ଆର୍‌କମ୍‌ ବିରୋଧରେ ଚାଲିବ ଦେବାଳିଆ ପ୍ରକ୍ରିୟା

ନୂଆଦିଲ୍ଲୀ,୧-୫: ନିଜର ବକେୟା ଫେରସ୍ତ ପାଇଁ ରିଲାଏନ୍ସ କମ୍ୟୁନିକେଶନ୍ସ(ଆର୍‌କମ୍‌) ବିରୋଧରେ ଦୀର୍ଘ ଦିନ ଧରି ମାମଲା ଚଳାଇ ଆସିଥିବା ଏରିକସନକୁ ମଙ୍ଗଳବାର ଜୋରଦାର ଝଟ୍‌କା ଲାଗିଛି। ନ୍ୟାଶନାଲ କମ୍ପାନୀ ଲ’ ଆପେଲାଟ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଏଟି) ଆର୍‌କମ୍‌ ବିରୋଧରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ କରିବା ନେଇ ଜାରି ହୋଇଥିବା ରହିତାଦେଶକୁ ପ୍ରତ୍ୟାହାର କରିନେଇଛନ୍ତି। ଫଳରେ ଆର୍‌କମ୍‌ଠାରୁ ନେଇ ୫୭୬ କୋଟି ଟଙ୍କା ଏରିକସନକୁ ଫେରାଇବାକୁ ହେବ। ସୁପ୍ରିମକୋର୍ଟ ରାୟ ପରେ ଜେଲ୍‌ ଯିବାରୁ ରକ୍ଷା ପାଇବା ଲାଗି ଆର୍‌କମ୍‌ ମାଲିକ ଅନିଲ ଅମ୍ବାନୀ ଏରିକସନକୁ ଉକ୍ତ ଅର୍ଥ ଦେଇଥିଲେ। ଏଥିରେ ମୂଳ ଅର୍ଥ ୫୫୦ କୋଟି ଟଙ୍କା ଏବଂ ସୁଧ ବାବଦରେ ୨୬ କୋଟି ଟଙ୍କା ଥିଲା। ବିଚାରପତି ଏସ୍‌.ଜେ. ମୁଖୋପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ସଦସ୍ୟବିଶିଷ୍ଟ ଖଣ୍ଡପୀଠ ମଙ୍ଗଳବାର କହିଥିଲେ ଯେ, ସୁପ୍ରିମକୋର୍ଟ ଦ୍ୱାରା ଜାରି ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଖଣ୍ଡପୀଠ ଆବେଦନକାରୀ(ଆର୍‌କମ୍‌)ଙ୍କୁ ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଉଛନ୍ତି। ଦେବାଳିଆ ପ୍ରକ୍ରିୟା(ଇନ୍‌ସଲଭେନ୍ସି ପ୍ରୋସିଡିଂ) ଉପରେ ଜାରି ହୋଇଥିବା ଅନ୍ତରୀଣ ରହିତାଦେଶକୁ ପ୍ରତ୍ୟାହାର କରି ନିଆଯାଉଛି। ଫଳରେ ଆର୍‌କମ୍‌ ବିରୋଧରେ ଏବେ  ମୁମ୍ବାଇସ୍ଥିତ ରାଷ୍ଟ୍ରୀୟ କମ୍ପାନୀ ବିଧି ନ୍ୟାୟାଧିକରଣ(ଏନ୍‌ସିଏଲ୍‌ଟି) ଖଣ୍ଡପୀଠରେ ଶୁଣାଣି ହେବ। ସୂଚନାଥାଉ କି, ଏନ୍‌ସିଏଲ୍‌ଟିର ମୁମ୍ବାଇ ଖଣ୍ଡପୀଠ ଗତବର୍ଷ ମେ ୧୫ରେ ଆର୍‌କମ୍‌ ଏବଂ ଏହାର ଦୁଇ ସହାୟକ କମ୍ପାନୀ ରିଲାଏନ୍ସ ଇନ୍‌ଫ୍ରାଟେଲ ଏବଂ ରିଲାଏନ୍ସ ଟେଲିକମ୍‌ ବିରୋଧରେ ଏରିକସନର ଦେବାଳିଆ ଆବେଦନକୁ ଶୁଣିବା ଲାଗି ଗ୍ରହଣ କରିଥିଲେ। ନ୍ୟାୟାଧିକରଣ କମ୍ପାନୀ ପରିଚାଳନା ଲାଗି ଅନ୍ତରୀଣ ପେଶାଦାର ସମାଧାନକାରୀଙ୍କୁ ନିଯୁକ୍ତ କରିଥିଲେ। ତେବେ ଆର୍‌କମ୍‌ ଏହା ବିରୋଧରେ ଏନ୍‌ସିଏଲ୍‌ଏଟିଙ୍କ ଦ୍ୱାରସ୍ଥ ହେବା ପରେ ଏହା ଉପରେ ରହିତାଦେଶ ଜାରି କରାଯାଇଥିଲା। ଏଥିପୂର୍ବରୁ ଏନ୍‌ସିଏଲ୍‌ଏଟି କହିଥିଲେ ଯେ, ଆର୍‌କମ୍‌ ବିରୋଧରେ ଦେବାଳିଆ ପ୍ରକ୍ରିୟା ନେଇ ଜାରି ହୋଇଥିବା ରହିତାଦେଶ ପ୍ରତ୍ୟାହାର କରାଯିବା ମାତ୍ରେ ଏରିକସନ ପାଇଥିବା ବକେୟା ଅର୍ଥ ଫେରାଇବାକୁ ବାଧ୍ୟ ରହିବ। ତେବେ ମଙ୍ଗଳବାର ଶୁଣାଣି ବେଳେ ଏ ପ୍ରସଙ୍ଗ ଉଠି ନ ଥିଲା।


All Right Reserved By

ମ୍ୟୁଚୁଆଲ ଫଣ୍ଡ ଶିଳ୍ପରେ ଉଲ୍ଲେଖନୀୟ ଅଭିବୃଦ୍ଧିି

ନୂଆଦିଲ୍ଲୀ,୨୭-୫: ୨୦୦୪ ପରଠାରୁ ଦେଶରେ ମ୍ୟୁଚୁଆଲ ଫଣ୍ଡ ଶିଳ୍ପରେ ଅଭିବୃଦ୍ଧି ଉଲ୍ଲେଖନୀୟ ରହିଛି। ନିର୍ବାଚନର ପ୍ରଭାବ ବର୍ତ୍ତମାନ ଶେୟାର ବଜାର ଉପରେ ପରିଲକ୍ଷିତ ହୋଇଛି। ଏଥିଯୋଗୁ...

ବିମୁଦ୍ରୀକରଣ ପରେ ଫେରିଛି ୧୫ ଲକ୍ଷ କୋଟି

ନୂଆଦିଲ୍ଲୀ,୧୬-୭: ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବିମୁଦ୍ରୀକରଣ ଘୋଷଣା ହୋଇଥିଲା। ୨୦୧୬-୧୭ରେ ସେତେବେଳେ ବଜାରରେ ପ୍ରଚଳନରେ ଥିବା ୧୫,୩୧,୦୭୩ କୋଟି ନୋଟ୍‌ ଫେରି ଆସିଛି ବୋଲି...

ହ୍ୟାକିଂ ସମ୍ଭାବନା: ଅପ୍‌ଡେଟ୍‌ ଲାଗି ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୧୫-୫: ସିକ୍ୟୁରିଟି ଫିଚର୍ସରେ ତ୍ରୁଟି ପରିଲକ୍ଷିତ ହେବା ପରେ ହ୍ବାଟ୍ସଆପ୍‌ ଏହାର ୟୁଜରଙ୍କୁ ତୁରନ୍ତ ଏହି ଆପ୍‌କୁ ଅପ୍‌ଡେଟ୍‌ କରିନେବା ଲାଗି ଚେତାଇ ଦେଇଛି। କାରଣ...

ଭାରତରେ ୧୦୦ ବିଲିୟନ ଡଲାର ନିବେଶ କରିବ ଅଷ୍ଟ୍ରେଲିଆ

ଭୁବନେଶ୍ୱର, ୨୧-୮(ବ୍ୟୁରୋ): ଘରୋଇ ବଜାର ବିଦେଶୀ ପୁଞ୍ଜି ଆକୃଷ୍ଟ କରିବାରେ ଏକ ପ୍ରମୁଖ ସ୍ଥଳ ପାଲଟିଛି। ଅଷ୍ଟ୍ରେଲିଆ ପାଇଁ ଭାରତ ନିବେଶର ଏକ ପସନ୍ଦଯୋଗ୍ୟ ସ୍ଥାନ...

ସୁଧହାର କମାଇଲେ ୬ ବ୍ୟାଙ୍କ

ନୂଆଦିଲ୍ଲୀ,୧୧-୧୦: ଦେଶର ୬ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେମାନଙ୍କ ସୁଧହାରକୁ ୦.୨୫% ହ୍ରାସ କରିଛନ୍ତି। ଏହା ମଧ୍ୟରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମେତ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌...

ସିସିଡିର ଅଂଶଧନ କିଣିପାରେ ଆଇଟିସି

ନୂଆଦିଲ୍ଲୀ,୨୨।୮: ଏସିଆର ସର୍ବବୃହତ୍‌ ସିଗାରେଟ ନିର୍ମାତା ତଥା ଭାରତର ଅନ୍ୟତମ ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନୀ ଇଣ୍ଡିଆନ ଟବାକୋ କମ୍ପାନୀ (ଆଇଟିସି) ଏବେ କ୍ୟାଫେ କଫି ଡେ(ସିସିଡି)ର...

ଅଭିବୃଦ୍ଧି ଲାଗି ଜାରି ରହିବ ସଂସ୍କାର ଧାରା

ନୂଆଦିଲ୍ଲୀ,୪-୧୦: ବର୍ତ୍ତମାନ ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଦେଶର ଜିଡ଼ିପି ଅଭିବୃଦ୍ଧି ଧାରା ତ୍ୱରାନ୍ବିତ କରିବାକୁ ସରକାର ସଂସ୍କାର ପ୍ରକ୍ରିୟା ଜାରି ରଖିବେ। ଅର୍ଥ...

ନୀଳାଚଳ ଇସ୍ପାତରେ ଟିଏମଟି ବାର ଉତ୍ପାଦନ

ଯାଜପୁର ଅଫିସ,୧୫-୬: କଳିଙ୍ଗ ନଗର ସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ (ଏନ୍‌ଆଇଏନ୍‌ଏଲ) ନିଜ ବ୍ରାଣ୍ଡ ଟିଏମଟି ବାର ଏନ୍‌ଆଇଏନ୍‌ଏଲ ସ୍ମାର୍ଟ ଟିଏମ୍‌ଟି ଉତ୍ପାଦନ ଆରମ୍ଭ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *