ଜଗତ୍‌ସିଂହପୁରରେ ମଧ୍ୟାହ୍ନଭୋଜନ ଚାଉଳ କେଳେଙ୍କାରୀ ମାମଲା: ଚାଉଳ, ଅଖାରେ ୧.୩୨ କୋଟି ଚଳୁ

ଜଗତ୍‌ସିଂହପୁର ଅଫିସ, ୧୩।୭: ଜଗତ୍‌ସିଂହପୁର ଜିଲାରେ ମଧ୍ୟାହ୍ନଭୋଜନ ଚାଉଳ (ଏମ୍‌ଡିଏମ୍‌) କେଳେଙ୍କାରୀକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ଜିଲାର ଜଗତ୍‌ସିଂହପୁର, ବାଲିକୁଦା, ବିରିଡ଼ି, ନାଉଗାଁ ଓ ରଘୁନାଥପୁର ବ୍ଲକ ଅଞ୍ଚଳରେ ଥିବା ଶତାଧିକ ବିଦ୍ୟାଳୟରେ ପାଖାପାଖି ୬୧ ଲକ୍ଷ ଟଙ୍କାର ଚାଉଳ ଅନିୟମିତତା ହୋଇଥିବା ଖବର ‘ଧରିତ୍ରୀ’ରେ ଗତ ୩ ତାରିଖରେ ପ୍ରକାଶ ପାଇଥିଲା। କିନ୍ତୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ଚାଉଳ ଅନିୟମିତତା ପରି ଅଖା, ଏମ୍‌ଡିଏମ୍‌ ମେଳା, ରୋଷେୟାଙ୍କ ତାଲିମ ଆଦିରେ ପାଖାପାଖି ଆହୁରି ୭୧ ଲକ୍ଷ ଟଙ୍କା ଏହିପରି ମୋଟ ୧.୩୨ କୋଟି ଟଙ୍କା ଅନିୟମିତତା ହୋଇଥିବା ଜଣାପଡ଼ିଛି। ଏସବୁ ରାଶି ତୁରନ୍ତ ଫେରସ୍ତ ଓ ୟୁସି ଆଦି ଦାଖଲ ପାଇଁ ଜିଲା ଶିକ୍ଷା ଅଧିକାରୀ (ଡିଇଓ) ପ୍ରତିଭା ମଞ୍ଜରୀ ଦାସ ସର୍ବଶିକ୍ଷା ଅଭିଯାନ ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି)ଙ୍କ ସମେତ ୫ଟି ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଓ ପରିବହନ ସଂସ୍ଥାକୁ ଚିଠି କରିଛନ୍ତି। କିନ୍ତୁ ଅଦ୍ୟାବଧି କୌଣସି ବିଦ୍ୟାଳୟ ଫେରାଇବାକୁ ଥିବା ଚାଉଳ ମୂଲ୍ୟ ଏମ୍‌ଡିଏମ୍‌ ଆକାଉଣ୍ଟରେ ଜମା କରି ନ ଥିବା କୁହାଯାଉଛି। ଧାର୍ଯ୍ୟ ସମୟରେ ଅର୍ଥ ଫେରସ୍ତ ହୋଇ ନ ଥିବାରୁ ଡିଇଓ ଗତ ୧୦ ତାରିଖରେ ପୁଣିଥରେ ୫ ବ୍ଲକର ବିଇଓ ଓ ପରିବହନ ସଂସ୍ଥାକୁ ରିମାଣ୍ଡର ପଠାଇଛନ୍ତି। କାହିଁକି ଧାର୍ଯ୍ୟ ସମୟରେ ଟଙ୍କା ଫେରାଇଲେ ନାହିଁ ବୋଲି ପ୍ରଶ୍ନ କରିବା ସହ ଏହା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ଦାସ କହିଛନ୍ତି, ଜୁନ୍‌ ୨୫ ସୁଦ୍ଧା ଅର୍ଥରାଶି ଫେରସ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେମାନେ ଏହି ରାଶି ପୈଠ କରିନାହାନ୍ତା। ତେଣୁ ସେମାନଙ୍କ ନିକଟକୁ ରିମାଣ୍ଡର ପଠାଯାଇଛି। ଏହା ସତ୍ତ୍ୱେ ଯଦି ପରିବହନ ସଂସ୍ଥା ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ଅର୍ଥ ପୈଠ ନ କରନ୍ତି ଆଗାମୀ ଦିଗରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଖା ସମ୍ପର୍କରେ କହିଛନ୍ତି, ୫ଟି ବ୍ଲକର ହିସାବ ଆସିଛି। ଅବଶିଷ୍ଟ ୩ଟି ବ୍ଲକରେ ତଦନ୍ତ ଚାଲିଛି। ଏହି ୩ ବ୍ଲକରେ ମଧ୍ୟ ଅଖା ଟଙ୍କା ଆତ୍ମସାତ ହୋଇଥିବା ଆଭାଷ ମିଳିଛି। ତଦନ୍ତ ପରେ ଏହା ସ୍ପଷ୍ଟ ହେବ।


All Right Reserved By

‘ଅଞ୍ଚଳଭିତ୍ତିକ ପାରମ୍ପରିକ କୃଷିକୁ ଅଣଦେଖା ନେଇ ଗୃହରେ ଉଦ୍‌ବେଗ’

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ରାଜ୍ୟରେ ୬୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ। ହେଲେ ସରକାର କୃଷି ଏବଂ କୃଷକଙ୍କୁ ନେଇ ରହିଥିବା ପ୍ରକୃତ ସମସ୍ୟା ହୃଦୟଙ୍ଗମ କରିବାରେ...

ଶାସନ୍ଦା ସଂଖ୍ୟାଲଘୁ ବସ୍ତି ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ: କ୍ଷେତ୍ର ପରିଦର୍ଶନ କଲେ ବିଧାୟିକା

ବିଞ୍ଝାରପୁର,୨୨ା୬(ଡି.ଏନ,ଏ): ବିଞ୍ଝାରପୁର ବିଧାୟିକା ତଥା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ରଖିବା ପାଇଁ ଶାସନ୍ଦା ଗ୍ରାପର ସଂଖ୍ୟାଲଘୁ ବସ୍ତିର...

ନାହିଁ ନାହିଁରେ ଚାଲିଛି ନୟାଗଡ଼ ଜିଲା ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ: ୩୩ରୁ ୨୩ ପଦବୀ ପଡ଼ିଛି ଖାଲି

ନୟାଗଡ଼ ଅଫିସ,୧୪।୭-ନାହିଁ ନାହିଁରେ ଚାଲିଛି ନୟାଗଡ଼ ଜିଲା ଉପକୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ । ୩୩ ମଞ୍ଜୁରୀପ୍ରାପ୍ତ ପଦବୀରୁ ୧୦ରେ ଅଧିକାରୀ ଓ କର୍ମଚାରୀ ଥିବା ବେଳେ...

୪୪.୫ ଡିଗ୍ରୀରେ ଟିଟିଲାଗଡ଼ : ୮ ଜିଲାରେ ଜାରି ରହିବ ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର,୨୦।୫(ବ୍ୟୁରୋ) : ରାଜ୍ୟରେ ଅସମ୍ଭାଳ ହୋଇପଡ଼ିଛି ତାତି। ଅଧିକାଂଶ ସହରରେ ପାରଦ ୪୦ଡିଗ୍ରୀ ଉପରେ ରହୁଛି। ତାତି ଯେତିକି କଷ୍ଟ ଦେଉଛି, ତା’ଠୁ ବଳିପଡ଼ୁଛି ଗୁଳୁଗୁଳି।...

ଗୁଞ୍ଜର ଧରିବା କାଳ ହେଲା: ପାଣିରେ ବୁଡ଼ି ୨ଶିଶୁ ମୃତ

ଭାପୁର,୩।୭(ଡି.ଏନ.ଏ.)-ଆଷାଢର ପହିଲି ବର୍ଷାରେ ଉଡି ବୁଲନ୍ତି ରଙ୍ଗବେରଙ୍ଗର ଗୁଞ୍ଜର(ପୋକ)। ସେହି ଗୁଞ୍ଜରକୁ ଧରି ସୂତାରେ ବାନ୍ଧି ଉଡାଇ ଆନନ୍ଦ ପାଆନ୍ତି ଗ୍ରାମାଞ୍ଚଳର ପିଲାମାନେ। ହେଲେ ଗୁଞ୍ଜର...

ସରକାରଙ୍କୁ କ୍ରଶର ମାଲିକ ସଂଘର ଚେତାବନୀ

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଖୋର୍ଦ୍ଧା ଖଣି-ଖାଦାନ ବେପାରରେ ଅପରାଧୀଙ୍କ ସମ୍ପୃକ୍ତିକୁ ନେଇ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ (ସ୍ପେଶାଲ ଟାସ୍କ ଫୋର୍ସ) ଟିମ ଖୋଳତାଡ ଚଳାଇଛି। ବେଆଇନ ଖନନକାରୀ ଅଭିଯୁକ୍ତଙ୍କୁ ଏସ୍‌ଟିଏଫ...

ପୋଲିସର ଜୁଆଖେଳ ଭିଡିଓ ଭାଇରାଲ, ନିଲମ୍ବିତ କଲେ ଏସ୍‌ପି

ବୁଗୁଡା,୧୦ା୧୦(ଡି.ଏନ.ଏ.)- ପରମ୍ପରା ନଁାରେ ପାର୍ବଣରେ ଚାଲିଛି ଜୁଆଖେଳ। ସର୍ବସ୍ବ ହରାଉଛନ୍ତି ଜୁଆଡି। ଏହା ଉପରେ ରୋକ ଲଗାଇବାକୁ ବିଭିନ୍ନ ସମୟରେ ପୋଲିସ ଚଢାଉ କରି ଲକ୍ଷାଧିକ...

ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଥମୁନି ରାଜନୀତି

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *