସକାଳେ ଘେରାବନ୍ଦୀ ଆରମ୍ଭ...

ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲା: ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ ମାଗିଲେ ବିଚାରପତି

ନୂଆଦିଲ୍ଲୀ, ୧୬ା୭: ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ବିଚାରପତି ଏସ୍‌.କେ. ଯାଦବ ଶୁଣାଣି ଶେଷ କରିବା ଲାଗି ସୁପ୍ରିମକୋର୍ଟଙ୍କୁ ଅଧିକ ସମୟ...

ପରଲୋକରେ ଓମ ପ୍ରକାଶ ଚୌତାଲାଙ୍କ ସ୍ତ୍ରୀ

ହରିୟାଣା,୧୨।୮: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କ ସ୍ତ୍ରୀ ସ୍ନେହଲତାଙ୍କର ରବିବାର ପରଲୋକ ହୋଇଛି। କିଛିଦିନ ହେବ ଅସୁସ୍ଥ ଥିବା ସ୍ନେହଲତାଙ୍କର ୮୧ ବର୍ଷ...

ଆତଙ୍କବାଦ ଦମନ ପାଇଁ ସବୁ ଦେଶକୁ ଆଗେଇ ଆସିବାକୁ ପଡିବ

ଓସାକା, ୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇ ଆତଙ୍କବାଦ ବିରୋଧରେ ସବୁ ରାଷ୍ଟ୍ର ଏକ ହେବା ପାଇଁ...

ଜମ୍ମୁ-କଶ୍ମୀର ଏନ୍‌କାଉଣ୍ଟର ୨ ପୋଲିସ ଆହତ

କିସ୍ତଓ୍ବାର,୩୧।୫: ଜମ୍ମୁ-କଶ୍ମୀର ମାରଓ୍ବା ଅଞ୍ଚଳରେ ଥିବା କିସ୍ତଓ୍ବାର ଅଞ୍ଚଳରେ ଶୁକ୍ରବାର ହୋଇଥିବା ଏନ୍‌କାଉଣ୍ଟରରେ ୨ ପୋଲିସ ଆହତ ହୋଇଥିବା ସୂଚନା ମିଳିଛି। ଶୁକ୍ରବାର ସକାଳେ ଆତଙ୍କବାଦୀ...

୨୦୧୮ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଦେଢ ଲକ୍ଷ: ଉତ୍ତର ପ୍ରଦେଶ ସବୁଠାରୁ ଆଗରେ

ନୂଆଦିଲ୍ଲୀ,୧୮।୫: ଗତବର୍ଷ ଅର୍ଥାତ୍‌ ୨୦୧୮ରେ ଭାରତରେ ସଡ଼କ ଦୁର୍ଘଟଣାରେ ପାଖାପାଖି ଦେଢ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଯାହା ଟିବିରେ ହୋଇଥିବା ମୃତ୍ୟୁ ସଂଖ୍ୟାଠାରୁ...

ଭାଜପା ଏମ୍‌ପିଙ୍କ ବିବାଦୀୟ ମନ୍ତବ୍ୟ:ଦଳୀୟ ସ୍ବାର୍ଥ ଦୃଷ୍ଟିରୁ ଜେଡିୟୁ ସହ ମେଣ୍ଟ ହୋଇଛି

ପାଟନା, ୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳର ଆବଣ୍ଟନକୁ ନେଇ ବିବାଦ ଦେଖା ଦେବା ପରେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇ ନ ଥିଲା ବିହାର ମୁଖ୍ୟମନ୍ତ୍ରୀ...

ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅ ନୀରଜ ଶେଖର

ଲକ୍ଷ୍ନୌ, ୧୪।୮:ଉତ୍ତର ପ୍ରଦେଶର ଏକ ସିଟ୍‌ରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ପୁଅ ନୀରଜ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *