Posted inଜାତୀୟ

ଚାଚା ନେହେରୁ ମଦ୍ରାସାରେ ନିର୍ମାଣ ହେବ ମନ୍ଦିର ଓ ମସଜିଦ୍‌

ଅଲୀଗଡ଼,୧୪।୭: ଉତ୍ତରପ୍ରଦେଶ ଅଲୀଗଡ଼ସ୍ଥିତ ଚାଚା ନେହେରୁ ମଦ୍ରାସାରେ ଉଭୟ ମନ୍ଦିର ଏବଂ ମସଜିଦ୍‌ ନିର୍ମାଣ କରାଯିବା ପାଇଁ ଯୋଜନା ହୋଇଛି। ପୂର୍ବତନ ଉପରାଷ୍ଟ୍ରପତି ହମିଦ୍‌ ଅନସାରୀଙ୍କ ସ୍ତ୍ରୀ ସଲମା ଅନସାରୀ ଏହି ମଦ୍ରାସାର ସଞ୍ଚାଳିକା ଦାୟିତ୍ୱରେ ରହିଛନ୍ତି। ଏସମ୍ପର୍କରେ ସଲମା ସୂଚନା ଦେଇଛନ୍ତି। ଏହା ଭାରତର ଏଭଳି ପ୍ରଥମ ମଦ୍ରାସା ହେବ। ଗତ ୧୯ ବର୍ଷ ଧରି ସଲମା ଏହି ମଦ୍ରାସା ଦାୟିତ୍ୱରେ ରହିଛନ୍ତି। ଏହି ମଦ୍ରାସାକୁ ୬ଟି ହିନ୍ଦୁ ଅନୁଷ୍ଠାନ ଅନୁଦାନ ଯୋଗାଇ ଦେଇଥାନ୍ତି। ମଦ୍ରାସାରେ ୪ ହଜାର ମୁସଲମାନ ଏବଂ ଏକ ହଜାରରୁ ଅଧିକ ହିନ୍ଦୁ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ଏଠାରେ ନିର୍ମାଣ ହେବାକୁ ଥିବା ମନ୍ଦିରରେ ଶିବ ଏବଂ ହନୁମାନଙ୍କ ମୂର୍ତ୍ତି ସ୍ଥାପିତ କରାଯିବ ବୋଲି ସଲମା ସୂଚନା ଦେଇଛନ୍ତି।


All Right Reserved By Dharitri.Com

ମୋଦିଙ୍କ ମା’ଙ୍କୁ ଭେଟିଲେ ରାଷ୍ଟ୍ରପତି

ଗାନ୍ଧିନଗର,୧୩।୧୦: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦୁଇ ଦିନିଆ ଗସ୍ତରେ ଗୁଜରାଟ ଯାତ୍ରା କରିଛନ୍ତି। ଏହି ଅବସରରେ ସେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ...

ବିମାନ ଦୁର୍ଘଟଣାରେ ସ୍ବାମୀ ହୋଇଥିଲେ ଶହୀଦ, ଏବେ ବାୟୁସେନାରେ ସାମିଲ ହେବେ ପତ୍ନୀ

ନୂଆଦିଲ୍ଲୀ,୧୫।୭: ୨୦୧୯ ଫେବୃୟାରୀ ୧ ବିମାନ ଦୁର୍ଘଟଣାରେ ଶହୀଦ ହୋଇଥିବା ସ୍କ୍ବାଡନ ଲିଡର ସମୀର ଅବରୋଲଙ୍କ ପତ୍ନୀ ଗରିମା ଅବରୋଲ ଖୁବ୍‌ଶୀଘ୍ର ବାୟୁସେନାରେ ସାମିଲ ହେବାକୁ...

