ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ କାର୍ଯ୍ୟ ନିମ୍ନମାନର: ଚାରିଦିନ ନ ଯାଉଣୁ ରାସ୍ତାରୁ ଉଠିଲା ପିଚୁ

ନୂଆଗାଁ,୧୪ା୭ (ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନୂଆଗାଁ ବ୍ଲକରେ ହେଉଥିବା ରାସ୍ତାକାର୍ଯ୍ୟ ନିମ୍ନମାନର ଯୋଗୁ ଜନ ଅସନ୍ତୋଷ ବଢିବାରେ ଲାଗିଛି। କୋରଡା ପଞ୍ଚାୟତ ରକ୍ତପଟାଠାରୁ ମୀନାଗାଡିଆ ଓ କାପ୍ତାପଲ୍ଲୀ ପଞ୍ଚାୟତର କଣବାଙ୍କଠାରୁ କାପ୍ତାପଲ୍ଲୀ ପର୍ଯ୍ୟନ୍ତ ରାସ୍ତାକାର୍ଯ୍ୟ ନିମ୍ନମାନର ହୋଇଥିବା ନେଇ କିଛିଦିନ ତଳେ ଅଭିଯୋଗ ହୋଇଥିଲା। ଏବେ ସଂପଡାଠାରେ ନିର୍ମାଣ ହେଉଥିବା ରାସ୍ତା କ୍ଷେତ୍ରରେ ମଧ୍ୟ ସମାନ ଅଭିଯୋଗ ହୋଇଛି। କାର୍ଯ୍ୟ ସରିବାର ଚାରିଦିନ ନ ଯାଉଣୁ ରାସ୍ତାରୁ ପିଚୁ ଉଠିଯାଇଥିବା ଦେଖାଯାଇଛି।
ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମହୀପୁରଠାରୁ ପାରାଢିପି ପଞ୍ଚାୟତ ଦେଇ ସଂପଡା ଯାଏ ୯ କିଲୋମିଟର ରାସ୍ତା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ୩ କୋଟି ୯୧ ଲକ୍ଷ ୭୬ ହଜାର ଟଙ୍କା ବ୍ୟୟ ବରାଦ ହୋଇଛି। କାର୍ଯ୍ୟ କରିବା ପାଇଁ ଟେଣ୍ଡର ମାଧ୍ୟମରେ ଠିକାଦରଙ୍କୁ କାର୍ଯ୍ୟାଦେଶ ଦିଆଯିବା ସହ ଆର୍‌ଡି ବିଭାଗକୁ ତଦାରଖ ଦାୟିତ୍ୱ ଦିଆଯାଇଛି। କିନ୍ତୁ ଠିକାଦାର ନିମ୍ନମାନର କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଏପରି କି ଥୁଆବାରି ନିକଟରେ ଏକ ପୋଲ ନିର୍ମାଣ କରିବାର ୧୫ଦିନ ପରେ ପୋଲ ମଝିରୁ ଫାଟି ଆଁ କରିଥିବା ଦେଖିବାକୁ ମିଳିଥିଲା । ଏ ନେଇ ଅଭିଯୋଗ ହେବାରୁ ଠିକାଦାର ସେଥିରେ ପ୍ୟାଚ ପକାଇ ମାଟି ଘୋଡାଇ ଦେଇଥିଲେ। ସେହିପରି ପାରାଢିପ ନିକଟରେ ପିଚୁ ପକାଯାଉଥିବା ସମୟରେ ନିମ୍ନମାନର କାମକୁ ଗ୍ରାମବାସୀ ବିରୋଧ କରୁଥିବା ବେଳେ ବିଭାଗୀୟ ଅଧିକାରୀ କାମ ଠିକ୍‌ ଅଛି ବୋଲି କହିଥିଲେ। ଫଳସ୍ବରୂପ ୯ କିଲୋମିଟର ରାସ୍ତା ସମ୍ପୂର୍ଣ୍ଣ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ରାସ୍ତାରେ ମେଟାଲ ଓ ଡଷ୍ଟ ମିଶାଇ ପକାଇବା ସହ କିଛିଦିନ ପରେ ଡଷ୍ଟ ସଫା କରି ସେଥିରେ ପ୍ରାଇମର ପକାଇବା ପରେ ପିଚୁ ମିଶ୍ରିତ ଚିପ୍‌ସ ଓ ପିଚୁ ମିଶ୍ରିତ ବଜୁରି ପକାଇବାର ନିୟମ ଥିବାବେଳେ ତାହା କରାଯାଇ ନାହିଁ । ଯାହା ଫଳରେ ପିଚୁ ଉଠିଯାଉଛି । ସ୍ଥାନୀୟ ଲୋକେ ବିରୋଧ କରୁଥିବାରୁ ଠିକାଦାର ରାତିଅଧିଆ କାର୍ଯ୍ୟ କରୁଥିବା ସଂପଡା ଗ୍ରାମବାସୀ କହିଛନ୍ତି। ଏହାସହ ସେମାନେ ଏହି କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏ ସମ୍ପର୍କରେ ଆର୍‌ଡି ଏସ୍‌ଡିଓ ନାରାୟଣ ମୁର୍ମୁଙ୍କୁ ପଚାରିବାରୁ ସେ କହିଥିଲେ, ନିମ୍ନମାନର ହୋଇଥିବା କାର୍ଯ୍ୟରେ ବିଲ୍‌ ଦିଆଯିବ ନାହିଁ ଏବଂ ପୁନର୍ବାର କାର୍ଯ୍ୟ କରିବା କଥା କହିଛନ୍ତି।


All Right Reserved By Dharitri.Com

ଆମ୍ବୁଲାନ୍ସ ଅଚଳ: ରୋଗୀ ହୀନସ୍ତା

ଢେଙ୍କାନାଳ ଅଫିସ, ୧୪।୮-ଅଧାରାସ୍ତାରେ ଅଚଳ ହୋଇପଡ଼ିଲା ଆମ୍ବୁଲାନ୍ସ। ଫଳରେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ପକ୍ଷାଘାତ ରୋଗୀ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦରରେ।...

ପାଣିପାଗ କେନ୍ଦ୍ରର ସତର୍କ ସୂଚନା : ୨୬ ତାରିଖ ପର୍ଯ୍ୟନ୍ତ ୮ ଜିଲାକୁ ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର,୨୩।୫(ବ୍ୟୁରୋ)- ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଗୁରୁବାର ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼...

ଚନ୍ଦକା ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ୪ଶହ ଲିଟର ରନ୍ଧାମଦ ଜବତ, ୨ ଗିରଫ

କଟକ ରୋଡ, ୧୫।୧୧(ଡି.ଏନ୍‌.ଏ.): ଭୁବନେଶ୍ୱର ଅବକାରୀ ଓ ମୋବାଇଲ ସ୍କ୍ବାର୍ଡ ଶୁକ୍ରବାର ରାଜଧାନୀର ଚନ୍ଦକା ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ମହିଳାଙ୍କ ସମେତ ୨...

ଅଲ୍‌ ଓଡ଼ିଶା ବାର୍‌ ଆସୋସିଏଶନ ବୈଠକ: ଯୋଗଦେଲେ ୯୩ ବାର୍‌ ଆସୋସିଏଶନ କର୍ମକର୍ତ୍ତା

କଟକ ଅଫିସ, ୧୯ା୧୦: ରାଜ୍ୟର ବିଭିନ୍ନ ଅଦାଲତରେ ଖାଲି ପଡ଼ିଥିବା ବିଚାରପତି ପଦବୀ ପୂରଣ, ହାଇକୋର୍ଟ ପକ୍ଷରୁ ରୁଜୁ ଅଦାଲତ ଅବମାନନା ମାମଲାକୁ ନେଇ ଶୁକ୍ରବାର...

ଚୋରି ଧରିବା ପାଇଁ ଖଟବୁଲା ପୋଲିସ ବଦଳରେ ଖୋଜାପଡୁଛି ଗୁଣିଆ

ନୟାଗଡ଼ ଅଫିସ,୨୩ା୬- ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଧରିବା ପାଇଁ ଖଟ ବୁଲୁଥିବା ଦେଖିବାକୁ ମିଳୁଛି। କୌଣସି ଗ୍ରାମରେ ଚୋରି ହେଲେ ଲୋକମାନେ ପୋଲିସ...

ପ୍ରତୀକ୍ଷା ପିନ୍ଧିଲେ ଗ୍ଲୋରିକୁଇନ ମୁକୁଟ

ପୁରୀ ଅଫିସ, ୧୩ା୧:ଦୀର୍ଘ ୭ଦିନ ପ୍ରତୀକ୍ଷାର ଅନ୍ତ ଘଟିଲା। ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶେଷରେ ବାଜି ମାରିନେଲେ ପ୍ରତୀକ୍ଷା। ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର...

ବେକରେ ଓଢ଼ଣୀ ଲଗାଇ ଛାତ୍ରୀଙ୍କ ଆମତ୍ହତ୍ୟା: ବାପା ଆଣିଲେ ହତ୍ୟା ଅଭିଯୋଗ

କଣ୍ଟାପଡା,୨୧।୬(ଡି.ଏନ୍‌.ଏ.): ଓଲଟପୁର ଥାନା ଅନ୍ତର୍ଗତ ଅଡଶପୁରସ୍ଥିତ ଏକ ମହାବିଦ୍ୟାଳୟର ଛାତ୍ରୀନିବାସରେ ଜଣେ +3 ପ୍ରଥମବର୍ଷ ବାଣିଜ୍ୟ ଛାତ୍ରୀ ବେକରେ ଓଢ଼ଣୀ ଲଗାଇ ଶୁକ୍ରବାର ଆମତ୍ହତ୍ୟା କରିଛନ୍ତି।...

ପ୍ରଥମ ଦରମା ଟଙ୍କାରେ ଠାକୁରଙ୍କ ପାଖେ ଭୋଗ କରିଥିଲି

ଲେଖିକା ତଥା ପ୍ରାଧ୍ୟାପିକା ମିନତି ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… କେନ୍ଦ୍ରାପଡା ଜିଲା ମାର୍ଶାଘାଇଠାରେ ମୋ ଜନ୍ମ। ମାର୍ଶାଘାଇ ବାଳିକା ଉଚ୍ଚ...

Leave a comment

Your email address will not be published. Required fields are marked *