ଫେସବୁକ୍‌ ଉପରେ ଲାଗିବ ୩୪ ହଜାର କୋଟି ଜରିମାନା

ଓ୍ବାଶିଂଟନ,୧୩-୭: ଆମେରିକା ରେଗୁଲେଟର ଫେଡେରାଲ ଟ୍ରେଡ କମିଶନ(ଏଫ୍‌ଟିସି) ଡାଟା ଲିକ୍‌ ମାମଲାରେ ଫେସବୁକ୍‌ ଠାରୁ ୫ ବିଲିୟନ ଡଲାର( ପ୍ରାୟ ୩୪ ହଜାର କୋଟି ଟଙ୍କା) ଜରିମାନା ଆଦାୟ କରିବାକୁ ସୁପାରିସ୍‌ କରିଛନ୍ତି। କୌଣସି ଟେକ୍‌ କମ୍ପାନୀ ବିରୋଧରେ ଏହା ଅଦ୍ୟାବଧି ସର୍ବାଧିକ ପେନାଲ୍ଟି ଆଦାୟ କୁହାଯାଉଛି। ଏଥିପୂର୍ବରୁ ୨୦୧୨ରେ ଗୁଗଲ ଠାରୁ ୨୨ ମିଲିୟନ ଡଲାର(୧୫୪ କୋଟି ଟଙ୍କା) ଜରିମାନା ଆଦାୟ କରାଯାଇଥିଲା। ତେବେ ଫେସ୍‌ବୁକ ଏହି ଜରିମାନା ଦେବା ଲାଗି ପୂର୍ବରୁ ପ୍ରସ୍ତୁତ ହୋଇ ରହିଛି। କମ୍ପାନୀ ଉପରେ ଏହାର ଅଧିକ ପ୍ରଭାବ ପଡିବ ନାହିଁ ବୋଲି କୁହାଯାଉଛି। ବ୍ୟକ୍ତିଗତ ଡାଟା ଗୋପନୀୟତା ଏବଂ ଗ୍ରାହକଙ୍କ ଡାଟାର ଅପବ୍ୟବହାର କରିବା ଲାଗି ଏଫ୍‌ଟିସି ପକ୍ଷରୁ ଫେସ୍‌ବୁକ୍‌ ବିରୋଧରେ ଏହି ଜରିମାନା ଆଦାୟ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ମାମଲାରେ ଉଭୟ କମ୍ପାନୀ ଓ ଏଫ୍‌ଟିସି କୌଣସି ମନ୍ତବ୍ୟ ଦେଇନାହାନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ୩-୨ ଭୋଟରେ ଏହି ଜରିମାନାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ବର୍ତ୍ତମାନ ଏହି ମାମଲାକୁ ଜଷ୍ଟିସ୍‌ ଡିପାର୍ଟମେଣ୍ଟର ସିଭିଲ ଡିଭିଜନ ନିକଟକୁ ସମୀକ୍ଷା ପାଇଁ ପଠାଯାଇଛି। ତେବେ ଏହି ପ୍ରକ୍ରିୟା ପାଇଁ କେତେ ଦିନ ଲାଗିବ, ବର୍ତ୍ତମାନ କହିବା ଅସମ୍ଭବ। ତେବେ ଜରିମାନା ଆଦାୟ ନିର୍ଦ୍ଦେଶକୁ ଅନୁମୋଦନ ମିଳିଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସୂଚନାଥାଉ କି, କୌଣସି କମ୍ପାନୀ ପାଇଁ ୫ ବିଲିୟନ ଡଲାର ଜରିମାନା ପିଲାଖେଳ ନୁହେଁ। ଏହାଦ୍ୱାରା କମ୍ପାନୀ ବନ୍ଦ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ଫେସ୍‌ବୁକ ଆର୍ଥିକ ଦୃଷ୍ଟିରୁ ସେତେ ଦୁର୍ବଳ ନୁହେଁ।


All Right Reserved By

ଜେଇଇ ଆଡଭାନ୍ସରେ ଫିଟ୍‌ଜୀ ଛାତ୍ରୀଛାତ୍ରଙ୍କ ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର,୧୬-୬(ବ୍ୟୁରୋ): ଶୁକ୍ରବାର ପ୍ରକାଶିତ ଜେଇଇ ଆଡଭାନ୍ସରେ ପ୍ରମୁଖ କୋଚିଂ ପ୍ରତିଷ୍ଠାନ ଫିଟ୍‌ଜୀ ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ...

‘ଗୋଟିଏ ରାଷ୍ଟ୍ର, ଏକ ରାସନ କାର୍ଡ’ ଯୋଜନା ;୪ ରାଜ୍ୟରେ ଆରମ୍ଭ ହେଲା ପାଇଲଟ ପ୍ରକଳ୍ପ

ନୂଆଦିଲ୍ଲୀ,୧୦-୮: କେନ୍ଦ୍ର ସରକାର ‘ ଗୋଟିଏ ରାଷ୍ଟ୍ର, ଏକ ରାସନ କାର୍ଡ’ ଯୋଜନାର ପାଇଲଟ ପ୍ରକଳ୍ପ ଶୁକ୍ରବାର ଆରମ୍ଭ କରିଛନ୍ତି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ ଓ...

ନୂଆ ଗାଡ଼ି ପାଇଁ ନେବାକୁ ହେବ ଲମ୍ବା ଅବଧିର ବୀମା ପଲିସି: ଆଇଆର୍‌ଡିଏ

ନୂଆଦିଲ୍ଲୀ,୧୩-୭: ନୂଆ ଗାଡ଼ି କିଣୁଥିବା ବ୍ୟକ୍ତିବିଶେଷଙ୍କୁ ଲମ୍ବା ଅବଧିର ବୀମା ପଲିସି କିଣିବାକୁ ହେବ। ଏହା ବାଧ୍ୟତାମୂଳକ ହୋଇଛି। ତେବେ ପୂର୍ବରୁ ଗାଡ଼ି ପଲିସି ଥିବା...

ଆମାଜନରେ ବିକ୍ରି ହେଉଛି ହିନ୍ଦୁ ଦେବାଦେବୀଙ୍କ ଛବି ଥିବା ସାମଗ୍ରୀ;ଜୋର ଧରିଲା ସୋସିଆଲ ମିଡିଆରେ ବିରୋଧ

ନୂଆଦିଲ୍ଲୀ,୧୭-୫: ଅନ୍‌ଲାଇନ ସପିଂ ପ୍ଲାଟଫର୍ମ ଆମାଜନରେ ହିନ୍ଦୁ ଦେବାଦେବୀଙ୍କ ଛବି ଥିବା ସାମଗ୍ରୀ ବିକ୍ରି ହେବାକୁ ନେଇ ଦେଶରେ ବିରୋଧ ଆରମ୍ଭ ହୋଇଯାଇଛି। ଏହାକୁ ନେଇ...

ଏକ୍‌ଜିଟ ପୋଲ୍‌:ଉଛୁଳିଲା ବଜାର

ମୁମ୍ବାଇ,୨୧-୫: ଦେଶର ସାଧାରଣ ନିର୍ବାଚନ ଫଳାଫଳ ୨୩ରେ ଆସିବାକୁ ଥିବା ବେଳେ କେନ୍ଦ୍ରରେ ପୁଣି ଥରେ ଏନ୍‌ଡିଏ ସରକାର ଶାସନ କ୍ଷମତାକୁ ଫେରିବା ନେଇ ଏକ୍‌ଜିଟ...

ନାଲ୍‌କୋ ପକ୍ଷରୁ ବିଶ୍ୱ ପରିବେଶ ଦିବସ

ଭୁବନେଶ୍ୱର,୭-୬: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ କମ୍ପାନୀ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ...

ଡ. ଅର୍ଥୋ ଆୟୁର୍ବେଦିକ ତେଲ, ସୁପର-୩୦ ମଧ୍ୟରେ ଚୁକ୍ତି

ନୂଆଦିଲ୍ଲୀ, ୨୨ା୭: ସୁପର-୩୦ ଚଳଚ୍ଚିତ୍ରର ପ୍ରମୋଶନ ଲାଗି ଏସ୍‌ବିଏସ୍‌ ବାୟୋଟେକ୍‌ର ଲୋକପ୍ରିୟ ପ୍ରଡକ୍ଟ ଡ. ଅର୍ଥୋ ଆୟୁର୍ବେଦିକ ତୈଳ ଚୁକ୍ତିରେ ସାମିଲ ହୋଇଛି। ଚଳଚ୍ଚିତ୍ରର ସଫଳତା...

ଶୁକ୍ରବାର ସୁପ୍ରିମକୋର୍ଟରେ ମାଲ୍ୟା ମାମଲାର ଶୁଣାଣି

ନୂଆଦିଲ୍ଲୀ,୩୦-୭: ସମ୍ପତ୍ତି ବାଜ୍ୟାପ୍ତ କରିବା ଉପରେ ରହିତାଦେଶ ଜାରି କରିବା ଲକ୍ଷ୍ୟରେ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣି ଆସନ୍ତା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *