ଚିକିତ୍ସାରେ ଅର୍ଥ ସାଜିଛି ବାଧକ: ସ୍ତ୍ରୀ ମୁଣ୍ଡରେ ରୋଗଣା ସ୍ବାମୀର ବୋଝ, ସହାୟତା ଯୋଗାଇଦେବାକୁ ଦାବି

ଗଣିଆ,୧୪ା୭(ଡି.ଏନ.ଏ.): ଆର୍ଥିକ ଅନଗ୍ରସର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏହା ସତ୍ତ୍ୱେ ଗ୍ରାମାଞ୍ଚଳର ଅନେକ ଗରିବ ଶ୍ରେଣୀର ଲୋକ ଏହାର ସୁବିଧା ନ ପାଇ ରୋଗଶଯ୍ୟାରେ ଶଢୁଥିବା ଦେଖିବାକୁ ମିଳୁଛି । ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ଛାଡମୂଳ ଗ୍ରାମର ଜୟଦେବ ବେହେରା (୪୬) ୩ ବର୍ଷ ହେଲା ରୋଗ ଯନ୍ତ୍ରଣାରେ ପେଷି ହେଉଛନ୍ତି। ଚିକିତ୍ସା ନିମିତ୍ତ ସେ ତାଙ୍କର ସମସ୍ତ ସ୍ଥାବର ସମ୍ପତ୍ତି ବିକ୍ରି କରିସାରିଲେଣି । ଗାଁ ସାଉକାରଙ୍କଠାରୁ ଆରମ୍ଭ କରି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାମାନଙ୍କଠାରୁ ଟଙ୍କା ଆଣିଥିବାରୁ ଋଣଭାର ମଧ୍ୟ ବଢିବାରେ ଲାଗିଛି। ଏପରିସ୍ଥଳେ ସ୍ବାମୀ ଓ ସ୍ତ୍ରୀଙ୍କୁ ଦୁଇବେଳା ଦୁଇମୁଠା ଖାଦ୍ୟ ଯୋଗାଡ କରିବା କଷ୍ଟକର ହୋଇପଡିଛି। ତାଙ୍କ କହିବା ଅନୁଯାୟୀ, ୩ବର୍ଷ ତଳେ ଅମୃତଭଣ୍ଡା ତୋଳୁଥିବାବେଳେ ଅମୃତଭଣ୍ଡାଟି ତାଙ୍କ ଛାତି ଉପରେ ପଡିଥିଲା। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରିଥିଲେ ମଧ୍ୟ ଯନ୍ତ୍ରଣାରୁ ଉପଶମ ମିଳି ନ ଥିଲା। ଏହା ପରେ ସେ କଟକର ଏକ ଘରୋଇ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କ ଛାତିରେ ରକ୍ତ ଜମାଟ ହୋଇଥିବା ଡାକ୍ତର କହିଥିଲେ । ସମ୍ପୃକ୍ତ ଡାକ୍ତର ତାଙ୍କୁ ୩ମାସ ପର୍ଯ୍ୟନ୍ତ ଔଷଧ କିଣି ଖାଇବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହ ୩ମାସ ପରେ ଆବଶ୍ୟକ ସ୍ଥଳେ ଅସ୍ତ୍ରୋପଚାର କରିବାକୁ ପଡିପାରେ ବୋଲି କହିଥିଲେ। ତେବେ ଗୋଟିଏ ବଟିକାର ଦାମ ୮ଶହ ଟଙ୍କା ହୋଇଥିବାରୁ ତାଙ୍କୁ ୩ମାସ ପାଇଁ ୭୨ହଜାର ଟଙ୍କା ଦରକାର ହେଉଥିବା ଜୟଦେବ କହିଛନ୍ତି। ଜୟଦେବଙ୍କ ପୁଅଝିଅ ନ ଥିବାବେଳେ ରୋଗାକ୍ରାନ୍ତ ହେବା ଦିନଠାରୁ ସ୍ତ୍ରୀ ଉତ୍ତମ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି। ମହିଳା ହେତୁ ଉତ୍ତମଙ୍କୁ ସବୁବେଳେ କାମ ମିଳିପାରୁନାହିଁ । ଫଳରେ ସ୍ବଳ୍ପ ରୋଜଗାରରେ ସ୍ବାମୀଙ୍କ ଚିକିତ୍ସା ଓ ପରିବାର ପ୍ରତିପୋଷଣ ତାଙ୍କ ପାଇଁ ବୋଝ ପାଲଟିଛି । ଏ ସମ୍ପର୍କରେ ସେ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସହାୟତା ମିଳିପାରିନାହିଁ । ତେବେ ଜୟଦେବଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


All Right Reserved By Dharitri.Com

ଜୟପୁରରେ ରବି ନନ୍ଦ ଆଗୁଆ

ଜୟପୁର,୨୩ା୫(ଡି.ଏନ୍‌.ଏ./ନି.ପ୍ର.): ଜୟପୁର ବିଧାନସଭା ଆସନରେ ଦ୍ୱିତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ରବିନାରାୟଣ ନନ୍ଦ ୭୮ ଭୋଟ୍‌ରେ ଆଗୁଆ ରହିଛନ୍ତି। ଦ୍ୱିତୀୟ ରାଉଣ୍ଡରେ କଂଗ୍ରେସର ତାରାପ୍ରସାଦ...

ଦସ୍ତାବିଜ ଦେବ ନାଗରିକତ୍ୱର ପ୍ରମାଣ

ଭୁବନେଶ୍ୱର, ୪-୯ (ବ୍ୟୁରୋ):ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତ ଆସାମର ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ର ଚୂଡ଼ାନ୍ତ ତାଲିକା ୩୧ ଅଗଷ୍ଟ ୨୦୧୯ରେ ପ୍ରକାଶ ପାଇଛି। ଏଥିରେ ୩...

ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେବା ଘଟଣା: କମ୍ପ୍ୟୁଟର ସେଣ୍ଟର ସିଲ୍‌, ମାଲିକ ଅଟକ

ବେଗୁନିଆପଡ଼ା,୮ା୧(ଡି.ଏନ.ଏ.): ଜଣେ ବ୍ୟକ୍ତିଙ୍କ ଚାକିରି ନିମନ୍ତେ ଜାଲ୍‌ ଜାତିଗତ ପ୍ରମାଣପତ୍ର ପ୍ରସ୍ତୁତ କରିଥିବା କମ୍ପ୍ୟୁଟର ସେଣ୍ଟର ମାଲିକଙ୍କୁ ମଙ୍ଗଳବାରଠାରୁ ଅଟକ ରଖାଯାଇଛି। କୋଦଳା ତହସିଲଦାର ପ୍ରଭାତ...

ବନବିଭାଗର ଚଢ଼ାଉ: ଶାଗୁଆନ, ଜାମୁ ପଟା ଜବତ

ଓଡଗାଁ,୨୬।୬(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ, ଓଡଗାଁ ବନାଞ୍ଚଳ ଓ ବାହାଡାଝୋଲା ସେକ୍ସନ ଅନ୍ତର୍ଗତ ସୁନାମୁହିଁ ଗ୍ରାମରେ ବନବିଭାଗ ପକ୍ଷରୁ ବୁଧବାର ଚଢ଼ାଉ ହୋଇଛି। ଚଢ଼ାଉରେ ବିପୁଳ ପରିମାଣର...

ପରୀକ୍ଷା ସମୟରେ ବିଦ୍ୟୁତ କାଟ ବନ୍ଦ ହେଉ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ଚଳିତ ମାସ ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଓ ମାର୍ଚ୍ଚ ୩ରୁ ଯୁକ୍ତ ୨ ପରୀକ୍ଷା ପରେ ଯୁକ୍ତ ୩ ଏବଂ ସିବିଏସ୍‌ଇ...

ବିଜେପୁର ଉପନିର୍ବାଚନ : ପ୍ରାର୍ଥୀଙ୍କ କଥା, ସେମାନଙ୍କ ମୁହଁରୁ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ): ବରଗଡ ଜିଲା ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ। ମାତ୍ର ୧୮ ମାସ ମଧ୍ୟରେ ତୃତୀୟ ଥର ପାଇଁ ଭୋଟ ଦେବେ ବିଜେପୁରବାସୀ। ୨୦୧୮ ପରି ୨୦୧୯ରେ...

ବାଲିଖାଦାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣି ପରିବାରଲୋକଙ୍କ ରାସ୍ତାରୋକୋ

ରାସଗୋବିନ୍ଦପୁର,୯।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ମୂଷାମାରୀ ବାଲିଖାଦାନ ନିକଟ ବାଲି ଷ୍ଟକ୍‌ ଥିବା ପାର୍ଶ୍ୱରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ...

୪ ଦିନ ହେବ ବ୍ଲକ, ତହସିଲ କାର୍ଯ୍ୟାଳୟରେ ଝୁଲୁଛି ତାଲା

କେନ୍ଦ୍ରାପଡାଅଫିସ/ରାଜକନିକା,୨୨ା୬(ଡି.ଏନ୍‌.ଏ.): ସରକାରୀ କାର୍ଯ୍ୟାଳୟରେ କିଭଳି ମନମୁଖି କାର୍ଯ୍ୟ ଚାଲିଛି ତାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ରାଜକନିକା ବ୍ଲକରେ । ଏହି...

Leave a comment

Your email address will not be published. Required fields are marked *