ଏସ୍‌ପ୍ଲାନେଡ ଓ୍ବାନ ପାଳିଲା ପ୍ରଥମବର୍ଷ ପୂର୍ତ୍ତି

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଏସ୍‌ପ୍ଲାନେଡ ଓ୍ବାନ ମଲ୍‌ ପକ୍ଷରୁ ପ୍ରଥମ ବର୍ଷ ପୂର୍ତ୍ତି ଏବଂ ବାହୁଡା ଯାତ୍ରା ମଲ୍‌ ପରିସରରେ ପାଳିତ ହୋଇଯାଇଛି। ଏହା ସହ କେକ୍‌ କାଟି ପୂର୍ତ୍ତି ସେଲିବ୍ରେଶନ ଏବଂ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ମଲ୍‌ରେ ଆୟୋଜନ କରାଯାଇଥିଲା। ୧୮ ଷ୍ଟୋର ସହ ମଲ୍‌ ଶୁଭାରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଏବେ ଏହାର ଶତପ୍ରତିଶତ ସ୍ଥାନ ବ୍ୟବହାର ହୋଇ ପାରିଛି। ଗୋଟିଏ ବର୍ଷ ମଧ୍ୟରେ ଓଡ଼ିଶାର ଲୋକମାନଙ୍କଠାରୁ ସହଯୋଗ ଏବଂ ଭଲପାଇବା ଲାଭ କରିଛୁ ବୋଲି ଏସ୍‌ପ୍ଲାନେଡ ଓ୍ବାନର ସେଣ୍ଟର ନିର୍ଦ୍ଦେଶକ ପାର୍ଥ ପ୍ରତୀମ ନାୟକ ସୂଚନା ଦେଇଛନ୍ତି। ଗତ ଗୋଟିଏ ବର୍ଷ ହେବ ଲୋକଙ୍କ ସହ ଜଡିତ ହେବାକୁ ପ୍ରୟାସ ଜାରି ରଖିଛୁ। ଆଗାମୀ ଦିନରେ ଲୋକଙ୍କୁ ସୁବିଧା ଯୋଗାଣ ଧାରା ଜାରି ରହିବ । ବିଭିନ୍ନ ସ୍ବତନ୍ତ୍ର ସୁବିଧା ସହ ଏହା ଲୋକଙ୍କର ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି ବୋଲି ସେ କହିଛନ୍ତି।


All Right Reserved By Dharitri.Com

କୁଶଳୀ ହେବେ ୨୦ ହଜାର ନିର୍ମାଣ ଶ୍ରମିକ

ନୂଆଦିଲ୍ଲୀ, ୧୦-୯: ଦେଶର ୨୦ ହଜାର ନିର୍ମାଣ ଶ୍ରମିକଙ୍କୁ କୁଶଳୀ କରି ଗଢି ତୋଳିବା ଲାଗି ନ୍ୟାଶନାଲ ସ୍ମିଲ ଡେଭଲପମେଣ୍ଟ କାଉନସିଲ(ଏନ୍‌ଏସ୍‌ଡିସି) ଏବଂ ରିୟଲ ଇଷ୍ଟେଟ...

ବଜେଟ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କୁ ଭେଟିବେ ମୋଦି ୨୦ରେ ଆଲୋଚନା

ନୂଆଦିଲ୍ଲୀ,୧୫-୬: ବଜେଟ ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ରେ ଅର୍ଥ ମନ୍ତ୍ରଣାଳୟ ଅଧୀନ ୫ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଭେଟିବେ। ଦେଶର ଅର୍ଥନୀତିକୁ...

ଅର୍ଥ ଅଭାବ ଲାଗି ଛିଡା ହେଲା ଏୟାର ଇଣ୍ଡିଆର ୧୯ ବିମାନ

ନୂଆଦିଲ୍ଲୀ,୨୬-୪: ଜେଟ୍‌ ଏୟାରଓ୍ବେଜ ଭଳି ଏୟାର ଇଣ୍ଡିଆରେ ଆର୍ଥିକ ସଙ୍କଟ ଦେଖାଦେଇଛି। ଅର୍ଥର ଅଭାବ କାରଣରୁ କମ୍ପାନୀର ୧୯ ବିମାନ ଏବେ ବିମାନ ବନ୍ଦରରେ ଛିଡା...

ଜିରୋ ବାଲାନ୍ସ ଆକାଉଣ୍ଟରେ ନେଣଦେଣ: ୧୨୫ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ନେବ ଆଇସିଆଇସିଆଇ ବ୍ୟାଙ୍କ

ନୂଆଦିଲ୍ଲୀ,୧୬।୯: ଘରୋଇ ସେକ୍ଟରର ଆଇସିଆଇସିଆଇ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଜୋର୍‌ଦାର ଝଟକା ଦେଇଛି। ବ୍ୟାଙ୍କ ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କୁ ଅକ୍ଟୋବର ୧୬ରୁ ଶାଖାରେ ପ୍ରତ୍ୟେକ ନଗଦ...

ପୂର୍ବତଟ ରେଳପଥକୁ ଦୁଇ ପୁରସ୍କାର

ଭୁବନେଶ୍ୱର,୨-୮:ପୂର୍ବତଟ ରେଳପଥକୁ ସମ୍ମାନଜନକ ଆକାଉଣ୍ଟସ ଓ ଫାଇନାନ୍ସ ମ୍ୟାନେଜମେଣ୍ଟ ଶୀଲଡ଼ ଓ କମ୍ପ୍ରେହେନସିଭ ହେଲ୍‌ଥ କେୟାର ଶିଲଡ଼ ପୁରସ୍କାର ପ୍ରଦାନ କରାଯାଇଛି। ମୁମ୍ବାଇଠାରେ ଆୟୋଜିତ ରାଷ୍ଟ୍ରୀୟ...

ଲଣ୍ଡନରେ ରୁଚି ଉଦ୍ୟୋଗ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୨୯-୮: ଓଡ଼ିଆ ସୋସାଇଟି ଅଫ୍‌ ୟୁନାଇଟେଡ କିଙ୍ଗଡମ୍‌ ପକ୍ଷରୁ ଏହାର ୪୦ତମ ବାର୍ଷିକ ଉତ୍ସବରେ ଶ୍ରେଷ୍ଠ ଉଦ୍ୟୋଗ ଭାବେ ପ୍ରମୁଖ ମସଲା କମ୍ପାନୀ ରୁଚିକୁ...

ପାରାଦୀପ ପୋର୍ଟରେ ଅତ୍ୟାଧୁନିକ ଟର୍ମିନାଲ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ,୨୯-୧୧: ଜେଏସ୍‌ଡବ୍ଲ୍ୟୁ ଗ୍ରୁପର ଅଂଶବିଶେଷ ଜେଏସ୍‌ଡବ୍ଳ୍ୟୁ ଇନଫ୍ରାଷ୍ଟ୍ରକଚର ପକ୍ଷରୁ ପାରାଦୀପ ବନ୍ଦରରେ ଅତ୍ୟାଧୁନିକ ଲୁହାପଥର ଟର୍ମିନାଲ କାର୍ଯ୍ୟକ୍ଷମ ହୋଇଛି। ବାର୍ଷିକ ୧୮ ନିୟୁତ ଟନ୍‌ କ୍ଷମତା...

ଜିଏସ୍‌ଟି ଆଦାୟ ଲକ୍ଷ୍ୟ ବଢିଲା

ନୂଆଦିଲ୍ଲୀ,୨୦-୧: ଜାନୁୟାରୀ, ଫେବୃୟାରୀ ମାସ ଲାଗି ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଆଦାୟ ଲକ୍ଷ୍ୟ ବୃଦ୍ଧି କରାଯାଇ ୧.୧୫ ଲକ୍ଷ କୋଟି ଟଙ୍କା କରାଯାଇଛି। ରାଜସ୍ବ...

Leave a comment

Your email address will not be published. Required fields are marked *