Posted inଜାତୀୟ

ମନ୍ତ୍ରୀପଦରୁ ଇସ୍ତଫା ଦେଲେ ସିଦ୍ଧୁ

ଚଣ୍ଡିଗଡ଼,୧୪।୭: କ୍ରିକେଟରରୁ ରାଜନେତା ହୋଇଥିବା କଂଗ୍ରେସର ନବଜୋତ ସିଂ ସିଦ୍ଧୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ରବିବାର ଟୁଇଟ୍‌ କରି ସେ ଏହି ସୂଚନା ଦେଇଛନ୍ତି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମ୍ବୋଧନ କରି ସେ ଯେଉଁ ଇସ୍ତଫା ପତ୍ର ଜୁନ୍‌ ୧୦ରେ ଲେଖିଥଲେ ତାକୁ ଟୁଇଟ୍‌ କରି ସେ ଏହା କହିଛନ୍ତି। ସୂଚନାଯୋଗ୍ୟ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ସିଦ୍ଧୁଙ୍କର ଲାଗି ରହିଥିବା ବିବାଦର ସମାଧାନ ନ ହେବାରୁ ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। କିଛିଦିନ ହେବ ସିଦ୍ଧୁଙ୍କର ବିଭାଗ ପରିବର୍ତ୍ତନ କରାଯିବାରୁ ସେ ଏଥିରେ ଅସନ୍ତୁଷ୍ଟ ଥିଲେ। ଏମିତିକି ସେ କାର୍ଯ୍ୟରେ ଯୋଗ ଦେଉ ନ ଥିଲେ। ଏହାକୁ ନେଇ ସେ ବିରୋଧିଙ୍କ ଶିକାର ମଧ୍ୟ ହୋଇଥିଲେ।


All Right Reserved By

ପଶ୍ଚିମବଙ୍ଗରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ:ଡାକ୍ତର ଆନ୍ଦୋଳନରୁ ତେଜିଲା ରାଜନୀତି

କୋଲକାତା,୧୪ା୬( ଆଇଏଏନ୍‌ଏସ୍‌):ପଶ୍ଚିମବଙ୍ଗର ଏକ ସରକାରୀ ହସ୍ପିଟାଲରେ ହିଂସା ପରେ ୩ ଦିନ ଧରି ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ରାଜନୈତିକ ରୂପ ନେଇଛି। ମୁଖ୍ୟମନ୍ତ୍ରୀ ମମତା ବାଜାର୍ନୀ...

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାହୁଲ

ନୂଆଦିଲ୍ଲୀ,୨୦।୭: ଦୀର୍ଘ ୧୫ ବର୍ଷ କାଳ ଦିଲ୍ଲୀର ଶାସନ ଭାର ସମ୍ଭାଳିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ବିୟୋଗରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ...

ଜମ୍ମୁ-ପୁଞ୍ଚ ଜାତୀୟ ରାଜପଥରେ ଆଇଇଡି ନିଷ୍କ୍ରିୟ କଲା ସେନା

ରାଜୌରୀ,୨୭।୫: ଜମ୍ମୁ-ପୁଞ୍ଚ ଜାତୀୟ ରାଜପଥର କାଲାର ଅଞ୍ଚଳରେ ସୋମବାର ଏକ ଆଇଇଡି ମିଳିବା ଖବର ପାଇବା ପରେ ଭାରତୀୟ ସେନା ପକ୍ଷରୁ ଏହାକୁ ନିଷ୍କ୍ରିୟ କରାଯାଇଥିବା...

ଶାକାହାରୀ ଯାତ୍ରୀଙ୍କୁ ମାଂସାହାରୀ ଖ୍ୟାଦ୍ୟ ପରଷି ଅଡ଼ୁଆରେ ଏୟାର ଏସିଆ ବିମାନ: ଲାଗିଲା ଦେଢ଼ଲକ୍ଷ ଟଙ୍କାର ଜରିମାନା

ଅମୃତଶର,୨୭।୫: ଜଣେ ଶାକାହାରୀ ଯାତ୍ରୀଙ୍କୁ ବିମାନରେ ମାଂସାହାରୀ ଖାଦ୍ୟ ଦେଇ ହଇରାଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ କନଜ୍ୟୁମର କୋର୍ଟରେ ଅଭିଯୋଗ କରାଯାଇଥିବା ବେଳେ ଏବେ...

ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କରିଥିବା ପୂର୍ବତନ ଡିଜିପିଙ୍କ ପରଲୋକ

ଚେନ୍ନାଇ,୨୪।୬(ପି.ଟି.): ୧୯୭୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଏକ ଦୁର୍ନୀତି ମାମଲାରେ ଗିରଫ କରିଥିବା ତାମିଲନାଡୁର ତତ୍କାଳୀନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭି.ଆର୍‌. ଲକ୍ଷ୍ମୀନାରାୟଣନ୍‌ଙ୍କର ରବିବାର...

‘ରାଜନୈତିକ ପ୍ରଭାବରୁ ଦୂରେଇ ରହୁ ନ୍ୟାୟପାଳିକା’

ନୂଆଦିଲ୍ଲୀ,୨୦ା୬(ପି.ଟି.): ସ୍ବାଧୀନତା ନ୍ୟାୟପାଳିକାର ଆତ୍ମା। ବିଚାର ବ୍ୟବସ୍ଥା ଜନତାଙ୍କ ଆସ୍ଥା ଜୁଟାଇବାରେ ବିଫଳ ହେଲେ କଦାପି ନ୍ୟାୟ ସ୍ଥାପନ କରିପାରିବ ନାହିଁ ବୋଲି ଭାରତର ପ୍ରଧାନ...

ମାତୃଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ୨୦ ହଜାର କିମି ସାଇକେଲ ଯାତ୍ରାରେ ଯୁବକ

ସିଲିଗୁଡ଼ି,୨୫।୪: ମାତୃଭାଷା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଜଣେ ଯୁବକ ଅଣ୍ଟା ଭିଡ଼ିଛନ୍ତି। ମହାରାଷ୍ଟ୍ରର ୨୯ ବର୍ଷ ବୟସ୍କ ଯୁବକ ଗନ୍ଧାର କୁଲକର୍ଣ୍ଣୀ ଏନେଇ ୨୦...

କଂଗ୍ରେସ ସହ ମେଣ୍ଟ କରିବନି ଏଏପି

ନୂଆଦିଲ୍ଲୀ,୨୧ା୪(ପି.ଟି.): କଂଗ୍ରେସ ସହ ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ମେଣ୍ଟ ସମ୍ଭବ ନୁହେଁ ବୋଲି ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି। ଅନ୍ୟ ରାଜ୍ୟରେ ମଧ୍ୟ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *