Posted inଫୁରସତ

ଶବ୍ଦକୁ ନେଇ ଅତିଷ୍ଠ ବ୍ୟକ୍ତି ଏସି ଭିତରର ଦୃଶ୍ୟ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

ସାଧାରଣତଃ ଯଦି ଏସିରୁ କୌଣସି ଶବ୍ଦ ବାହାରେ, ତେବେ ଆମେମାନେ ତାକୁ ଖୋଲି ସଫା କରିଦେଉ। ହେଲେ ଯଦି ଏହି ଶବ୍ଦ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ନୁହଁ, ବରଂ ବହୁ ସାପଙ୍କ ହେତୁ ହେଉଥିବ ତାହେଲେ କ’ଣ କରିବେ। ଏକଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ସତ।  ଏଭଳି ଘଟଣା ସମ୍ନାକୁ ଆସିଛି ଥାଇଲାଣ୍ଡରୁ। ଥାଇଲାଣ୍ଡର ଜଣେ ବ୍ୟକ୍ତି ନିଜ ଏସିରୁ ବାହାରୁଥିବା ଶ୍ରୁତିକଟୁ ଶବ୍ଦରୁ ଅତିଷ୍ଠ ହୋଇପଡ଼ିଥିଲେ। ଗୋଟିଏ ଦିନ ଏସିରୁ ଅଜବ ଶବ୍ଦ ବାହାରି ଥିବା ବେଳେ ବିରକ୍ତ ହୋଇ ଶେଷରେ ସେ ଉକ୍ତ ଏସିକୁ ଖୋଲିଥିଲେ। ଖୋଲିବା ପରେ ତା’ ଭିତରର ଦୃଶ୍ୟ ଦେଖି ତାଙ୍କର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏସି ଭିତରେ ଗୋଟିଏ କି ଦୁଇଟି ନୁହଁ, ୫ଟି ସାପ ରହିଥିଲେ। ଏହାପରେ ସେ ବହୁ ଉଦ୍ୟମ କରି ସବୁ ସାପଙ୍କୁ ବାହାର କରିଥିଲେ। ତେବେ ଏସି ଭିତରକୁ ଏତେଗୁଡାଏ ସାପ କେଉଁଠୁ ଆସିଲେ ବୋଲି ସଂପୃକ୍ତ ବ୍ୟକ୍ତିଙ୍କୁ ଭାଳେଣି ପଡ଼ିଯାଇଛି। କାରଣ ତାଙ୍କ ଘରେ ଗୋଟିଏ ଛୋଟ ଝିଅ ଥିବା ବେଳେ ତା’ର ସୁରକ୍ଷାକୁ ନେଇ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଥାଇଲାଣ୍ଡର ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିବା ବେଳେ ଚାରିଆଡ଼େ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


All Right Reserved By Dharitri.Com

ମାଙ୍କଡ଼ଙ୍କ ଦୌରାତ୍ମ୍ୟ: ଗାଁକୁ ବରଯାତ୍ରୀ ନେଇ ଆସିବାକୁ ଭୟ କରୁଛନ୍ତି ବରପକ୍ଷ

ପାଟନା,୨୮।୧: ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଯୋଗୁ ବିହାରର ଏକ ଗାଁରେ ବିବାହ ବୟସ ଗଡ଼ିଯାଉଥିଲେ ମଧ୍ୟ ଯୁବତୀମାନେ ବିବାହ କରିପାରୁ ନାହାଁନ୍ତି। ଗାଁକୁ ବରଯାତ୍ରୀ ନେଇ ଆସିବାକୁ...

ମାଙ୍କଡ଼ ପଢୁଛି ପାଠ

ପିଲାମାନଙ୍କୁ ବିଦ୍ୟାଳୟାଭିମୁଖୀ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ଫଳରେ ବିଦ୍ୟାଳୟ ଯିବାକୁ ପିଲା ଆଗ୍ରହୀ ହେଉଛନ୍ତି। ଖାଲି ଯେ, ପିଲାମାନେ ଏହାକୁ...

ଡ୍ରୋନ୍‌ ଲାଗିଥିବା ଛତା: ମୁଣ୍ଡ ଯୁଆଡ଼େ ଛତା ଯିବ ସିଆଡ଼େ

ଖରା, ବର୍ଷାର ଭରସା ଛତା। ହେଲେ ବେଶି ସମୟ ଏହାକୁ ଧରିଲେ ହାତ କାଟିଥାଏ। ଏବେ ଏହି ସମସ୍ୟା ଆଉ ରହିବନି। କାରଣ ଆସିଯାଇଛି ଏମିତି...

ଆଜି ମକର: ନିଆରା ଗଣପର୍ବ

ସକଳ ଶକ୍ତିର ଆଧାର ସୂର୍ଯ୍ୟ। ସୂର୍ଯ୍ୟଦେବଙ୍କୁ ଆରାଧନାର ପବିତ୍ର ଦିନ ଭାବେ ବିବେଚିତ ମକର ସଂକ୍ରାନ୍ତି। ମୟୂରଭଞ୍ଜ ଜିଲାରେ ଏକ ନିଆରା ଢଙ୍ଗରେ ପାଳିତ ହୋଇଥାଏ...

ନକଲି ମାର୍କଶିଟ୍‌ରେ ୩୮ ବର୍ଷ ଚାକିରି: ଅବସର ଦିନ ଧରାପଡ଼ିଲେ କର୍ମଚାରୀ

କୋଟା: ନକଲି ମାର୍କଶିଟ୍‌ ଦେଇ ଚାକିରି କରିବା ଘଟଣା ଭାରତରେ କିଛି ନୂଆ ନୁହେଁ। କିନ୍ତୁ ଚାକିରି କରିବା ପରେ ଏହି ଘଟଣା ସାମ୍ନାକୁ ଆସିବା...

ଏହି ଡ୍ରେସ୍‌କୁ ଛୁଇଁ ହେବନି

ସବୁବେଳେ ସେଲିବ୍ରିଟି ପିନ୍ଧୁଥିବା ପୋଷାକ ଚର୍ଚ୍ଚାକୁ ଆସେ, ଭାଇରାଲ ହୁଏ। କିନ୍ତୁ ନିକଟରେ ଏମିତି ଏକ ପୋଷାକ ଭାଇରାଲ ହୋଇଛି, ଯାହା କୌଣସି ସେଲିବ୍ରିଟିଙ୍କର ନୁହେଁ।...

କାର୍‌ ଚଳାଇ ଭୁଲରେ ପହଞ୍ଚିଲେ ଆମେରିକା: ଶିଶୁ ସମେତ ପରିବାରର ସମସ୍ତ ସଦସ୍ୟ ଗିରଫ

ନ୍ୟୁୟର୍କ: ପରିବାର ସହ କୁଆଡେ ବୁଲିଯାଉଥିବା ବେଳେ ଅନ୍ୟମାନଙ୍କ ସହ କଥାବର୍ତ୍ତା ହୋଇ ଅନ୍ୟମନସ୍କ ହୋଇଯାଇଥାଉ। ବେଳେବେଳେ ଏଭଳି ହୋଇଥାଏ ଯେ, ଅନ୍ୟମନସ୍କତା ଯୋଗୁ ଭୁଲ...

ମା’ ଦୁର୍ଗାଙ୍କ ଗହଣା ଉପରେ ନଜର ପକାଇଲେ ଚୋର, ପରିଣତି କ’ଣ ହେଲା ଜାଣନ୍ତୁ…

ମା’ ଦୁର୍ଗାଙ୍କ ମହିମା ଅପାର। ତାଙ୍କ ଉପରେ ଭରସା କରି ମାନସିକ ପୂରଣ ପାଇଁ ଧାଇଁ ଆସିଥାନ୍ତି ଭକ୍ତ। ଆଜି ମା’ଙ୍କ ଏପରି ଏକ ଚମତ୍କାରିତା...

Leave a comment

Your email address will not be published. Required fields are marked *