Posted inଜାତୀୟ

ହନିପ୍ରୀତଙ୍କୁ ନେଇ ୨ କଏଦୀଙ୍କ ମଧ୍ୟରେ ଝଗଡା ବଢିଲା ଆଉ ଏକ ବର୍ଷ ଜେଲ୍‌ଦଣ୍ଡ

ସାଗର,୧୪।୭: ମଧ୍ୟ ପ୍ରଦେଶ ସାଗର ଜିଲାରେ ଥିବା ଏକ ଜେଲ୍‌ରେ ୨ କଏଦୀଙ୍କ ମଧ୍ୟରେ ହନିପ୍ରୀତଙ୍କୁ ନେଇ ଝଗଡା ହେବାରୁ ଜଣେ କଏଦୀଙ୍କର ଜେଲ୍‌ଦଣ୍ଡକୁ ଆଉ ଏକ ବର୍ଷ ବଢାଇ ଦିଆଯାଇଛି। ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କ ପାଳିତା କନ୍ୟା ହନିପ୍ରୀତଙ୍କୁ ନେଇ ପ୍ରତାପ ରାଜପୁତ ନାମକ ଜଣେ କଏଦୀ ଏକ ମନ୍ତବ୍ୟ ଦେଇଥଲେ। ସୂଚନାଯୋଗ୍ୟ, ୨୦୧୭, ସେପ୍ଟେମ୍ବର ୨୭ରେ ଟେଲିଭିଜନରେ ହନିପ୍ରୀତଙ୍କ ସମ୍ପର୍କିତ ଖବର ପ୍ରସାରିତ ହେବା ସମୟରେ ପ୍ରତାପ କହିଥିଲେ ହନିପ୍ରୀତଙ୍କୁ ଦିନେ ନା ଦିନେ ତାଙ୍କ କରିଥିବା କର୍ମର ଫଳ ଭୋଗିବାକୁ ପଡିବ। ତେବେ ପ୍ରତାପଙ୍କର ଏହି ମନ୍ତବ୍ୟ ଅନ୍ୟ ଜଣେ କଏଦୀ ମୁକେଶ ରାଏକଓ୍ବାରଙ୍କୁ ଭଲ ଲାଗି ନ ଥିଲା ପ୍ରଥମେ ଉଭୟଙ୍କ ମଧ୍ୟରେ ଏହାକୁ ନେଇ କଥା କଟାକଟି ହେବା ପରେ ମାଡପିଟ ଯାଏ ଯାଇଥିଲା। ଏହି ମାମଲାର ଶୁଣାଣି କରି ଗତ ଶୁକ୍ରବାର ଅଦାଲତ ମୁକେଶଙ୍କୁ ତାଙ୍କ ପୂର୍ବ ମାମଲାର ଜେଲଦଣ୍ଡ ପରେ ଆଉ ଏକ ବର୍ଷ ଜେଲ ଦଣ୍ଡ ସହ ଏକ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।


All Right Reserved By

ଆଧାର ସଂଶୋଧନ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ

ନୂଆଦିଲ୍ଲୀ,୯ା୭(ପି.ଟି.): ଆଧାର ସଂଶୋଧନ ବିଲ୍‌ ସୋମବାର ପାର୍ଲାମେଣ୍ଟରେ ଗୃହୀତ ହୋଇଛି। ଫଳରେ ଜଣେ ଚାହିଁଲେ ବ୍ୟାଙ୍କ ଖାତା ଖୋଲିବା ଏବଂ ମୋବାଇଲ ସିମ୍‌ କାର୍ଡ କିଣିବାରେ...

ପୋଖରାନରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜନାଥ

ଜଇପୁର,୧୬।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ରାଜସ୍ଥାନର ପୋଖରାନଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କାରଣ ୧୯୯୮ରେ ବାଜପେୟୀ...

ପିଲା ଚୋରି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଲେ ଲୋକେ

କୋଲକାତା,୨୯।୭: ଦେଶରେ ଦିନକୁ ଦିନ ଭିଡ଼ ହିଂସା ବୃଦ୍ଧି ପାଇବାରେ ଲାଗିଛି। ଲୋକମାନଙ୍କ ଭିତରେ ସଚେତନତା ଅଭାବରୁ ଏଭଳି ଘଟଣା ଘଟିବାରେ ଲାଗିଛି। ଏହି କ୍ରମରେ...

ଟଙ୍କା ମାଗିବାରୁ ଆଇସ୍‌କ୍ରିମ୍‌ ବିକାଳିଙ୍କୁ ନିସ୍ତୁକ ପିଟିଲେ ପୋଲିସ ବାବୁ: ଏସ୍‌ଏସ୍‌ପି ଦେଲେ ତଦନ୍ତ ନିର୍ଦ୍ଦେଶ

ନୋଏଡ଼ା,୨୩।୭: ଉତ୍ତରପ୍ରଦେଶରେ ସାଧାରଣ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହେଉଛି। ଏଠାରେ ଟଙ୍କା ମାଗିବାରୁ ଜଣେ ଆଇସ୍‌କ୍ରିମ୍‌ ବିକାଳିଙ୍କୁ ଜଣେ ପୋଲିସ ବାବୁ ଏବଂ...

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେନାହିଁ ଅମରିନ୍ଦର ସିଂ

ଚଣ୍ଡିଗଡ଼,୩୦।୫: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ମିଡିଆ...

୨୪ ଘଣ୍ଟାରେ ୧୦ ସଫା

ମାଲକାନଗିରି, ୪।୮ (ଡି.ଏନ୍‌.ଏ.): ଛତିଶଗଡ଼ର ରାଜନନ୍ଦଗାଁଓ ଜିଲା ଅନ୍ତର୍ଗତ ସୀତାଗୋତା ଜଙ୍ଗଲରେ ଶନିବାର ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୭...

ଛତିଶଗଡ଼ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିଲେ ମୋହନ ମାର୍କମ

ନୂଆଦିଲ୍ଲୀ,୨୮।୬: ଗୋଟିଏ ପଟେ କଂଗ୍ରେସର ସ୍ଥିତି ସାରା ଦେଶରେ ବିଗିଡି ଯାଇଥିବା ବେଳେ ଶୁକ୍ରବାର ଛତିଶଗଡ଼ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି ମୋହନ...

ଶକ୍ତି ପରୀକ୍ଷାରେ ୟେଦୁରପ୍ପା ପାସ୍‌: ଗୃହରେ ଭଏସ୍‌ ଭୋଟ୍‌; ବିରୋଧୀ ଦାବୀ କଲେ ନି ଭୋଟିଂ

ବେଙ୍ଗାଲୁର୍‌,୨୯।୭: କର୍ନାଟକ କ୍ଷମତା ଦଖଲ ଡ୍ରାମା ଶେଷ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ବିଧାନସଭାରେ ଆସ୍ଥା ଭୋଟ୍‌ରେ ବିଜୟୀ ହୋଇଛନ୍ତି। ବାଚସ୍ପତି କେ. ଆର୍‌....

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *