ଦୁଇ ନାବାଳିକାଙ୍କ ସଲିଳ ସମାଧି

ହାଟଡିହୀ,୧୩।୭(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ମଧୁବନ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି ା ଗ୍ରାମର ଦୁଇ ନାବାଳିକାଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ସେମାନେ ହେଲେ ସୁରେଶ ମହାକୁଡ଼ଙ୍କ ଝିଅ ଅନିତା(୮) ଓ ଅଭିମନ୍ୟୁ ନାୟକଙ୍କ ଝିଅ ଅନୀଷା(୯)।
ସୂଚନାଯୋଗ୍ୟ, ଉଭୟ ଅନିତା ଓ ଅନୀଷା ସ୍କୁଲରୁ ଫେରି ଗଁା ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ପୋଖରୀରେ ବୁଡ଼ିଯାଇଥିଲେ ା ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଏକ ଅଟୋରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ନେଉଥିବା ବେଳେ ପୁରୁଣାପାଣି ନିକଟରେ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଅଟୋରେ ଥିବା ୫ ଜଣ ଆହତ ହୋଇଛନ୍ତି ା ଏମାନଙ୍କ ମଧ୍ୟରୁ ଅନିତାଙ୍କ ମା’ ପଦ୍ମିନୀ ଓ ଅନୀଷାଙ୍କ ମା’ ନନ୍ଦିନୀ ଗୁରୁତର ହୋଇଛନ୍ତି। ଖବରପାଇ ହାଟଡିହୀ ଅଗ୍ନିଶମ କର୍ମଚାରୀ ଆହତଙ୍କ ସମେତ ଦୁଇ ନାବାଳିକାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ନେଇଥିଲେ ା ସେଠାରେ ଡାକ୍ତର ଦୁଇ ନାବାଳିକାଙ୍କୁୁ ମୃତ ଘୋଷଣା କରିଛନ୍ତି। ସୋସୋ ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ନିର୍ଦ୍ଦେଶ ଦେଇଛି।


All Right Reserved By Dharitri.Com

ମଦ ବିରୋଧୀ ସଚେତନତା ଶୋଭାଯାତ୍ରା

ବନ୍ତ,୧୫।୭(ଡି.ଏନ୍‌.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକରେ ମଦ ବିରୋଧୀ ଆନ୍ଦୋଳନ ଜେତିିବାରେ ଲାଗିଛି। ରବିବାର ଭଦ୍ରକ ଜିଲା ବନ୍ତ ବ୍ଲକ ‘ସମ୍ଭବ ଓଡ଼ିଶା’ ଆନୁକୂଲ୍ୟରେ ମଦ...

ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲରେ ତାଲା, ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ବାଲେଶ୍ୱର ଅଫିସ,୧୩-୯:ବାଲେଶ୍ୱର ସହର ମଠସାହି ମହାବୀର ନୋଡ଼ାଲ ଉ.ପ୍ରା. ବିଦ୍ୟାଳୟରେ ଜଣେ ପ୍ରଥମଶ୍ରେଣୀ ଛାତ୍ର ଶୌଚାଳୟ ଯାଇଥିବା ବେଳେ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଚତୁର୍ଥ...

ସ୍ବପ୍ନ ଦେଇଛି ଜିଇବାର ସାହାରା:ନିଆରା ବ୍ୟକ୍ତିତ୍ୱ ଚନ୍ଦ୍ରଶେଖର

ସିମୁଳିଆ, ୯।୭(ଡି.ଏନ.ଏ.)-ବିଭିନ୍ନ ଅଞ୍ଚଳରେ ଖାଦ୍ୟରୁଚିରେ ଭିନ୍ନତା ପରିଲକ୍ଷିତ ହୁଏ। କେଉର୍ଁଠି ଘୁଗୁନି ଓ ଆଳୁଦମ ତ ଆଉ କେଉଁଠି ଦହିବରା ଭଳି ନାନା ଖାଦ୍ୟର ଅଧିକ...

୧୧ ରାଉଣ୍ଡ: ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆ ଆଗରେ

ନୀଳଗିରି, ୨୩।୫(ଡି.ଏନ.ଏ.)-୧୧ରାଉଣ୍ଡ ସୁଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ୨୭ହଜାର ୫୪୫, ଭାଜପା ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକଙ୍କୁ ୨୫ହଜାର ୫୩୭ ଭୋଟ ମିଳିଛି।...

କେନ୍ଦୁଝର-ଚମ୍ପୁଆ ବସ ମାଲିକ ସଂଘ ବିବାଦ ଘନଉଛି : ହୀନସ୍ତା ଭୋଗ କରୁଛନ୍ତି ଯାତ୍ରୀ

କେନ୍ଦୁଝର,୧୦ା୬(ସ୍ବ.ପ୍ର.) : କେନ୍ଦୁଝର ଓ ଚମ୍ପୁଆ ବସ ମାଲିକ ସଂଘ ବିବାଦ ଘନେଇବାରେ ଲାଗିଛି। ଏହି ବିବାଦ ଯୋଗୁ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...

ଅଂଶୁଘାତରେ ବୃଦ୍ଧାଙ୍କ ଜୀବନଗଲା

ହାଟଡ଼ିହୀ, ୨୨।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଜମ୍ଭରା ଶାଳବଣୀ ସାହିର ଜଣେ ବୃଦ୍ଧାଙ୍କର ବୁଧବାର ଅଂଶୁଘାତରେ ମୃତ୍ୟୁ ଘଟିଛି। ସେ ହେଲେ ହଳଧର ନାୟକଙ୍କ...

ସପ୍ତମ ଦିନରେ ଆମରଣ ଅନଶନ:୮ ଗୁରୁତରଙ୍କୁ ଚିକିତ୍ସାଳୟରେ ଭର୍ତ୍ତି

ଚମ୍ପୁଆ,୨୩ା୬(ଡି.ଏନ.ଏ.)-ଚମ୍ପୁଆ ଉପଜିଲାପାଳ କାର୍ଯ୍ୟାଳୟ ଠାରେ ଏସ୍‌ଆର୍‌ କମ୍ପାନୀର ମନମୁଖୀ କାର୍ଯ୍ୟକୁ ବିରୋଧ କରି ବଡକାଳିମାଟି ଗ୍ରାମବାସୀଙ୍କ ଦ୍ୱାରା ଚାଲିଥିବା ଆନ୍ଦୋଳନ ସପ୍ତମ ଦିନରେ ପହଞ୍ଚିଛି। ଏହାଫଳରେ...

ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଦାବି ଜୋର

ବାରିପଦା ଅଫିସ, ୩୦।୬- ବିଶ୍ୱ ବିଖ୍ୟାତ ପୁରୀ ରଥଯାତ୍ରା ପରେ ବାରିପଦା ସ୍ବତନ୍ତ୍ର ଗୁରୁତ୍ୱ ରଖୁଥିବାରୁ ଏହାକୁ ‘ଦ୍ୱିତୀୟ ଶ୍ରୀକ୍ଷେତ୍ର’ ମାନ୍ୟତା ପ୍ରଦାନ ଦାବି ଜୋର...

Leave a comment

Your email address will not be published. Required fields are marked *