‘ପେହଲୁ ଖାନ୍‌ ମରିନାହାନ୍ତି’

ଜୟପୁର,୧୫ା୮: ଗୋରୁ ବ୍ୟବସାୟୀ ପେହଲୁ ଖାନ୍‌ଙ୍କୁ ଦୁଇବର୍ଷ ତଳେ କେହି ମାରିନାହାନ୍ତି। ଅର୍ଥାତ ସେ ମରିନାହାନ୍ତି। ରାଜସ୍ଥାନର ଏହି ବହୁଚର୍ଚ୍ଚିତ ଭିଡ଼ହିଂସା ମାମଲାରେ ଅଲଓ୍ବର କୋର୍ଟ...

ସୋନିଆ, ଉଦ୍ଧବଙ୍କ ସହ ବୈଠକ କଲେ ଶରଦ: ସରକାର ଗଢିଲେ ଅଜିତ

ମୁମ୍ବାଇ,୨୩।୧୧: ଶନିବାର ମହାରାଷ୍ଟ୍ର ରାଜନୀତିରେ ଏମିତି ପରିବର୍ତ୍ତନ ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାତାରାତି ଓଲଟି ଯାଇଛି ସବୁକିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଶିବସେନା...

ଏହି ରାଜ୍ୟରେ ଶହୀଦଙ୍କ ପରିବାରଙ୍କୁ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ

ଶିମଲା,୧୧।୧୧: ଶହୀଦଙ୍କ ପରିବାରଙ୍କୁ ଏଣିକି ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ। ଏନେଇ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସୋମବାର ଘୋଷଣା କରିଛନ୍ତି। ଏଥିସହ ଶହୀଦ...

ମହାରାଷ୍ଟ୍ରରେ ହୋଟେଲ ରାଜନୀତି: କଂଗ୍ରେସର ଅଭିଯୋଗ; ଭାଜପା ଚଳାଇଛି ଘୋଡ଼ାବେପାର ଉଦ୍ୟମ

ମୁମ୍ବାଇ,୨୫ା୧୧: ମହାରାଷ୍ଟ୍ରର ଭାଜପା ନେତୃତ୍ୱାଧୀନ ସରକାରକୁ ଆସ୍ଥାଭୋଟର ସମ୍ମୁଖୀନ ହେବା ପାଇଁ ସୋମବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇପାରନ୍ତି। ଏଭଳି ସମୟରେ ଭାଜପା ପକ୍ଷରୁ ଘୋଡ଼ାବେପାର ଉଦ୍ୟମ...

ବିଦେଶୀ ଗଣମାଧ୍ୟମରେ ‘କଶ୍ମୀର’: ନିଜ ଗୋଡ଼କୁ ଗୁଳି କରୁଛି ଭାରତ

ଶ୍ରୀନଗର,୨୯ା୮(ପି.ଟି.): ସମୟ ଗଡ଼ିଚାଲିବା ସହ କଶ୍ମୀରରେ ଭାରତର କାର୍ଯ୍ୟାନୁଷ୍ଠାନ ବଢ଼ିବାରେ ଲାଗିଛି। ଫୋନ୍‌ଲାଇନ୍‌ ଓ ଇଣ୍ଟରନେଟ ସେବାକୁ ବନ୍ଦ, ବରିଷ୍ଠ ନେତାମାନଙ୍କୁ ଗୃହବନ୍ଦୀ ଓ କର୍ଫ୍ୟୁ...

ସିସିଟିଭିରୁ ଧରାପଡ଼ିଲା ପିଆଜ ଚୋର

ମୁମ୍ବାଇ,୧୧।୧୨: ସାରା ଦେଶରେ ପିଆଜର ବର୍ଦ୍ଧିତ ଦରଦାମ୍‌ ବଜାରରେ ନିଆଁ ଲଗାଇଛି। ଏଥିଯୋଗୁ ବ୍ୟବସାୟୀ ଓ ଗ୍ରାହକ ବହୁ ହଇରାଣ ହେଉଛନ୍ତି। ପିଆଜ ଦର ୧୦୦ରୁ...

Leave a comment

Your email address will not be published. Required fields are marked *