ମିଳିଲା ଭୁଷଣ୍ଡେଶ୍ୱରଙ୍କ ମନ୍ଦିର ଭଗ୍ନାବଶେଷର ସନ୍ଧାନ

ବାଲେଶ୍ୱର ଅଫିସ, ୧।୫-ଏସିଆ ମହାଦେଶର ସର୍ବବୃହତ ଶିବଲିଙ୍ଗ ଭାବେ  ବାବା ଭୁଷଣ୍ଡେଶ୍ୱର ପରିଚିତ। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କୁମ୍ଭୀରଗଡ଼ି ପଞ୍ଚାୟତରେ ଅବସ୍ଥିତ ଭୁଷଣ୍ଡେଶ୍ୱରଙ୍କ ମନ୍ଦିରର ପ୍ରାଚୀନତା ସମ୍ପର୍କରେ ସମ୍ପ୍ରତି ଆଉ କେତେକ ତଥ୍ୟ ପଦାକୁ ଆସିଛି। ସେଠାରେ ମନ୍ଦିର ପୁନଃ ନିର୍ମାଣ ଲାଗି ଖନନ କରାଯିବା ସମୟରେ ମାଟିତଳୁ କଳା ମୁଗୁନି ପଥରର ଅନେକ ଭଗ୍ନାଂଶ ଉଦ୍ଧାର ହୋଇଛି। ଏସବୁ ଭଗ୍ନାଂଶ ପ୍ରାଚୀନ ମନ୍ଦିରର ଅବସ୍ଥିତି ସୂଚାଉଛି ବୋଲି ‘ମନ୍ଦିର ନିର୍ମାଣ କମିଟି’ ପକ୍ଷରୁ କୁହାଯାଇଛି।

କେତେକ ଐତିହାସିକ କହନ୍ତି, ପ୍ରାୟ ଷୋଡ଼ଶ ଶତାବ୍ଦୀ ବେଳକୁ ସେଠାରେ ଯେଉଁ ପ୍ରାଚୀନ ମନ୍ଦିର ଥିଲା ତାହା ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଇଥିଲା ା ୧୯୮୩ରୁ ୧୯୮୬ ମଧ୍ୟରେ ଭୁଷଣ୍ଡେଶ୍ୱର ଶିବଲିଙ୍ଗକୁ ଘେରି ଏକ ମନ୍ଦିର ନିର୍ମାଣ ହୋଇଥିଲା। ୧୯୮୦ରୁ ୧୯୮୫ରେ ଭୋଗରାଇର ତତ୍କାଳୀନ ବିଧାୟକ ଡ. କାର୍ତ୍ତିକେଶ୍ୱର ପାତ୍ର ଓ ଅନ୍ୟ ସ୍ଥାନୀୟ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଥିଲା। ୧୯୮୭ ମସିହାରେ ମନ୍ଦିରର ଶୁଭ ଉଦ୍‌ଘାଟନ ହୋଇଥିଲେ ମଧ୍ୟ କାମ ଶେଷ  ହୋଇପାରି ନ ଥିଲା। ଏଥିଲାଗି ମନ୍ଦିର ପୁନରୁଦ୍ଧାର ସକାଶେ ‘ମନ୍ଦିର ନିର୍ମାଣ କମିଟି’ ଗଠନ କରାଯାଇଥିଲା। ୧୫କୋଟି ଟଙ୍କା ବ୍ୟୟରେ ଏବେ କିଛିଦିନ ଆଗରୁ ମନ୍ଦିର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସେଠାରେ ଖନନ କରାଯିବା ବେଳେ ୧୦ ଫୁଟ ମାଟି ତଳେ ରହିଥିବା ଏକ ମାଙ୍କଡ଼ା ପଥରର ଆସ୍ତରଣ ଭିତରେ କେତୋଟି କଳା ମୁଗୁନି ପଥରର ସ୍ତମ୍ଭ, ପାହାଚ ଓ ବେଦିକା ଆଦି ଠାବ କରାଯାଇଛି ା ଜେସିବି ଦ୍ୱାରା ଯେଉଁ କଳାମୁଗୁନି ପଥର ଉପରକୁ ଉଠାଇ ଅଣାଯାଇଛି ସେଥିରେ ଗୋଟିଏ ଛିଦ୍ର ରହିଛି। ପିଲାର ସଦୃଶ ଏହି ପଥରର ଲମ୍ବ ୮୭ ଇଞ୍ଚ, ଚଉଡା ୨୨ଇଞ୍ଚ ଓ ଉଚ୍ଚତା ୧୬ ଇଞ୍ଚ ା ସେଥିରେ ପାହାଚ ଭଳି କଟାକଟା ଦାଢ଼ ରହିଛି। ମାଟିତଳୁ ମିଳିଥିବା ଅନ୍ୟ ଏକ ପଥର ଲମ୍ବ ୯୧ ଇଞ୍ଚ, ଚଉଡ଼ା ୪୪ ଇଞ୍ଚ, ଉଚ୍ଚତା ୧୪ ଇଞ୍ଚ ରହିଛି। ଜେସିବି ମାଟି ଉପରକୁ ଉଠାଇ ପାରି ନ ଥିବା ଅନ୍ୟ ଏକ ପଥରର  ଲମ୍ବ ୧୦୬ ଇଞ୍ଚ, ଚଉଡ଼ା ୭୪ ଇଞ୍ଚ। ମାଟି ତଳକୁ ତାହା କେତେ ପୋତି ହୋଇରହିଛି ଜଣାପଡି଼ ନାହିଁ। ସେହିଭଳି ମାଟିତଳୁ ଉଦ୍ଧାର ହୋଇଥିବା ବେଦିକା ସମ୍ପୂର୍ଣ୍ଣ କଳା ମୁଗୁନି ପଥରରେ ତିଆରି। ଏହା ଚତୁଃଷ୍କୋଣାକାର। ଦୈର୍ଘ୍ୟ, ପ୍ରସ୍ଥ ୫ଫୁଟ ଲେଖାଏ। ମନ୍ଦିର ପୁନରୁଦ୍ଧାର ପାଇଁ ଚାଲିଥିବା ଖନନ କାର୍ଯ୍ୟର ଆହୁରି ଦୁଇ ତୃତୀୟାଂଶ ବାକି ରହିଛି। ଖନନ କାର୍ଯ୍ୟ ଜାରି ରହିଲେ, ଅନ୍ୟ କିଛି ପ୍ରାଚୀନ କଳାକୃତି ମିଳିପାରେ ବୋଲି ଅନୁମାନ କରାଯାଉଛି। ଏସବୁ ଭଗ୍ନାଂଶ ଷୋଡ଼ଶ ଶତାବ୍ଦୀର କଳା ମୁଗୁନି ପଥରରେ ତିଆରି କଳାକୃତିର ଅବଶେଷ ବୋଲି କୁହାଯାଉଛି। ଭୁଷଣ୍ଡେଶ୍ୱର ମନ୍ଦିର ନିକଟରେ କୌଣସି ପାହାଡ଼ ବା ପଥର ଖାଦାନ ନ ଥିବା ବେଳେ  ମିଳିଥିବା ସମସ୍ତ ପଥର ଏଠାକୁ କିପରି ଅଣାଯାଇଥିଲା ତାହା ଗବେଷଣା ସାପେକ୍ଷ ବୋଲି ମନ୍ଦିର କମିଟି କର୍ମକର୍ତ୍ତା କହିଛନ୍ତି। ଭୁଷଣ୍ଡେଶ୍ୱର ମନ୍ଦିର ପୁନାରୁଦ୍ଧାର ଲାଗି ଚାଲିଥିବା ଖନନ କାର୍ଯ୍ୟ ତ୍ୱରାନ୍ବିତ କରି ପୁରାତନ ମନ୍ଦିର ସମ୍ପର୍କରେ ତଥ୍ୟ ଲୋକଲୋଚନକୁ ଆଣିବା ଲାଗି ପୁନରୁଦ୍ଧାର କମିଟି ସଭାପତି ତଥା ପୂର୍ବତନ ଏମ୍‌ପି ଡ. କାର୍ତ୍ତିକେଶ୍ୱର ପାତ୍ର  ରାଜ୍ୟ ଓ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗର ମୁଖ୍ୟମାନଙ୍କୁ ପତ୍ରଲେଖି ଅନୁରୋଧ କରିଛନ୍ତି। ଏଥିସହ ଉଦ୍ଧାର ହୋଇଥିବା ପଥରଗୁଡ଼ିକୁ ବିଶେଷଜ୍ଞମାନଙ୍କ ଦ୍ୱାରା ଅନୁଧ୍ୟାନ କରିବାକୁ ସେ ଦାବି କରିଛନ୍ତି।


All Right Reserved By

ରାଜଧାନୀରେ ଜମି ଦେବାକୁ କହି ୬୫ ଲକ୍ଷ ଟଙ୍କା ଠକେଇ: ମୁଖ୍ୟ ଅଭିଯୁକ୍ତ ଗିରଫ

ଭଦ୍ରକ ଅଫିସ, ୨୯।୫ – ରାଜଧାନୀ ଭୁବନେଶ୍ୱରରେ ଜମି ଦେବାକୁ କହି ଭଦ୍ରକର ଜଣେ ବ୍ୟବସାୟୀଙ୍କଠାରୁ ୬୫ ଲକ୍ଷ ଟଙ୍କା ଠକି ନିଆଯାଇଥିବା ଅଭିଯୋଗ ହୋଇଛି।...

ବର୍ଷାଦିନେ ରାସ୍ତା କାମ, ନାଳ ଖୋଳା

ଖଇରା, ୭।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ସବ୍‌ମାଇନର କେନାଲରେ ରାସ୍ତା ନିର୍ମାଣ ଓ ନାଳ ଖୋଳା କାର୍ଯ୍ୟକୁ ଚାଷୀ ଓ ଗ୍ରାମବାସୀ ବିରୋଧ...

ଦଶାହ ଭୋଜି ଖାଇ ୭ ଗୁରୁତର, ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ବାହାନଗା, ୪।୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଓପଦା ବ୍ଲକ ନରସିଂହପୁର ପଞ୍ଚାୟତର ବାହିଗଢିଆ ଗ୍ରାମରେ ଶନିବାର ରାତିରେ ଦଶାହ ଭୋଜି ଖାଇ କେତେକ ଲୋକ ଝାଡା ବାନ୍ତିରେ...

ସଚେତନତାର ବାର୍ତ୍ତା ବାଣ୍ଟୁଥିବା ୨ ଯୁବ ରୋଟାରିଆନଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ, ୩୧।୮-ପୃଥିବୀରେ ସେଭ୍‌ ୱାଟର, ସେଭ୍‌ ଫୁଏଲ୍‌, ସେଭ୍‌ ଆର୍ଥ ଆଣ୍ଡ ଫିଟ୍‌ ଫର୍‌ ଇଣ୍ଡିଆ ସଚେତନତା ବାର୍ତ୍ତା ନେଇ କେରଳର କାଲିକଟରୁ ବାହାରିଥିବା...

ସିଂଲା ଦୋଳବାଡ଼ ଗ୍ରାମରେ ୧୪୪ ଧାରା ଜାରି

ବସ୍ତା,୨୬।୯(ସ୍ବ.ପ୍ର)- ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ଦୋଳବାଡ଼ ଗାଁରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିବା ଜଣାପଡ଼ିଛ। ଜନୈକ ପରିବାର ଗ୍ରାମରେ ଥିବା...

ବସ୍ତାରୁ ମଣିଷ ଖପୁରି, ହାଡ଼ ମିଳିବା ଘଟଣା: ତଦନ୍ତ କଲା ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌

ବାହାନଗା/ରେମୁଣା, ୧୯।୭(ଡି.ଏନ.ଏ.)-ରେମୁଣା ବ୍ଲକ ଗାଞ୍ଜିଆ ମଙ୍ଗଳା ଛକ ନିକଟରେ ଗତ ଗୁରୁବାର ଅପରାହ୍ନରେ ଏକ ପରିତ୍ୟକ୍ତ ଅମରିବୁଦା ସ୍ଥାନରୁ ଏକ ଛିଣ୍ଡା ବସ୍ତାରୁ ମଣିଷର ଖପୁରୀ...

ମା’ବାପା ନ ଥିବାବେଳେ ନାତିଙ୍କୁ ଜେଜେମାଙ୍କ ନିର୍ମମ ମାଡ଼, ଭିଡିଓ ଭାଇରାଲ

ବସ୍ତା,୩।୮(ସ୍ବ.ପ୍ର.): ପିଲାଟିକୁ କେହି ବାଡ଼ାଇଲେ ସେ ଦୌଡ଼ି ଯାଇ ଜେଜେମା କୋଳରେ ପଶି ଯାଇଥାଏ। କିନ୍ତୁ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଭେଲୋରା ପଞ୍ଚାୟତର ଗଙ୍ଗାଧରପୁର...

ପଦାକୁ ଆସୁଛି ବ୍ରାଉନ୍‌ସୁଗାର ଡିଲରଙ୍କ କଳାସମ୍ପତ୍ତି: ରାଜାଙ୍କ ବିଳାସପୂର୍ଣ୍ଣ ଫ୍ଲାଟ୍‌ ସିଲ

ଭୁବନେଶ୍ୱର/ ବାଲେଶ୍ୱର ଅଫିସ, ୨୪।୯(ବ୍ୟୁରୋ): ଡ୍ରଗ୍ସ ଡିଲର ତଥା ବ୍ରାଉନସୁଗାର ଚୋରା ଚାଲାଣ ର଼୍ୟାକେଟର କିଙ୍ଗ୍‌ପିନ୍‌ ସେକ୍‌ ରାଜାଙ୍କ କଳାସାମ୍ରାଜ୍ୟର ଗୁମର ଧୀରେ ଧୀରେ ଖୋଲିବାରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *