Posted inଖେଳ

ପିଟର କ୍ରାଉଚ୍‌ଙ୍କ ଅବସର

ଲଣ୍ଡନ,୧୩।୭(ଏଏଫ୍‌ପି)- ଇଂଲଣ୍ଡ ପୂର୍ବତନ ଷ୍ଟ୍ରାଇକର ପିଟର କ୍ରାଉଚ୍‌ ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଦୁଇ ଦଶନ୍ଧି ଧରି ସଫଳତାର ସହ ପେସାଦାର ଫୁଟବଲ ଖେଳିବାପରେ ସେ ୩୮ ବର୍ଷରେ ଅବସର ନେଇଛନ୍ତି। ୨୦୦୫ ମେ’ରେ କ୍ରାଉଚ୍‌ କଲମ୍ବିଆ ବିପକ୍ଷରେ ଇଂଲଣ୍ଡ ପାଇଁ ପଦାର୍ପଣ କରିଥିଲେ। ସେ ୪୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ମୋଟ ଉପରେ ୨୨ଟି ଗୋଲ ସ୍କୋର କରିଥିଲେ। ୬ ଫୁଟ୍‌ ୭ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ କ୍ରାଉଚ୍‌ ଟୁଇଟ୍‌ କରି ଅବସର ସମ୍ପର୍କରେ ସୂଚନା ଦେଇଥିଲେ। ଭାବିଚିନ୍ତି ଅବସର ନେବାକୁ ନିଷ୍ପତ୍ତି ନେଇଥିଲି। ଫୁଟବଲ ମୋତେ ସବୁକିଛି ଦେଇଛି। ଫୁଟବଲ ଖେଳିବା ଓ ଏଥିରେ ଜଡିତା ରହିବା ପାଇଁ ମୋତେ ସାହାଯ୍ୟ କରିଥିବା ସବୁ ବନ୍ଧୁ ପରିଜନଙ୍କୁ କୃତଜ୍ଞତା ଜଣାଉଛି ବୋଲି ସେ କହିଛନ୍ତି। ପେସାଦାର କ୍ୟାରିୟରରେ କ୍ରାଉଚ୍‌ ୧୧ଟି କ୍ଳବ ପାଇଁ ଖେଳିଛନ୍ତି। ଲିଭରପୁଲ ସହିତ ଖେଳି ସେ ଫା କପ୍‌ ଜିତିଛନ୍ତି। ୨୦୦୭ରେ ଲିଭରପୁଲ୍‌କୁ ଚାମ୍ପିୟନ୍ସ ଲିଗ୍‌ ଫାଇନାଲରେ ପହଞ୍ଚାଇବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା। ୪୬୮ଟି ପ୍ରିମିୟର ଲିଗ୍‌ ମ୍ୟାଚ୍‌ ଖେଳି ସେ ୧୦୮ଟି ଗୋଲ ସ୍କୋର କରିଛନ୍ତି। ୪୦ ବର୍ଷ ପର୍ଯ୍ୟନ୍ତ ଖେଳିବାକୁ ଚିନ୍ତା କରୁଥିଲି। ତେବେ ଶେଷରେ ଯୋଜନା ବଦଳି ଗଲା। କ୍ରାଉଚ୍‌ଙ୍କୁ ପୂର୍ବତନ ତଥା ଏବେକାର ଫୁଟବଲରମାନେ ଶୁଭେଚ୍ଛା ଜଣାଇଛନ୍ତି।


All Right Reserved By Dharitri.Com

Posted inଖେଳ View All

ଆଶୋକ ମାଲହୋତ୍ରା ଆଇସିଏ ଅଧ୍ୟକ୍ଷ ହେବେ

ନୂଆଦିଲ୍ଲୀ,୬।୧୦(ପି.ଟି.)- ପୂର୍ବତନ ଟେଷ୍ଟ କ୍ରିକେଟର ଆଶୋକ ମାଲହୋତ୍ରା ନିର୍ଦ୍ୱନ୍ଦ୍ୱରେ ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ (ଆଇସଏ)ର ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଛି। ନୂଆକରି ସୃଷ୍ଟି ହୋଇଥିବା ଏହି...

କୋଟିଫ୍‌ କପ୍‌ ମହିଳା ଫୁଟବଲ:ବଲିଭିଆକୁ ହରାଇଲା ଭାରତ

ନୂଆଦିଲ୍ଲୀ,୪।୮(ପି.ଟି.)- ସ୍ପେନ୍‌ରେ ଚାଲିଥିବା କୋଟିଫ୍‌ କପ୍‌ ଫୁଟବଲ୍‌ ଟୁର୍ନାମେଣ୍ଟରେ ଭାରତୀୟ ମହିଳା ଫୁଟବଲ ଦଳ ଏକ ବଡ଼ ବିପର୍ଯ୍ୟୟ ଘଟାଇଛି। ଭାରତ ୩-୧ ଗୋଲ୍‌ରେ ଶକ୍ତିଶାଳୀ...

ଉସମାନ ଖ୍ବାଜା ବିପଦମୁକ୍ତ

ସାଉଥମ୍ପଟନ, ୨୩।୫(ପି.ଟି.)- ମୁଣ୍ଡରେ ବଲ୍‌ ବାଜି ଆଘାତପ୍ରାପ୍ତ ହୋଇଥିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଉସମାନ ଖ୍ବାଜା ବିପଦମୁକ୍ତ ଥିବା ଗୁରୁବାର ଘୋଷଣା କରାଯାଇଛି। ବୁଧବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ...

ଇର୍‌ଫାନଙ୍କ ନୂଆ ଇନିଂସ

ଏକଦା ଭାରତୀୟ କ୍ରିକେଟ ଦଳର ନିର୍ଭରଯୋଗ୍ୟ ଅଲରାଉଣ୍ଡର ବିବେଚିତ ହେଉଥିବା ଇରଫାନ ପଠାନଙ୍କ ଖେଳ କ୍ୟାରିୟର ପ୍ରାୟତଃ ଶେଷ ପର୍ଯ୍ୟାୟରେ। ବର୍ତ୍ତମାନ ଜମ୍ମୁ ଓ କଶ୍ମୀର...

ମନ ଜିଣିଲେ ଓ୍ବାର୍ନର

ଟଣ୍ଟନ, ୧୪ା୬ (ପି.ଟି.)-ଚଳିତ ଆଇସିସି ବିଶ୍ୱକପ୍‌ରେ ଜଣେ ଅଷ୍ଟ୍ରେଲୀୟ ଓପନର ଏକ ମନ ଜିଣିଲା ଭଳି କାର୍ଯ୍ୟ କରିଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ଜିତିଥିବା...

ଦକ୍ଷିଣ ଆଫ୍ରିକାକୁ ହରାଇଲା ପାକିସ୍ତାନ

ଲଣ୍ଡନ,୨୪।୬(ପି.ଟି.)- ଶେଷରେ ପାକିସ୍ତାନ ଜୋରଦାର୍‌ ପ୍ରତ୍ୟାବର୍ତ୍ତନ ସହ ବିଶ୍ୱକପ୍‌ର ୩୦ତମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୪୯ ରନରେ ପରାସ୍ତ କରି ତା’ର ସେମିଫାଇନାଲର କ୍ଷୀଣ ଆଶାକୁ...

ଫାଙ୍କା ସମୟରେ ଏହି ଫିଲ୍ମ ବାରମ୍ବାର ଦେଖିବାକୁ ପସନ୍ଦ କରନ୍ତି ରୋହିତ ଶର୍ମା

୨୦୧୯ ବିଶ୍ୱକପରେ ଭାରତ ପକ୍ଷରୁ ଜବରଦସ୍ତ ପ୍ରଦର୍ଶନ କରିଥିବା ରୋହିତ ଶର୍ମା ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ପୂର୍ବରୁ ନିଜ ପରିବାର ସହ ଛୁଟି କଟାଉଛନ୍ତି। ଝିଅ ସମାଇରା...

ସଚିନଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ କୋହଲି

ତ୍ରିନିଦାଦ,୧୨।୮- ସ୍ଥାନୀୟ ପୋର୍ଟ ଅଫ୍‌ ସ୍ପେନଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ୧୨୫ ବଲରୁ ୧୨୦ ରନ୍‌ର ଇନିଂସ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *