ଭାରତୀୟ ପ୍ରଶଂସକଙ୍କୁ ନିଶାମଙ୍କ ଅନୁରୋଧ

ଲର୍ଡସ,୧୩।୭- ସ୍ଥାନୀୟ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ରବିବାର ନ୍ୟୁଜିଲାଣ୍ଡ ଓ ଆୟୋଜକ ଇଂଲଣ୍ଡ ମଧ୍ୟରେ ଚଳିତ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ର ଟିକେଟ କିଣିଥିବା ଭାରତୀୟ ପ୍ରଶଂସକଙ୍କୁ ବିକିଦେବା ପାଇଁ ଅନୁରୋଧ କରିଛନ୍ତି ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଜିମ୍ମି ନିଶାମ। ଟୁଇଟରରେ ନିଶାମ ଲେଖିଛନ୍ତି, ଭାରତୀୟ କ୍ରିକେଟ ପ୍ରଶଂସକ ଯଦି ତୁମେ ଫାଇନାଲ ଦେଖିବାକୁ ଇଚ୍ଛୁକ ନୁହେଁ, ତେବେ ଟିକେଟ ବିକ୍ରିକରିି ଦିଅନ୍ତୁ। ଏହା ଲାଭ କରିବାର ଏକ ବଡ଼ ସୁଯୋଗ। ଏହାଦ୍ୱାରା ସମସ୍ତ କ୍ରିକେଟ ପ୍ରଶଂସକଙ୍କୁ ମ୍ୟାଚ୍‌ ଉପଭୋଗ କରିବାର ସୁଯୋଗ ମିଳିପାରିବ। ଉଲ୍ଲେଖଥାଉ କି, ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲରେ ଦୁଇ ଥର ଚାମ୍ପିୟନ ଭାରତକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଛି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ କରି ୯ ଲିଗ୍‌ ମ୍ୟାଚ୍‌ରୁ ମାତ୍ର ଗୋଟିଏ ପରାଜୟବରଣ କରିଥିଲା। କିନ୍ତୁ କେନ୍‌ ଓ୍ବିଲିୟମସନଙ୍କ ଦଳର ବୋଲିଂ ଆଗରେ ବିଫଳ ହୋଇଥିଲା ଭାରତୀୟ ଦଳ।


All Right Reserved By Dharitri.Com

ମିଥାଲି ଭାରତୀୟ ଦଳ ଗୁଡଓ୍ବିଲ୍‌ ଆମ୍ବାସାଡର

ନୂଆଦିଲ୍ଲୀ, ୧୭।୪(ପି.ଟି.)- ଅଭିଜ୍ଞ ମହିଳା କ୍ରିକେଟର ମିଥାଲି ରାଜ ଷ୍ଟ୍ରିଟ୍‌ ଚାଇଲ୍ଡ ଓ୍ବାଲର୍‌ଡ କପ୍‌ ପାଇଁ ଭାରତୀୟ ଦଳର ଗୁଡଓ୍ବିଲ ଆମ୍ବାସାଡର ବା ସଦ୍‌ଭାବନା ରାଜଦୂତ...

ବାସନ୍ଦ ସତ୍ତ୍ୱେ ବାଂଲାଦେଶ ତ୍ରି-ରାଷ୍ଟ୍ରୀୟ ସିରିଜରେ ଜିମ୍ବାଓ୍ବେ ସାମିଲ

ଢାକା, ୮।୮ (ଏଏଫ୍‌ପି)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ବାସନ୍ଦ ସତ୍ତ୍ୱେ ଆଫ୍ରିକୀୟ ଦେଶ ଜିମ୍ବାଓ୍ବେକୁ ନେଇ ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜ ଆୟୋଜନ କରିବ ବାଂଲାଦେଶ...

ମା’ଙ୍କ ପାଇଁ ଯନ୍ତ୍ରଣା ସହି କ୍ରିକେଟ ମୈଦାନରେ ଖେଳି ଚାଲିଥିଲେ ଏହି ଖେଳାଳି

ମାଞ୍ଚେଷ୍ଟର, ୨୦।୬: ଆୟୋଜକ ଇଂଲଣ୍ଡ ବିଶ୍ୱକପର ୨୪ତମ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନକୁ ବୃହତ୍‌ ୧୫୦ ରନରେ ପରାସ୍ତ କରିଛି। ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ...

ପ୍ରଥମ ଟେଷ୍ଟ: ଇନ୍ଦୋରରେ ପହଞ୍ଚିଲେ ଭାରତ, ବାଂଲାଦେଶ ଦଳ

ଇନ୍ଦୋର,୧୧।୧୧(ପି.ଟି.)- ଆସନ୍ତା ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଭାରତ ଓ ବାଂଲାଦେଶ କ୍ରିକେଟ ଦଳ ସୋମବାର ଇନ୍ଦୋରରେ ପହଞ୍ଚିଛନ୍ତି।...

ବିଶ୍ୱ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ପ୍ରତିଯୋଗିତା : ଭାରତରୁ ଏକମାତ୍ର ଅନୁପମା

ଭୁବନେଶ୍ୱର, ୨୭।୮(କ୍ରୀଡ଼ା ପ୍ରତିନିଧି)- ଦକ୍ଷିଣ କୋରିଆର ଚୁଙ୍ଗଜୁଠାରେ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ବିଶ୍ୱ ମାର୍ଶାଲ ଆର୍ଟ ମାଷ୍ଟରଶିପ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ...

ଦୀପକ ପୁନିଆ ନଂ ୧ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୨୭।୯(ପିଟି): ନିକଟରେ ଶେଷ ହୋଇଥିବା ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଜିତିଥିବା ଦୀପକ ପୁନିଆ ୮୬ କେଜି ଓଜନ ବର୍ଗର ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷସ୍ଥାନ ହାସଲ...

କାଲାଘାନ କପ୍‌ରେ ଭାଗନେବ ଭୁବନେଶ୍ୱର

ଭୁବନେଶ୍ୱର, ୩୧।୮(କ୍ରୀଡ଼ା ପ୍ରତିନିଧି)- ଚଣ୍ଡିଗଡ଼ର ପଞ୍ଜାବ ବିଶ୍ୱବିଦ୍ୟାଳୟ ପରିସରରେ ସର୍ବଭାରତୀୟ ଜାତୀୟ ଡିଭିଜନ-୨ କାଲାଘାନ କପ୍‌ ରଗ୍‌ବୀ ଚାମ୍ପିୟନଶିପ୍‌(ମହିଳା, ପୁରୁଷ) ସେପ୍ଟେମ୍ବର ୩ରୁ ୮ ପର୍ଯ୍ୟନ୍ତ...

ସ୍ବତନ୍ତ୍ର ଟି୨୦ ବ୍ୟାଟ୍ସମ୍ୟାନଙ୍କ କ୍ଲବରେ ଧାଓ୍ବନ

ବାଙ୍ଗାଲୋର,୨୨।୯(ପିଟି): ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଟି୨୦ ମ୍ୟାଚ୍‌ରେ ଶିଖର ଧାଓ୍ବନ ୩୬ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ।...

Leave a comment

Your email address will not be published. Required fields are marked *