ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ: କ୍ଷତି ପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାଜପଥ ଅବରୋଧ

ପାଟଣା,୧୩।୭(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ରେଙ୍ଗାଳବେଡା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ମୁରୁସୁଆଁ ଗାଁର ସଂଗ୍ରାମ କେଶରୀ ସାହୁ। ସୂଚନାଯୋଗ୍ୟ, ସଂଗ୍ରାମ ବାଘମରା ସ୍ଥିତ ପଟ୍ଟନାୟକ ଷ୍ଟିଲରେ ମେକାନିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ରାତିରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ କ୍ଷତି ପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଶନିବାର ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏହି ଅବରୋଧ ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଛି। ଖବର ପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଛି। ହେଲେ ଏବେ ବି ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି।


All Right Reserved By Dharitri.Com

ବ୍ରାଉନସୁଗାର ଜବତ: ଜଣେ ଗିରଫ

ଭଦ୍ରକ ଅଫିସ, ୨୦।୭ – ଭଦ୍ରକ ଜିଲା ଅବକାରୀ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଶୁକ୍ରବାର ଅପରାହ୍ନରେ ଚଢ଼ାଉ କରି ଆରଡ଼ି ଛକ ନିକଟରୁ ୭...

ୟେଲୋ ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ଲାଗି ପ୍ରଚଣ୍ଡ ଶୀତର ଅନୁଭୂତ ଆରମ୍ଭ ହୋଇଛି। ଆସନ୍ତା ଦୁଇ ତିନି ଦିନ ଯାଏ ଶୀତ ଲହରି...

ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବେ କିନ୍ନର

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ସାଧାରଣ ଲୋକଙ୍କ ଭଳି ଏଣିକି କିନ୍ନରମାନେ ମଧ୍ୟ ଉଚ୍ଛେଦରେ ସାମିଲ ହେବା ସହ ହୋଲ୍ଡିଂ ଟ୍ୟାକ୍ସ ଓ ଟ୍ରେଡ଼ ଲାଇସେନ୍ସ ଆଦାୟ କରିବେ। ଏ...

ଦ୍ୱାଦଶ କୁଆଖିଆ ମହୋତ୍ସବ ପାଇଁ ପ୍ରସ୍ତୁତି

ରସୁଲପୁର,୫ା୧୨(ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅଞ୍ଚଳର ବ୍ୟବସାୟିକ ପ୍ରାଣକେନ୍ଦ୍ର ବୋଲି କୁହାଯାଉଥିବା କୁଆଖିଆ ବଜାରର ସାରଙ୍ଗପୁର ମେଲଣ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଦ୍ୱାଦଶ କୁଆଖିଆ ମହୋତ୍ସବ...

ମହିଳାଙ୍କଠାରୁ ୩୦ ହଜାର ଲୁଟ୍‌

ବଅଁରପାଳ, ୩୦ା୧୦(ଡି.ଏନ.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମର ସଞ୍ଜୁକ୍ତା ଦେଓଙ୍କଠାରୁ ବୁଧବାର ଦୁର୍ବୃତ୍ତମାନେ ୩୦ ହଜାର ଟଙ୍କା ଲୁଟ୍‌ କରିଛନ୍ତି। ଏ...

ମଣ୍ଡିରେ ଚାଷୀଙ୍କ ହଇରାଣକୁ ନେଇ ବିଧାନସଭାରେ ଉଦ୍‌ବେଗ: ଧାନ କିଣିବ ସ୍ବୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଚଳିତ ବର୍ଷ ଖରିଫ ଋତୁରେ ୬୫.୩୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କିଣା ଯାଇଛି। ଯାହାକି ଗତ ବର୍ଷଠାରୁ ୨୬% ଅଧିକ ହୋଇଛି।...

କିଟ୍‌ ଓ କିସ୍‌ ପରିଦର୍ଶନ କଲେ ରିଜିଜୁ: ଅଲିମ୍ପିକ୍ସରେ ଭାରତକୁ ଜିତାଇବେ ଜନଜାତି

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ଅଲିମ୍ପିକ୍ସରେ ଜନଜାତି ଛାତ୍ରୀଛାତ୍ରଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱ ବହନ କରିବ। ଭାରତରେ ପ୍ରତିଭାର ଅଭାବ ନାହିଁ। ଦେଶର ଗ୍ରାମାଞ୍ଚଳରେ ବହୁ କ୍ରୀଡା ପ୍ରତିଭା ଲୁକ୍କାୟିତ...

ହୃଦଘାତରେ ନାଲ୍‌କୋ କର୍ମଚାରୀ ମୃତ: ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦାବି

ବଅଁରପାଳ,୧।୧୦(ଡି.ଏନ.ଏ.)- ନାଲ୍‌କୋ ସିପିପି ଅପରେସନ ବିଭାଗରେ ଚାକିରି କରିଥିବା ପ୍ରବୀଣ ବରାହ(୫୨) ମଙ୍ଗଳବାର ସକାଳେ ହୃଦଘାତରେ ପ୍ରାଣ ହରାଇଛନ୍ତି। ପ୍ରବୀଣଙ୍କ ଘର ଗୋତମରା ଗ୍ରାମରେ। ସେ...

Leave a comment

Your email address will not be published. Required fields are marked *