ବିଜୟ ଶର୍ମା ହୋଇପାରନ୍ତି ପୋଲିସ ଡିଜି

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ରାଜ୍ୟ ସରକାର ମନୋନୀତ କରିଥିବା ନେଇ ଚର୍ଚ୍ଚା ହେଉଛି। ଡା. ଶର୍ମା ଲୋକାୟୁକ୍ତ ସଦସ୍ୟ ନିଯୁକ୍ତ ହେଲେ ନୂଆ ଡିଜିପି କାହାକୁ ନିଯୁକ୍ତ କରାଯିବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହେଲାଣି। ଏଥିରେ ୧୯୮୬ ବ୍ୟାଚ୍‌ର ଆଇପିଏସ୍‌ ଅଫିସରଙ୍କ ନାମ ଆଗକୁ ଆସୁଛି। ଏମାନଙ୍କ ମଧ୍ୟରୁ ଆଗଧାଡ଼ିରେ ଅଛନ୍ତି ଅଗ୍ନିଶମ ସେବା ଓ ହୋମଗାର୍ଡ ଡିଜି ଥିବା ବିଜୟ କୁମାର ଶର୍ମା। କେନ୍ଦ୍ରୀୟ ଡେପୁଟେଶନରେ ଥିବା ଆଇପିଏସ୍‌ ଅଫିସର ଅଭୟ, ପ୍ରଦୀପ କପୁର, ଏମ୍‌. ନାଗେଶ୍ୱର ରାଓଙ୍କ ନାମ ମଧ୍ୟ ଏହି ପଦବୀ ଲାଗି ତାଲିକାରେ ଥିବା କୁହାଯାଉଛି। ଅନୁରୂପ ଭାବେ ସ୍ବତନ୍ତ୍ର ଡିଜିପି ସୁନୀଲ ରୟ, ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ତଥା ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ଏବଂ ଏମ୍‌.କେ. ଛାବ୍ରାଙ୍କ ନାମ ମଧ୍ୟ ଆଲୋଚନା ପରିସରକୁ ଆସୁଛି।
ପୂର୍ବରୁ ରାଜ୍ୟ ସରକାର ଜଣଙ୍କୁ ପୋଲିସ ଡିଜି ଭାବେ ମନୋନୀତ କରୁଥିଲେ। ଏବେ ଡିଜି ବଦଳିବା ନିୟମରେ ପରିବର୍ତ୍ତନ ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଡିଜି ପାହ୍ୟାରେ ଥିବା ଅଧିକାରୀଙ୍କ ନାମ ଚୟନ କରି ରାଜ୍ୟ ସରକାର କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ନିକଟକୁ ନାମ ତାଲିକା ପଠାଇବେ। ଭିଜିଲାନ୍ସ ମାମଲା ରହିଛି କି ନାହିଁ ଏବଂ କାର୍ଯ୍ୟକାଳ ଅନ୍ତତଃ ଦୁଇବର୍ଷ ରହିଥିବା ଆଦି ଦିଗକୁ ଦେଖି ୟୁପିଏସ୍‌ସି ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ଭାବ୍ୟ ତାଲିକାରୁ ୩ଜଣଙ୍କ ନାମ ଚୟନ କରିବେ। ସେଥିରୁ ରାଜ୍ୟ ସରକାର ଜଣଙ୍କୁ ଡିଜିପି ଭାବେ ମନୋନୀତ କରିବେ। ଏହି ଆଧାରରେ ପ୍ରଥମଥର ରାଜ୍ୟରେ ଡିଜିପି ଚୟନ କରାଯିବ। ସୂଚନାଥାଉ କି, ଗତ ସାଧାରଣ ନିର୍ବାଚନ ସମୟରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଛୁଟିରେ ଥିବାବେଳେ ବିଜୟ କୁମାର ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଥିଲା। କର୍ତ୍ତବ୍ୟ ସୁଚାରୁରୂପେ ପାଳନ କରିଥିବାରୁ ସେ ସରକାରଙ୍କ ଶୁଭଦୃଷ୍ଟିରେ ଥିବା କୁହାଯାଉଛି।


All Right Reserved By

ଚିତା ଲାଗି ଅମାବାସ୍ୟା: ମହାପ୍ରଭୁଙ୍କ ଶ୍ରୀମୁଖରେ ଝଲସିଲା ସୁବର୍ଣ୍ଣ ଚିତା

ପୁରୀ ଅଫିସ, ୧ା୮: ଚିତାଲାଗି ଅମାବାସ୍ୟା ତିଥିରେ ଗୁରୁବାର ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଚିତା ଲାଗି ନୀତି ସମ୍ପନ୍ନ ହୋଇଛି। ଦଇତା ଓ ପତିମହାପାତ୍ର ସେବକମାନେ ଚିତା...

ଅକ୍ଟୋବର ୨ରୁ ‘ସବ୍‌କୀ ଯୋଜନା ସବ୍‌କା ବିକାଶ’ ଅଭିଯାନ: ଗ୍ରାମାଞ୍ଚଳରୁ ଦାରିଦ୍ର୍ୟ ହଟିବ

ଭୁବନେଶ୍ୱର,୧ା୯(ବ୍ୟୁରୋ): ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରି ଆର୍ଥିକ ସ୍ବଚ୍ଛଳ ବର୍ଗରେ ପରିଣତ କରିବାକୁ କେନ୍ଦ୍ର ସରକାର ‘ସବ୍‌କୀ ଯୋଜନା ସବ୍‌କା ବିକାଶ’ ଅଭିଯାନ...

ପ୍ରଥମ ଦିନରେ ନାମ ଲେଖାଇଲେ ୧୩୬ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ୍‌,୧୬ା୭-ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ମାତ୍ର ୧୩୬ଜଣ ଛାତ୍ରୀଛାତ୍ର ନାମ ଲେଖାଇଥିବା ସାମ୍‌ସ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି।...

ସିଲ୍‌ଭର ଗାନ୍ଧୀଙ୍କୁ ସମ୍ବର୍ଦ୍ଧିତ କରିବେ ପ୍ରଧାନମନ୍ତ୍ରୀ

ଭଞ୍ଜନଗର,୨୭।୯(ଡି.ଏନ.ଏ)- ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ବିଶ୍ୱରେ ଶାନ୍ତି ଓ ପ୍ରଗତି ପାଇଁ ଅହିଂସାକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ...

ମାଟ୍ରିକ୍‌ ବୃତ୍ତି ପରୀକ୍ଷା: ଆଜିଠାରୁ ଅନ୍‌ଲାଇନରେ ଆବେଦନ

କଟକ ଅଫିସ,୨୭ା୯ : ଆଲ୍‌ପି ଏଜୁକେଶନ ଟ୍ରଷ୍ଟ ପକ୍ଷରୁ ଅରୁଣୋଦୟ ମାର୍କେଟସ୍ଥିତ ଟ୍ରଷ୍ଟର ସମ୍ମେଳନ କକ୍ଷରେ ଗୁରୁବାର ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟ ପକ୍ଷରୁ...

ବରଗଡ଼-ବଲାଙ୍ଗୀର ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳିମାଡ଼, ଡାକ୍ତରଖାନାରେ ଭର୍ତ୍ତି

ବରଗଡ଼ ଅଫିସ, ୧୦।୧୦- ବରଗଡ଼-ବଲାଙ୍ଗୀର ରାସ୍ତାରେ ବୁଧବାର ବିଳମ୍ବିତ ରାତିରେ ଏକ ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ...

ଇଂରେଜ ଅମଳର କୂଟନୀତି ଉପରେ ଶକ୍ତ ପ୍ରହାର

ପୁରୀ ଅଫିସ, ୬ା୮: ଦୀର୍ଘବର୍ଷ ଧରି ଅନୁଚ୍ଛେଦ ୩୭୦କୁ ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଛି ଅନୁଚ୍ଛେଦ...

ଧାନକିଣାରେ ମହିଳା ଏସ୍‌ଏଚ୍‌ଜି ସାମିଲ, ମାର୍କଫେଡ୍‌ ବିଦା

ଭୁବନେଶ୍ୱର,୧୧-୯(ବ୍ୟୁରୋ):ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ସେପ୍ଟେମ୍ବର ୧୦ ସୁଦ୍ଧା ରାଜ୍ୟରେ ୯ ଲକ୍ଷ, ୭୯ ହଜାର ୯୫୮ ଚାଷୀ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *