ଦୁବଇରେ ଏବେ ମଦ୍ୟପାନ କଲେ ମିଳିବନି ଦଣ୍ଡ

ଦୁବଇ,୧୩।୭: ଏବେ ଦୁବଇରେ ପର୍ଯ୍ୟଟକଙ୍କୁ ୩୦ ଦିନ ଲାଗି ମାଗଣା ଆଲକୋହଲ ଲାଇସେନ୍ସ ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଛି। ତେବେ ମଦ୍ୟପାନ କରି ନିୟମ ଉଲ୍ଲଂଘନ କଲେ ସୁଦ୍ଧା ସେମାନଙ୍କୁ ଦଣ୍ଡିତ କରାଯିବ ନାହିଁ। ଖଲିଜ ଟାଇମ୍ସର ରିପୋର୍ଟ ଅନୁଯାୟୀ, ମୁକ୍ତ ଆଲକୋହଲ ପର୍ଯ୍ୟଟକ ଲାଇସେନ୍ସ ମୁସଲମାନଙ୍କ ବ୍ୟତିତ ସମସ୍ତଙ୍କୁ ମିଳିପାରିବ। ଏଥିପାଇଁ ପର୍ଯ୍ୟଟକଙ୍କ ବୟସ ୨୧ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବ। ଏହି ଲାଇସେନ୍ସ ପାଇଁ ଅନ୍‌ଲାଇନରେ ଆବେଦନ କରିବାକୁ ପଡିବ। ତେବେ ଦୁବଇ ଯାଇଥିବା ପର୍ଯ୍ୟଟକମାନେ ସେମାନଙ୍କ ପାର୍ସପୋର୍ଟ ଯେ କୌଣସି ଏମ୍‌ଏମ୍‌ଆଇ ଷ୍ଟୋରରେ ଦାଖଲ କରିବା ପରେ ସେଠାରେ ଏକ ଫର୍ମ ପୂରଣ କରି ଦେବାକୁ ପଡିବ। ଏହାପରେ ପର୍ଯ୍ୟଟକଙ୍କୁ ଆଲକୋହଲ ମିଳିଯିବ।


All Right Reserved By

ହଂକଂରେ ସରକାର ବିରୋଧୀ ବିଶାଳ ରାଲି

ହଂକଂ,୧୯ା୮: ହଂକଂରେ ୧୧ ସପ୍ତାହ ହେଲା ସରକାର ବିରୋଧୀ ଆନ୍ଦୋଳନ ଜାରି ରହିଛି। ରବିବାର ପ୍ରବଳ ବର୍ଷା ସତ୍ତ୍ୱେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀ ଛତାଧରି...

ଜୀବନ ଅନୁସନ୍ଧାନ କରିବ ମାର୍ସ ରୋଭର

ଓ୍ବାଶିଂଟନ୍‌,୧୫ା୬(ଆଇଏଏନ୍‌ଏସ୍‌): ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ଲୋହିତ ଗ୍ରହ ମଙ୍ଗଳକୁ ୨୦୨୦ରେ ରୋଭର ମହାକାଶଯାନ ପ୍ରେରଣ କରିବ। ମଙ୍ଗଳରେ ପ୍ରାଚୀନ କାଳରେ ଜୀବନ ତିଷ୍ଠିଥିଲା...

ଲିବ୍ୟା ଗୃହଯୁଦ୍ଧ: ୩ ମାସରେ ମୃତ୍ୟୁ ସଂଖ୍ୟା ହଜାରେ ଟପିଲା; ସଂଘର୍ଷ ବିରାମ ପାଇଁ ଜାତିସଂଘର ଅପିଲ୍‌

ତ୍ରିପୋଲି, ୬।୭: ଲିବ୍ୟାରେ ଜାରି ରହିଥିବା ଗୃହଯୁଦ୍ଧ ସଙ୍କଟ ଜନକ ସ୍ଥିିତିରେ ପହଞ୍ଚିଛି। ଗତ ୩ ମାସ ମଧ୍ୟରେ ଏଠାରେ ଏକ ହଜାରରୁ ଅଧିକ ଲୋକଙ୍କ...

ସୁଷମା ସ୍ବରାଜଙ୍କ ପରଲୋକ

ନୂଆଦିଲ୍ଲୀ,୬।୮(ପି.ଟି.)-ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ସୁଷମା ସ୍ବରାଜ ଆଉ ନାହାନ୍ତି। ନୂଆଦିଲ୍ଲୀସ୍ଥିତ ଏମ୍ସରେ ମଙ୍ଗଳବାର ରାତିରେ ହୃଦ୍‌ଘାତରେ...

ପାକିସ୍ତାନସ୍ଥିତ ଗୁରୁ ନାନକ ମହଲରେ ଭଙ୍ଗାରୁଜା

ଲାହୋର, ୨୭।୫: ପାକିସ୍ତାନର ପଞ୍ଜାବ ସହରରେ ଥିବା ଐତିହାସିକ ଗୁରୁ ନାନକ ମହଲରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ସ୍ଥାନୀୟ ଲୋକେ ମିଶି ମହଲର ଅଧା ଅଂଶ...

ପ୍ରଥମଥର ବିମାନରେ ଯାତ୍ରା କରୁଥିବା ବେଳେ ଗଳିପଡ଼ିଲେ ମହିଳା

ଇସ୍ତାନବୁଲ,୧୯।୭: ପ୍ରଥମଥର ବିମାନରେ ଯାତ୍ରା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସବୁ କିଛି ଥାଏ ନୂଆ। ଏଥିପାଇଁ ବିମାନବନ୍ଦରରେ ପ୍ରତ୍ୟେକ କଥାକୁ ସେମାନେ ଧ୍ୟାନରେ ଶୁଣିବା...

ନାଇଜେରିଆରେ ମିଳିତ ଅପରେଶନ୍‌: ୨୦ ଆତଙ୍କବାଦୀ ନିହତ

ଲାଗୋସ୍‌,୪।୬: ଦି ମଲ୍ଟି ନ୍ୟାଶନାଲ ଟାକ୍ସ ଫୋର୍ସ (ଏମ୍‌ଟିଜେଟିଏଫ୍‌)ର ମିଳିତ ଅପରେଶନରେ ନାଇଜେରିଆର ଏରିଜି, ମାଲକୋନୋରୀ, ତୁମବୁମ ରେଗୋ ଅଞ୍ଚଳରେ ପାଖାପାଖି ୨୦ ଆତଙ୍କବାଦୀଙ୍କ ମୃତ୍ୟୁ...

୩ ବର୍ଷ ପରେ ପୁଣି ଥରିଲା ନେପାଳ

କାଠମାଣ୍ଡୁ,୨୪।୪: ନେପାଳ ସମେତ ଉତ୍ତରପ୍ରଦେଶର କେତେକ ସ୍ଥାନରେ ବୁଧବାର ସକାଳ ୬ଟା ୨୯ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ଥିଲା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *