ଫ୍ଲିପକାଟର୍ର୍ ଆଣିଲା କ୍ରେଡିଟ କାର୍ଡ

ମୁମ୍ବାଇ,୧୩।୭: ଅନ୍‌ଲାଇନ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ଗ୍ରାହକଙ୍କ ଲାଗି ନିଜସ୍ବ କ୍ରେଡିଟ କାର୍ଡ ଲଞ୍ଚ କରିଛି। ଗ୍ରାହକ ନିଜ ପାଖରେ ଅର୍ଥ ନ ଥିଲେ ମଧ୍ୟ ଏହି କାର୍ଡ ଜରିଆରେ ଫ୍ଲିପକାର୍ଟରୁ କିଣାକିଣି କରିପାରିବେ। ଆକ୍ସିସ୍‌ ବ୍ୟାଙ୍କ ଓ ମାଷ୍ଟରକାର୍ଡ ସହିତ ମିଶି କମ୍ପାନୀ ଏହି କୋ-ବ୍ରାଣ୍ଡେଡ କ୍ରେଡିଟ କାର୍ଡ ଆଣିଛି। କୋ-ବ୍ରାଣ୍ଡେଡ କ୍ରେଡିଟ କାର୍ଡ ଲଞ୍ଚ କରିବାରେ ଆମାଜନ, ପେଟିଏମ୍‌ ଓ ଓଲା ଭଳି ଇଣ୍ଟରନେଟ କମ୍ପାନୀଙ୍କ ଗ୍ରୁପ୍‌ରେ ଫ୍ଲିପକାର୍ଟ ସାମିଲ ହୋଇଛି। ପାର୍ଟନରସିପ୍‌ରେ ଲଞ୍ଚ ହୋଇଥିବା ଏହି କ୍ରେଡିଟ କାର୍ଡ ମାମଲାରେ ରିସ୍କ ଆନାଲିସିସ୍‌, କାର୍ଡ ଜାରି କରିବା, ପେମେଣ୍ଟ ପ୍ରୋସେସ୍‌ କରିବା, କଓ୍ବୋଇସି, ଅଣ୍ଡରରାଇଟିଂ ଏବଂ ଡିସ୍‌କାଉଣ୍ଟ-କ୍ୟାଶବ୍ୟାକ ମ୍ୟାନେଜ କରିବା କାମ ଆକ୍ସିସ୍‌ ବ୍ୟାଙ୍କ କରିବ। ଅନ୍ୟପକ୍ଷରେ ଫ୍ଲିପ୍‌କାର୍ଟ ମାର୍କେଟିଂ ଓ ପ୍ରମୋଶନ କାମକୁ ଦେଖିବ। ୨୦୨୦ ମଧ୍ୟଭାଗ ସୁଦ୍ଧା କମ୍ପାନୀ ୧୦ ଲକ୍ଷ କ୍ରେଡିଟ କାର୍ଡ ଜାରି କରିବାର ଲକ୍ଷ୍ୟ ରଖିଛି।


All Right Reserved By Dharitri.Com

ଦିନକରେ ରୁପା ବଢ଼ିଲା ୨୦୦୦ ଟଙ୍କା, ସୁନା ମୂଲ୍ୟ ୧୦୦ ଟଙ୍କା ହ୍ରାସ

ନୂଆଦିଲ୍ଲୀ,୧୩-୮: ସୁନା ପରେ ଏବେ ରୁପା ମଧ୍ୟ ଏହାର ପୁରୁଣା ରେକର୍ଡ ଭାଙ୍ଗିଛି। ସ୍ଥାନୀୟ ସର୍ରାଫା ବଜାରରେ ମଙ୍ଗଳବାର ରୁପା ମୂଲ୍ୟ ୨୦୦୦ ଟଙ୍କା ବୃଦ୍ଧି...

୪ ଦିନ ଭିତରେ ସଂଶୋଧିତ ଏନ୍‌ପିଏ ସର୍କୁଲାର

ମୁମ୍ବାଇ,୭-୬: ବ୍ୟାଙ୍କଗୁଡ଼ିକର ଫସିଯାଇଥିବା ଋଣକୁ ଚିହ୍ନଟ କରିବା ତଥା ଏହାର ସମାଧାନ ଲାଗି ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆସନ୍ତା ୩ରୁ୪ ଦିନ ଭିତରେ ଏକ ସଂଶୋଧିତ ସର୍କୁଲାର...

ସତ୍ୟମ୍‌ ମାମଲାରେ ସେବିକୁ ସ୍ୟାଟ୍‌ର ଝଟକା;ପିଡବ୍ଲ୍ୟୁସି ଉପରେ ଲାଗିଥିବା କଟକଣା ଉଠିଲା

ମୁମ୍ବାଇ,୧୦-୯: ସତ୍ୟମ୍‌ କମ୍ପ୍ୟୁଟର ଦୁର୍ନୀତି ମାମଲାରେ ପୁଞ୍ଜି ବଜାର ନିୟାମକ ସେବିକୁ ଜୋରଦାର ଝଟକା ଲାଗିଛି। ପ୍ରତିଭୂତି ଅପିଲୀୟ ନ୍ୟାୟାଧିକରଣ(ସ୍ୟାଟ୍‌) ୭୮୦୦ କୋଟି ଟଙ୍କାର ସତ୍ୟମ୍‌...

ଏଣିକି ଧମକପୂର୍ଣ୍ଣ ଚିଠି ପଠାଇବ ନାହିଁ ଆୟକର ବିଭାଗ;ରିଟର୍ନରେ ତ୍ରୁଟି ଥିଲେ ବନ୍ଧୁତ୍ୱପୂର୍ଣ୍ଣ ମେସେଜ୍‌ ଆସିବ

ନୂଆଦିଲ୍ଲୀ,୧୯-୮: ଆୟକର ବିଭାଗ ଦେଶରେ ଟିକସ ଆତଙ୍କବାଦ ଚଳାଇଛି ବୋଲି ଉଦ୍ୟୋଗ ଜଗତ ଏବଂ ବ୍ୟକ୍ତିଗତ ଟିକସଦାତା ଅଭିଯୋଗ କରିଆସୁଛନ୍ତି। ସରକାର ଯେତେ ଯାହା କହିଲେ...

୪୧୧ କୋଟି ଠକି ଚମ୍ପଟ: ସିବିଆଇରେ ମାମଲା

ନୂଆଦିଲ୍ଲୀ,୧୦।୫: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ୪୧୧ କୋଟି ଋଣ ଠକେଇରେ ସମ୍ପୃକ୍ତ ରାମଦେବ ଇଣ୍ଟରନ୍ୟାଶନାଲ କମ୍ପାନୀର ୩ ପ୍ରମୋଟର ଦେଶ ଛାଡ଼ି ପଳାୟନ କରିଛନ୍ତି।...

ବ୍ୟାଙ୍କ ଧର୍ମଘଟ ଯୋଗୁ ବନ୍ଦ ରହିଲା ରାଜ୍ୟର ୪୨୦୦ ଶାଖା

ମୁମ୍ବାଇ, ଭୁବନେଶ୍ୱର(ବ୍ୟୁରୋ)୨୩-୧୦:ସରକାରଙ୍କ ମେଗା ବ୍ୟାଙ୍କ ମିଶ୍ରଣ ପଦକ୍ଷେପକୁ ବିରୋଧ କରି ସାରା ଦେଶରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଯୋଗୁ ମଙ୍ଗଳବାର ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଛି।...

ମ୍ୟୁଚୁଆଲ ଫଣ୍ଡ୍‌ରେ ସୁଧାର ଉଦ୍ୟମ: ଆର୍‌ବିଆଇ ପକ୍ଷରୁ ୫୦ ହଜାର କୋଟିର ସ୍ବତନ୍ତ୍ର ନଗଦ ଘୋଷଣା

ନୂଆଦିଲ୍ଲୀ,୨୭।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ୫୦...

ବ୍ୟବସାୟୀଙ୍କୁ କାରବାର ଚିନ୍ତା

ମୁମ୍ବାଇ,୨୧।୪: ଦେଶ ମଧ୍ୟରେ କରୋନା ଭୂତାଣୁ ନିୟନ୍ତ୍ରଣକୁ ଆସୁ ନ ଥିବା ଯୋଗୁ ଲକ୍‌ଡାଉନ ଅବଧି ଆସନ୍ତା ମାସ ୩ ତାରିଖକୁ ବଢ଼ାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ...

Leave a comment

Your email address will not be published. Required fields are marked *