ବର୍ଷାଦିନ ଖାଦ୍ୟପେୟ: ଯାହା ଶରୀରକୁ ରଖେ ସୁସ୍ଥ

ବର୍ଷାଦିନେ ଯେତିକି ଆନନ୍ଦ ଲାଗିଥାଏ, ତା’ଠୁ ବେଶି ଚିନ୍ତାରେ ପକାଇଥାଏ ଏହି ଋତୁରେ ହେଉଥିବା ସ୍ବାସ୍ଥ୍ୟଜନିତ ସମସ୍ୟା। ଏସବୁ ସମସ୍ୟାରୁ ନିଜକୁ ରକ୍ଷା କରିବା ପାଇଁ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ। ତେବେ ଏପରି କିଛି ଜିନିଷ ରହିଛି, ଯାହାକୁ ବର୍ଷାଦିନେ ଖାଇବା ଦ୍ୱାରା ଅନେକ ସୁଫଳ ମିଳିଥାଏ। ସେ ସମ୍ପର୍କରେ ଜାଣନ୍ତୁ…

– ଏହି ଦିନରେ ତୁଳସୀ ପତ୍ରକୁ ଆପଣ ଚୋବାଇ ଖାଇପାରିବେ। ଏହା ସହ ଗୁଡ଼ କିମ୍ବା ମହୁ ମିଶାଇ ପିଇପାରିବେ। ନଚେତ୍‌ ଚା’ରେ ପକାଇ ହର୍ବାଲ ଟି’ ପ୍ରସ୍ତୁତ କରିପାରିବେ। ଏହାଦ୍ୱାରା ଥଣ୍ଡା ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଥାଏ।

– ବର୍ଷାଦିନେ ଅଧିକ ମାତ୍ରାରେ ରସୁଣ ବ୍ୟବହାର କରିବା ଜରୁରୀ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ରହିଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।

– ଏହି ଦିନେ ପାଚିଲା ଆମ୍ବ ଖାଇବା ଆବଶ୍ୟକ। କାରଣ ଏହାଦ୍ୱାରା ପାଚନ ତନ୍ତ୍ର ମଜଭୁତ ହୋଇଥାଏ। ଏହା ଚର୍ମଜନିତ ସଂକ୍ରମଣରୁ ରକ୍ଷା କରିଥାଏ।

– ପଇଡ଼ ପାଣିକୁ ମଧ୍ୟ ପ୍ରତିଦିନ ବ୍ୟବହାର କରିବା ଫଳରେ ଅନେକ ଲାଭ ମିଳିଥାଏ। ପେଟଜନିତ ଅନେକ ସମସ୍ୟାରୁ ପଇଡ଼ପାଣି ବରଦାନ ସଦୃଶ। ଏହାକୁ ପିଇବା ଫଳରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ।

– ବର୍ଷାଦିନେ ପେଟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଜିରା ସେବନ ଲାଭଦାୟୀ। ଏହି ଦିନରେ ବଦହଜମି ଯୋଗୁ ପେଟରେ ଯନ୍ତ୍ରଣା ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ନିୟମିତ ଖାଲିପେଟରେ ୧ ଚାମଚ ଜିରା ଚୋବାଇ ଖାଇବା  ଆବଶ୍ୟକ।


All Right Reserved By Dharitri.Com

କଫଜନିତ ସମସ୍ୟା ନେଇ ଚିନ୍ତିତ କି ?

ଯଦି ହଁ, ତେବେ ଏହାର କେତେକ ଘରୋଇ ଉପଚାର ରହିଛି। ଅଧା ଚାମଚ ପିଆଜ ରସରେ ଏକ ଚାମଚ ମହୁ ମିଶାଇ ପିଇଲେ ଏହି ସମସ୍ୟ...

ଅଏଲ୍‌ ଫ୍ରି ଚିକେନ୍‌ କରି

ଆବଶ୍ୟକ ସାମଗ୍ରୀ: କଟା ହୋଇଥିବା ଚିକେନ୍‌- ୧ କିଗ୍ରା, ୨୫୦ ମିଲିଗ୍ରାମ୍‌ ଦହି, ୧ ଚାମଚ ଲଙ୍କା ଗୁଣ୍ଡ, ୨ ଚାମଚ ଜିରା, ୧ ଚାମଚ...

ପେଟଜନିତ ସମସ୍ତ ସମସ୍ୟା ଦୂର କରେ ଏହି ଯୋଗାସନ

ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗାସନର ମହତ୍ତ୍ୱ ଅଲଗା। ଏମିତି କିଛି ଯୋଗାସନ ରହିଛି ଯାହାକୁ ନିୟମିତ ଅଭ୍ୟାସ କଲେ ଆମେ ଫିଟ୍‌ ରହିପାରିବା। କିଛି...

ଫ୍ୟାଶନ୍‌: ହେୟାର ଷ୍ଟ୍ରେଟ୍‌ନିଂ

କେଶର ସୌନ୍ଦର୍ଯ୍ୟ ବଢ଼ାଇବା ଲାଗି ଅନେକ ମହିଳା ହେୟାର ଷ୍ଟ୍ରେଟ୍‌ନିଂ କରୁଛନ୍ତି। ତେବେ ଏହା କରିବା ପୂର୍ବରୁ ଜାଣିରଖନ୍ତୁ କିଛି ଟିପ୍ସ… ସବୁବେଳେ ଭଲ କ୍ୱାଲିଟିର...

ବିନା ଔଷଧରେ ପିଠି ଯନ୍ତ୍ରଣାରୁ ମୁକ୍ତି ପାଇଁ କରନ୍ତୁ ଏପରି …

ନୂଆଦିଲ୍ଲୀ: ଖାଦ୍ୟପେୟରେ ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ ତଥା ଶୋଇବାରେ ଅସାବଧାନତା ଯୋଗୁ କେତେକଙ୍କଠାରେ ପିଠି ଯନ୍ତ୍ରଣା ସମସ୍ୟା ଦେଖାଦେଇଥାଏ। ଏଥିରୁ ମୁକ୍ତି ପାଇବା ଲାଗି କେହିକେହି...

ବୁଦ୍ଧିମତ୍ତା ବଢ଼ାଏ ସୁନିଦ୍ରା

ଜଣେ ବ୍ୟକ୍ତି ରାତିରେ ଅତିକମ୍‌ରେ ୭-୮ ଘଣ୍ଟା ଶୋଇବା ଦରକାର। ହେଲେ ଅନେକଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇ ନ ଥାଏ। ନିକଟରେ ୟୁନିଭର୍ସିଟି ଅଫ୍‌...

ସନ୍ଧ୍ୟାପରେ ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଉପରେ ପଡ଼େ ଏହି ପ୍ରଭାବ …

ଅଙ୍ଗୁର ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ଏହାକୁ ଦିନ ବେଳେ ଖାଦ୍ୟ ଖାଇ ସାରିବାର କିଛି ସମୟ ପରେ ଖାଇଲେ ସୁଫଳ ମିଳିଥାଏ। ଅଙ୍ଗୁରରେ ଟାରଟରିକ୍‌...

ସ୍ବାସ୍ଥ୍ୟ ଉପକାରୀ କଦଳୀ

କଦଳୀ ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ । କଦଳୀରୁ ଅନେକ ପ୍ରକାର ପୋଷକତତ୍ତ୍ୱ ସହ ଭିଟାମିନ୍‌ ମିଳିଥାଏ। ଏହା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଆଶଙ୍କାରୁ ମୁକ୍ତି...

Leave a comment

Your email address will not be published. Required fields are marked *