Posted inଖେଳ

ମିଥାଲି ଭାରତୀୟ ଦଳ ଗୁଡଓ୍ବିଲ୍‌ ଆମ୍ବାସାଡର

ନୂଆଦିଲ୍ଲୀ, ୧୭।୪(ପି.ଟି.)- ଅଭିଜ୍ଞ ମହିଳା କ୍ରିକେଟର ମିଥାଲି ରାଜ ଷ୍ଟ୍ରିଟ୍‌ ଚାଇଲ୍ଡ ଓ୍ବାଲର୍‌ଡ କପ୍‌ ପାଇଁ ଭାରତୀୟ ଦଳର ଗୁଡଓ୍ବିଲ ଆମ୍ବାସାଡର ବା ସଦ୍‌ଭାବନା ରାଜଦୂତ ନିଯୁକ୍ତ ହୋଇଛନ୍ତି। ଭାରତୀୟ ମହିଳା ଦିନିକିଆ ଦଳ ଅଧିନାୟିକା ମିଥାଲି ଓ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମେତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସ ମଧ୍ୟ ଏହି ଭାରତୀୟ ଦଳକୁ ସମର୍ଥନ ଜଣାଇଛନ୍ତି। ଏ ନେଇ ମିଥାଲି ଖୁସି ଜାହିର କରିଛନ୍ତି। ଭାରତରେ ସଡ଼କ ସହିତ ପ୍ରତ୍ୟକ୍ଷ ଭାବେ ଜଡିତ ଥିବା ୨୦ ଲକ୍ଷ ପିଲା ରହିଛନ୍ତି ଓ ଏମାନେ ଆମ ଦେଶର ଅମୂଲ୍ୟ ସମ୍ପଦ ବୋଲି ମିଥାଲି କହିଛନ୍ତି। ଜଣେ ମହିଳା କ୍ରିକେଟର ହିସାବରେ ଏହି ଟୁର୍ନାମେଣ୍ଟ ଦେଖିବାକୁ ମୁଁ ବ୍ୟଗ୍ର। ଉଭୟ ବାଳକ ଓ ବାଳିକା ଏହି ଟୁର୍ନାମେଣ୍ଡରେ ଅଂଶଗ୍ରହଣ କରିବା ସବୁଠାରୁ ଖୁସିର କଥା ବୋଲି ସେ କହିଛନ୍ତି। ପୂର୍ବରୁ ପିଟିସି ଇଣ୍ଡିଆ ଫାଇନାନ୍ସିଆଲ୍‌ ସର୍ଭିସ ଲିମିଟେଡ ଏହି ଭାରତୀୟ ଦଳକୁ ସମର୍ଥନ ଜଣାଇଛି।


All Right Reserved By Dharitri.Com

Posted inଖେଳ View All

ସଚିନ, ସେହ୍ବାଗଙ୍କ କ୍ଲବରେ ରୋହିତ

ରାଞ୍ଚି,୨୦।୧୦- ଦିନିକିଆ ଓ ଟେଷ୍ଟ ଫର୍ମାଟରେ ଦ୍ୱିଶତକ କରିବାରେ ରୋହିତ ଶର୍ମା ବିଶ୍ୱର ୪ର୍ଥ ବ୍ୟାଟ୍ସମ୍ୟାନ। ନୂଆ କରି ଓପନର ଭାବେ ଟେଷ୍ଟରେ ଖେଳୁଥିବା ରୋହିତ...

କରିନା ଉନ୍ମୋଚନ କଲେ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଟ୍ରଫି

ନୂଆଦିଲ୍ଲୀ,୨।୧୧- ବଲିଉଡ୍‌ ଅଭିନେତ୍ରୀ କରିନା କାପୁର ଖାଁ ଶୁକ୍ରବାର ମେଲବୋର୍ନଠାରେ ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ଟ୍ରଫି ଉନ୍ମୋଚନ କରିଛନ୍ତି। ଏ ନେଇ ଟି୨୦ ବିଶ୍ୱକପ୍‌...

ଭାରତୀୟ ଦଳକୁ ବଡ଼ ଝଟ୍‌କା

ଲଣ୍ଡନ,୧୯।୬(ପି.ଟି.)- ଭାରତୀୟ କ୍ରିକେଟ ଦଳର ବିଶ୍ୱକପ୍‌ ଅଭିଯାନକୁ ବୁଧବାର ବଡ଼ ଝଟ୍‌କା ଲାଗିଛି। ଦକ୍ଷ ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ...

ଏକ ଦଶନ୍ଧି ପରେ ପାକିସ୍ତାନକୁ ଫେରିଲା ଟେଷ୍ଟ କ୍ରିକେଟ୍‌

ଲାହୋର, ୧୪।୧୧ (ପି.ଟି.)- ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପରେ ପାକିସ୍ତାନକୁ ଟେଷ୍ଟ କ୍ରିକେଟ୍‌ ଫେରିଛି। ଶ୍ରୀଲଙ୍କା କ୍ରିକେଟ୍‌ ଦଳ ଡିସେମ୍ବରରେ ପାକିସ୍ତାନ ଗସ୍ତରେ...

ପୁଅକୁ ଦେଖି ଭାବବିହ୍ବଳ ହେଲେ ସାନିଆ

ହୋବାର୍ଟ, ୧୬।୧:ଭାରତୀୟ ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ଏଠାରେ ଚାଲିଥିବା ହୋବାର୍ଟ ଇଣ୍ଟରନ୍ୟାଶନାଲ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇବର୍ଷ ପରେ ଟେନିସକୁ...

ପାକିସ୍ତାନ ହକିର ସହାୟତା ଲାଗି ଆଗେଇ ଆସିଲେ ଅଭିନେତ୍ରୀ ମଓ୍ବେିଶ

କରାଚୀ,୩।୮(ପିଟି)- ଲୋକପ୍ରିୟ ପାକିସ୍ତାନୀ ଅଭିନେତ୍ରୀ ମଓ୍ବେିଶ ହୟାତ ଦେଶରେ ଫିଲ୍ଡ ହକିକୁ ଉଜ୍ଜୀବିତ ରଖିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ହୟାତ ସ୍ଥାନୀୟ ଅବଦୁଲ ସତ୍ତାର...

ଫେଡରର ତୃତୀୟ ରାଉଣ୍ଡରେ

ଲଣ୍ଡନ, ୫ା୭ (ଏଏଫ୍‌ପି)-ରୋଜର ଫେଡରର ଓ୍ବିମ୍ବେଲଡନ ଓପନ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛି। ଦ୍ୱିତୀୟ ରାଉଣ୍ଡରେ ସେ ୬-୧, ୭-୬...

ଭାରତୀୟ କ୍ରିକେଟ ଦଳର ସଙ୍କଟମୋଚକ ଥିଲେ ଏହି ବ୍ୟାଟ୍ସମ୍ୟାନ୍‌

ଭାରତୀୟ କ୍ରିକେଟ ଦଳର ଭେରି ଭେରି ସ୍ପେଶାଲ ବ୍ୟାଟ୍ସମ୍ୟାନ୍‌ ଭିଭିଏସ୍‌ ଲକ୍ଷ୍ମଣ ଆଜି ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୪ ମସିହା ନଭେମ୍ବର ୧ ତାରିଖରେ...

Leave a comment

Your email address will not be published. Required fields are marked *