କର୍ମଚାରୀଙ୍କ ମେଡିକ୍ଲେମ ସୁବିଧା ବନ୍ଦ କଲା ଜେଟ୍‌ ଏୟାରଓ୍ବେଜ

ମୁମ୍ବାଇ,୧-୫: ଜେଟ୍‌ ଏୟାରଓ୍ବେଜ କର୍ମଚାରୀ ଏଣିିକି ନିଜେ ନିଜର ମେଡିକ୍ଲେମ ପଲିସି ପାଇଁ ଅର୍ଥ ଖର୍ଚ୍ଚ କରିବେ।  ଅର୍ଥ ଅଭାବରୁ କମ୍ପାନୀ ଏବେ ଆଉ ମେଡିକ୍ଲେମ ସୁବିଧା ଯୋଗାଇ ପାରିବ ନାହିଁ ବୋଲି ମଙ୍ଗଳବାର ଜେଟ୍‌ ମ୍ୟାନେଜମେଣ୍ଟ କର୍ମଚାରୀଙ୍କୁ ଜଣାଇ ଦେଇଛି। ଏୟାରଲାଇନ୍‌ର ଚିଫ୍‌ ପିପୁଲ୍‌ ଅଫିସର ରାହୁଲ ତନେଜା କର୍ମଚାରୀଙ୍କୁ ପତ୍ର ଲେଖି ଋଣପ୍ରଦାନକାରୀ ଅଥବା ଅନ୍ୟ ସୂତ୍ରରୁ ଜରୁରୀ ପାଣ୍ଠି ନ ମିଳିବା କାରଣରୁ ଗ୍ରୁପ୍‌ ମେଡିକ୍ଲେମ ପଲିସିର ପ୍ରିମିୟମ ଦେବା ଆଉ ସମ୍ଭବ ନୁହେଁ ବୋଲି କହିଛନ୍ତି। ଜେଟ୍‌ କର୍ମଚାରୀଙ୍କ ମେଡିକ୍ଲେମ ପଲିସି ଏପ୍ରିଲ ୩୦ ଅର୍ଥାତ୍‌ ମଙ୍ଗଳବାର ରାତି ୧୨ଟାରୁ ଅଚଳ ହୋଇଯିବ। ଆର୍ଥିକ ସଙ୍କଟ କାରଣରୁ ଜେଟ୍‌ର ପରିଚାଳନା ଚଳିତ ମାସ ୧୭ରୁ ଅସ୍ଥାୟୀ ଭାବେ ବନ୍ଦ ହୋଇଯାଇଛି।


All Right Reserved By

ଭି-ଗାର୍ଡର ଆଣିଲା ନୂଆ ରାଇସ୍‌ କୁକର

ନୂଆଦିଲ୍ଲୀ,୨୬-୪: ଭିଗାର୍ଡ ପକ୍ଷରୁ ନୂଆ ରାଇସ୍‌ କୁକର ବଜାର ପ୍ରବେଶ  କରାଯାଇଛି। କମ୍ପାନୀ ଏହାର ୩ଟି ମଡେଲ ଆଣିଛି। ଏଗୁଡିକ ୧ଲିଟର, ୨.୨ ଲିଟର ଏବଂ...

ଟ୍ରେଡ୍‌ ଓ୍ବାରରୁ ଭାରତକୁ ମିଳିବ ଫାଇଦା

ନୂଆଦିଲ୍ଲୀ,୧୭-୬: ଆମେରିକା ଓ ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ଟ୍ରେଡ୍‌ ଓ୍ବାରର ଫାଇଦା ଉଠାଇ ଭାରତ କେମିକାଲ ଓ ଗ୍ରାନାଇଟ୍‌ ସମେତ ପ୍ରାୟ ୩୫୦ ପ୍ରକାର...

ଆଦାୟ ହେବ ଟିକସ: କ୍ଷତି ଦର୍ଶାଇ ଠକୁଛନ୍ତି ୨.୫ ଲକ୍ଷ କମ୍ପାନୀ

ନୂଆଦିଲ୍ଲୀ,୧୪-୬: ଦେଶର ଅର୍ଥନୀତିକୁ ଗତିଶୀଳ କରିବା ଲକ୍ଷ୍ୟରେ ମୋଦି ସରକାର ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ବିମୁଦ୍ରୀକରଣ ପରେ ଭୂତ କମ୍ପାନୀଙ୍କୁ ବନ୍ଦ...

ଗୋପନୀୟତା ଦ୍ୱାହି ଦେଲା କେନ୍ଦ୍ର;କଳାଧନର ସୂଚନା ମିିଳିବନି

ନୂଆଦିଲ୍ଲୀ,୧୮-୫: କେନ୍ଦ୍ର ସରକାର ସୁଇଜରଲାଣ୍ଡରୁ ପାଉଥିବା କଳାଧନ ସଂକ୍ରାନ୍ତୀୟ ସୂଚନା ଦେବାକୁ ମନା କରିଦେଇଛନ୍ତି। ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ଅଧୀନରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସରକାର...

ଅର୍ଥନୀତିକୁ ଚାଲୁ କରିବା ସରକାରଙ୍କ ପ୍ରାଥମିକତା ହେଉ: ଶିଳ୍ପ ଜଗତ

ଭୁବନେଶ୍ୱର,୨-୬: ଅର୍ଥନୀତିକୁ ଚାଲୁ କରିବା ନୂଆ ସରକାରଙ୍କ ପ୍ରାଥମିକତା ହେବା ଆବଶ୍ୟକ। ମାର୍ଚ୍ଚ ତ୍ରୈମାସରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୫.୮% ଖସିଛି। ଭାରତ ବିଶ୍ୱର...

ୟଶ୍‌ ବିର୍ଲା ଓ୍ବିଲଫୁଲ ଡିଫଲ୍ଟର ଘୋଷିତ

ନୂଆଦିଲ୍ଲୀ,୧୮-୬: କୋଲକାତାର ୟୁକୋ ବ୍ୟାଙ୍କ ଯଶୋବର୍ଦ୍ଧନ ବିର୍ଲା(ୟଶ୍‌ ବିର୍ଲା)ଙ୍କୁ ଓ୍ବିଲଫୁଲ ଡିଫଲ୍ଟର ଘୋଷଣା କରିଛି। ତାଙ୍କ ଗ୍ରୁପ୍‌ଙ୍କ ଗୋଟିଏ କମ୍ପାନୀ ବିର୍ଲା ସୂର଼୍ୟା ଲିମିଟେଡ ଉପରେ...

ଜମ୍ମୁ-କଶ୍ମୀରକୁ ମିଳିବ ୧ ଲକ୍ଷ କୋଟିର ପ୍ୟାକେଜ

ନୂଆଦିଲ୍ଲୀ,୮-୮: କେନ୍ଦ୍ର ସରକାର ପାର୍ଲାମେଣ୍ଟ ଜରିଆରେ ଅନୁଚ୍ଛେଦ ୩୭୦କୁ ପ୍ରତ୍ୟାହାର କରିନେବା ପରେ ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିବର୍ତ୍ତନ କରିଛନ୍ତି। ତେବେ...

ଶୀର୍ଷ ଟିକସଦାତାଙ୍କୁ ପ୍ରୋତ୍ସାହନ;ମୋଦିଙ୍କ ସହ ମିଳିବ ଚା’ ପିଇବାର ସୁଯୋଗ

ନୂଆଦିଲ୍ଲୀ,୪-୬: କେନ୍ଦ୍ର ସରକାର ଶୀର୍ଷ ଟିକସଦାତାଙ୍କୁ ପୁରସ୍କୃତ କରିବା ଲାଗି ଏକ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ଟିକସଦାତାଙ୍କୁ ପ୍ରୋତ୍ସାହିତ କରିବାକୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *