Posted inଜାତୀୟ

ବିଦ୍ରୋହୀଙ୍କୁ ମନାଇବାକୁ କସରତ

ବେଙ୍ଗାଲୁରୁ,୧୪ା୭(ପି.ଟି.): କର୍ନାଟକରେ ରାଜନୈତିକ ଅଚଳାବସ୍ଥା ଜାରି ରହିଥିବାବେଳେ ଇସ୍ତଫା ଦେଇଥିବା ବିଦ୍ରୋହୀ ବିଧାୟକମାନଙ୍କୁ ଦଳକୁ ଫେରାଇନେବା ଲାଗି କଂଗ୍ରେସ ପଛଦ୍ୱାର ବୁଝାମଣା ଚଳାଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ ଆସ୍ଥାଭୋଟ ଲୋଡ଼ିବା ଲାଗି ଘୋଷଣା କରିବା ପରେ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ଫେରାଇଆଣିବା ଲାଗି ବରିଷ୍ଠ କଂଗ୍ରେସ ନେତାମାନେ ଅଣ୍ଟା ଭିଡ଼ିଛନ୍ତି। ଦଳର ସଙ୍କଟମୋଚନ କୁହାଯାଉଥିବା ଜଳସମ୍ପଦ ମନ୍ତ୍ରୀ ଡି.କେ. ଶିବକୁମାର ଭୋର ୫ଟାରେ ଗୃହନିର୍ମାଣ ମନ୍ତ୍ରୀ ଏମ୍‌.ଟି.ବି. ନାଗରାଜଙ୍କ ଘରେ ପହଞ୍ଚତ୍ ତାଙ୍କୁ ମନାଇବା ପାଇଁ ସାଢ଼େ ୪ ଘଣ୍ଟା ଧରି ଆଲୋଚନା କରିଥିଲେ। ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ମଧ୍ୟ ନାଗରାଜଙ୍କ ଘରେ ପହଞ୍ଚତ୍ ଇସ୍ତଫାପତ୍ର ପ୍ରତ୍ୟାହାର କରିନେବା ଲାଗି ପ୍ରବର୍ତ୍ତାଇଥିବା ଜଣାପଡିଛି। ବୁଧବାର ଇସ୍ତଫା ଦେଇଥିବା ନାଗରାଜ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବେ ବୋଲି ସୂଚନା ଦେବା ସହ ଅନ୍ୟ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ବୁଝାଇବେ ବୋଲି କହିଥିବା ଜଣାପଡ଼ିଛି। ସେହିପରି ଅନ୍ୟତମ ବିଧାୟକ ରାମଲିଙ୍ଗା ରେଡ୍ଡୀ, ମୁନିରତ୍ନ ଏବଂ ଆର୍‌. ରୋଶନ ବେଗ୍‌ଙ୍କୁ ମନାଇବା ଲାଗି ଉଦ୍ୟମ ଜାରି ରହିଛି। ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ସିଧାସଳଖ ୪ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କ ସହ କଥାବାର୍ତ୍ତା ଚଳାଇଥିବା ଜେଡିଏସ୍‌ ସୂତ୍ରରୁ ଜଣାପଡିଛି। ସେମାନେ ଇସ୍ତଫାପତ୍ର ଫେରାଇନେଇପାରନ୍ତି ବୋଲି ଆଶା କରାଯାଉଛି।
ଆସ୍ଥାଭୋଟ ପୂର୍ବରୁ କଂଗ୍ରେସ ଓ ଭାଜପା ସେମାନଙ୍କ ବିଧାୟକମାନଙ୍କୁ ଏକାଠି କରିବା ଲାଗି ସେମାନଙ୍କୁ ହୋଟେଲ ଓ ରିସର୍ଟରେ ରଖିଛନ୍ତି। କଂଗ୍ରେସର ପଛଦ୍ୱାର ବୁଝାମଣା ଉଦ୍ୟମ ସଫଳ ହେବନାହିଁ ବୋଲି ଭାଜପା ରାଜ୍ୟ ସଭାପତି ବି.ଏସ୍‌.ୟେଦ୍ୟୁରପ୍ପା କହିଛନ୍ତି।
ଅନ୍ୟପକ୍ଷରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରିନେଇ ଭାଜପାକୁ ସମର୍ଥନ ଦେଇଥିବା ଦୁଇ ସ୍ବାଧୀନ ବିଧାୟକ ବିରୋଧୀ ଦଳ ଆସନରେ ବସିବା ଲାଗି ଅନୁମତି ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି। ବିଧାୟକ ଏଚ୍‌. ନଗେଶ ଏବଂ ଆର୍‌. ଶଙ୍କର ଅଲଗା ପତ୍ର ଲେଖି ସେମାନେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିବା ବାଚସ୍ପତିଙ୍କୁ ଜଣାଇଦେଇଛନ୍ତି। ଶୁକ୍ରବାରରୁ କର୍ନାଟକ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା ବେଳେ ଦୁଇ ବିଧାୟକ ପ୍ରଥମ ଦିନରେ ଅନୁପସ୍ଥିତ ରହିଥିଲେ।
ଅନ୍ୟପକ୍ଷରେ ମୁମ୍ବାଇରେ ରହିଥିବା କର୍ନାଟକର ୧୪ ବିଦ୍ରୋହୀ ବିଧାୟକ ଶନିବାର ଶିରିଡ଼ି ଯାଇ ସାଇବାବାଙ୍କୁ ଦର୍ଶନ କରିଛନ୍ତି। ସେମାନେ ଏକ ଘରୋଇ ବିମାନରେ ଶିରିଡ଼ି ଯାଇଥିବା ଜଣାପଡିଛି। ଶୁକ୍ରବାର ସେମାନଙ୍କ ମଧ୍ୟରୁ ୪ ବିଧାୟକ କେନ୍ଦ୍ରୀୟ ମୁମ୍ବାଇରେ ଥିବା ସିଦ୍ଧିବିନାୟକ ମନ୍ଦିର ଯାଇଥିଲେ।


All Right Reserved By Dharitri.Com

ସୁନିଲ ସେଟ୍ଟିଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ,୧୦।୧୨: ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ନ୍ୟାଶନାଲ ଆଣ୍ଟି-ଡୋପିଂ ଏଜେନ୍ସି(ଏନ୍‌ଏଡିଏ)ର ବ୍ରାଣ୍ଡ ଆମ୍ବାସଡର ଭାବେ ମଙ୍ଗଳବାର ସୁନିଲଙ୍କୁ ନିଯୁକ୍ତ କରାଯାଇଛି।...

ବେଆଇନ ବାଲି ଖନନ: କେନ୍ଦ୍ର ଓ ସିବିଆଇ ସହିତ ୫ ରାଜ୍ୟକୁ ସୁପ୍ରିମ୍‌କୋର୍ଟ ନୋଟିସ୍‌

ନୂଆଦିଲ୍ଲୀ,୨୪।୭: ନଦୀ ପଠାରୁ ବେଆଇନ ବାଲି ଖନନ ମାମଲାର ଶୁଣାଣି କରି ବୁଧବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାର ଓ ସିବିଆଇ ସହିତ ୫ ରାଜ୍ୟ ସରକାରଙ୍କୁ...

ବିଦେଶରେ ବି ସାଥିରେ ରହିବେ ଏସ୍‌ପିଜି ସୁରକ୍ଷାକର୍ମୀ: ଅମାନ୍ୟ କଲେ ଯାତ୍ରା ହେବ ରଦ୍ଦ

ନୂଆଦିଲ୍ଲୀ,୭।୧୦: ଏଣିକି ବିଦେଶ ଗସ୍ତ ସମୟରେ ମଧ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ସାଥିରେ ଏସ୍‌ପିଜି ସୁରକ୍ଷାକର୍ମୀ ରହିବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ...

କୁକୁଡା ଲଢେଇରେ ଲାଗିଲା ୧କୋଟି ଟଙ୍କା ବାଜି

ରାୟପୁର,୧୪।୧୦: କ୍ରିକେଟ ଖେଳରେ କୋଟି କୋଟି ଟଙ୍କା ବାଜି ଲାଗୁଥିବା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ହେଲେ କୁକୁଡା ଲଢେଇରେ ୧ କୋଟି ଟଙ୍କ ବାଜି...

୩ ଆଫ୍ରିକୀୟ ଦେଶ ଗସ୍ତରେ ରାଷ୍ଟ୍ରପତି କୋବିନ୍ଦ

ନୂଆଦିଲ୍ଲୀ,୨୮।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ୩ ଆଫ୍ରିକୀୟ ଦେଶ ଗସ୍ତରେ ବାହାରିଛନ୍ତି। ରାଷ୍ଟ୍ରପତି ବେନିନ୍‌, ଜାମ୍ବିଆ ଏବଂ ଗ୍ୟୁନିଆ ଆଦି ରାଷ୍ଟ୍ର ଗସ୍ତ କରିବାର...

ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ହତ୍ୟା ଘଟଣା: ମୋ ପିତାଙ୍କୁ କଂଗ୍ରେସ କାର୍ଯ୍ୟକର୍ତ୍ତା ମାରିଛନ୍ତି ବୋଲି ଅଭିଯୋଗ କଲେ ପୁଅ

ଲକ୍ଷ୍ନୌ, ୨୬।୫: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ହରାଇ କଂଗ୍ରେସ ଗଡ କୁହାଯାଉଥିବା ଆମେଠି ଲୋକ ସଭା ଆସନ ଜିତିଥିବା ଭାଜପା ନେତ୍ରୀ ସ୍ମୃତି ଇରାନୀଙ୍କର...

ବିପର୍ଯ୍ୟୟ ପରିଚାଳନା ଲାଗି କଣ୍ଟ୍ରୋଲ୍‌ ରୁମ୍‌

ନୂଆଦିଲ୍ଲୀ,୩ା୧୦(ଆଇଏଏନ୍‌ଏସ୍‌): ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନଙ୍କୁ ତୁରନ୍ତ ସହାୟତା ଯୋଗାଇବାରେ କେନ୍ଦ୍ର ଓ ରାଜ୍ୟ ସଂସ୍ଥାଗୁଡିକ ବିଳମ୍ବ କରୁଥିବାରୁ ବହୁ ଜୀବନ ହାନି ଘଟୁଛି। ଏହାକୁ...

ଟିକ୍‌ଟକ୍‌ ନିଶାରେ ମହିଳା କନଷ୍ଟେବଳ

ନୂଆଦିଲ୍ଲୀ, ୩୧।୭: ଟିକ୍‌ଟକ୍‌ ଭିଡିଓ କରିବା ନିଶା ଏବେ ସମସ୍ତଙ୍କୁ ଘାରିଛି। କାର୍ଯ୍ୟକ୍ଷେତ୍ରରେ ଥାଇ ବି ଟିକ୍‌ଟକ୍‌ରେ ମାତୁଛନ୍ତି କର୍ମଚାରୀ। ଦିଲ୍ଲୀର ଦୁଇ ମହିଳା କନଷ୍ଟେବଳଙ୍କ...

Leave a comment

Your email address will not be published. Required fields are marked *