ମୋଦି, ଶାହଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ: ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଚେନ୍ନାଇ,୧ା୫(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ବାଚନ କମିଶନ (ଇସି)ଙ୍କୁ ଜବାବ ମାଗିଛନ୍ତି। ମୋଦି ଏବଂ ଶାହ ଘୃଣିତ ଭାଷଣ ଦେବା ସହ ଦେଶର ସୈନ୍ୟବାହିନୀକୁ ରାଜନୈତିକ ପ୍ରଚାରରେ ବ୍ୟବହାର କରି ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରିଥିବା ନେଇ ସିଲଚର୍‌ ଏମ୍‌ପି ତଥା ମହିଳା କଂଗ୍ରେସ ସଭାପତି ସୁସ୍ମିତା ଦେବ୍‌ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ। ଭାଜପାର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କଲେ ଇସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏହା ଗୁରୁତର ପକ୍ଷପାତ ଏବଂ ନିର୍ବାଚନ ପ୍ରକ୍ରିୟାର ସାଧୁତାକୁ ନଷ୍ଟ କରୁଛି ବୋଲି ଦେବ୍‌ ତାଙ୍କ ପିଟିଶନରେ ଦର୍ଶାଇଥିଲେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ ଏସ.କେ. କୌଲ୍‌ ଏବଂ କେ.ଏମ୍‌ ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଉପରେ ନିର୍ଦ୍ଦେଶ ଜାରି କରିବା କ୍ଷମତା ଇସିଙ୍କର ରହିଛି। ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାରକୁ ଧାର୍ଯ୍ୟ କରାଯାଇଛି।


All Right Reserved By

ବିଚାରପତି ଦଣ୍ଡାଦେଶ ଶୁଣାଇବା ବେଳେ କୋର୍ଟରେ ବିଷ ପିଇ ଆତ୍ମହତ୍ୟା କଲେ ଅଭିଯୁକ୍ତ

ଜୟପୁର,୩୦।୭:ରାଜସ୍ଥାନର କୋଟାରେ ଜଣେ ଯୁବକ କୋର୍ଟଙ୍କ ଦଣ୍ଡାଦେଶ ଶୁଣିବା ମାତ୍ରେ ହିଁ ବିଷ ପିଇ ଦେଇଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି...

ଜମ୍ମୁ-କଶ୍ମୀରରେ ଲାଗୁହେବ ୧୦୬ କେନ୍ଦ୍ରୀୟ ଆଇନ

ନୂଆଦିଲ୍ଲୀ ,୭ା୮(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରରୁ କେନ୍ଦ୍ର ସରକାର ସମ୍ବିଧାନର ଧାରା ୩୭୦, ୩୫ଏ ହଟାଇବା ସହ ଏହାକୁ ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛନ୍ତି। ତେଣୁ ଜମ୍ମୁ-କଶ୍ମୀର...

ବଡ଼ଚଣାରେ ବିଜେଡି ଆଗୁଆ

ଯାଜପୁର ଅଫିସ,୨୩ା୫: ଯାଜପୁର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନ ବଡ଼ଚଣା ବିଧାନସଭା ଆସନ ଭୋଟ୍‌ ଗଣତିରେ ପ୍ରଥମ ୨୪ଟି ରାଉଣ୍ଡରେ ଭାଜପାର ଅମର ନାୟକ ଆଗୁଆ ରହିଥିବାବେଳେ...

ତାଳଚେରରେ ବ୍ରଜକିଶୋର ୧୩୧୬୩ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୧୬ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୧୩୧୬୩ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ବ୍ରଜକିଶୋର ମୋଟ୍‌...

କଂଗ୍ରେସ ବିଧାୟକଙ୍କ ଘର ସାମ୍ନାରେ ବିସ୍ଫୋରଣ: ଜଣେ ମୃତ

ବେଙ୍ଗାଲୁର,୧୯।୫: କର୍ନାଟକର ରାଜରାଜେଶ୍ୱରୀ ନଗରରେ ଥିବା କଂଗ୍ରେସ ବିଧାୟକ ମୁନିରତ୍ନାଙ୍କ ଘର ସାମ୍ନାରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ମୁନିରତ୍ନାଙ୍କ ଘରେ...

ବ୍ୟାନର-ପୋଷ୍ଟରରେ ଅଯଥା ଖର୍ଚ୍ଚ ନ କରି ଏହାକୁ ସାମାଜିକ ବିକାଶ କାର୍ଯ୍ୟରେ ବିନିଯୋଗ କରାଯିବା ଆବଶ୍ୟକ: ଉଦ୍ଧବ ଠାକ୍‌ରେ

ମୁମ୍ବାଇ୍‌,୨୭।୭: ବ୍ୟାନର-ପୋଷ୍ଟରରେ ଅଯଥା ଖର୍ଚ୍ଚ ନ କରି ଏହାକୁ ସାମାଜିକ ବିକାଶ କାର୍ଯ୍ୟରେ ବିନିଯୋଗ କରାଯିବା ଆବଶ୍ୟକ ବୋଲି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଶନିବାର...

ମୁଖ ଦୁର୍ଗନ୍ଧ ବି ହୋଇପାରେ ଡାଏବେଟିସ୍‌ର ଲକ୍ଷଣ

ପାଟି ଦୁର୍ଗନ୍ଧ ହେବା ସମସ୍ୟା ଡାଏବେଟିସ୍‌ର ଅନ୍ୟ ଏକ ଲକ୍ଷଣ ହୋଇପାରେ। କୌଣସି ବ୍ୟକ୍ତିଙ୍କୁ ଡାଏବିଟିସ୍‌ ଗ୍ରାସ କଲେ ପ୍ରଥମେ ରକ୍ତଶର୍କରା ସ୍ତର ଅନିୟନ୍ତ୍ରିତ ହୋଇଥାଏ।...

ରାଜନୈତିକ ଦଳ ଗଠନ କଲେ ଯୋଗେନ୍ଦ୍ର ଯାଦବ: ନିର୍ବାଚନୀ ଚିହ୍ନ ହ୍ବିସିଲ୍‌

ନୂଆଦିଲ୍ଲୀ,୨୭।୬: ସ୍ବରାଜ ଇଣ୍ଡିଆର ସଂଯୋଜକ ଯୋଗେନ୍ଦ୍ର ଯାଦବ ଗୁରୁବାର ରାଜନୈତିକ ଦଳ ଗଠନ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଦଳର ନିର୍ବାଚନୀ ଚିହ୍ନ ହ୍ବିସିଲ୍‌ ହେବ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *