ବଜେଟ ଘୋଷଣାକୁ ନେଇ ରାଜନଙ୍କ ଆଶଙ୍କା;ବିଦେଶରେ ସରକାରୀ ବଣ୍ଡ ବିକିବା ବିପଦପୂର୍ଣ୍ଣ

ନୂଆଦିଲ୍ଲୀ,୧୪-୭: କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ବିଦେଶ ବଜାରରେ ସରକାରୀ ବଣ୍ଡ ବିକ୍ରି କରି ଅର୍ଥ ଯୋଗାଡ କରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ ଏହାକୁ ନେଇ ଆଶଙ୍କାବ୍ୟକ୍ତ କରିଛନ୍ତି। ସରକାରଙ୍କ ଏହି ଯୋଜନାରୁ ଦେଶକୁ ସେପରି କିଛି ଫାଇଦା ମିଳିବ ନାହିଁ, ବରଂ ଏହା ଅଧିକ ବିପଦପୂର୍ଣ୍ଣ ବୋଲି ସେ କହିଛନ୍ତି।
ପୂର୍ବତନ ଗଭର୍ନର ରାଜନ କହିଛନ୍ତି ଯେ, ବିଦେଶରେ ବଣ୍ଡ ବିକ୍ରି କରିବା ଯୋଗୁ ସ୍ଥାନୀୟ ବଜାରରେ ବିକ୍ରି ହେବାକୁ ଥିବା ଘରୋଇ ସରକାରୀ ବଣ୍ଡ ମାତ୍ରା କମ ହେବ ନାହିଁ। ଦେଶର ଅର୍ଥନୀତି ଦ୍ରୁତଗତିରେ ଆଗଉଥିବା ବେଳେ ନିବେଶକ ଅଧିକ ନିବେଶ କରୁଥିବାରୁ ଏଥିପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ ବୋଲି ରାଜନ କହିଛନ୍ତି। ତାଙ୍କ ମତରେ ଅର୍ଥନୀତି ଧିମା ହେବା ମାତ୍ରେ ନିବେଶକ ଦୂରେଇଯିବା ଆରମ୍ଭ କରନ୍ତି। ସୂଚନାଥାଉ କି, ବିଦେଶରେ ସରକାରୀ ବଣ୍ଡ ବିକ୍ରି କରି ଅର୍ଥ ଯୋଗାଡ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ ଉପସ୍ଥାପନ କରି ଘୋଷଣା କରିଥିଲେ। ବିରୋଧୀ ଦଳଗୁଡ଼ିକ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଅର୍ଥନୀତି ଧିମା ହେବା କାରଣରୁ ପାଣ୍ଠି ଯୋଗାଡ କରିବା ଲାଗି ମୋଦି ସରକାରଙ୍କ ନିକଟରେ ସ୍ବଳ୍ପ ବିକଳ୍ପ ରହିଛି। ଏହି କାରଣରୁ ବିଦେଶରୁ ବଣ୍ଡ ଜାରି ମାଧ୍ୟମରେ ଅର୍ଥ ଯୋଗାଡ କରିବାକୁ ସରକାର ବାହାରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ସରକାର ରେକର୍ଡ ୭ ଲକ୍ଷ କୋଟି ଟଙ୍କା(୧୦୩ ବିଲିୟନ ଡଲାର) ଋଣ ନେବାକୁ ଯୋଜନା କରିଥିବାରୁ ଏହାକୁ ନେଇ ନିବେଶକମାନେ ବେଶ୍‌ ଚିନ୍ତିତ। ବିଦେଶୀ ଷ୍ଟକ୍‌ ଏକ୍ସଚେଞ୍ଜରେ ଭାରତୀୟ ବଣ୍ଡ କାରବାରରେ ଅସ୍ଥିରତା ଆସିଲେ ଏହା ଘରୋଇ ସିକ୍ୟୁରିଟିଜ୍‌ ବଜାରକୁ ପ୍ରଭାବିତ କରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ତାଙ୍କ ମତରେ ଏହି ଯୋଜନା ବଦଳରେ ଫରେନ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ଙ୍କ ପଞ୍ଜୀକରଣ ନିୟମକୁ ଆହୁରି ନରମ କରିବା ସହ ସରକାରୀ ବଣ୍ଡରେ ନିବେଶର ସୀମା ବଢ଼ାଇବାକୁ ହେବ। ଆର୍‌ବିଆଇର ୩ ଜଣ ପୂର୍ବତନ ଅଧିକାରୀ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ବିରୋଧ କରିଛନ୍ତି। ସେମାନଙ୍କ ମତରେ ଏହି ଯୋଜନାକୁ କ୍ରିୟାନ୍ବୟନ କରିବା ଲାଗି ଏବେ ସମୟ ଆସିନାହିଁ। କାରଣ ଭାରତ ବଡ଼ ବଜେଟ ନିଅଣ୍ଟ ସମସ୍ୟାର ସମ୍ମୁଖୀନ ହେଉଛି। ରାଜନଙ୍କ କହିବାନୁଯାୟୀ ଛୋଟ ପରିମାଣର ବଣ୍ଡ ଜାରି କରାଗଲେ, ସେଭଳି ବିଶେଷ ଫରକ ପଡିବ ନାହିଁ। କିନ୍ତୁ ନିୟମ ଥରେ ଲାଗୁ ହେବା ପରେ ଅଧିକ ବଣ୍ଡ ଜାରି କରିବାର ଲୋଭ ବଢ଼ିଯିବ। ଏହା ହିଁ ବିପଦର କାରଣ ହେବ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ଏସ୍‌ବିଆଇ ଲାଇଫର ଆଞ୍ଚଳିକ କାର୍ଯ୍ୟାଳୟ ଶୁଭାରମ୍ଭ

ଭୁବନେଶ୍ୱର,୧୮-୪: ଏସ୍‌ବିଆଇ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ସ୍ଥାନୀୟ ଇନଫୋସିଟି ଇନଫିନିଆ ଟାଓ୍ବାରରେ ନୂଆ ଆଞ୍ଚଳିକ କାର୍ଯ୍ୟାଳୟ ଶୁଭାରମ୍ଭ ହୋଇଛି। ଏସ୍‌ବିଆଇ ଲାଇଫର ଏମ୍‌ଡି ତଥା ସିିଇଓ...

ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ୧.୦୫ ଲକ୍ଷ କୋଟି

ନୂଆଦିଲ୍ଲୀ,୬-୭: ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ୧.୦୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହା ଅନ୍ତରୀଣ ବଜେଟରେ ୯୦,୦୦୦ କୋଟି...

୨୦୩୯ ସୁଦ୍ଧା ଭାରତ ତୃତୀୟ ବୃହତ୍‌ ଅର୍ଥନୀତି

ନୂଆଦିଲ୍ଲୀ,୩୧।୧୦: ୨୦୩୯ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥ ବ୍ୟବସ୍ଥା ହେବ। ବ୍ଲୁମବର୍ଗ ପକ୍ଷରୁ ବୁଧବାର ପ୍ରକାଶିତ ନିୟୁ ଇକୋନୋମି ଡ୍ରାଇଭର୍‌ସ ଆଣ୍ଡ ଡିସରପ୍ଟର୍ସ ଇଣ୍ଡେକ୍ସ...

ଜେଟ୍‌ଲୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗୁଜବ

ନୂଆଦିଲ୍ଲୀ,୨୭-୫: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ନେଇ ସୋସିଆଲ ମିଡିଆରେ ହେଉଥିବା ପ୍ରଚାର ଏକ ଗୁଜବ ବୋଲି ସରକାରୀ ମୁଖପାତ୍ର କହିଛନ୍ତି।...

ଜିଏସ୍‌ଟି କାଉନସିଲ୍‌ର ବଡ଼ ନିଷ୍ପତ୍ତି: ହୋଟେଲ ଶିଳ୍ପକୁ ପ୍ରୋତ୍ସାହନ

ପଣଜୀ,୨୧ା୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଜିଏସ୍‌ଟି କାଉନସିଲର ୩୭ତମ ବୈଠକ ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।...

ଆଇବିସି ସଂଶୋଧନକୁ ସୁପ୍ରିମକୋର୍ଟଙ୍କ ସମର୍ଥନ;ଘର କ୍ରେତାଙ୍କୁ ମିଳିବ ଋଣଦାତାର ମାନ୍ୟତା

ନୂଆଦିଲ୍ଲୀ,୧୦-୮: ଘର କ୍ରେତାଙ୍କୁ ଆଶ୍ୱସ୍ତ କରି ସୁପ୍ରିମକୋର୍ଟ ଶୁକ୍ରବାର ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି)ରେ ସଂଶୋଧନକୁ କାଏମ ରଖିଛନ୍ତି। ଘର କ୍ରେତାଙ୍କୁ ଋଣପ୍ରଦାନକାରୀ ବ୍ୟାଙ୍କ ଭଳି...

ୟଶ୍‌ ବିର୍ଲା ଓ୍ବିଲଫୁଲ ଡିଫଲ୍ଟର ଘୋଷିତ

ନୂଆଦିଲ୍ଲୀ,୧୮-୬: କୋଲକାତାର ୟୁକୋ ବ୍ୟାଙ୍କ ଯଶୋବର୍ଦ୍ଧନ ବିର୍ଲା(ୟଶ୍‌ ବିର୍ଲା)ଙ୍କୁ ଓ୍ବିଲଫୁଲ ଡିଫଲ୍ଟର ଘୋଷଣା କରିଛି। ତାଙ୍କ ଗ୍ରୁପ୍‌ଙ୍କ ଗୋଟିଏ କମ୍ପାନୀ ବିର୍ଲା ସୂର଼୍ୟା ଲିମିଟେଡ ଉପରେ...

‘ଋଣ ଅସୁଲ ଲାଗି ବାଉନ୍ସର ପଠାଇପାରିବେନି ବ୍ୟାଙ୍କ’

ନୂଆଦିଲ୍ଲୀ,୨-୭: ଋଣ ଅସୁଲ ଲାଗି ବ୍ୟାଙ୍କଗୁଡ଼ିକ ବାଉନ୍ସର ଅଥବା ରିକଭରି ଏଜେଣ୍ଟ ନିଯୁକ୍ତ କରିପାରିବେ ନାହିଁ ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଲୋକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *