Posted inଜାତୀୟ

ବିବାହର କିଛି ବର୍ଷ ପର୍ଯ୍ୟନ୍ତ ସନ୍ତାନ ନ ହେବାରୁ ରେଲଓ୍ବେ ଷ୍ଟେଶନରୁ ପିଲା ଚୋରି କଲେ ଦମ୍ପତି

ନୂଆଦିଲ୍ଲୀ,୧୩।୭: ରାଜଧାନୀ ଦିଲ୍ଲୀରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ନିଜାମୁଦ୍ଦିନ ରେଲଓ୍ବେ ଷ୍ଟେଶନରୁ ଏକ ୨ ବର୍ଷର ଶିଶୁ ଅପହରଣ ମାମାଲା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଶିଶୁଟିକୁ ଜଣେ ଦମ୍ପତି ଜାଣିଶୁଣି ଚୋରି କରିଥିବା ପୋଲିସ କହିଛି। ସୂଚନାଯୋଗ୍ୟ, ଉକ୍ତ ଦମ୍ପତିଙ୍କ ବିବାହର କିଛି ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ସନ୍ତାନ ହୋଇ ନ ଥିଲା। ଆଉ ସନ୍ତାନଟିଏ ଚାହୁଁଥିବା ଏହି ଦମ୍ପତି ଏକ ଅଭିନବ ଉପାୟ ଚିନ୍ତାକରି ନୂଆଦିଲ୍ଲୀର ନିଜାମୁଦ୍ଦିନ ରେଲଓ୍ବେ ଷ୍ଟେଶନ ପହଞ୍ଚି ବିଳମ୍ବିତ ରାତିରେ ସେଠାରେ ଶୋଇଥିବା ଶିଶୁମାନଙ୍କ ମଧ୍ୟରୁ ଜଣେ ୨ ବର୍ଷର ଶିଶୁକୁ ଚୋରି କରିଥିବା ଜଣାପଡିଛି। ତେବେ ଶିଶୁଟିକୁ ନ ପାଇ ତାଙ୍କ ମାତାପିତା ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ସିସିଟିଭି ଆଧାରରେ ଉକ୍ତ ଦମ୍ପତିଙ୍କୁ ଗିରଫ କରିଥିବା ପ୍ରକାଶ କରିଛି। ତେବେ ତାଙ୍କର ସନ୍ତାନ ନ ହେବାରୁ ସେମାନେ ଏପରି କରିଥିବା ମାନି ଯାଇଛନ୍ତି।


All Right Reserved By

ଜୀବନକାଳ ମଧ୍ୟରେ ପାଣି କି ବିଜୁଳି ପାଇଲେ ନାହିଁ ଆଦର୍ଶ ମତଦାତା

କୁଲ୍ଲୁ,୫।୮: ହିମାଚଳ ପ୍ରଦେଶର କୁଲୁ ଜିଲାରେ ଥିବା ଶାକ୍ଟି ମରେଡରେ ଆଜି ପର୍ଯ୍ୟନ୍ତ ବିଜୁଳି କି ପାନୀୟ ଜଳର ସୁବିଧା ନାହିଁ। ତେବେ ଗାଁର ବିକାଶକୁ...

ଲୋକ ସଭା ନିର୍ବାଚନ: ପ୍ରଥମ ୨ଘଣ୍ଟାରେ ଆସାମ, ବିହାରରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ କାର୍ଯ୍ୟକ୍ରମରେ ପ୍ରଥମ ୨ ଘଣ୍ଟାରେ...

କଶ୍ମୀର ଟାଇମ୍ସ ଏଡିଟରଙ୍କ ଅନୁରୋଧ: ମିଡିଆ କଟକଣା ଉଠାଯିବା ଆବେଦନର ଶୀଘ୍ର ଶୁଣାଣି ହେଉ

ନୂଆଦିଲ୍ଲୀ, ୧୪ା୮(ପି.ଟି.): ଜମ୍ମୁ-କଶ୍ମୀରରେ ମିଡିଆ କଟକଣା ଲାଗିଥିବାବେଳେ ଏହାକୁ ହଟାଯିବା ଲାଗି କଶ୍ମୀର ଟାଇମ୍ସ ନାମକ ଏକ ପ୍ରତିଷ୍ଠିତ ଖବରକାଗଜର ଏଡିଟର ଅନୁରାଧା ଭାସିନ୍‌ କରିଥିବା...

ପ୍ରଫୁଲ୍ଲ ପଟେଲଙ୍କୁ ଇଡି ସମନ

ନୂଆଦିଲ୍ଲୀ,୨।୬: କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ସମୟରେ ହୋଇଥିବା ବେସାମରିକ ବିମାନ ଚଳାଚଳ ବିଭାଗ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ପୂର୍ବତନ ମନ୍ତ୍ରୀ...

ବିଶ୍ୱକପ୍‌କୁ ନେଇ ଉତ୍ସାହିତ ଯବାନ

ଶ୍ରୀନଗର,୧୬।୬: ବିଶ୍ୱ କପ୍‌ କ୍ରିକେଟକୁ ନେଇ ସବୁଆଡେ ଚର୍ଚ୍ଚା। ବିଶେଷ କରି ଭାରତ ପାକିସ୍ତାନ ମ୍ୟାଚକୁ ଯେମିତି କେହି ହାତଛଡା କରିବାକୁ ଚାହାଁନ୍ତି ନାହିଁ। ରବିବାର...

ଯୌନ ଶୋଷଣ ଅଭିଯୋଗକୁ ଖଣ୍ଡନ କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୨୦।୪: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନାଁରେ ଜଣେ ମହିଳା ଆଣିଥିବା ଯୌନ ଉତ୍ପୀଡନ ମାମଲକୁ ସେ ନିଜେ ଖାରଜ କରି ଦେଇଛନ୍ତି। ୩ଜଣ...

କାଉଡି ଯାତ୍ରା ପାଇଁ ଜୁଲାଇ ୨୩ରୁ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ହରିଦ୍ୱାର,୨୦।୭: ଶ୍ରାବଣ ମାସ ଆରମ୍ଭ ହୋଇଯାଇଥିବା ବେଳେ ଆରମ୍ଭ ହୋଇଛି କାଉଡି ଯାତ୍ରା। ଶିବଭକ୍ତମାନେ ବିଭିନ୍ନ ନଦୀରୁ ଜଳ ଉଠାଇ ଜଳାଭିଷେକରେ ବାହାରିଛନ୍ତି। ଏହି ସମରେ...

ପଞ୍ଚାୟତ ନିର୍ବାଚନକୁ ବାଲଟ ପେପରରେ କରିବାକୁ ଅନୁରୋଧ କଲେ ମମତା

କୋଲକତା,୨୧।୭: ଆସନ୍ତା ପଞ୍ଚାୟତ ଓ ମ୍ୟୁନିସପାଲ ନିର୍ବାଚନକୁ ବାଲଟ ପେପର ମାଧ୍ୟମରେ କରିବାକୁ ନିର୍ବାଚନ କମିଶନଙ୍କୁ ଅନୋରାଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *