ଜାପାନର ନୂତନ ଯୁଗ

ଟୋକିଓ,୧।୫: ଜାପାନ ଏବେ ପରିବର୍ତ୍ତନ ଆଡ଼କୁ ମୁହାଁଇଛି। ସମ୍ରାଟ୍‌ ଆକିହିତୋ ମଙ୍ଗଳବାର ରାଜଗାଦି ତ୍ୟାଗକରି ବୁଧବାର ତାଙ୍କର ପୁତ୍ର ରାଜକୁମାର ନାରୁହିତୋଙ୍କୁ ନୂତନ ରାଜାଭାବରେ ଅଭିଷିକ୍ତ କରାଇଛନ୍ତି। ୮୫ବର୍ଷୀୟ ବୃଦ୍ଧଙ୍କଠାରୁ ୫୯ ବର୍ଷୀୟ ପୁତ୍ରଙ୍କୁ ଏହି ଐତିହାସିକ ସିଂହାସନ ହସ୍ତାନ୍ତର ପର୍ବ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ୩୦ ବର୍ଷ କାଳ ଜାପାନ ପରି ଦେଶର ସମ୍ରାଟ୍‌ ରହିବା ଅବସରରେ ଆକିହିତୋ ରକ୍ଷଣଶୀଳମାନଙ୍କ ଜାତୀୟତାବାଦ ଅପେକ୍ଷା ମାନବବାଦକୁ ପ୍ରାଧାନ୍ୟ ଦେଇ ସାଧାରଣ ଜନତାଙ୍କର ପ୍ରିୟଭାଜନ ହୋଇଥିଲେ। ପ୍ରତିଟି କାର୍ଯ୍ୟରେ ବିଶେଷକରି ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିରେ ତାଙ୍କର ମାନବବାଦୀ ଚିନ୍ତାଧାରାର ପ୍ରତିଫଳନ ଦେଖିବାକୁ ମିଳୁଥିଲା। ନିର୍ବାଚିତ ପ୍ରତିନିଧିମାନଙ୍କ ହାତରେ ଶାସନ ଦାୟିତ୍ୱ ନ୍ୟସ୍ତ ଥିଲେ ମଧ୍ୟ ଜନସାଧାରଣ ହିଁ ଥିଲେ ତାଙ୍କର ସବୁ ଯୋଜନାର କେନ୍ଦ୍ରରେ।
ରାଜଗାଦି ତ୍ୟାଗ କରିବା ଅବସରରେ ଆକିହିତୋ କହିଛନ୍ତି ଯେ ୩୦ ବର୍ଷ ତଳେ ସିଂହାସନାରୂଢ଼ ହେବା ଦିନଠାରୁ ଲୋକଙ୍କ ପ୍ରତି ଗଭୀର ବିଶ୍ୱାସ ଓ ସମ୍ମାନକୁ ନେଇ ସେ ନିଜର କର୍ତ୍ତବ୍ୟ କରିଆସିଛନ୍ତି। ସେ ନିଷ୍ଠାର ସହ ନିଜର କର୍ତ୍ତବ୍ୟ ପାଳନ କରିପାରିଥିବାରୁ ନିଜକୁ ଭାଗ୍ୟବାନ୍‌ ମନେକରନ୍ତି। ଜାପାନ ଓ ଏହାର ସମ୍ରାଟ୍‌ମାନଙ୍କର ଦୀର୍ଘ ଇତିହାସରେ ଏହା ଥିଲା ଏକ ବିରଳ ମୁହୂର୍ତ୍ତ। ନୂତନ ସମ୍ରାଟ୍‌ଙ୍କ ସିଂହାସନ ଆରୋହଣ ପର୍ବକୁ ସାରା ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ସରକାର ୧୦ ଦିନିଆ ଛୁଟି ଘୋଷଣା କରିଛନ୍ତି। କାମ ପାଇଁ ପ୍ରତିବଦ୍ଧ ଏକ ଦେଶରେ ଏତେ ଦିନ ଛୁଟି ଘୋଷଣାରୁ ସେମାନେ ଏହାକୁ କେତେ ଗୁରୁତ୍ୱ ଦେଉଛନ୍ତି, ତାହା ବୁଝାପଡ଼ିଯାଉଛି। ଗତ ୨୦୦ ବର୍ଷ ଭିତରେ ଆକିହିତୋ ହେଉଛନ୍ତି ପ୍ରଥମ ସମ୍ରାଟ୍‌ ଯେକି ସ୍ବେଚ୍ଛାକୃତ ଭାବରେ ରାଜସିଂହାସନ ତ୍ୟାଗ କରିଛନ୍ତି। ୧୮୧୭ ମସିହାରେ ତତ୍କାଳୀନ ସମ୍ରାଟ୍‌ କୋଉକାଉ ଅନୁରୂପ ଭାବେ ସିଂହାସନ ତ୍ୟାଗ କରି ତାଙ୍କର ପୁତ୍ରକୁ ଗାଦିନସୀନ କରାଇଥିଲେ। ବର୍ତ୍ତମାନ ଜାପାନରେ ଆରମ୍ଭ ହେଲା ‘ରଓ୍ବୋ ଏରା’ ବା ‘ସୌନ୍ଦର୍ଯ୍ୟ ଓ ସମନ୍ବୟର ଯୁଗ’। ଇତିହାସ ଜାପାନର ଉତ୍ଥାନ-ପତନର ସାକ୍ଷୀ। ଆକିହିତୋଙ୍କ ପିତା ସମ୍ରାଟ୍‌ ହିରୋହିତୋଙ୍କ ଅମଳରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକାର ପରମାଣୁ ଆକ୍ରମଣରେ ଏହାର ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ ଲୋକମାନଙ୍କ ଅଧ୍ୟବସାୟ ଓ ଗଭୀର ଜାତିପ୍ରୀତି ଯୋଗୁ ଖୁବ୍‌ଶୀଘ୍ର ଏହାର ଦ୍ରୁତ ଆର୍ଥିକ ଅଭିବୃଦ୍ଧି ଘଟିଥିଲା। ଏହି ଯୁଦ୍ଧ ପରେ ଜାପାନ ସାମରିକ ଶକ୍ତି ଉପରେ ଗୁରତ୍ୱ ନ ଦେଇ ଏକ ଶାନ୍ତିପ୍ରିୟ ଦେଶରେ ପରିଣତ ହୋଇଥିଲା। ଆଧୁନିକ ବିଶ୍ୱରେ ଜାପାନ ହେଉଛି ଦୁଇଟି ‘ପି’ର ପ୍ରତୀକ: ପିସ୍‌ (ଶାନ୍ତି) ଓ ପ୍ରୋଗ୍ରେସ୍‌ (ପ୍ରଗତି)। ଏଥି ସହ ଆଉ ଗୋଟିଏ ଶବ୍ଦ ଯୋଡ଼ି ହୋଇଯାଇଛି- ଡାଇନାମିଜିମ୍‌ (ଗତିଶୀଳତା), ଯାହାଫଳରେ ଜାପାନ ଦ୍ୱିତୀୟ ବିଶ୍ୱଯୁଦ୍ଧର ପାଉଁଶ ଭିତରୁ ଫିନିକ୍ସ (ଅଗ୍ନିରୁ ଜନ୍ମ ନେଉଥିବା ପୌରାଣିକ ପକ୍ଷୀ ବିଶେଷ) ପରି ଅଗ୍ରଗତି କରିଚାଲିଛି ଫଳରେ ଏହା ବିଶ୍ୱର ଅନ୍ୟତମ ଅର୍ଥନୈତିକ ମହାଶକ୍ତିରେ ପରିଣତ ହୋଇଛି ଏବଂ ଏସିଆ ତଥା ଅନ୍ୟ ଦେଶଗୁଡ଼ିକ ଲାଗି ପ୍ରଗତିର ଆଲୋକବର୍ତ୍ତିକା ରୂପେ କାର୍ଯ୍ୟ କରୁଛି। ଚାଇନା ଆଜି ଇଲେକ୍ଟ୍ରୋନିକ୍‌ ଯନ୍ତ୍ରପାତି ତିଆରି କରିବାରେ ଯେଉଁ ପରଦର୍ଶିତା ଦେଖାଉଛି, ତାହା ସେ ଜାପାନକୁ ନକଲ କରି ହିଁ କରିବାରେ ସଫଳ ହୋଇଛି। କିନ୍ତୁ ମାନରେ ସେ କେବେହେଲେ ଜାପାନର ସମକକ୍ଷ ହୋଇପାରି ନାହିଁ। ଜାପାନର ପ୍ରାଧାନ୍ୟ ମାନେ ଏସିଆର ପ୍ରାଧାନ୍ୟ। ଜାପାନ ସହ ଭାରତର ସମ୍ପର୍କରେ ଏବେ ଯଥେଷ୍ଟ ଉନ୍ନତି ଘଟିଛି। ଭାରତରେ ଅନେକ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣରେ ଜାପାନ ସହଯୋଗ କରୁଛି। ତେଣୁ ଜାପାନରେ ନୂତନ ସମ୍ରାଟ୍‌ଙ୍କ ସିଂହାସନ ଆରୋହଣ ଭାରତ ପାଇଁ ମଧ୍ୟ ଆନନ୍ଦର ବିଷୟ। ଏଥି ସହ ବିଦାୟୀ ସମ୍ରାଟ୍‌ଙ୍କର ସୁଖଶାନ୍ତିପୂର୍ଣ୍ଣ ଦୀର୍ଘ ଜୀବନ ପାଇଁ ଭାରତ କାମନା କରିଛି।


All Right Reserved By Dharitri.Com

ନୀଳ ନୟନା ନିଶାରେ ହୋଇଥିଲେ ଅନ୍ଧୁଣୀ

ମଣିଷକୁ ବିଭିନ୍ନ ପ୍ରକାରର ନିଶା ଘାରିଥଏ। ତା’ ଭିତରେ ସୁନ୍ଦର ଦେଖାଯିବାର ନିଶା ଅନ୍ୟତମ। ବେଳେ ବେଳେ ଏଇ ନିଶାରେ ମଣିଷ ନିଜ ଜୀବନକୁ ବିପଦରେ...

ଗଛରେ ଫଳୁଛି ୪୦ ପ୍ରକାର ଫଳ

ନ୍ୟୁୟର୍କ: ଆଜିର ବିଜ୍ଞାନ ଯୁଗରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦ୍ୱାରା ଅନେକ ଅସମ୍ଭବକୁ ସମ୍ଭବ କରିହେଉଛି। ବୈଜ୍ଞାନିକମାନେ ରିସର୍ଚ୍ଚ କରିବା ସହ ବିଭିନ୍ନ ଟେକ୍‌ନିକ୍‌ ପ୍ରୟୋଗ...

ଦକ୍ଷିଣ କୋରିଆ ବାୟୁସୀମାରେ ରୁଷିଆ-ଚାଇନା ଯୁଦ୍ଧ ବିମାନ

ସିଓଲ,୨୩।୭: ଦକ୍ଷିଣ କୋରିଆ ବାୟୁସୀମାରେ ରୁଷିଆ ଯୁଦ୍ଧ ବିମାନ ପ୍ରବେଶ କରିଛି। ଏନେଇ ଦକ୍ଷିଣ କୋରିଆ ଜେଟ୍‌ ବିମାନ ଦଳ ଏହା ଉପରେ ସତର୍କ ଫାଇରିଙ୍ଗ୍‌...

ଶୀତଦିନେ ପିଅନ୍ତୁ ଏହି ଚା’…

ଶୀତଦିନେ ଲବଙ୍ଗ ଚା’ ପିଇଲେ ବହୁ ଉପକାର ହୋଇଥାଏ। ଲବଙ୍ଗ ଚା’ ଡାଇବେଟିସ୍‌ ଠାରୁ ଦୂରେଇ ରଖିଥାଏ। ଏହା କୋଲେଷ୍ଟରଲସ୍ତର କମାଇ ରକ୍ତ ସଞ୍ଚାଳନକୁ ସ୍ବାଭାବିକ...

ଅଷ୍ଟ୍ରେଲିଆ ନିର୍ବାଚନ: ଭୋଟ ନ ଦେଲେ ଦେବାକୁ ପଡିବ ଏକ ହଜାର ଟଙ୍କା ଜରିମାନା

କାନବେରା,୧୮।୫: ଅଷ୍ଟ୍ରେଲିଆରେ ଶନିବାର ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ତେବେ ୧୯୨୪ରୁ ସରକାର ଏଠାରେ ମତଦାନକୁ ଅନିର୍ବାଜ୍ୟ କରିବା ଫଳରେ ଏଠାରେ...

ଇଫେଲ ଟାଓ୍ବାରକୁ ୧୩୦ ବର୍ଷ

ପ୍ୟାରିସ,୧୭।୫(ଏଏଫ୍‌ପି):ପ୍ୟାରିସ୍‌ର ଉଚ୍ଚତମ ଇଫେଲ ଟାଓ୍ବାର ୧୩୦ ବର୍ଷରେ ପଦାର୍ପଣ କରିଛି। ରଙ୍ଗାରଙ୍ଗ ଆଲୋକ ସଜ୍ଜା ମଧ୍ୟରେ ଏହାର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଛି। ୧୮୮୯ରେ ପ୍ରତିଷ୍ଠିତ...

୩୭୦ ଉଚ୍ଛେଦ ପରେ ଭାରତ-ପାକ୍‌ ବିବାଦ :ମୁଣ୍ଡ ଖେଳାଇବନି ଜାତିସଂଘ

ଜାତିସଂଘ,୧୦ା୮(ପି.ଟି./ଆଇଏଏନ୍‌ଏସ୍‌): ସମ୍ବିଧାନ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦରେ ଜାତିସଂଘ ମୁଣ୍ଡ ଖେଳାଇବ ନାହିଁ। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ...

ମହାକାଶରେ ୩୨୮ ଦିନ ବିତାଇ ପୃଥିବୀକୁ ଫେରିଲେ କ୍ରିଷ୍ଟିନା କୋଚ୍‌

ଓ୍ବାଶିଂଟନ,୬।୨: ମହାକାଶରେ ଅଧିକ ଦିନ ରହି ରେକର୍ଡ କରିଥିବା ଆମେରିକାର ମହାକାଶ ଯାତ୍ରୀ କ୍ରିଷ୍ଟିନା କୋଚ୍‌ ପୃଥିବୀକୁ ଫେରିଛନ୍ତି। ସେ ମହାକାଶରେ ୩୨୮ ଦିନ ବିତାଇ...

Leave a comment

Your email address will not be published. Required fields are marked *