Posted inଖେଳ

ମହିଳା ଫୁଟ୍‌ବଲ ଦଳକୁ ୬ ସ୍ଥାନ ପଦୋନ୍ନତି

ନୂଆଦିଲ୍ଲୀ,୧୩ା୭ (ପି.ଟି.)-ଭାରତୀୟ ମହିଳା ଫୁଟ୍‌ବଲ ଦଳ ଗତ କିଛି ମାସ ହେଲା ପ୍ରଭାବୀ ପ୍ରଦର୍ଶନ କରିଆସିଛି। ଏଥିପାଇଁ ସଦ୍ୟ ପ୍ରକାଶିତ ଫିଫା ର଼୍ୟାଙ୍କିଙ୍ଗ ତାଲିକାରେ ଦଳ ୬ ସ୍ଥାନ ପଦୋନ୍ନତି ପାଇ ୫୭ ତମ ସ୍ଥାନରେ ରହିଛି। ଏସୀୟ ଦେଶଗୁଡ଼ିକ ମଧ୍ୟରେ ଭାରତୀୟ ମହିଳା ଦଳ ର଼୍ୟାଙ୍କିଙ୍ଗରେ ୧୧ତମ ସ୍ଥାନରେ ରହିଛି। ଦଳର ବର୍ତ୍ତମାନ ପଏଣ୍ଟ ସଂଖ୍ୟା ୧୪୨୨ ରହିଛି। ପୂର୍ବରୁ ଗତମାର୍ଚ୍ଚ ମାସରେ ଯେତେବେଳେ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଥିଲା, ଭାରତର ପଏଣ୍ଟ ସଂଖ୍ୟା ୧୩୯୨ ରହିଥିଲା। ଜାନୁୟାରୀଠାରୁ ଦଳ ୧୮ଟିରେ ବିଜୟ ହାସଲ କରିଥିଲା। ତନରୁ ଦଳ ୧୨ଟିରେ ବିଜୟ ହାସଲ କରିଥିଲା। ଦଳ ଦକ୍ଷତା ବୃଦ୍ଧି ପାଇଁ ହଂକଂ, ଇଣ୍ଡୋନେସିଆ ଓ ତୁର୍କୀ ଟୁର୍‌ କରିଥିଲା। ଭୁବନେଶ୍ୱରରେ ଅନୁଷ୍ଠିତ ଉଦ୍‌ଘାଟନୀ ହିରୋ ଗୋଲ୍ଡ କପ୍‌ ଇଣ୍ଟରନ୍ୟାଶନାଲ ଟୁର୍ନାମେଣ୍ଟ ବ୍ୟତୀତ ସାଫ୍‌ ଚାମ୍ପିୟନଶିପ୍‌, ଏଏଫ୍‌ସି ଅଲିମ୍ପିକ କ୍ୱାଲିଫାୟର୍ସ ରାଉଣ୍ଡ ୨ରେ ଅଂଶଗ୍ରହଣ କରିଥିଲା। ଦଳ ଚଳିତ ମାସ ପରବର୍ତ୍ତୀ ଭାଗରେ ସ୍ପେନ୍‌ରେ କୋଟିଫ୍‌ କପ୍‌ ଖେଳିବ। ଫିଫା ର଼୍ୟାଙ୍କିଙ୍ଗରେ ପଦୋନ୍ନତି ପାଇଁ ମେମୋଲ ରକି ଖେଳାଳିମାନଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି। ବାଳିକାମାନଙ୍କ କଠିନ ପରିଶ୍ରମର ଫଳ ବୋଲି ସେ କହିଛନ୍ତି। ବାଳିକା ଦଳର ର଼୍ୟାଙ୍କିଙ୍ଗ ତାଲିକାରେ ପଦୋନ୍ନତି ପାଇ ଥିବାରୁ ମୁଁ ଗର୍ବିତ ବୋଲି ଭାରତୀୟ ପୁରୁଷ ଦଳର ଅଧିନାୟକ ସୁନୀଲ ଛେତ୍ରୀ କହିଛନ୍ତି। ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ମହିଳା ‘ପ୍ଲେୟର ଅଫ୍‌ ଦି ଇୟର’ ବିବଚେିତ ଆଶାଲତା ଦେବୀ କହିଛନ୍ତି, ର଼୍ୟାଙ୍କିଙ୍ଗ ତାଲିକାରେ କିପରି ଆହୁରି ଉଚ୍ଚକୁ ଯାଇ ହେବ ସେ ନେଇ ଆମକୁ ଉଦ୍ୟମ କରିବାକୁ ପଡ଼ିବ। ଆମ ସାମର୍ଥ୍ୟ ଉପରେ ଆମର ଭରସା ରହିଛି। ଦକ୍ଷତା ବୃଦ୍ଧି ଟୁର୍‌ ଦ୍ୱାରା ଆମ ଆତ୍ମ ବିଶ୍ୱାସ ବୃଦ୍ଧି ପାଇଛି। ଏସିଆର ଟପ୍‌ ୧୦ ମଧ୍ୟରେ ସ୍ଥାନ ପାଇବା ଆମର ପରବର୍ତ୍ତୀ ଲକ୍ଷ୍ୟ ବୋଲି ସେ କହିଛନ୍ତି।


All Right Reserved By

Posted inଖେଳ

ଲାରାଙ୍କ ବାସଭବନରେ ରାତ୍ରଭୋଜନ କଲା ଭାରତୀୟ ଦଳ

ତ୍ରିନିଦାଦ୍‌ ଆଣ୍ଡ୍‌ ଟବାଗୋ,୧୭।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଶେଷହେବା ପରେ ଆଗାମୀ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟରମାନେ ବିରତି ନେଇଛନ୍ତି। ରୋହିତ ଶର୍ମା,...

ଜାତୀୟ ମହିଳା ହକି କ୍ୟାମ୍ପ୍‌: ଫେରିଲେ ରାନୀ

ନୂଆଦିଲ୍ଲୀ, ୨୬।୪(ପି.ଟି.)- ବେଙ୍ଗାଲୁରୁଠାରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଜାତୀୟ ମହିଳା ହକି କ୍ୟାମ୍ପ୍‌ ଲାଗି ହକି ଇଣ୍ଡିଆ ପକ୍ଷରୁ ୬୦ ଜଣିଆ ସମ୍ଭାବ୍ୟ ଖେଳାଳି...

ରୋହିତଙ୍କ ପ୍ରଶଂସାରେ ପାକିସ୍ତାନ କ୍ରିକେଟର: କହିଲେ, ମୋ ଭାଇଙ୍କଠାରୁ ସେ ଭଲ ଖେଳୁଛନ୍ତି

ଇସଲମାବାଦ, ୧୦।୭: ଭାରତୀୟ ଓପନର ରୋହିତ ଶର୍ମା ବିଶ୍ୱକପରେ ଗୋଟିଏ ପରେ ଗୋଟିଏ ଶତକୀୟ ଇଂନିସ ଖେଳିବା ପରେ ତାଙ୍କ ପ୍ରଶଂସାରେ ଶତମୁଖ ହୋଇପଡିଛନ୍ତି ପାକିସ୍ତାନ...

ଫୁଟବଲ୍‌ ଖେଳିଲେ ଧୋନୀ

ମୁମ୍ବାଇ,୩୦।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସେନାରେ ଟ୍ରେନିଂ ନେବା ପୂର୍ବରୁ ବଲିଉଡ ଅଭିନେତାଙ୍କ ସହ ଫୁଟବଲ ଖେଳିଛନ୍ତି। ଏକ ଦାତବ୍ୟ ଅନୁଷ୍ଠାନକୁ ପାଣ୍ଠି...

ଅକ୍ଟୋବର ୨୨ରେ ବିସିସିଆଇ ନିର୍ବାଚନ 

ନୂଆଦିଲ୍ଲୀ, ୨୧ା୫ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବହୁ ପ୍ରତିକ୍ଷୀତ କର୍ମକର୍ତ୍ତା ନିର୍ବାଚନ ଅକ୍ଟୋବର ୨୨ରେ ହେବ। ପ୍ରଶାସକ କମିଟି (ସିଓଏ) ମଙ୍ଗଳବାର ଏହା...

ଥାଇଲାଣ୍ଡ ଅନ୍ତର୍ଜାତୀୟ ବକ୍ସିଂ : ଫାଇନାଲରେ ୫ ଭାରତୀୟ

ନୂଆଦିଲ୍ଲୀ,୨୭।୭(ପି.ଟି.)- ରାଜଧାନୀ ବ୍ୟାଙ୍କକ୍‌ରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ବକ୍ସିଂ ଟୁର୍ନାମେଣ୍ଟର ଫାଇନାଲରେ ୫ ଜଣ ଭାରତୀୟ ପ୍ରବେଶ କରିଛନ୍ତି। ଶୁକ୍ରବାର ପୂର୍ବତନ ଜୁନିୟର ବିଶ୍ୱ ଚାମ୍ପିୟନ...

ଭୁବନେଶ୍ୱରରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର: ଶେଷ ଦର୍ଶନ ଲାଗି କଳିଙ୍ଗ ଷ୍ଟାଡିୟମରେ ଲୋକଙ୍କ ଭିଡ଼

ଭୁବନେଶ୍ୱର,୨।୬(ବ୍ୟୁରୋ): ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର ରବିବାର ଭୁବନେଶ୍ୱରରେ ପହଞ୍ଚିଛି। ଜନସାଧାରଣଙ୍କ ଦର୍ଶନ ନିମନ୍ତେ ଏହାକୁ କଳିଙ୍ଗ ଷ୍ଟାଡିୟମରେ ରଖାଯାଇଛି। ତେବେ କଳ୍ପନାଙ୍କ ଶେଷ ଦର୍ଶନ...

ପାଣିରେ ଅତ୍ୟଧିକ ବ୍ୟାକ୍ଟେରିଆ: ଅଲିମ୍ପିକ୍ସ ପାରାଟ୍ରାଇଥଲନ ଟେଷ୍ଟ ବାତିଲ

ଟୋକିଓ,୧୭।୮(ଏଏଫ୍‌ପି): ଟୋକିଓ ଅଲିମ୍ପିକ୍ସର ପାରାଟ୍ରାଇଥଲନର ଟେଷ୍ଟ ଇଭେଣ୍ଟର ସନ୍ତରଣ ରାଉଣ୍ଡ ଶନିବାର ବାତିଲ କରାଯାଇଛି। ଯେଉଁଠାରେ ସନ୍ତରଣ ଇଭେଣ୍ଟ ହେବାକୁ ଥିଲା, ସେଠାକାର ପାଣିରେ ଅତ୍ୟଧିକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *