ନାଲ୍‌କୋକୁ ଗୋଲ୍‌ଡେନ ପିକକ ପୁରସ୍କାର

ଭୁବନେଶ୍ୱର,୧୪-୭(ବ୍ୟୁରୋ): ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ)କୁ ଗୋଲ୍‌ଡେନ ପିକକ ପରିବେଶ ପରିଚାଳନା ପୁରସ୍କାର ମିଳିଛି। ପରିବେଶ ପରିଚାଳନାରେ ବିଶ୍ୱସ୍ତରୀୟ ମାନ୍ୟତା, ଔଦ୍ୟୋଗିକ ବିକାଶ ସହ ନିରନ୍ତର ପ୍ରଗତିକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ୨୦୧୯ ବର୍ଷ ଲାଗି ନାଲ୍‌କୋକୁ ଏଭଳି ପୁରସ୍କାର ମିଳିଛି। ଏକବିଂଶତମ ପରିବେଶ ପରିଚାଳନା ଓ ଜଳବାୟୁ ପରିବର୍ତ୍ତନ ବିଶ୍ୱ କଂଗ୍ରେସ ଅବସରରେ କମ୍ପାନୀ ଏହି ଆଓ୍ବାର୍ଡ ଲାଭ କରିଥିବା ସୂଚନା ଦେଇଛି। କୋରାପୁଟ ଜିଲାର ପଞ୍ଚପଟମାଳି ବକ୍ସାଇଟ ଖଣି ପରିବେଶ ପରିଚାଳନା ଓ ସଂରକ୍ଷଣ କ୍ଷେତ୍ରରେ ଏହାର କାର୍ଯ୍ୟ ସହ ଗୋଷ୍ଠୀ ବିକାଶ ଓ ଅଂଶୀଦାରଙ୍କ ଉନ୍ନତି ଦିଗରେ କମ୍ପାନୀ ନିରନ୍ତର ଭାବେ କାର୍ଯ୍ୟ କରୁଛି। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ ବିଚାରକ ମଣ୍ଡଳୀ ନାଲ୍‌କୋକୁ ଉକ୍ତ ପୁରସ୍କାର ପ୍ରଦାନ ଲାଗି ଚୟନ କରିଛନ୍ତି। ୟୁଏଇ ସରକାରଙ୍କ କ୍ୟାବିନେଟ ସଦସ୍ୟ ତଥା ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ମନ୍ତ୍ରୀ ଡ.ଥାନି ବିନ ମହମ୍ମଦଙ୍କଠାରୁ ନାଲ୍‌କୋ ଏହି ପୁରସ୍କାର ଗ୍ରହଣ କରିଛି। ବିଶ୍ୱସ୍ତରରେ ଔଦ୍ୟୋଗିକ ଉତ୍କର୍ଷ ପାଇଁ ଏହି ପୁରସ୍କାର ମାନ୍ୟତା ହାସଲ କରିଛି। ପରିବେଶ ପରିଚାଳନା କ୍ଷେତ୍ରରେ ନିରନ୍ତରତା ବଜାୟ ରଖିବା ଲାଗି ନାଲ୍‌କୋ ପରିବାରକୁ ଅଧ୍ୟକ୍ଷ ତପନ କୁମାର ଚାନ୍ଦ ଶୁଭେଚ୍ଛା ପ୍ରଦାନ କରିଛନ୍ତି।


All Right Reserved By Dharitri.Com

୩୭,୯୪୬ କୋଟିର ଜିଏସ୍‌ଟି ଫାଙ୍କି ଧରାପଡିଛି

ନୂଆଦିଲ୍ଲୀ,୧୭-୭: ଟିକସ ଅଧିକାରୀମାନେ ଆର୍ଥିକ ବର୍ଷ ୨୦୧୮-୧୯ରେ ୩୭,୯୪୬ କୋଟି ଏବଂ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଜୁନ୍‌ରେ ୬୫୨୦ କୋଟି ଟଙ୍କାର ଜିଏସଟି ଫାଙ୍କି ଧରିପାରିଛନ୍ତି।...

ରିଟେଲ ସାମଗ୍ରୀର ହୋମ୍‌ ଡେଲିଭରି ଦେବ ଜିଓ ମାର୍ଟ

ନୂଆଦିଲ୍ଲୀ,୨୪।୫: ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ୍‌ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ତା’ର ରିଟେଲର୍ସ ସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ମନ ବଳାଇଛି। କମ୍ପାନୀର ଡିଜିଟାଲ ପ୍ଲାଟ୍‌ଫର୍ମ ଜିଓ...

ମାସ୍କ ଉତ୍ପାଦନ ବଢାଇବ ରିଲାଏନ୍ସ

ନୂଆଦିଲ୍ଲୀ,୨୪-୩: କରୋନା ବିରୋଧୀ ଲଢେଇ ଜୋରଦାର କରିବା ସ୍ବରୂପ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଫେସ୍‌ ମାସ୍କ ଉତ୍ପାଦନ ବୃଦ୍ଧି କରିବା ନେଇ ସୋମବାର ଘୋଷଣା କରାଯାଇଛି।...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନାଲ୍‌କୋ ଦେଲା ୨.୫୩ କୋଟି

ଭୁବନେଶ୍ୱର,୧୨-୫: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ) ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କର୍ମଚାରୀଙ୍କ ଗୋଟିଏ ଦିନର ବେତନ ବାବଦ ଉଦ୍ଦିଷ୍ଟ ଅର୍ଥ ୨.୫୩ କୋଟି ଟଙ୍କା ପ୍ରଦାନ...

କ୍ଷତିଗ୍ରସ୍ତ କ୍ଷେତ୍ରଗୁଡ଼ିକୁ ମିଳିବ ପ୍ୟାକେଜ

ନୂଆଦିଲ୍ଲୀ,୩୦।୪:ବର୍ତ୍ତମାନ ଚ୍ୟାଲେଞ୍ଜିଂ ସ୍ଥିତିରେ କ୍ଷତିଗ୍ରସ୍ତ ଶିଳ୍ପକ୍ଷେତ୍ରଗୁଡ଼ିକୁ ସରକାର ପ୍ୟାକେଜ ପ୍ରଦାନ କରିବେ। ଏ ନେଇ ବିସ୍ତୃତ ଭାବେ ବିଚାର କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଏ ଦିଗରେ...

ସାଇବର ଅପରାଧ ଯୋଗୁ ଭାରତୀୟ କମ୍ପାନୀଙ୍କୁ ୧୩ କୋଟି କ୍ଷତି

ନୂଆଦିଲ୍ଲୀ,୨୪-୭-ଆଇଟି କ୍ଷେତ୍ରରେ ଦେଶ ଯେତେ ଆଗେଇ ଚାଲିଛି ସେହି ଅନୁପାତରେ ସାଇବର ଅପରାଧ ମଧ୍ୟ ବଢ଼ି ଚାଲିଛି। ୨୦୧୮ ଜୁଲାଇରୁ ୨୦୧୯ ଏପ୍ରିଲ ମଧ୍ୟରେ ଦେଶରେ...

ନଭେମ୍ବରରେ ମାରୁତି ସୁଜୁକି ଉତ୍ପାଦନ ୪% ବଢିଲା

ନୂଆଦିଲ୍ଲୀ, ୯ା୧୨: ମାନ୍ଦାବସ୍ଥା ଯୋଗୁ ଦେଶର ଅଟୋମୋବାଇଲ ଶିଳ୍ପ କ୍ଷତିଗ୍ରସ୍ତ ହୋଇଥିବାବେଳେ ଯାନ ନିର୍ମାତାମାନେ ସେମାନଙ୍କ ଉତ୍ପାଦନ ହ୍ରାସ କରୁଥିବା ଦେଖାଯାଇଥିଲା। ହେଲେ ଏଥିରେ ଧୀରେ...

ଏମ୍‌ଏସ୍‌ଏମ୍‌ଇ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ଆରମ୍ଭ;ଶିଳ୍ପ ପ୍ରତିଷ୍ଠା ଲାଗି ଯୁବ ଉଦ୍ୟୋଗୀଙ୍କୁ ଆହ୍ବାନ

ଭୁବନେଶ୍ୱର,୯-୧(ବ୍ୟୁରୋ): ବହୁ ପ୍ରାଚୀନ ସମୟରୁ ଓଡିଶା ଉଦ୍ୟୋଗ ବିକାଶକୁ ପ୍ରାଥମିକତା ଦେଇଆସିଛି। ପୂର୍ବ କାଳର ଏହି ଐତିହ୍ୟ ଏବେ କଳିଙ୍ଗ ଏବଂ ଉତ୍କଳ ବ୍ରାଣ୍ଡ ନାମରେ...

Leave a comment

Your email address will not be published. Required fields are marked *