Posted inUncategorized

ପରିବେଶ ସୁରକ୍ଷା ଏକ ସାମଗ୍ରିକ ଦାୟିତ୍ୱ

ବଲାଙ୍ଗୀର ଅଫିସ, ୧୪ା୭ – ପରିବେଶ ସୁରକ୍ଷା ଜଣକର କାମ ନୁହେଁ ା ଏଥିପାଇଁ ଜନସହଭାଗିତା ଆବଶ୍ୟକ ା ଆମେ ଆମର ଉତ୍ତରପିଢ଼ୀ ପାଇଁ ପରିବେଶକୁ ହିଁ ଅକ୍ଷତ ଭାବେ ହସ୍ତାନ୍ତର କରିବାକୁ ହେବ ା ଏହା ହିଁ ହେବ ଆମ ଉତ୍ତରପିଢ଼ୀଙ୍କ ପାଇଁ ସର୍ବଶ୍ରେଷ୍ଠ ଅବଦାନ ା ଏଣୁ ପରିବେଶ ସୁରକ୍ଷା କେବଳ ଏକ ବିଚାର ନହୋଇ ଏକ ସାମଗ୍ରିକ ଦାୟିତ୍ୱ ବୋଲି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ବିଶିଷ୍ଟ ପରିବେଶବିତ୍‌ ପ୍ରଫେସର ଧ୍ରୁବରାଜ ନାଏକ ପ୍ରକାଶ କରିଛନ୍ତି ା
ଇନ୍‌ଟାକ୍‌ ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନରେ ପରିବେଶ ସୁରକ୍ଷା ଏକ ସାମଗ୍ରିକ ବିଚାର ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ା ପ୍ରଫେସର ମଧୁସୂଦନ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଆଲୋଚକଭାବେ ପ୍ରଫେସର ନାଏକ ଓ ଅନ୍ୟତମ ବକ୍ତାଭାବେ ଡ. ବିଏନ୍‌ ଶ୍ରୀକାନ୍ତ ଯୋଗଦାନ କରିଥିଲେ ା ପ୍ରଥମେ ଇନ୍‌ଟାକ୍‌ ବଲାଙ୍ଗୀର ଶାଖାର ଆବାହକ ପ୍ରଫେସର ଡ ଶିବପ୍ରସାଦ ନନ୍ଦ ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ା ଦିନକୁ ଦିନ ପରିବେଶ ପ୍ରଦୂଷଣ କିଭଳି ଭୟାନକ ରୂପ ନେଉଛି କହିଥିଲେ ା ସଭାରେ ଆଡଭୋକେଟ୍‌ ଶଶୀଭୂଷଣ ପୁରୋହିତ ସଂଯୋଜନା କରିଥିଲେ ା ମୁଖ୍ୟ ଆଲୋଚକ ନାଏକ କହିଥିଲେ ଯେ, ଜନସଂଖ୍ୟା ବିସ୍ଫୋରଣ ଓ କ୍ରମାଗତ ଜଙ୍ଗଲ ହ୍ରାସ ପୃଥିବୀକୁ ସଙ୍ଗୀନସ୍ଥିତିକୁ ଆଣି ଥୋଇଛି ା ବାୟୁ ପ୍ରଦୂଷଣ, ଜଳ ଅଭାବ ଓ କାର୍ବନ୍‌ ଡାଇଅକ୍‌ସାଇଡ୍‌ ବୃଦ୍ଧି ଯୋଗୁଁ ଆଗାମୀ ଦିନରେ ନିଶ୍ୱାସ ନେବା ବିପଦପୂର୍ଣ୍ଣ ହୋଇପଡିଲାଣି ା ଏଭଳି ସ୍ଥିତିରେ ବୃକ୍ଷରୋପଣ ଉପରେ ଅଧିକ ଗୁରୁତ୍ୱ ନଦେଇ ଜନସହଭାଗିତାରେ ଜଙ୍ଗଲ ସୁରକ୍ଷା କରିବାକୁ ପରାମର୍ଶ ଦେଇଥିଲେ ା ଦାୟିତ୍ୱବାନ୍‌ ଭାବେ ଆବଶ୍ୟକ ମୁତାବକ କମ୍‌ ଶକ୍ତି ବିନିଯୋଗ କରିବା ଉପରେ ଜୋର ଦେଇଥିଲେ ା ଏହି ଅବସରରେ ନିଜ ଦିବଙ୍ଗତ୍‌ ପୁତ୍ରଙ୍କ ଦ୍ୱାରା ଆରମ୍ଭ ହୋଇଥିତ୍ବା ଝାରସୁଗୁଡା ଜିଲାର ଅନ୍ଧାରୀ ଜଙ୍ଗଲର ସୁରକ୍ଷା ଅଭିଯାନକୁ ନେଇ ସେ କରୁଥିତ୍ବା ସଚେତନତା କାର୍ଯ୍ୟ ଓ ଏଥିରେ ଜନସହଭାଗିତା ଉପରେ କହିଥିଲେ ା ସ୍କୁଲ ଛାତ୍ରୀଛାତ୍ର ଓ ଅନ୍ଧାରୀ ଭାଗବତ ଜରିଆରେ ଜଙ୍ଗଲ ସୁରକ୍ଷା ସଚେତନତା ଉପରେ କହିଥିଲେ ା ଅନ୍ୟତମ ଆଲୋଚକ ଡ ଶ୍ରୀକାନ୍ତ ତାଙ୍କ ବକ୍ତବ୍ୟରେ ଜନସଂଖ୍ୟା ବିସ୍ଫୋରଣର ପ୍ରଭାବ ଓ ପ୍ରାକୃତିକ ଉପାୟରେ କୃଷି କାର୍ଯ୍ୟ ଓ ଖତ ତିଆରି ଉପରେ କହିଥିଲେ ା ସୌରଶକ୍ତିରେ ରନ୍ଧନ ଓ ଅନ୍ୟାନ୍ୟ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ା ପରେ ପ୍ରଫେସର ପତି ସଭାପତୀୟ ଅଭିଭାଷଣ ରଖି ମଣିଷର ଲୋଭ ଆଜି ପରିବେଶ ଉପରେ ପ୍ରତିଫଳିତ ହୋଇଛି ବୋଲି କହିଥିଲେ ା ନିଜ ପରିବେଶ ପ୍ରତି ସଦୟ ହୋଇ ସଚେତନତାମୂଳକ କାର୍ଯ୍ୟ କରିବା ଉପରେ ସେ ଜୋର ଦେଇଥିଲେ ା


All Right Reserved By Dharitri.Com

Posted inUncategorized View All

ପୀରାହାଟ ଓ ପଞ୍ଚୁଟିକ୍ରିରେ ଗାନ୍ଧୀ

ଶ୍ରୀମନ୍ତ ଖୁଣ୍ଟିଆ ମହାତ୍ମା ଗାନ୍ଧୀ ଓଡ଼ିଶାକୁ ୮ ଥର ଆସିଛନ୍ତି। ସେଥିମଧ୍ୟରୁ ଭଦ୍ରକ ଜିଲାକୁ ୩ ଥର ଆସିଛନ୍ତି। ତନ୍ନଧ୍ୟରୁ ହରିଜନ ପଦଯାତ୍ରା ଓ ଖଦିର...

ଚତୁର୍ଥଦିନରେ ସେବା ମହାବିଦ୍ୟାଳୟ ଛାତ୍ରଙ୍କ ଧାରଣା

ବ୍ରହ୍ମପୁର ଅଫିସ,୨୦।୭: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ଥିବା ସେବା ମହାବିଦ୍ୟାଳୟ ଛାତ୍ରଙ୍କ ଧାରଣା ଶନିବାର ଚତୁର୍ଥ ଦିନରେ...

ଜାନୁୟାରୀ ୧୦ରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ: ଲାଗୁ ହେବନି ସୁତକ

ନୂଆଦିଲ୍ଲୀ,୭।୧: ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଜାନୁୟାରୀ ୧୦ ତାରିଖ ମଧ୍ୟ ରାତ୍ରରେ ହେବ। ତେବେ ଏହା ଉପଛାୟା ଯୋଗୁ ହେଉଥିବାରୁ ଏହା ଭାରତରେ...

ଜି.ଉଦୟଗିରିରେ ମୋଟରଯାନ ଯାଞ୍ଚ କଡ଼ାକଡ଼ି: ୨୨,୫୦୦ ଟଙ୍କା ଜରିମାନା ଆଦାୟ

ଜି.ଉଦୟଗିରି,୩ା୧୨(ଡି.ଏନ.ଏ.)-ଜି.ଉଦୟଗିରି ପୋଲିସ ପକ୍ଷରୁ ଆଇଆଇସି ଧୀରେନ ଲେଙ୍କାଙ୍କ ତତ୍ତ୍ବାବଧାନରେ ରବିବାରରୁ ମଟର ଯାନ ଯାଞ୍ଚ କଡ଼ାକଡ଼ି କରାଯାଉଛି। ସହରର ବନ୍ଧଛକ, ଶ୍ରୀରାମପଦା, ଗାନ୍ଧିଛକ, ବରାଳିନି ମାର୍କେଟ...

ବଡ଼ ଡାକ୍ତରଖାନାରେ ଚିକିତ୍ସା ସେବା ଦେଖିଲେ ଏମ୍‌ପି, ବିଧାୟକ

ବ୍ରହ୍ମପୁର ଅଫିସ,୯ା୯-ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା ରବିବାର ଅପରାହ୍ନରେ ଅଚାନକ ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲକୁ ଯାଇ ସମସ୍ୟା...

୩ ବ୍ରାଉନସୁଗାର ବ୍ୟବସାୟୀ ଜେଲ୍‌ ଗଲେ: ୫ ଲକ୍ଷର ବ୍ରାଉନସୁଗାର, ୫ ମୋବାଇଲ ଓ କାର ଜବତ

ଭୁବନେଶ୍ୱର,(ବ୍ୟୁରୋ)/ପାତ୍ରପଡ଼ା, ୨୧।୧୧(ଡି.ଏନ୍‌.ଏ.): ଖଣ୍ଡଗିରି ଥାନା ପୋଲିସ ଓ କ୍ୟୁଏଟି ମିଳିତ ଭାବେ ଚଢ଼ାଉ କରି ୩ଜଣ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ନୟାପଲ୍ଲୀ...

ଜାଣନ୍ତୁ ଶିବଲିଙ୍ଗ ଉପରେ କାହିଁକି ଶଙ୍ଖରେ ଢଳାଯାଏନା ପାଣି

ଆମେ ଜାଣିଛେ ସାଧାରଣତଃ ପୂଜାକାର୍ଯ୍ୟରେ ଶଙ୍ଖର ବ୍ୟବହାର ମହତ୍ତ୍ୱପୂର୍ଣ୍ଣ। ପ୍ରାୟ ସମସ୍ତ ଦେବଦେବୀଙ୍କ ଉପରେ ଶଙ୍ଖରେ ପାଣି ଚଢ଼ାଯାଏ। ମାତ୍ର ଶିବଲିଙ୍ଗ ଉପରେ ପାଣି ଢାଳିବାକୁ...

Leave a comment

Your email address will not be published. Required fields are marked *