Posted inଖେଳ

କିରଣ ମୋରେ ଆମେରିକାର ଅନ୍ତରୀଣ କୋଚ୍‌

ଓ୍ବାଶିଂଟନ,୧୩।୭- ପୂର୍ବତନ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ କିରଣ ମୋରେ ଆମେରିକା କ୍ରିକେଟ ଦଳର ଅନ୍ତରୀଣ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ସେ ପୂର୍ବତନ କୋଚ୍‌ ପବୁଦୁ ଦାସାନାୟକେଙ୍କ ସ୍ଥାନ ନେବେ। ୪୯ ବର୍ଷୀୟ ଦାସାନାୟକେ ୟୁଏସ୍‌ଏ କ୍ରିକେଟ ସହ ମତଭେଦ  ଯୋଗୁ ପଦରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ଦାସାନାୟକେଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ମାର୍ଚ୍ଚରେ ଶେଷ ହେବାର ଥିଲା।  ପରେ ତାଙ୍କ କାର୍ଯ୍ୟକାଳକୁ ଡିସେମ୍ବର ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଥିଲା। ତାଙ୍କ କାର୍ଯ୍ୟକାଳରେ ଆମେରିକା ବିଶ୍ୱ କ୍ରିକେଟ ଲିଗ୍‌ ଡିଭିଜନ ୨ରେ ହଂକଂକୁ ହରାଇ ଦିନିକିଆ ସଦସ୍ୟତା ଲାଭ କରିଥିଲା। ଦାସାନାୟକେ ଶ୍ରୀଲଙ୍କା ଓ କାନାଡା ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ଖେଳିଥିଲେ। ସେ କାନାଡା ଓ ନେପାଳ ଭଳି ଦଳର କୋଚ୍‌ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ସ୍ଥାନ ନେବେ ଅନ୍ତର୍ଜାତୀୟ ସ୍ତରରେ ଭାରତ ଲାଗି ୪୯ ଟେଷ୍ଟ ଓ ୯୪ ଦିନିକିଆ ଖେଳିଥିବା ମୋରେ। ସେ ଭାରତୀୟ ଦଳର ଚୟନ କମିଟି ମୁଖ୍ୟ ଦାୟିତ୍ୱରେ ମଧ୍ୟ ଥିଲେ। ୟୁଏସ୍‌ଏସି ଛୋଟ ଅବଧି ଲାଗି ସୁନୀଲ ଯୋଶୀଙ୍କୁ ସ୍ପିନ ବୋଲିଂ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଥିବାବେଳେ ପ୍ରବିନ ଆମ୍ରେ ଓ କିରନ ପାଓ୍ବେଲଙ୍କୁ ବ୍ୟାଟିଂ ବିଭାଗ ଦିଆଯାଇଛି। ସେହିଭଳି ଡେଭିଡ ସାକରଙ୍କୁ ଦ୍ରୁତ ବୋଲରଙ୍କ ସହ କାର୍ଯ୍ୟ କରିବେ।


All Right Reserved By Dharitri.Com

Posted inଖେଳ View All

କଳିଙ୍ଗରେ ଓଡ଼ିଶା ଏଫ୍‌ସି-ଗୋଆ ମୁକାବିଲା

ଭୁବନେଶ୍ୱର, ୨୯।୧(କ୍ରୀଡ଼ା ପ୍ରତିନିଧି)- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ସିଜନର ଏକ ହେଭିଓ୍ବେଟ ମୁକାବିଲାରେ ବୁଧବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଓଡ଼ିଶା ଏଫ୍‌ସି ଓ ଶକ୍ତିଶାଳୀ...

ପ୍ରଥମ ଥର ପିଏସ୍‌ଏଲ ଫାଇନାଲରେ ଲାହୋର

ଲାହୋର,୧୬।୩(ଏପି)- କ୍ରିସ୍‌ ଲିନ୍‌ଙ୍କ ୫୨ ବଲରେ ବିସ୍ଫୋରକ ଶତକ ଯୋଗୁ ଲାହୋର କ୍ୱାଲାଣ୍ଡର୍ସ ପ୍ରଥମ ଥର ପାଇଁ ପିଏସ୍‌ଏଲ ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ଗଦ୍ଦାଫି...

ପରଲୋକରେ ଚୁନିି ଗୋସ୍ବାମୀ

କୋଲକାତା, ୧ା୫ (ପି.ଟି.)-ଭାରତର ପୂର୍ବତନ ଆଇକନିକ୍‌ ଫୁଟ୍‌ବଲର ତଥା ପୂର୍ବତନ ପ୍ରଥମଶ୍ରେଣୀ କ୍ରିକେଟର ଚୁନି ଗୋସ୍ବାମୀଙ୍କର ହୃଦ୍‌ଘାତରେ ସ୍ଥାନୀୟ ଏକ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ତାଙ୍କୁ...

ଟପ୍‌ ୨୫ରେ ସାଥିୟାଁ

ନୂଆଦିଲ୍ଲୀ, ୩୦ା୪ (ପି.ଟି.)-ଭାରତୀୟ ଟେବୁଲ ଟେନିସ (ଟିଟି) ଖେଳାଳି ଜି. ସାଥିୟଁାଙ୍କ ପ୍ରଦର୍ଶନରେ କ୍ରମେ ଉନ୍ନତି ପରିଲକ୍ଷିତ ହେଉଛି। ଫଳ ସ୍ବରୂପ ସେ ସଦସ୍ୟ ପ୍ରକାଶିତ...

ଚଳିତ ସପ୍ତାହରେ ଅଲିମ୍ପିକ୍ସର ନୂଆ ତାରିଖ ଘୋଷଣା ହୋଇପାରେ: ଆୟୋଜକ

ଟୋକିଓ,୩୦।୩ (ଏଏଫପି)- କୋଭିଡ-୧୯ ଆତଙ୍କ କାରଣରୁ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଐତିହାସିକ ନିଷ୍ପତ୍ତି ନେଇଛି। ତେବେ...

ନିଆରା କ୍ରୀଡ଼ା ପ୍ରତିଭା ମଧୁସ୍ମିତା

ବନ୍ତ, ୨୯।୭ (ଡି.ଏନ.ଏ.)- ଭଦ୍ରକ ଜିଲା ବରପଦାସ୍ଥିତ ବିଆଇଇଟି କଲେଜର ଡିପ୍ଲୋମା କମ୍ପ୍ୟୁଟର ସାଇନ୍ସର ୩ୟ ବର୍ଷର ଛାତ୍ରୀ ମଧୁସ୍ମିତା ମିଶ୍ର(୧୮) ହ୍ୟାଣ୍ଡବଲ, ସାଇକେଲ ପୋଲୋ,...

ବାବରଙ୍କ ଶତକ: ନ୍ୟୁଜିଲାଣ୍ଡର ପ୍ରଥମ ପରାଜୟ

ବର୍ମିଂହାମ,୨୭।୬(ପ.ଟି.)- ଚଳିତ ବିଶ୍ୱକପ୍‌ରେ ଅପରାଜେୟ ଥିବା ନ୍ୟୁଜିଲାଣ୍ଡ ଶେଷରେ ପ୍ରଥମଥର ପାଇଁ ପରାଜୟର ମୁହଁ ଦେଖିଛି। ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ବୁଧବାର ଖେଳାଯାଇଥିବା ଟୁର୍ନାମେଣ୍ଟର ୩୩ତମ...

ଏସିସି ଇମର୍ଜିଂ ଟିମ୍ସ କପ୍‌: ସେମିରେ ପାକିସ୍ତାନଠାରୁ ହାରିଲା ଭାରତ

ଢାକା, ୨୦।୧୧ (ପି.ଟି.): ଏଠାରେ ଚାଲିଥିବା ଏସିଆନ୍‌ କ୍ରିକେଟ୍‌ କାଉନସିଲ୍‌ (ଏସିସି) ଇମର୍ଜିଂ ଟିମ୍ସ କପ୍‌ ୨୩ ବର୍ଷରୁ କମ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟର ସେମିଫାଇନାଲରୁ ଭାରତ...

Leave a comment

Your email address will not be published. Required fields are marked *